ରାଷ୍ଟ୍ର ର୍ନିମାଣରେ ଭାରତର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଅବଦାନକୁ ସମ୍ମାନିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦର୍ଶନ ଦ୍ୱାରା ଏହି ସଂଗ୍ରହାଳୟ ପ୍ରତିଷ୍ଠିତ
ସଂଗ୍ରହାଳୟ ଭାରତର ପ୍ରତ୍ୟେକ ପ୍ରଧାନମନ୍ତ୍ରୀଙ୍କ ପାଇଁ ଶ୍ରଦ୍ଧାଞ୍ଜଳି; ନିଜର ପ୍ରଧାନମନ୍ତ୍ରୀଙ୍କ ଜୀବନ ଓ ଯୋଗଦାନ ଦ୍ୱାରା ସ୍ୱାଧୀନତା ପରବର୍ତ୍ତୀ ଭାରତର କାହାଣୀ ବର୍ଣ୍ଣନା କରିବ
ସଂଗ୍ରହାଳୟର ଲୋଗୋ ଧର୍ମ ଚକ୍ର ଧାରି ରାଷ୍ଟ୍ର ଏବଂ ଗଣତନ୍ତ୍ରର ପ୍ରତୀକ ଭାରତର ଲୋକଙ୍କ ହାତକୁ ପ୍ରତିପାଦିତ କରେ
ସଂଗ୍ରହାଳୟରେ ବର୍ତ୍ତମାନର ବିଷୟବସ୍ତୁକୁ ଆବର୍ଷକ ଭାବେ ଉପସ୍ଥାପନ କରିବାକୁ ଜ୍ଞାନକୌଶଳ-ଆଧାରିତ ସଂଯୋଗକୁ ଅନ୍ତର୍ଭୁକ୍ତ କରାଯାଇଛି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୪ ଏପ୍ରିଲ, ୨୦୨୨ ଦିନ ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଉଦଘାଟନ କରିବେ । ଆଜାଦୀ କା ଅମୃତ ମହୋତ୍ସବ ଉତ୍ସବ ଅବସରରେ ଉଦଘାଟିତ ହେବାକୁ ଯାଉଥିବା ସଂଗ୍ରହାଳୟ ଏହାର ପ୍ରଧାନମନ୍ତ୍ରୀଙ୍କ ଜୀବନ ଏବଂ ଅବଦାନ ମାଧ୍ୟମରେ ସ୍ୱାଧୀନତା ପରେ ଭାରତର କାହାଣୀ ବର୍ଣ୍ଣନା କରେ ।

ରାଷ୍ଟ୍ର ର୍ନିମାଣରେ ଭାରତର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଅବଦାନକୁ ସମ୍ମାନିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦର୍ଶନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ସ୍ୱାଧୀନତା ପରଠାରୁ ଭାରତର ପ୍ରତ୍ୟେକ ପ୍ରଧାନମନ୍ତ୍ରୀଙ୍କ ପାଇଁ ସେମାନଙ୍କର ଆଦର୍ଶ କିମ୍ବା କାର୍ଯ୍ୟକାଳ ର୍ନିବିଶେଷରେ ଏକ ଶ୍ରଦ୍ଧାଞ୍ଜଳି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏହା ଏକ ଅନ୍ତର୍ଭୂକ୍ତ ଉଦ୍ୟମ, ଯାହା ଆମର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ, ଦୂରଦୃଷ୍ଟି ଏବଂ ସଫଳତା ବିଷୟରେ ଯୁବ ପୀଢିକୁ ସଚେତନ ତଥା ପ୍ରେରଣା ଯୋଗାଇବ ।

ପୁରାତନ ଏବଂ ନୂତନର ଏକ ସମିଶ୍ରଣକୁ ପ୍ରତିନିଧିତ୍ୱ କରି ସଂଗ୍ରହାଳୟର ବ୍ଲକ୍‌-୨ ଭାବରେ ର୍ନିମିତ ନୂତନ ସୌଧ ସହିତ ବ୍ଲକ୍‌-୧ ଭାବରେ ନାମିତ ତିନି ମୂର୍ତ୍ତି ଭବନକୁ ଏକତ୍ରିତ କରେ । ଦୁଇଟି ବ୍ଲକର ସମୁଦାୟ କ୍ଷେତ୍ରଫଳ ୧୫,୬୦୦ ବର୍ଗ ମିଟରରୁ ଅଧିକ ।

ସଂଗ୍ରହାଳୟ ସୌଧର ଡିଜାଇନ୍ ଭାରତର ଉତ୍ଥାନର କାହାଣୀ ଦ୍ୱାରା ଅନୁପ୍ରାଣିତ ହୋଇଛି, ଏହାର ନେତୃବୃନ୍ଦଙ୍କ ଦ୍ୱାରା ଆକୃତିର ଡିଜାଇନ୍ ସ୍ଥାୟୀ ଏବଂ ଶକ୍ତି ସଂରକ୍ଷଣ ଅଭ୍ୟାସକୁ ଅନ୍ତର୍ଭୁକ୍ତ କରେ । ପ୍ରକଳ୍ପର କାର୍ଯ୍ୟ ସମୟରେ କୌଣସି ଗଛ କଟାଯାଇ ନାହିଁ କିମ୍ବା ପ୍ରତିରୋପଣ କରାଯାଇ ନାହିଁ । ସଂଗ୍ରହାଳୟର ଲୋଗୋ ଧର୍ମଚକ୍ର ଦେଶ ତଥା ଗଣତନ୍ତ୍ରର ପ୍ରତୀକ ଥିବା ଭାରତର ଲୋକଙ୍କ ହାତକୁ ପ୍ରତିନିଧିତ୍ୱ କରେ ।

