ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ମୁମ୍ବାଇ ଗସ୍ତରେ ଯିବେ । ସେ ସେଠାରେ ଏସିଆନ ଇନଫ୍ରାଷ୍ଟ୍ରାକଚର ବ୍ୟାଙ୍କ (ଏଆଇଆଇବି)ର ତୃତୀୟ ବାର୍ଷିକ ବୈଠକକୁ ଉଦଘାଟନ କରିବେ । ଏହି ବହୁପକ୍ଷୀୟ ବିକାଶ ବ୍ୟାଙ୍କ ଏସିଆ ଏବଂ ବାହାରେ ସାମାଜିକ ଏବଂ ଅର୍ଥନୈତିକ ସ୍ଥିତି ସୁଧାର ଦିଗରେ ମିଶନ ମୋଡରେ କାର୍ଯ୍ୟ କରୁଛି ।

ଚଳିତ ବର୍ଷର ବୈଠକରେ ବିଷୟବସ୍ତୁ ରହିଛି : “ଭିତ୍ତିଭୂମି ପାଇଁ ଅର୍ଥ ଯୋଗାଡ଼ : ନବୋନ୍ମେଷ ଏବଂ ଭାଗିଦାରୀ ।” ଉତ୍ତମ ଭିତ୍ତିଭୂମି ନିବେଶ ଜରିଆରେ ନିରନ୍ତର ଭବିଷ୍ୟତ ନିର୍ମାଣ ଲାଗି ବିଭିନ୍ନ ସଂଗଠନ ଏବଂ ସରକାରଙ୍କ ବିଭିନ୍ନ ସ୍ଥରର ନେତୃମଣ୍ଡଳୀ ଏହି କାର୍ଯ୍ୟକ୍ରମରେ ସେମାନଙ୍କ ବିଚାର ଏବଂ ମତ ଉପସ୍ଥାପନ କରିବେ ।

ଚଳିତ ବର୍ଷ ଏହି ବୈଠକରେ ଏସିଆନ ଇନଫ୍ରାଷ୍ଟ୍ରାକଚର ଫୋରମର ଶୁଭାରମ୍ଭ କରାଯିବ ଯାହା ଭିତ୍ତିଭୂମି ନିର୍ମାଣକାରୀମାନଙ୍କୁ ବାସ୍ତବ ଏବଂ ପ୍ରକଳ୍ପ ଆଧାରିତ ଆଲୋଚନା ପାଇଁ ଏକତ୍ରୀତ କରିବ । ଜଟିଳ ଭିତ୍ତିଭୂମି ଆବଶ୍ୟକତା ପାଇଁ ଅଭିନବ ଅର୍ଥ ଯୋଗାଣ ପ୍ରତି ଏଥିରେ ଗୁରୁତ୍ୱାରୋପ କରାଯିବ ।

ପରେ ପ୍ରଧାନମନ୍ତ୍ରୀ ବ୍ୟବସାୟୀ ଗୋଷ୍ଠୀ ଏବଂ ଶିଳ୍ପ ଉଦ୍ୟୋଗର ନେତୃମଣ୍ଡଳୀଙ୍କୁ ଭେଟିବେ । ଏଥିରେ ଆର୍ଥିକ ବିକାଶ, ଭିତ୍ତିଭୂମି ବିକାଶ, ନୀତି ଯୋଜନା, ନିବେଶ, ନବୋନ୍ମେଷ ଏବଂ ନିଯୁକ୍ତି ସୃଷ୍ଟି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Railways' financial health improves in last 10 yrs, surplus revenue after meeting cost: Ashwini Vaishnaw

Media Coverage

Railways' financial health improves in last 10 yrs, surplus revenue after meeting cost: Ashwini Vaishnaw
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 7, 2026
February 07, 2026

Empowering the Nation: Trade Deals, Tech Innovations, and Rural Revival Under PM Modi