ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମୀ ଏବଂ ଅପରେସନ ବିଜୟର ସଦସ୍ୟମାନଙ୍କୁ ସମ୍ମାନୀତ କରିବେ
ଗୋଆମୁକ୍ତି ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସେମାନଙ୍କ ସ୍ମୃତିରେ ପୁନର୍ବିକଶିତ ଆଗୁଆଡା ଫୋର୍ଟ ଜେଲ ମ୍ୟୁଜିୟମକୁ ଉଦ୍‌ଘାଟନ କରିବେ
ପ୍ରଧାନମନ୍ତ୍ରୀ ଗୋଆରେ ୬୫୦କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦ୍‌ଘାଟନ ଓ ଶୁଭ ଦେବେ
ଦେଶର ସବୁ ପ୍ରାନ୍ତରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟରେ ଭିତ୍ତିଭୂମି ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଯେଉ ଲକ୍ଷ୍ୟ ପୋଷଣ କରିଛନ୍ତି, ତଦନୁସାରେ ନିର୍ମିତ ଗୋଆ ମେଡିକାଲ କଲେଜର ସୁପର ସ୍ପେଶାଲିଟି ବ୍ଲକ ଏବଂ ଦକ୍ଷିଣ ଗୋଆର ନୂଆ ଜିଲ୍ଲା ହସ୍‌ପିଟାଲକୁ ଶ୍ରୀ ମୋଦୀ ଉଦ୍‌ଘାଟନ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତମାସ ୧୯ତାରିଖରେ ଗୋଆ ଗସ୍ତରେ ଯିବେ । ଗୋଆ ମୁକ୍ତିଦିବସ ଅବସରରେ ସେଠାକାର ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ଅପରାହ୍ନ ପ୍ରାୟ ୩ଟା ସମୟରେ ଯୋଗଦେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମୀ ଏବଂ ‘ଅପରେସନ ବିଜୟ’ର ସଦସ୍ୟମାନଙ୍କୁ ସମ୍ମାନୀତ କରିବେ ।

ଗୋଆକୁ ପର୍ତ୍ତୃଗୀଜ  ଶାସନରୁ ମୁକ୍ତ କରିବା ପାଇଁ ଭାରତୀୟ ସେନା ୧୯୬୧ରେ ‘ଅପରେସନ ବିଜୟ’ ଆରମ୍ଭ କରି ଡିସେମ୍ବର ୧୯ରେ ସଫଳ ହୋଇଥିଲା । ସେହି ଦିବସଟିକୁ ପ୍ରତିବର୍ଷ ଗୋଆର ମୁକ୍ତିଦିବସ ଭାବେ ପାଳନ କରାଯାଇ ଆସୁଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୋଆର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବେ ଓ ଶୁଭ ଦେବେ । ସେଥିମଧ୍ୟରେ ରହିଛି ପୁନର୍ବିକଶିତ ଆଗୁଆଡା ଫୋର୍ଟର ଜେଲ ମ୍ୟୁଜିୟମ, ଗୋଆ ମେଡିକାଲ କଲେଜର ସୁପର ସ୍ପେଶିଆଲିଟି ବ୍ଲକ, ଦକ୍ଷିଣ ଗୋଆର ନୂଆ ଜିଲ୍ଲା ହସପିଟାଲ, ମୋପା ବିମାନବନ୍ଦର ଉଡାଣ ଦକ୍ଷତା ବିକାଶ କେନ୍ଦ୍ର, ମାର୍‌ଗାଁଓର ଡାବୋଲିମ୍‌-ନାଭୋଲିମରେ ଏକ ଗ୍ୟାସ ଇନସୁଲେଟେଡ ସବ୍‌ଷ୍ଟେସନ । ସେ ମଧ୍ୟ ଗୋଆର ବାରକାଉନସିଲ ଅଫ ଇଣ୍ଡିଆ ଟ୍ରଷ୍ଟର ନ୍ୟାୟିକ ଶିକ୍ଷା ଓ ଗବେଷଣା ସଂକ୍ରାନ୍ତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଯୁନିଭରସିଟିର ଶିଳାନ୍ୟାସ କରିବେ ।

