PM Modi to visit Gujarat, inaugurate Ro-Ro Ferry Service between Ghogha and Dahej
PM Modi to inaugurate the Sarvottam Cattle Feed Plant of Shree Bhavnagar District Cooperative Milk Producers Union Ltd
PM Modi in Vadodara: To dedicate Vadodara City Command Control Centre; the Waghodiya Regional Water Supply Scheme
PM to hand over keys of houses to beneficiaries under the PMAY, lay foundation stone & launch key development projects

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (22.10.2017) ଗୁଜରାଟ ଗସ୍ତ କରିବେ ।

ଗସ୍ତ କାଳରେ ଘୋଘାଠାରେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଘୋଘା-ଦହେଜ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନୌଚାଳାଚଳ ସେବାର ଶୁଭାରମ୍ଭ କରିବେ । ଏହା ସୌରାଷ୍ଟ୍ର ଅଞ୍ଚଳର ଘୋଘା ଏବଂ ଦକ୍ଷିଣ ଗୁଜରାଟର ଦହେଜ ମଧ୍ୟରେ ଯାତାୟାତରେ ଯଥେଷ୍ଟ ସମୟ କମାଇବ । ଘୋଘା ଓ ଦହେଜ ମଧ୍ୟରେ ଯାତ୍ରା ପାଇଁ ପୂର୍ବରୁ 7-8 ଘଣ୍ଟା ସମୟ ଲାଗୁଥିବା ବେଳେ ଫେରୀ-ସେବା ଦ୍ଵାରା ଏହା ପ୍ରାୟ ଏକ ଘଣ୍ଟାକୁ ହ୍ରାସ ପାଇବ । ସଂପୂର୍ଣ୍ଣ ଭାବେ ଫେରୀ-ସେବା କାର୍ଯ୍ୟକାରୀ ହେଲେ ଏହା ଜରିଆରେ ମୋଟର ଗାଡି ମଧ୍ୟ ପରିବହନ କରାଯାଇପାରିବ । ତେବେ ପ୍ରଧାନମନ୍ତ୍ରୀ ରବିବାର ଦିନ ଉଦ୍ଘାଟନ କରୁଥିବା ପ୍ରଥମ ପର୍ଯ୍ୟାୟ ନୌସେବା (ଫେରୀ-ସେବା)ଦ୍ଵାରା କେବଳ ଯାତ୍ରୀମାନେ ଯାତାୟାତ କରିପାରିବେ ।

ଫେରୀ-ସେବା ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ପ୍ରଥମେ ଘୋଘାରୁ ଦହେଜ ପର୍ଯ୍ୟନ୍ତ ନୌଯାତ୍ରା କରିବେ । ଦହେଜରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସମାବେଶକୁ ସମ୍ବୋଧିତ କରିବେ ।

ସେହିପରି ଘୋଘାଠାରେ ଏକ ଜନସଭାରେ ପ୍ରଧାନମନ୍ତ୍ରୀ ସର୍ବୋତ୍ତମ ଗୋଖାଦ୍ୟ ପ୍ଲାଣ୍ଟକୁ ଉଦ୍ଘାଟନ କରିବେ । ଶ୍ରୀ ଭାବନଗର ଜିଲ୍ଲା ସମବାୟ ଦୁଗ୍ଧ ଉତ୍ପାଦକ ୟୁନିୟନ ଲିମିଟେଡ ପକ୍ଷରୁ ଏହି ପ୍ଳାଣ୍ଟ ନିର୍ମାଣ କରାଯାଇଛି ।

ଦହେଜ କାର୍ଯ୍ୟକ୍ରମ ସାରି ପ୍ରଧାନମନ୍ତ୍ରୀ ବଦୋଦରା ଯିବେ । ସେଠାରେ ଏକ ଜନସଭାରେ ସେ ବଦୋଦରା ନଗର କମାଣ୍ଡ ନିୟନ୍ତ୍ରଣ କେନ୍ଦ୍ରକୁ ଲୋକାର୍ପିତ କରିବେ । ଏଥିସହିତ ୱାଘୋଦିଆ ଆଞ୍ଚଳିକ ଜଳଯୋଗାଣ ସ୍କିମ, ବ୍ୟାଙ୍କ ଅଫ ବରୋଦାର ନୂତନ ମୁଖ୍ୟାଳୟକୁ ବଦୋଦରାଠାରେ ଉଦ୍ଘାଟନ କରିବେ ।

ଗସ୍ତକାଳରେ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ ଓ ସହରାଞ୍ଚଳ)ର ହିତାଧିକାରୀମାନଙ୍କୁ ଗୃହ ଚାବି ପ୍ରଦାନ କରିବେ । ସେହିପରି ସମନ୍ଵିତ ପରିବହନ କେନ୍ଦ୍ର, ଆଞ୍ଚଳିକ ଜଳଯୋଗାଣ ସ୍କିମ, ଗୃହ ନିର୍ମାଣ ଓ ଫ୍ଲାଇଓଭର ପ୍ରକଳ୍ପ ଭଳି ଅନେକ ଭିତ୍ତିଭୂମି ଓ ବିକାଶ କାର୍ଯ୍ୟକ୍ରମର ଆଧାରଶିଳା ରଖିବେ ପ୍ରଧାନମନ୍ତ୍ରୀ । ବଦୋଦରାଠାରେ ହିନ୍ଦୁସ୍ଥାନ ପେଟ୍ରୋଲିୟମ ନିଗମର ଏକ ମାର୍କେଟିଙ୍ଗ ଟର୍ମିନାଲ ସହିତ ମୁନ୍ଦ୍ରା-ଦିଲ୍ଲୀ ପେଟ୍ରୋଲିୟମ ପାଇପଲାଇନ ସଂପ୍ରସାରଣ ପ୍ରକଳ୍ପର ମଧ୍ୟ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's banking sector resilient; 11-13% credit growth for January-June likely: Survey

Media Coverage

India's banking sector resilient; 11-13% credit growth for January-June likely: Survey
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 20, 2026
April 20, 2026

Honouring Saints, Powering Futures: PM Modi’s Leadership That Blends Heritage, Highways and High Growth