ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ
ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀ ଏବଂ ଶ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ତାଙ୍କର ଜନ୍ମ ବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ
ପ୍ରଧାନମନ୍ତ୍ର ଅକ୍ଟୋବର ଦୁଇ ତାରିଖରେ ପରିମଳ ଓ ଅକ୍ଷୟଶକ୍ତି ସଂକ୍ରାନ୍ତ କାର୍ଯ୍ୟକ୍ରମରେ ଯୋଗ ଦେବେ

ଆସନ୍ତାକାଲି ଗାନ୍ଧୀ ଜୟନ୍ତୀ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଭିତରେ ପରିମଳ ଏବଂ ଅକ୍ଷୟଶକ୍ତି ସଂକ୍ରାନ୍ତ କାର୍ଯ୍ୟକ୍ରମ ସ୍ଥାନ ପାଇବ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 2 ତାରିଖ, 2018ରେ ରାଜଘାଟଠାରେ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ- ଏହି ଦିବସଠାରୁ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀର 150ତମ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଲାଗି ପ୍ରଧାନମନ୍ତ୍ରୀ ମଧ୍ୟ ବିଜୟଘାଟ ଗସ୍ତ କରିବେ ।

ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରଠାରେ ମହାତ୍ମା ଗାନ୍ଧୀ ଅନ୍ତର୍ଜାତୀୟ ପରିମଳ ସମ୍ମେଳନ (ଏମଜିଆଇଏସସି)ର ଉଦଯାପନୀ ସମାରୋହରେ ସେ ଯୋଗ ଦେବେ । ଚାରି ଦିନ ଧରି ଚାଲିଥିବା ଏମଜିଆଇଏସସି କାର୍ଯ୍ୟକ୍ରମ ଏକ ଅନ୍ତର୍ଜାତୀୟ ସମ୍ମେଳନ ହୋଇଥିବା ବେଳେ ସାରା ବିଶ୍ୱରୁ ଏଥିରେ ୱାଶ (ଜଳ, ପରିମଳ ଏବଂ ସ୍ୱଚ୍ଛତା) ମନ୍ତ୍ରୀ ଏବଂ ନେତାମାନେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏକ ଛୋଟ ଡିଜିଟାଲ ପ୍ରଦର୍ଶନୀ ପରିଦର୍ଶନ କରିବେ । ତାଙ୍କ ସହିତ ମିଳିତ ଜାତିଂସଘର ମହାସଚିବ ମିଃ ଆଣ୍ଟୋନୀଓ ଗୁଟ୍ଟେର୍ସ ଯୋଗ ଦେବେ । ମଂଚରୁ ବିଶିଷ୍ଟ ଅତିଥିମାନେ ମହାତ୍ମା ଗାନ୍ଧୀଙ୍କ ଉପରେ ଏକ ସ୍ମାରକୀ ଡାକ ଟିକେଟ ଉନ୍ମୋଚନ କରିବେ ଏବଂ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ “ବୈଷ୍ଣବ ଜନ” ଉପରେ ଏକ ସିଡି ଉନ୍ମୋଚନ କରିବେ । ସ୍ୱଚ୍ଛ ଭାରତ ପୁରସ୍କାର ଏହି ଅବସରରେ ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ।

ଦିବସର ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ବିଜ୍ଞାନ ଭବନଠାରେ ଅନ୍ତର୍ଜାତୀୟ ସୌର ସଂଗଠନର ପ୍ରଥମ ଅଧିବେଶନକୁ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ସେ ମଧ୍ୟ ଦ୍ୱିତୀୟ ଆଇଓଆରଏ ଅକ୍ଷୟଶକ୍ତି ମନ୍ତ୍ରୀସ୍ତରୀୟ ବୈଠକ ଏବଂ ଦ୍ୱିତୀୟ ବିଶ୍ୱ ଆରଇ-ନିବେଶ (ଅକ୍ଷୟଶକ୍ତି ନିବେଶ ବୈଠକ ଏବଂ ପ୍ରଦର୍ଶନୀ) ର ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ମିଳିତ ଜାତିସଂଘର ମହାସଚିବ ମିଃ ଆଣ୍ଟୋନୀଓ ଗୁଟ୍ଟେର୍ସ ମଧ୍ୟ ଉପସ୍ଥିତ ରହିବେ ଏବଂ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jo khelega woh khilega, always cheer for Bharat: PM Modi meets India's CWG medallists

Media Coverage

Jo khelega woh khilega, always cheer for Bharat: PM Modi meets India's CWG medallists
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 10, 2026
August 10, 2026

History, Heritage & High Growth: Why India’s Youth Feel Unstoppable Under PM Modi’s Leadership