ଦେଶର ସବୁ ଅଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ କରିବାକୁ ପ୍ରଧାନମନ୍ତ୍ରୀ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ତାଙ୍କର ଏହି ଲକ୍ଷ୍ୟ ଭିତ୍ତିରେ ଗୋଆ ମେଡିକାଲ କଲେଜ ଓ ହସ୍‌ପିଟାଲର ୩୮୦କୋଟି ଟଙ୍କାରୁ ଅଧିକ ବ୍ୟୟରେ ଏକ ସୁପରସ୍ପେଶାଲିଷ୍ଟ ବ୍ଲକ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ନିର୍ମିତ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାହାକୁ ଉଦ୍‌ଘାଟନ କରିବେ । ଏହା ଗୋଆର ଏକମାତ୍ର ସୁପର ସ୍ପେଶାଲିଟି ହସ୍‌ପିଟାଲ । ଏହା ରୋଗୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଉଦ୍ଦିଷ୍ଟ । ଏଥିରେ ଆଞ୍ଜିଓପ୍ଲାଷ୍ଟି, ବାଇପାସ ସର୍ଜରୀ, ଲିଭର ଟ୍ରାନ୍ସପ୍ଲାଣ୍ଟ, କିଡ୍‌ନୀ ପ୍ରତିରୋପଣ ଓ ଡାଏଲିସିସ୍ ଭଳି ସୁବିଧା ଉପଲବ୍ଧ । ଏହି ବ୍ଲକରେ ପିଏମ୍ କେୟାର୍ସ ପାଣ୍ଠିର ସହାୟତାରେ ୧୦୦୦ଏଲ୍‌ପିଏମ୍ ପିଏସ୍‌ଏ ପ୍ଳାଣ୍ଟ ରହିଛି ।

ନୂତନ ଦକ୍ଷିଣ ଗୋଆ ଜିଲ୍ଲା ହସ୍‌ପିଟାଲଟି ୨୨୦ କୋଟି ଟଙ୍କା ବ୍ୟୟରେ ତିଆରି  ହୋଇଛି ।ଏଥିରେ ୩୩ସ୍ୱତନ୍ତ୍ର ଓପିଡି ସେବା ବିଭିନ୍ନ ବିଷୟରେ ଉପଲବ୍ଧ । ଏହି ହସ୍‌ପିଟାଲରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ବିଭିନ୍ନ ରୋଗ ପାଇଁ ରହିଛି । ଏହି ହସ୍‌ପିଟାଲରେ ମଧ୍ୟ ୫୦୦ ଅକ୍ସିଜେନ ଜେନେରେଟେଡ ବେଡ୍‌, ୫୫୦ ଲିଟର ଏଲଏମ୍‌ଡି ଟ୍ୟାଙ୍କ ଓ ୬୦୦ଏଲପିଏମ୍ ବିଶିଷ୍ଟ ଦୁଇଟି ପିଏମ୍‌ଏ ପ୍ଲାଣ୍ଟରହିଛି ।

ଆଗୁଆଡା ଫୋର୍ଟ ଜେଲ ମ୍ୟୁଜିୟମକୁ ପୁନଃ ବିକଶିତ କରାଯାଇ ଏହାକୁ ‘ଐତିହ୍ୟ ପର୍ଯ୍ୟଟନସ୍ଥଳ’ ଯୋଜନାରେ ବିକଶିତ କରାଯାଇଛି । ଏହା ସ୍ୱଦେଶୀ ଦର୍ଶନ କାର୍ଯ୍ୟକ୍ରମର ଏକ ଅଂଶବିଶେଷ । ଏଥିପାଇଁ ମୋଟ ୨୮କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଗୋଆ ମୁକ୍ତ ହେବା ପୂର୍ବରୁ ପର୍ତ୍ତୃଗୀଜ  ଶାସକମାନେ ଏହାକୁ ଏକ ଜେଲରେ ପରିଣତ କରି ମୁକ୍ତିସଂଗ୍ରାମୀମାନଙ୍କୁ ସେଠାରେ ବନ୍ଦୀ କରି ରଖି ନିର୍ଯାତନା ଦେଉଥିଲେ ।

