Programme being held as per PM’s vision of empowerment of women, esp at the grassroot level
PM to transfer Rs. 1000 crore to SHGs benefitting around 16 lakh women members
PM to transfer first month's stipend to Business Correspondent-Sakhis and to also transfer money to over 1 lakh beneficiaries of Mukhya Mantri Kanya Sumangala Scheme
PM to lay foundation stone of over 200 Supplementary Nutrition Manufacturing Units

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଡିସେମ୍ବର ୨୧ ତାରିଖ ମଙ୍ଗଳବାର ଦିନ ପ୍ରୟାଗରାଜ ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତର ସ୍ୱାତନ୍ତ୍ର୍ୟ ହେଉଛି ୨ ଲକ୍ଷରୁ ଅଧିକ ମହିଳା ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ତୃଣମୂଳ ସ୍ତରରୁ ମହିଳାମାନଙ୍କୁ ସଶକ୍ତ କରିବା ନିମିତ୍ତ ପ୍ରଧାନମନ୍ତ୍ରୀଙ୍କର ରହିଥିବା ଲକ୍ଷ୍ୟକୁ ପୂରଣ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକର ୧୬ ଲକ୍ଷ ମହିଳାଙ୍କର କଲ୍ୟାଣ ପାଇଁ ୧ ହଜାର କୋଟି ଟଙ୍କା ପ୍ରଦାନ କରାଯିବ । ବ୍ୟବସାୟିକ ପ୍ରତିନିଧି- ‘ସଖୀ’ମାନଙ୍କୁ ପ୍ରଥମ ମାସର ବୃତ୍ତି ପ୍ରଦାନ କରାଯିବ । ଏଥିସହିତ ପ୍ରଧାନମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ୧ ଲକ୍ଷ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଦିଆଯିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ୨ଶହରୁ ଅଧିକ ଅତିରିକ୍ତ ପୁଷ୍ଟି ପ୍ରସ୍ତୁତି କେନ୍ଦ୍ରସମୂହର ଶିଳାନ୍ୟାସ କରିବେ ।

          ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ଅପରାହ୍ଣ ପ୍ରାୟ ଗୋଟାଏରେ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀଙ୍କ  ମହିଳାମାନଙ୍କୁ ସଶକ୍ତ କରିବା ସ୍ୱପ୍ନ ପୂରଣ ଦିଗରେ ସେମାନଙ୍କୁ ଆବଶ୍ୟକୀୟ କୌଶଳ ଶିକ୍ଷା ଦେବା, ପ୍ରୋତ୍ସାହନ ଯୋଗାଇବା ଏବଂ ଭିତ୍ତିଭୂମି ଯୋଗାଇବା ଆଦି କରାଯିବ । ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା-ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ସ୍ୱୟଂ ସହାୟକ ଗୋଷ୍ଠୀର ୧୬ ଲକ୍ଷ ମହିଳା ସଦସ୍ୟଙ୍କ ବ୍ୟାଙ୍କ୍ ଖାତାକୁ ଏହି ଅର୍ଥ ସିଧାସଳଖ ଯିବ । ପ୍ରାୟ ୮୦ ହଜାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରୋତ୍ସାହନ ପାଣ୍ଠି ବାବଦରେ ଲକ୍ଷେ ୧୦ ହଜାର ଟଙ୍କା ଏବଂ ୬୦ ହଜାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଚଳନ୍ତି ପୁଞ୍ଜି ବାବବରେ ୧୫ ହଜାର ଟଙ୍କା ଲେଖାଏଁ ଦିଆଯିବ । ଏଥିସହିତ ପ୍ରତି ବ୍ୟବସାୟିକ ପ୍ରତିନିଧି ‘ସଖୀ’ଙ୍କୁ ପ୍ରଥମ ମାସର ବୃତ୍ତି ୪ ହଜାର ଟଙ୍କା ଲେଖାଏଁ ୨୦ ହଜାର ‘ସଖୀ’ଙ୍କ ବ୍ୟାଙ୍କ ଖାତାକୁ ଯିବ । ସମାଜର ତୃଣମୂଳ ସ୍ତରରେ ଆର୍ଥିକ ସେବା ଯୋଗାଇବା ନିମିତ୍ତ ଏହି ‘ସଖୀ’ମାନଙ୍କୁ ୬ ମାସ ପାଇଁ ୪ ହଜାର ଟଙ୍କା ଲେଖାଏଁ ମାସିକ ବୃତ୍ତି ଦେବା ପରେ ସେମାନେ ଯୋଗାଉଥିବା ବିଭିନ୍ନ ଆର୍ଥିକ ସେବା ବାବଦରେ ପ୍ରୋତ୍ସାହନ ଅର୍ଥ ପାଇବେ ।

 

ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ୨୦ କୋଟିରୁ ଅଧିକ ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତାକୁ ଯିବ । କନ୍ୟା ଶିଶୁମାନଙ୍କ ପାଇଁ ଜନ୍ମ ସମୟରେ ୨ ହଜାର ଟଙ୍କା, ୧ବର୍ଷ ପୂର୍ଣ୍ଣ ହେବା ସହ ସବୁ ଟିକା ନେବା ସରିବା ପରେ ୧ ହଜାର ଟଙ୍କା, ପ୍ରଥମ ଶ୍ରେଣୀରେ ନାମ ଲେଖା ସମୟରେ ୨ ହଜାର ଟଙ୍କା, ଷଷ୍ଠ ଶ୍ରେଣୀରେ ନାମଲେଖା ସମୟରେ ୨ ହଜାର ଟଙ୍କା, ନବମ ଶ୍ରେଣୀ ନାମଲେଖା ସମୟରେ ୩ ହଜାର ଟଙ୍କା, ଦ୍ୱାଦଶ ପରେ ଡିଗ୍ରୀ କିମ୍ବା ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ସମୟରେ ୫ ହଜାର ଟଙ୍କା, ଏହିପରି ଜୀବନର ବିଭିନ୍ନ ଅବସ୍ଥାରେ ପ୍ରତି କନ୍ୟାଙ୍କୁ ୧୫ ହଜାର ଟଙ୍କା ଦିଆଯିବ । ରାଜ୍ୟର ୬ ଶହ ବ୍ଲକରେ ଚାଲିଥିବା ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧୀନରେ ୨୦୨ଟି ଅତିରିକ୍ତ ପୁଷ୍ଟି ପ୍ରସ୍ତୁତି କେନ୍ଦ୍ର ନିର୍ମାଣ ନିମିତ୍ତ ଶିଳାନ୍ୟାସ କରାଯିବ । ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେବାକୁ ଥିବା ପ୍ରତି କେନ୍ଦ୍ର ନିର୍ମାଣ ବାବଦରେ ୧ କୋଟି ଟଙ୍କା ଲେଖାଏଁ ଖର୍ଚ୍ଚ କରାଯିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Railways to operate over 300 special trains for Jagannath Rath Yatra, 100 for Onam: Ashwini Vaishnaw

Media Coverage

Railways to operate over 300 special trains for Jagannath Rath Yatra, 100 for Onam: Ashwini Vaishnaw
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 7, 2026
July 07, 2026

PM Modi Elevating India’s Global Standing Through Diplomacy and Development