ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଲାଲକିଲ୍ଲାଠାରେ 23 ଜାନୁଆରୀ 2019ରେ ସୁଭାଷ ଚନ୍ଦ୍ର ବୋଷ ସଂଗ୍ରହାଳୟର ଉଦ୍ଘାଟନ କରିବେ ।

ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ଆଜାଦ ହିନ୍ଦ ଫୌଜ ଉପରେ ଆଧାରିତ ସଂଗ୍ରହାଳୟ ଉଦ୍ଘାଟନ ଲାଗି ଫଳକ ଉନ୍ମୋଚନ କରିବେ । ପ୍ରଧାନମନ୍ତ୍ରୀ ଏହି ସଂଗ୍ରହାଳୟ ପରିଦର୍ଶନ ମଧ୍ୟ କରିବେ ।

ଜାଲିଆନାୱାଲା ବାଗ ଏବଂ ପ୍ରଥମ ବିଶ୍ୱଯୁଦ୍ଧ ଉପରେ ୟାଦେ ଏ ଜଲିଆଁ ସଂଗ୍ରହାଳୟକୁ ପ୍ରଧାନମନ୍ତ୍ରୀ ପରିଦର୍ଶନ କରିବେ ।
ଲାଲକିଲ୍ଲାଠାରେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ 1857 ସିପାହୀ ବିଦ୍ରୋହ ଏବଂ ଭାରତୀୟ କଳା ଉପରେ ଦୃଶ୍ୟକଳା ସଂଗ୍ରହାଳୟକୁ ମଧ୍ୟ ପ୍ରଧାନମନ୍ତ୍ରୀ ବୁଲି ଦେଖିବେ ।

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ଆଜାଦ ହିନ୍ଦ ଫୌଜ ଉପରେ ଥିବା ସଂଗ୍ରହାଳୟରେ ଉଭୟ ଆଜାଦ ହିନ୍ଦ ଫୌଜ ଏବଂ ନେତାଜୀଙ୍କ ଜୀବନୀ ଉପରେ ବିସ୍ତୃତ ବିବରଣୀ ରହିଛି । ଏଥିରେ ମଧ୍ୟ ସୁଭାଷ ଚନ୍ଦ୍ର ବୋଷ ଏବଂ ଆଜାଦ ହିନ୍ଦ ଫୌଜ ଉପରେ ବିଭିନ୍ନ କଳାକୃତି ରହିଛି । ନେତାଜୀଙ୍କ ଦ୍ୱାରା ବ୍ୟବହୃତ କାଠ ଚେୟାର ଓ ଖଣ୍ଡା, ଆଜାଦ ହିନ୍ଦ ଫୌଜର ମେଡାଲ, ବ୍ୟାଜ, ୟୁନିଫର୍ମ ଏବଂ ଅନ୍ୟ କଳାକୃତି ଏଠାରେ ରହିଛି ।

ଏହି ସଂଗ୍ରହାଳୟକୁ ଉଦ୍ଘାଟନ କରିବା ସହିତ ପ୍ରଧାନମନ୍ତ୍ରୀ ନିଜେ ଶିଳାନ୍ୟାସ କରିଥିବା ପ୍ରକଳ୍ପକୁ ନିଜେ ହିଁ ଉଦ୍ଘାଟନ କରିବାର ପରମ୍ପରାକୁ ବଜାୟ ରଖିବେ । ଏହି ସଂଗ୍ରହାଳୟ ପାଇଁ ଅକ୍ଟୋବର 21, 2018ରେ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିଲେ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଗଠିତ ଆଜାଦ ହିନ୍ଦ ସରକାରଙ୍କ 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଏହାର ଉଦ୍ଘାଟନ କରାଯାଇଥିଲା । ସ୍ୱାଧୀନତାର ମୂଲ୍ୟକୁ ଧାରଣ କରି ପ୍ରଧାନମନ୍ତ୍ରୀ ଏହି ଅବସରର ସ୍ମୃତିରେ ଲାଲକିଲ୍ଲାଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ବିପର୍ଯ୍ୟୟ ପ୍ରଶମନ ଅପରେସନରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବା ଲାଗି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ନାମିତ ଏକ ପୁରସ୍କାର ମଧ୍ୟ ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ । ଏହି ଅବସରରେ, 21 ଅକ୍ଟୋବର 2018ରେ ଜାତୀୟ ପୋଲିସ ସ୍ମାରକକକୁ ମଧ୍ୟ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରାଯାଇଥିଲା ।

