PM Modi to inaugurate a stretch of the new Magenta line of the Delhi Metro on 25th December
PM Modi to undertake metro ride from Botanical Garden, address public meeting
5 new Metro Rail Projects covering a total length of over 140 kilometres approved by Centre
Metro Lines of around 250 kilometre length are proposed to be commissioned over the next two years

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର 25 ତାରିଖରେ ଦିଲ୍ଲ ମେଟ୍ରୋର ନୂଆ ମାଜେଣ୍ଟା ଲାଇନର ଗୋଟିଏ ଅଂଶକୁ ଉଦ୍ଘାଟନ କରିବେ । ଏହି ଲାଇନ ନୋଏଡ଼ାର ବଟାନିକାଲ ଗାର୍ଡେନକୁ ଦିଲ୍ଲୀର କାଲ୍କାଜୀ ମନ୍ଦିର ସହ ଯୋଡ଼ିବ । ଏହାଦ୍ୱାରା ନୋଏଡ଼ା ଏବଂ ଦକ୍ଷିଣ ଦିଲ୍ଲୀ ମଧ୍ୟରେ ଯାତ୍ରା ସମୟ ବହୁଳ ଭାବେ ହ୍ରାସ ପାଇବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନୋଏଡ଼ାରେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ ।

ନୂଆ ଲାଇନ କାର୍ଯ୍ୟକ୍ଷମ ହେବା ପରେ ଦେଶରେ ସହରାଞ୍ଚଳ ପରିବହନ ବ୍ୟବସ୍ଥାକୁ ଆଧୁନିକ କରିବାରେ ସରକାରଙ୍କ ପ୍ରୟାସରେ ଆଉ ଏକ ଅଧ୍ୟାୟ ଯୋଡ଼ି ହେବ । ଏହି ଲାଇନ ପ୍ରଯୁକ୍ତି କୈନ୍ଦ୍ରିକ ଏବଂ ପରିବେଶ ଅନୁକୂଳ ଦ୍ରୁତ ସହରାଞ୍ଚଳ ପରିବହନ ବ୍ୟବସ୍ଥା ଦିଗରେ ଏକ ପଦକ୍ଷେପ ଭାବେ ସାବ୍ୟସ୍ତ ହେବ ।

2017ରେ ଏହା ତୃତୀୟ ମେଟ୍ରୋ ଲାଇନ ଯାହାର ଉଦ୍ଘାଟନ ପ୍ରଧାନମନ୍ତ୍ରୀ କରିବେ । ଏଥିପୂର୍ବରୁ ସେ କୋଚି ମେଟ୍ରୋ ଏବଂ ନଭେମ୍ବରରେ ହାଇଦ୍ରାବାଦ ମେଟ୍ରୋକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ଏହି ଦୁଇ ପ୍ରକଳ୍ପର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ସାଧାରଣ ସଭା ସ୍ଥଳରେ ପହଞ୍ଚିବା ପୂର୍ବରୁ ନୂଆ ମେଟ୍ରୋ ଲାଇନରେ କିଛି ଦୂର ଯାତ୍ରା କରିଥିଲେ ।

ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ରାଜଧାନୀ ଅଂଚଳରେ ନିଜ କାର୍ଯ୍ୟକ୍ରମରେ ଭାଗ ନେବା ଲାଗି ମେଟ୍ରୋରେ ଯାତ୍ରା କରିଥା’ନ୍ତି । ଜୁନ 2016ରେ ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଫ୍ରାଂସୁଆଁ ହୋଲାଁ ଦିଲ୍ଲୀରୁ ଗୁରୁଗ୍ରାମ ପର୍ଯ୍ୟନ୍ତ ମେଟ୍ରୋରେ ଯାତ୍ରା କରିଥିଲେ । ସେଠାରେ ସେମାନେ ମିଳିତ ଭାବେ ଆନ୍ତର୍ଜାତିକ ସୌର ସଂଗଠନର ମୁଖ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ନିକଟରେ ଏପ୍ରିଲ 2017ରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମାଲକମ ଟର୍ଣ୍ଣବୁଲଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅକ୍ଷରଧାମ ମନ୍ଦିର ପର୍ଯ୍ୟନ୍ତ ମେଟ୍ରୋରେ ଯାତ୍ରା କରିଥିଲେ ।

ଦ୍ରୁତ ସହର ପରିବହନ ବ୍ୟବସ୍ଥା ଜରିଆରେ ଯୋଗାଯୋଗ ବୃଦ୍ଧି କରିବାର ଲକ୍ଷ୍ୟ ନେଇ ଗତ ସାଢ଼େ ତିନି ବର୍ଷର ଅବଧି ମଧ୍ୟରେ ପାଖାପାଖି 165 କିମି ଦୂରତାକୁ କଭର କରୁଥିବା ୯ଟି ମେଟ୍ରୋ ପ୍ରକଳ୍ପ ଚାଲୁ କରାଯାଇଛି । ପାଂଚଟି ନୂଆ ମେଟ୍ରୋ ରେଳ ପ୍ରକଳ୍ପର ଅନୁମୋଦନ କରାଯାଇଛି । ଯାହାଦ୍ୱାରା 140 କିମି ଦୂରତ୍ୱ ବିଶିଷ୍ଟ ମେଟ୍ରୋ ଲାଇନର ନିର୍ମାଣ ହେବ । ପରବର୍ତ୍ତୀ ଦୁଇ ବର୍ଷ ମଧ୍ୟରେ ପାଖାପାଖି 250 କିମି ଲମ୍ବର ମେଟ୍ରୋ ଲାଇନକୁ ଚାଲୁ କରିବାର ପ୍ରସ୍ତାବ ରହିଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
UDAN Push: Why Aerospace Majors Airbus And Embraer Are Betting Big On Make In India

Media Coverage

UDAN Push: Why Aerospace Majors Airbus And Embraer Are Betting Big On Make In India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Mr. Balendra Shah on being sworn in as the Prime Minister of Nepal
March 27, 2026

The Prime Minister, Shri Narendra Modi congratulated Mr. Balendra Shah on being sworn in as the Prime Minister of Nepal. “Your appointment reflects the trust reposed in your leadership by the people of Nepal. I look forward to working closely with you to take India-Nepal friendship and cooperation to even greater heights for the mutual benefit of our two peoples”, Shri Modi said.

The Prime Minister posted on X:

“Warm congratulations to Mr. Balendra Shah on being sworn in as the Prime Minister of Nepal.

Your appointment reflects the trust reposed in your leadership by the people of Nepal. I look forward to working closely with you to take India-Nepal friendship and cooperation to even greater heights for the mutual benefit of our two peoples.”

@ShahBalen