PM Modi to inaugurate Dr. APJ Abdul Kalam’s memorial, flag off ‘Kalam Sandesh Vahini’
PM Modi to distribute sanction letters to the beneficiaries of long liner trawlers
Prime Minister Modi to flag off a new express train from Ayodhya to Rameswaram

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (27.07.2017) ପୂର୍ବାହ୍ନ 11ଟା 30ମିନିଟ୍ ସମୟରେ ରାମେଶ୍ୱରମର ପେଇକୁରୁମ୍ବୁଠାରେ ପୂର୍ବତନ ରାଷ୍ଟ୍ରପତି ଡଃ.ଏପିଜେ ଅବଦୁଲ କଲାମଙ୍କ ସ୍ମାରକୀସ୍ଥଳ ଉଦ୍ଘାଟନ କରିବେ । ଡିଆରଡିଓ ଦ୍ୱାରା ଡିଜାଇନ୍ ଏବଂ ନିର୍ମାଣ କରାଯାଇଥିବା ସ୍ମାରକୀ ଠାରେ ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବେ  ।

ପ୍ରଧାନମନ୍ତ୍ରୀ ସେଠାରେ ଡଃ.ଅବଦୁଲ କଲାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବେ । ଡଃ.କଲାମଙ୍କ ପରିବାର ସଦସ୍ୟମାନଙ୍କ ସହିତ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ।

ପରେ ପ୍ରଧାନମନ୍ତ୍ରୀ ‘କଲାମ୍ ସନ୍ଦେଶ ବାହିନୀ’ ନାମକ ପ୍ରଦର୍ଶନୀ ବସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ଯାହା ଦେଶର ବିଭିନ୍ନ ରାଜ୍ୟକୁ ପରିଭ୍ରମଣ କରିବ ଏବଂ ଅକ୍ଟୋବର 15 ତାରିଖ ପୂର୍ବତନ ରାଷ୍ଟ୍ରପତିଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ଭବନରେ ପହଂଚିବ ।

ଏହାପରେ ମଣ୍ଡପମରେ ଆୟୋଜିତ ଏକ ଜନସଭାରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ଯିବେ । ନୀଳ ବିପ୍ଳବ ଯୋଜନା ଅଧୀନରେ ଲମ୍ବା ଲାଇନ୍ ଟ୍ରଲର ହିତାଧିକାରୀମାନଙ୍କୁ ସ୍ୱୀକୃତିପତ୍ର ପ୍ରଦାନ କରିବେ । ସେ ମଧ୍ୟ ଅଯୋଧ୍ୟାରୁ ରାମେଶ୍ୱରମ୍ ପର୍ଯ୍ୟନ୍ତ ନୂଆ ଏକ୍ସପ୍ରେସ୍ ଟ୍ରେନକୁ ଶୁଭାରମ୍ଭ (ଭିଡିଓ କନଫେରେନ୍ସିଂ ଜରିଆରେ) କରିବେ । ପ୍ରଧାନମନ୍ତ୍ରୀ ସବୁଜ ରାମେଶ୍ୱରମ୍ ପ୍ରକଳ୍ପର ରୂପରେଖ ଜାରି କରିବେ । ସେ ଜାତୀୟ ରାଜପଥ ନମ୍ବର-87ର ମୁକୁନ୍ଦାରୟାର ଚତିରାମ ଏବଂ ଅରିଚଲମୁନାଇ ମଧ୍ୟରେ 9.5 କିଲୋମିଟର ସଂଯୋଗ ରାସ୍ତାକୁ  ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବା ଲାଗି ଫଳକ ଉନ୍ମୋଚନ କରିବେ । ପ୍ରଧାନମନ୍ତ୍ରୀ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବା ପରେ ଗସ୍ତ ଶେଷ କରିବେ ।

ସୂଚନାଯୋଗ୍ୟ ଯେ ମାତ୍ର ଏକ ବର୍ଷ ମଧ୍ୟରେ ଡିଆରଡିଓ ଦ୍ୱାରା କଲାମ ସ୍ମାରକୀ ସ୍ଥଳର ନିର୍ମାଣ କରାଯାଇଛି । ସ୍ଥାପତ୍ୟ ଦୃଷ୍ଟିରୁ ଏହାକୁ ବିଭିନ୍ନ ଜାତୀୟ ସ୍ମାରକୀ ସ୍ଥଳରୁ ପ୍ରେରଣା ନିଆଯାଇ ନିର୍ମାଣ କରାଯାଇଛି  । ଯେପରିକି ଏହାର ପ୍ରବେଶ ପଥ ଇଣ୍ଡିଆ ଗେଟ୍ ଭଳି ହୋଇଥିବା ବେଳେ ଦୁଇଟି ଗମ୍ବୁଜ ରାଷ୍ଟ୍ରପତି ଭବନ ଢାଂଚାରେ ନିର୍ମାଣ କରାଯାଇଛି । ଏହି ସ୍ମାରକୀ ସ୍ଥଳରେ 4ଟି ମୁଖ୍ୟ ହଲ୍ ରହିଛି ଯେଉଁଥିରେ ଡଃ.କଲାମଙ୍କ ଜୀବନକାଳ ସମ୍ବନ୍ଧୀୟ ତଥ୍ୟ ରହିଛି  । ସେହିପରି ଏଠାରେ ଡଃ.କଲାମଙ୍କ କେତେକ ବ୍ୟକ୍ତିଗତ ସାମଗ୍ରୀ/ଆସବାବପତ୍ରକୁ ନେଇ ଏକ ସଂଗ୍ରହାଳୟ କରାଯାଇଛି  ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
PM condoles loss of lives in firecracker factory mishap in Kaushambi
August 31, 2026
PM announces ex-gratia from Prime Minister’s National Relief Fund

The Prime Minister, Shri Narendra Modi has expressed deep sorrow over the loss of lives in a mishap at a firecracker factory in Kaushambi, Uttar Pradesh. Shri Modi conveyed his condolences to the bereaved families and prayed for the speedy recovery of the injured.

Shri Modi also announced an ex-gratia of ₹2 lakh from the Prime Minister’s National Relief Fund (PMNRF) to the next of kin of each deceased and ₹50,000 for the injured.

The Prime Minister posted on X;

Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi