ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି 19 ଜାନୁଆରୀ, 2019ରେ ଦାଦ୍ରା ନଗର ହାଭେଳୀର ରାଜଧାନୀ ସିଲଭାସା ଗସ୍ତ କରିବେ ।
ଏହି ଗସ୍ତ କାଳରେ ସେ ଦାଦ୍ରା ଏବଂ ନଗର ହାଭେଳୀର ସାୟଲୀଠାରେ ଏକ ମେଡ଼ିକାଲ କଲେଜ ପାଇଁ ଶିଳାନ୍ୟାସ କରିବେ । ଡାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଳୀରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ଫଳକ ଉନ୍ମୋଚନ କରିବେ ।

ସେ ମଧ୍ୟ ଏମ-ଆରୋଗ୍ୟ ଆପର ଶୁଭାରମ୍ଭ କରିବେ ଏବଂ ଡିଜିଟାଲ ମାଧ୍ୟମରେ ଦାଦ୍ରା ଓ ନଗର ହାଭେଳୀରେ ଘରକୁ ଘର ବର୍ଜ୍ୟ ସଂଗ୍ରହ, ପୃଥକୀକରଣ ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିବେ ।

ପ୍ରଧାନମନ୍ତ୍ରୀ ମଧ୍ୟ କେନ୍ଦ୍ର ଶାସିତ ଅଂଚଳର ଆଇଟି ନୀତି ଜାରି କରିବେ ।

ସେ ମଧ୍ୟ କିଛି ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପ୍ରମାଣପତ୍ର ଏବଂ ଜଙ୍ଗଲ ଅଧିକାର ପ୍ରମାଣପତ୍ର ବଂଟନ କରିବେ ।
ସିଲଭାସାର ସାୟଲୀଠାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ହେବା ଦ୍ୱାରା ଉଭୟ ଦାଦ୍ରା ଓ ନଗର ହାବେଳୀ ଏବଂ ଡାମନ ଓ ଡିଉ, ତଥା ଆଖପାଖ ଅଂଚଳରେ ତ୍ରିସ୍ତରୀୟ ସ୍ୱାସ୍ଥ୍ୟସେବାରେ ସୁଧାର ଆସିପାରିବ । ଏହା ଛାତ୍ରଛାତ୍ରୀ, ବିଶେଷ କରି ଏହି ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶର ଉପାନ୍ତ ଓ ଗ୍ରାମୀଣ ଅଂଚଳର ଛାତ୍ରଛାତ୍ରୀଙ୍କୁ ଲାଭାନ୍ୱିତ କରିବ । ଏହା ଡାକ୍ତରମାନଙ୍କ ଉପଲବ୍ଧତା ବଢ଼ାଇବା ସହିତ ଛାତ୍ରଛାତ୍ରୀଙ୍କ ଲାଗି ଡାକ୍ତରୀ ଶିକ୍ଷା ସୁଯୋଗ ବୃଦ୍ଧି କରିବ । ଏହି ମେଡ଼ିକାଲ କଲେଜ, ମେଡ଼ିକାଲ ଏବଂ ପାରା ମେଡ଼ିକାଲ କଲେଜର ଛାତ୍ରାବାସ ଓ ଆବାସିକ କୋଠା ନିର୍ମାଣ ଲାଗି 210 କୋଟି ଟଙ୍କା ଆବଂଟନ କରାଯାଇଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From school to PG, girls now outnumber boys

Media Coverage

From school to PG, girls now outnumber boys
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 1, 2026
May 01, 2026

From Stolen Treasures to Smart Trains: PM Modi’s Blueprint for a Proud, Connected, Self-Reliant India