 ଗୋଆର ମୋପା ଏୟାରପୋର୍ଟରେ ଯେଉଁ ନୂଆ ଉଡାଣ ଦକ୍ଷତା ବିକାଶ କେନ୍ଦ୍ର (ଆଭିଏସନ ଡେଭଲପମେଣ୍ଟ ସେଣ୍ଟର) ତିଆରି ହୋଇଛି ସେଥିରେ ୮୦୫ କୋଟି ଟଙ୍କା ବ୍ୟୟ କରାଯାଇଛି । ଏଥିରେ ୧୬ଟି ବିଷୟରେ ଦକ୍ଷତା ବିକାଶ ତାଲିମ ଦେବାରେ ବ୍ୟବସ୍ଥା ଅଛି । ଏଠାକାର ତାଲିମପ୍ରାପ୍ତ ପ୍ରାର୍ଥୀମାନେ ନିର୍ମାଣାଧୀନ ମୋପା ବିମାନବନ୍ଦର କାର୍ଯ୍ୟକ୍ଷମ ହେଲେ ସେଥିରେ ନିଯୁକ୍ତି ପାଇବେ । ସେମାନଙ୍କୁ ମଧ୍ୟ ଦେଶ ଓ ବିଦେଶର ଅନ୍ୟାନ୍ୟା ବିମାନବନ୍ଦରରେ ନିଯୁକ୍ତି ସୁବିଧା ମିଳିବ ।

ମାର୍‌ଗାଓର ଡାଭୋରଲିମ୍‌-ନାଭେଲିମଠାରେ ଏକ ଗ୍ୟାସ ଇନ୍‌ସୁଲେଟେଡ୍ ସବ୍‌ଷ୍ଟେସନ ପ୍ରାୟ ୧୬କୋଟି ଟଙ୍କାରେ ତିଆରି ହୋଇଛି । ଶକ୍ତିମନ୍ତ୍ରଣାଳୟର ସମନ୍ୱିତ ଶକ୍ତି ବିକାଶ ଯୋଜନାରେ ଏହା ନିର୍ମିତ । ଏହା ଦ୍ୱାରା ଆଖପାଖର ଗାଁଗୁଡିକୁ ସ୍ଥିର ନିରନ୍ତର ବିଜୁଳି ଯୋଗାଇ ଦିଆଯାଇପାରିବ ।

ଗୋଆକୁ ଉଚ୍ଚ ବୈଷୟିକ ଶିକ୍ଷାର ଏକ ହବ୍‌ଭାବେ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ସେଠାରେ ଆଇନଶିକ୍ଷା ଓ ଗବେଷଣାର ଏକ ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି । ବାର କାଉନସିଲ୍ ଅଫ ଇଣ୍ଡିଆ ଟ୍ରଷ୍ଟ ପକ୍ଷରୁ ଏହା ନିର୍ମିତ ହେଉଛି ।

ଏହି ଗସ୍ତ କାଳରେ ସେଦିନର ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାରତୀୟ ସେନା ଦ୍ୱାରା ଗୋଆ ମୁକ୍ତି ଉପରେ ସ୍ୱତନ୍ତ୍ର ଡାକଟିକଟ ଉନ୍ମୋଚନ କରିବେ । ପର୍ତ୍ତୁଗୀଜ  ଶାସନରୁ ଗୋଆ ମୁକ୍ତି ସଂକ୍ରାନ୍ତ ଚିତ୍ରାବଳୀ ଏହି ସ୍ୱତନ୍ତ୍ର ଡାକଟିକଟରେ ରହିଛି । ଏଥିରେ ଭାରତୀୟ ଯୁଦ୍ଧ ଜାହାଜ ଗୋମମନ୍ତକ, ଶହୀଦ ହୋଇଥବା ସାତଣଜ ବୀର ନୌ-ସୈନିକଙ୍କ ସ୍ମୃତିରେ ନିର୍ମିତ ଯୁଦ୍ଧସ୍ମାରକ ଆଦିର ଚିତ୍ର ସ୍ଥାନ ପାଇଛି ।

