ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ 23 ତାରିଖ, 2021 ରେ କୋଲକାତା ଗସ୍ତରେ ଯିବା ସହିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ଜନ୍ମ ବାର୍ଷିକୀ ଅବସରରେ ପାଳନ ହେବାକୁ ଥିବା ‘ପରାକ୍ରମ ଦିବସ’ ରେ ସମ୍ବୋଧନ କରିବେ । ଏଥି ସହିତ ପ୍ରଧାନମନ୍ତ୍ରୀ ଆସାମର ଶିବସାଗର ଅର୍ନ୍ତଗତ ଜିରାଙ୍ଗ ପଥର ଗସ୍ତ କରି 1 . 06 ଲକ୍ଷ ଜମି ପଟ୍ଟା/ଆବଣ୍ଟନ ପ୍ରମାଣପତ୍ର ବଣ୍ଟନ କରିବେ ।

ପଶ୍ଚିମ ବଙ୍ଗରେ ପ୍ରଧାନମନ୍ତ୍ରୀ

କୋଲକାତାର ଭିକ୍ଟୋରିଆ ମେମୋରିଆଲ ଠାରେ ‘ପରାକ୍ରମ ଦିବସ’ର ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିବେ । ଦେଶ ପାଇଁ ନେତାଜୀଙ୍କର ନିସ୍ୱାର୍ଥପର ସେବା ଓ ଅଦମ୍ୟ କାର୍ଯ୍ୟଶୈଳୀକୁ ସମ୍ମାନ ଓ ସ୍ମରଣୀୟ କରିବାପାଇଁ ଭାରତ ସରକାର ପ୍ରତିବର୍ଷ ଜାନୁଆରୀ 23 ତାରିଖକୁ ‘ପରାକ୍ରମ ଦିବସ’ ଭାବେ ପାଳନ ପାଇଁ ସ୍ଥିର କରିଛନ୍ତି, ଯାହା ପ୍ରତିକୂଳ ପରିସ୍ଥିତିକୁ ନେତାଜୀ ଯେଭଳି ସାମ୍ନା କରୁଥିଲେ ସେହି ଚେତନାକୁ ଦେଶର ଲୋକ ବିଶେଷକରି ଯୁବସମାଜ ଭିତରେ ପୁର୍ନଜୀବୀତ କରି ଦେଶାତ୍ମବୋଧର ଲହର ସୃଷ୍ଟି କରିବ ।

ଏହି ଅବସରରେ ନେତାଜୀଙ୍କ ଉପରେ ଗୋଟିଏ ସ୍ଥାୟୀ ପ୍ରଦର୍ଶନୀ ଏବଂ ଗୋଟିଏ ପ୍ରୋଜେକ୍ଟ ମ୍ୟାପିଙ୍ଗ ସୋ ର ଉଦଘାଟନ ହେବ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସ୍ମରଣୀୟ ମୁଦ୍ରା ଓ ଡାକ ଟିକଟ ମଧ୍ୟ ପ୍ରକାଶ ପାଇବ । ନେତାଜୀଙ୍କ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ “ଆମାର ନୂତୋନ ଯୌବୋନେରୀ ଦୂତ୍‌” ମଧ୍ୟ ଅନୁଷ୍ଠିତ ହେବ ।

କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନ ମନ୍ତ୍ରୀ କୋଲକାତାର ଜାତୀୟ ପାଠାଗାର ପରିଦର୍ଶନରେ ଯିବେ, ଯେଉଁଠାରେ “ଏକ ବିଂଶ ଶତାବ୍ଦୀରେ ନେତାଜୀ ସୁଭାଷଙ୍କ ଉତ୍ତରାଧିକାରୀଙ୍କ ପୁନଃ ଗସ୍ତ” ଶୀର୍ଷକ ଆର୍ନ୍ତଜାତିକ ସମ୍ମିଳନୀ ଏବଂ କଳାକାର ଶିବିର ଆୟୋଜନ କରାଯାଉଛି । ସମ୍ମିଳନୀର ଅଂଶଗ୍ରହଣକାରୀ ଓ କଳାକାରମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଭାବ ବିନିମୟ କରିବେ ।

ଆସାମରେ ପ୍ରଧାନମନ୍ତ୍ରୀ

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଆସାମର ଶିବସାଗର ଠାରେ 1.06 ଲକ୍ଷ ଜମି ପଟ୍ଟା / ଆବଣ୍ଟନ ପ୍ରମାଣପତ୍ର ବଣ୍ଟନ କରିବେ । ରାଜ୍ୟରେ ଆଦିବାସୀମାନଙ୍କର ଜମି ଅଧିକାରର ସୁରକ୍ଷା ପାଇଁ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆସାମ ସରକାର ଏକ ନୂତନ ବିସ୍ତୃତ ଜମି ନୀତି ସହିତ ଆଦିବାସୀମାନଙ୍କର ଜମି ଅଧିକାର ସୁରକ୍ଷା ଊ୍‌ଜ୍ଜଷ୍ଫÿ ଗୁରୁତ୍ୱ ଦେଉଛନ୍ତି । ଆସାମର ଆଦିବାସୀମାନଙ୍କ ସପକ୍ଷରେ ଜମି ପଟ୍ଟା/ଆବଣ୍ଟନ ପ୍ରମାଣପତ୍ର ଜାରି କରି ସେମାନଙ୍କ ମଧ୍ୟରେ ସୁରକ୍ଷା ଭାବନା ସୃଷ୍ଟିକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । 2016ରେ ଆସାମରେ 5.75 ଲକ୍ଷ ଭୂମିହୀନ ପରିବାର ଥିଲେ । ବର୍ତ୍ତମାନର ସରକାର ମଇ 2016 ଠାରୁ 2.28ଲକ୍ଷ ଜମି ପଟ୍ଟା/ଆବଣ୍ଟନ ପ୍ରମାଣପତ୍ର ବାଣ୍ଟି ସାରିଲେଣି । ଜାନୁଆରୀ 23 ତାରିଖରେ ହେବାକୁ ଥିବା ଏହି ସମାରୋହ ପ୍ରକ୍ରିୟାର ପରବର୍ତ୍ତୀ ପଦକ୍ଷେପ ଅଟେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
National Technology Day Special: India’s patent boom is rewiring the auto industry

Media Coverage

National Technology Day Special: India’s patent boom is rewiring the auto industry
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 12, 2026
May 12, 2026

Building a Trusted India: Modi's Leadership in Finance, Manufacturing, and Global Partnerships