ଜାନୁଆରୀ 13, 2019ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁ ଗୋବିନ୍ଦ ସିଂଙ୍କ ଉପରେ ଏକ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବେ । ଗୁରୁ ଗୋବିନ୍ଦ ସିଂଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ ଏହା କରାଯିବ । ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।
ଶିଖମାନଙ୍କ ଦଶମ ଧର୍ମଗୁରୁ ଭାବେ ପରିଚିତ ଗୁରୁ ଗୋବିନ୍ଦ ସିଂ ତାଙ୍କର ବାଣୀ ଏବଂ ବିଚାର ଦ୍ୱାରା ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଆସିଛନ୍ତି । ଜାନୁଆରୀ 5, 2017ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଗୁରୁ ଗୋବିନ୍ଦ ସିଂଙ୍କ 350ତମ ଜନ୍ମ ବାର୍ଷିକୀରେ ଯୋଗ ଦେଇଥିଲେ । ଏହି ଅବସରରେ ସେ ସ୍ମାରକୀ ଡାକ ଟିକେଟ ଉନ୍ମୋଚନ କରିଥିଲେ । ଗୁରୁ ଗୋବିନ୍ଦ ସିଂ କିପରି ଅଭିନବ ଢଙ୍ଗରେ ଖାଲସା ସମ୍ପ୍ରଦାୟ ଏବଂ ଭାରତର ବିଭିନ୍ନ ଭାଗରୁ ପ୍ରତିନିଧିତ୍ୱ କରୁଥିବା ପାଞ୍ଚ ଜଣ ପଞ୍ଚ ପ୍ୟାରାଙ୍କୁ ନେଇ ଦେଶକୁ ଏକତ୍ରିତ କରିବା ଲାଗି ପ୍ରୟାସ କରିଥିଲେ ସେ ବିଷୟରେ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଆଲୋକପାତ କରିଥିଲେ ।

ସମାଜର ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ଗୁରୁ ଗୋବିନ୍ଦ ସିଂ କିପରି ସଂଘର୍ଷ କରିଥିଲେ ତାହା ସ୍ମରଣ କରି ପ୍ରଧାନମନ୍ତ୍ରୀ 30 ଡିସେମ୍ବର, 2018ରେ ପ୍ରସାରିତ ହୋଇଥିବା ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତରେ କହିଥିଲେ ଯେ ମାନବ ସଂଘର୍ଷ ଦୂର କରିବା ହିଁ ସର୍ବଶ୍ରେଷ୍ଠ ସେବା ବୋଲି ଗୁରୁ ଗୋବିନ୍ଦ ସିଂ ବିଶ୍ୱାସ କରିଥିଲେ । ଗୁରୁ ଗୋବିନ୍ଦ ସିଂ ଜୀଙ୍କ ବୀରତ୍ୱ, ବଳିଦାନ ଏବଂ ସମର୍ପଣକୁ ସେ ଉଚ୍ଚ ପ୍ରଶଂସା କରିଥିଲେ ।

18 ଅକ୍ଟୋବର 2016ରେ ଲୁଧିଆନା ଜାତୀୟ ଏମଏମଏମଇ ପୁରସ୍କାର ସମାରୋହରେ ପ୍ରଧାନମନ୍ତ୍ରୀ ସ୍ମରଣ କରାଇ ଦେଇଥିଲେ ଯେ କିପରି ଗୁରୁ ଗୋବିନ୍ଦ ସିଂ ସମଗ୍ର ମାନବ ଜାତିକୁ ଏକ ସମାନ ଭାବେ ବିବେଚନା କରିବା ଲାଗି ବାର୍ତ୍ତା ଦେଇଥିଲେ – କେହି କାହା ଠାରୁ ବଡ଼ କିମ୍ବା ଛୋଟ, ଛୁଆଁ କିମ୍ବା ଅଛୁଆଁ ନୁହନ୍ତି – ଏହି ବିଚାରର ଏବେ ବି ପ୍ରାସଙ୍ଗିକତା ରହିଛି । 15 ଅଗଷ୍ଟ, 2016ରେ ନିଜର ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଶିଖ ଧର୍ମଗୁରୁମାନଙ୍କ ଦେଶ ପାଇଁ ପ୍ରାଣବଳୀ ଦେବାର ପରମ୍ପରାକୁ ସ୍ମରଣ କରାଇଦେଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How India’s Rs 175 crore Diving Support Craft projects strengthen Navy’s underwater capabilities

Media Coverage

How India’s Rs 175 crore Diving Support Craft projects strengthen Navy’s underwater capabilities
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026