ସଂଗ୍ରହାଳୟ ପାଇଁ ସୂଚନା ପ୍ରସାର ଭାରତୀ, ଦୂରଦର୍ଶନ, ଫିଲ୍ମ ଡିଭିଜନ, ସଂସଦ ଟିଭି, ପ୍ରତିରକ୍ଷା ମନ୍ତ୍ରଣାଳୟ, ମିଡିଆ ହାଉସ୍ (ଭାରତୀୟ ଏବଂ ବିଦେଶୀ), ବୈଦେଶିକ ସମ୍ବାଦ ସରବରାହ ଇତ୍ୟାଦି ସଂସ୍ଥାଗୁଡ଼ିକ ସହିତ ଉତ୍ସ / ସଂଗ୍ରହାଳୟ ମାଧ୍ୟମରେ ତଥ୍ୟ ସଂଗ୍ରହ କରାଯାଇଥିଲା । ଅଭିଲେଖାଗାରକୁ ବ୍ୟବହାର କରି (ଅନ୍ୟାନ୍ୟ ସାହିତ୍ୟିକ କାର୍ଯ୍ୟ, ଗୁରୁତ୍ୱପୂର୍ଣ୍ଣ ଚିଠିପତ୍ର), କିଛି ବ୍ୟକ୍ତିଗତ ବସ୍ତୁ, ଉପହାର ଏବଂ ସ୍ମାରକପତ୍ର (ସମାରୋହ, ସମ୍ମାନ, ପଦକ ପ୍ରଦାନ, ସ୍ମରଣୀୟ ଷ୍ଟାମ୍ପ, ମୁଦ୍ରା ଇତ୍ୟାଦି), ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଏବଂ ଆଦର୍ଶର ଉପନ୍ୟାସ ଏବଂ ପ୍ରଧାନମନ୍ତ୍ରୀଙ୍କ ଜୀବନର ବିଭିନ୍ନ ଦିଗ  ଏକ ଭାବଗତ ଫର୍ମାଟରେ ପ୍ରତିଫଳିତ ହୋଇଛି ।

ସଂଗ୍ରହାଳୟ ସାମଗ୍ରୀରେ ବିବିଧତା ଏବଂ ପ୍ରଦର୍ଶନକୁ ବାରମ୍ବାର ବଦଳାଇବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ-ଆଧାରିତ ବ୍ୟବସ୍ଥା ହୋଇଛି ।  ହୋଲୋଗ୍ରାମ୍‌, ଭର୍ଚୁଆଲ୍ ରିଅଲିଟି, ଅଗମେଣ୍ଟେଡ୍ ରିଅଲିଟି, ମଲ୍ଟି-ଟଚ୍‌, ମଲ୍ଟିମିଡିଆ, ଇଣ୍ଟରଆକ୍ସିଭ କିଓସ୍କ, କମ୍ପ୍ୟୁଟରାଇଜଡ୍ ଗତିଜ ମୂର୍ତ୍ତି, ସ୍ମାର୍ଟଫୋନ୍ ଆପ୍ଲିକେସନ୍‌, ଇଣ୍ଟରଆକ୍ଟିଭ୍ ସ୍କ୍ରିନ୍‌, ଅଭିଜ୍ଞତା ସ୍ଥାପନ ଇତ୍ୟାଦି ପ୍ରଦର୍ଶନୀ ବିଷୟବସ୍ତୁକୁ ଅତ୍ୟନ୍ତ ଆକର୍ଷଣୀୟ ହେବାକୁ ସକ୍ଷମ କରିଥାଏ ।

ସଂଗ୍ରହାଳୟରେ ସମୁଦାୟ ୪୩ ଗ୍ୟାଲେରୀ ଅଛି । ସ୍ୱାଧୀନତା ସଂଗ୍ରାମର ପ୍ରଦର୍ଶନ ଏବଂ ସମ୍ବିଧାନ ପ୍ରସ୍ତୁତ ହେବା ଠାରୁ ଆରମ୍ଭ କରି ସଂଗ୍ରହାଳୟ ଆମର ପ୍ରଧାନମନ୍ତ୍ରୀମାନେ ବିଭିନ୍ନ ଆହ୍ୱାନ ମାଧ୍ୟମରେ ଦେଶକୁ କିପରି ଆଗକୁ ନେଇଥିଲେ ଏବଂ ଦେଶର ସର୍ବାଙ୍ଗୀନ ପ୍ରଗତି ସୁନିଶ୍ଚିତ କରିଥିଲେ ତାହାର କାହାଣୀ କହିବାକୁ ଯାଉଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Proud Moment For Every Indian: PM Modi On Sarnath Being Inscribed On UNESCO World Heritage List

Media Coverage

Proud Moment For Every Indian: PM Modi On Sarnath Being Inscribed On UNESCO World Heritage List
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses gratitude to brave soldiers on Kargil Vijay Diwas
July 26, 2026

Prime Minister Shri Narendra Modi today stated that on Kargil Vijay Diwas, our nation expresses gratitude to the brave soldiers for their extraordinary courage and commitment towards securing India.

The Prime Minister noted that their valour in the face of the most formidable conditions will forever remain a source of national pride. He observed that their unwavering patriotism and devotion to duty will continue to inspire generations.

In a post on X, the Prime Minister shared:

"On Kargil Vijay Diwas, our nation expresses gratitude to the brave soldiers for their extraordinary courage and commitment towards securing India. Their valour in the face of the most formidable conditions will forever remain a source of national pride. Their unwavering patriotism and devotion to duty will continue to inspire generations."