30 ଡିସେମ୍ବର 2018ରେ ଆଣ୍ଡାମାନ ଏବଂ ନିକୋବାର ଦ୍ୱୀପ ସମୂହରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନାଦର୍ଶକୁ ପ୍ରଧାନମନ୍ତ୍ରୀ ପୁଣିଥରେ ସର୍ବସମ୍ମୁଖକୁ ଆଣିଥିଲେ । ସେ ଏକ ସ୍ମାରକୀ ଷ୍ଟାମ୍ପ, ମୁଦ୍ରା ଏବଂ ଫାଷ୍ଟ’ଡେ କଭର ଜାରି କରି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ଭାରତ ମାଟିରେ ତ୍ରିରଙ୍ଗା ଉତ୍ତୋଳନର 75ତମ ବର୍ଷ ପୂର୍ତ୍ତିର ସ୍ମୃତିକୁ ତାଜା କରିଥିଲେ । କିପରି ନେତାଜୀଙ୍କ ଆହ୍ୱାନରେ ଆଣ୍ଡାମାନର ବହୁସଂଖ୍ୟକ ଯୁବକ ସେମାନଙ୍କୁ ଭାରତର ସ୍ୱାଧୀନତା ସଂଗ୍ରାମରେ ସମର୍ପିତ କରିଥିଲେ ତାହା ସେ ସ୍ମରଣ କରାଇ ଦେଇଥିଲେ । 150 ଫୁଟ ଉଚ୍ଚ ତ୍ରିରଙ୍ଗା ଉଡ଼ାଇ 1943ରେ ନେତାଜୀ ପ୍ରଥମେ ତ୍ରିରଙ୍ଗା ଉଡ଼ାଇବାର ସ୍ମୃତିକୁ ଉଜ୍ଜିବିତ କରିବା ଲାଗି ଚେଷ୍ଟା କରାଯାଇଥିଲା । ନେତାଜୀଙ୍କୁ ସମ୍ମାନ ଜଣାଇବାର ପ୍ରତୀକ ସ୍ୱରୂପ ରୋସ ଦ୍ୱୀପକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପ ଭାବେ ନାମିତ କରାଯାଇଥିଲା ।

ପୂର୍ବରୁ ଅକ୍ଟୋବର 2015ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରିବାର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ଏବଂ ଭାରତ ସରକାରଙ୍କ ନିକଟରେ ଥିବା ନେତାଜୀଙ୍କ ସଂକ୍ରାନ୍ତ ଗୋପନୀୟ ଫାଇଲକୁ ଜାରି କରିବା ପାଇଁ ଅନୁରୋଧ କରିଥିଲେ । ଭାରତୀୟ ଜାତୀୟ ଅଭିଲେଖାଗାରଠାରେ ଜାନୁଆରୀ 2018ରେ ପ୍ରଧାନମନ୍ତ୍ରୀ 100ଟି ନେତାଜୀ ଫାଇଲର ଡିଜିଟାଲ କପି ଜାରି କରିଥିଲେ ।

ୟାଦେ ଇ ଜଲିଆଁ ସଂଗ୍ରହାଳୟ ଏପ୍ରିଲ 13, 1919ରେ ସଂଘଟିତ ଜାଲିଆନାୱାଲା ବାଗ ଗଣହତ୍ୟାର ବିସ୍ତୃତ ତଥ୍ୟ ପ୍ରଦାନ କରୁଛି । ଏହି ସଂଗ୍ରହାଳୟରେ ମଧ୍ୟ ପ୍ରଥମ ବିଶ୍ୱ ଯୁଦ୍ଧ ସମୟରେ ଭାରତୀୟ ସୈନିକମାନଙ୍କ ବୀରତ୍ୱ, ସାହସ ଏବଂ ବଳିଦାନର ସ୍ମୃତି ଦେଖିବାକୁ ମିଳିବ । 1857 ପ୍ରଥମ ସ୍ୱାଧୀନତା ସଂଗ୍ରାମ ଉପରେ ଆଧାରିତ ସଂଗ୍ରହାଳୟ ତତ୍କାଳୀନ ସମୟରେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସାହସ, ବଳିଦାନ ବିଷୟରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

ଭାରତୀୟ କଳାର ପ୍ରଦର୍ଶନୀ- ଦୃଶ୍ୟକଳାରେ ଷୋଡ଼ଷ ଶତାବ୍ଦୀଠାରୁ ଭାରତର ସ୍ୱାଧୀନତା ପର୍ଯ୍ୟନ୍ତ ଭାରତୀୟ କଳାକୃତିକୁ ପ୍ରଦର୍ଶିତ କରୁଛି ।
ସାଧାରଣତନ୍ତ୍ର ଦିବସ ପୂର୍ବରୁ ପ୍ରଧାନମନ୍ତ୍ରୀ ଏହି ସଂଗ୍ରହାଳୟ ପରିଦର୍ଶନ କରିବା ଦେଶ ପାଇଁ ପ୍ରାଣବଳୀ ଦେଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ହେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Praises Farmers For Taking India's Rich Mango Heritage To Global Markets

Media Coverage

PM Modi Praises Farmers For Taking India's Rich Mango Heritage To Global Markets
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting the virtues of firm resolve, self-control, and wisdom
June 02, 2026

Prime Minister Shri Narendra Modi today shared a Sanskrit Subhashitam, observing that firm resolve and self-control are the powers that make even the most difficult paths easy. Shri Modi highlighted that today, our youth are continuously engaged in nation-building with this very resolve.

The Prime Minister posted on X:

"दृढ़ निश्चय और आत्म-संयम वह शक्ति है, जो कठिन से कठिन राह को भी आसान बना देती है। आज हमारे युवा साथी इसी संकल्प के साथ राष्ट्र निर्माण में निरंतर जुटे हुए हैं।

निश्चित्य यः प्रक्रमते
नान्तर्वसति कर्मणः।

अबन्ध्यकालो वश्यात्मा
स वै पण्डित उच्यते॥"

A person who begins a task after careful deliberation and with firm resolve, who never leaves it unfinished, who uses time wisely and who maintains complete control over their senses, such a person alone is truly wise.