ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ତାଲକୋତରା ଷ୍ଟାଡିୟମରେ 2018 ସେପ୍ଟେମ୍ବର 1 ତାରିଖ ଦିନ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ସ ବ୍ୟାଙ୍କ (ଆଇପିପିବି)ର ଶୁଭାରମ୍ଭ କରିବେ ।

କେନ୍ଦ୍ର ସରକାରଙ୍କ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଉଦ୍ଦେଶ୍ୟକୁ ଦ୍ରୁତ ଗତିରେ ଆଗେଇ ନେବା ଦିଗରେଆଇପିପିବିକୁ ଜନସାଧାରଣଙ୍କ ପାଇଁ ଏକ ସହଜ, ସୁଲଭ ଓ ବିଶ୍ୱସନୀୟ ବ୍ୟାଙ୍କ ଭାବେ ପରିକଳ୍ପନା କରାଯାଇଛି । ଏହା ଡାକ ବିଭାଗର ବିଶାଳ ନେଟୱାର୍କର ସହାୟତା ନେବ, ଯାହାକି 3,00,000 ପୋଷ୍ଟମ୍ୟାନ ଏବଂ ଗ୍ରାମୀଣ ଡାକ ସେବକଙ୍କୁ ନେଇ ଗଠିତ ଏବଂ ଦେଶର ପ୍ରତିଟି ଅଂଚଳକୁ ଅନ୍ତର୍ଭୁକ୍ତକରିବ । ଏହିପରି ଆଇପିପିବି ଭାରତରେ ବ୍ୟାଙ୍କିଂ କ୍ଷେତ୍ରର ପହଂଚକୁ ବ୍ୟାପକ ଭାବେ ବୃଦ୍ଧି କରିବ ।

ଦ୍ରୁତ ଗତିରେ ବିକଶିତ ହେଉଥିବା ଭାରତର ଲାଭକୁ ଆମ ଦେଶର ଦୁର୍ଗମ ଅଂଚଳରେ ପହଂଚାଇବା ଲାଗି କେନ୍ଦ୍ର ସରକାରଙ୍କ ପ୍ରୟାସ କ୍ଷେତ୍ରରେ ଆଇପିପିବିର ଶୁଭାରମ୍ଭ ଆଉ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।

ଶୁଭାରମ୍ଭ ଦିନ ଦେଶବ୍ୟାପୀ ଆଇପିପିବିର 650ଟି ଶାଖା ଏବଂ 3250ଟି ଏକ୍ସେସ ପଏଣ୍ଟ ଖୋଲାଯିବ । ଏକାସଙ୍ଗେ ଉକ୍ତ ଶାଖା ଏବଂ ଏକ୍ସେସ ପଏଣ୍ଟଗୁଡ଼ିକରେ ଶୁଭାରମ୍ଭ କାର୍ଯ୍ୟକ୍ରମର ଆୟୋଜନ କରାଯିବ ।

2018 ଡିସେମ୍ବର 31 ସୁଦ୍ଧା ଦେଶର ସମଗ୍ର 1.55 ଲକ୍ଷ ପୋଷ୍ଟ ଅଫିସକୁ ଆଇପିପିବି ସିଷ୍ଟମ ଦ୍ୱାରା ସଂଯୁକ୍ତ କରାଯିବ ।

ଆଇପିପିବି ଅନେକ ଉତ୍ପାଦ ସୁବିଧା ପ୍ରଦାନ କରିବ ଯେଉଁଥିରେ କି ସାମିଲ ରହିଛି ସଂଚୟ ତଥା ବର୍ତ୍ତମାନର ଏକାଉଣ୍ଟ, ଅର୍ଥ ସ୍ଥାନାନ୍ତର, ସିଧାସଳଖ ଲାଭାଂଶ ସ୍ଥାନାନ୍ତର, ବିଲ ଓ ଆବଶ୍ୟକ ଦେୟ,ଏଣ୍ଟରପ୍ରାଇଜ ଓ ମର୍ଚ୍ଚାଂଟ ଦେୟ । ଏହି ଉତ୍ପାଦଗୁଡ଼ିକ ଏବଂ ଏଥିସହିତ ସମ୍ପର୍କିତ ସେବାଗୁଡ଼ିକୁ  ବିବିଧ ଚ୍ୟାନେଲ (କାଉଣ୍ଟର ସେବା, ମାଇକ୍ରୋ-ଏଟିଏମ, ମୋବାଇଲ ବେଙ୍କିଂ ଆପ, ଏସଏମଏସ ଓ ଆଇଭିଆର) ମାଧ୍ୟମରେ ବ୍ୟାଙ୍କର ସ୍ୱଦେଶୀ ବୈଷୟିକ ଭିତ୍ତିଭୂମି ମାଧ୍ୟମରେ ପ୍ରଦାନ କରାଯିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IIT Delhi tops India in QS Rankings 2027; 52 Indian institutions feature

Media Coverage

IIT Delhi tops India in QS Rankings 2027; 52 Indian institutions feature
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 18, 2026
June 18, 2026

PM Modi’s Leadership Delivers: Electronic Interlocking, Semiconductor Push & Tariff-Free UK Access