‘ଅପରେସନ ବିଜୟ’ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ “ମାଏଁ ଷ୍ଟାମ୍ପ’କୁ ଉନ୍ମୋଚନ କରିବେ । ଏଥିରେ ପତ୍ରାଦେବୀର ହୃତାତ୍ମା ସ୍ମାରକ ଚିତ୍ର ସ୍ଥାନିତ । ଏହି ସ୍ମାରକ ଗୋଆ ମୁକ୍ତି ଆନ୍ଦୋଳନରେ ପ୍ରାଣପାତ କରିଥିବା ଶହୀଦମାନଙ୍କୁ ସାଲ୍ୟୁଟ ଜଣାଉଥିବାର ଚିତ୍ର । ଏହାଛଡା ସେଦିନ ମଧ୍ୟ ପ୍ରଧାନମନ୍ତ୍ରୀ ଏକ ସ୍ୱତନ୍ତ୍ର ‘ମେଘଦୂତ’ପୋଷ୍ଟକାର୍ଡକୁ ଉନ୍ମୋଚନ କରିବେ । ଏଥିରେ ଗୋଆ ମୁକ୍ତି ଆନ୍ଦୋଳନର ସମୟର ବିଭିନ୍ନ ପ୍ରମୁଖ ଘଟଣାର ଚିତ୍ର ସ୍ଥାନିତ ।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ସେଦିନ ଗୋଆର ଶ୍ରେଷ୍ଟ ପୌରସଭା, ପଞ୍ଚାୟତ, ସ୍ୱୟଂପୂର୍ଣ୍ଣ ମିତ୍ର ଆଦିଙ୍କୁ ପୁରସ୍କାର ପ୍ରଦାନ କରିବାର କାର୍ଯ୍ୟକ୍ରମ  ରହିଛି ।

ପ୍ରଧାନମନ୍ତ୍ରୀ ସେଦିନ ଅପରାହ୍ନ ପ୍ରାୟ ୨ଟା ୧୫ମିନିଟ୍ ସମୟରେ  ପାଣାଜିର ଆଜାଦ ମୈଦାନସ୍ଥିତ ଶହୀଦ ସ୍ମାରକକୁ ଯାଇ ଶ୍ରଞ୍ଚାଞ୍ଜଳି ଅର୍ପଣ କରିବେ । ଅପରାହ୍ନ ୨ଟା ୩୦ମିନିଟ୍‌ରେ ପ୍ରଧାନମନ୍ତ୍ରୀ ପାଣାଜିର ମିରାମାରଠାରେ ସେଲ୍ ପରେଡ ଓ ଫ୍ଲାଏ ପ୍ଳାଣ୍ଟ କାର୍ଯ୍ୟକ୍ରମରେ ଭାଗନେବେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Government eases defence export SOP to help local manufacturers tap global market

Media Coverage

Government eases defence export SOP to help local manufacturers tap global market
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on National Sports Day
August 29, 2026

The Prime Minister, Shri Narendra Modi has extended his greetings to all sports lovers on National Sports Day. Shri Modi said that the dedication, passion and determination of sportspersons make the entire nation proud.

The Prime Minister also paid homage to the legendary Major Dhyan Chand Ji, whose brilliance and contribution to Indian hockey continue to inspire generations.

Shri Modi posted on X:

“To every sports lover…your dedication, passion and determination make everyone proud.

We also pay homage to the legendary Major Dhyan Chand Ji, whose brilliance inspires generations.

#NationalSportsDay”