PM Modi to dedicate India's longest road tunnel in Jammu and Kashmir
India's longest road tunnel connecting Jammu and Srinagar to reduce travel time by upto two hours

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ 2, 2017ରେ 9 କିଲୋମିଟର ଦୀର୍ଘର “ଚେନାନୀ-ନଶ୍ରୀ ସୁଡଙ୍ଗ” କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ । ଏହା ଦେଶର ସବୁଠାରୁ ସୁଦୀର୍ଘ ସୁଡଙ୍ଗ ରାସ୍ତା ।

ଜାତୀୟ ରାଜପଥ – 44 ସହିତ ସଂଲଗ୍ନ ଏହି ସୁଡଙ୍ଗ ରାସ୍ତା ଜାମ୍ମୁରୁ ଶ୍ରୀନଗରକୁ ସଂଯୁକ୍ତ କରୁଛି । ଏହି ରାସ୍ତା ଖୋଲିଲେ ଜାମ୍ମୁ-ଶ୍ରୀନଗର ମଧ୍ୟରେ ଯାତାୟାତ ସମୟରେ ଦୁଇ ଘଣ୍ଟା ହ୍ରାସ ପାଇବ । ବରଫାବୃତ୍ତ ପାର୍ବତ୍ୟ ରାସ୍ତାକୁ ଏଡାଇବା ସହ 31 କିଲୋମିଟର ଦୂରତାକୁ ହ୍ରାସ କରିବ ଏହି 9 କିଲୋମିଟର ଦୀର୍ଘର ସୁଡଙ୍ଗ ରାସ୍ତା । ଅଧିକନ୍ତୁ, ଏହାଦ୍ଵାରା ଦୈନିକ ପ୍ରାୟ 27 ଲକ୍ଷ ଟଙ୍କାର ମୋଟର ଇନ୍ଧନ ସଞ୍ଚୟ ହୋଇପାରିବ ।

ସୁଡଙ୍ଗ ରାସ୍ତା ନିର୍ମାଣ ଦ୍ଵାରା ଜଙ୍ଗଲ ତଥା ଗଛ କଟାକୁ ରୋକା ଯାଇପାରିଛି । ଏଥିସହ ଜାମ୍ମୁ ରୁ ଉଦ୍ଧାମପୁର, ଜାମ୍ମୁ ରୁ ରାମବାନ ଓ ବନିହାଲ, ଜାମ୍ମୁ ରୁ ଶ୍ରୀନଗର ମଧ୍ୟରେ ଯାତ୍ରୀ ଓ ମାଲ ପରିବହନ ସବୁଦିନିଆ ଓ ସୁରକ୍ଷିତ ହୋଇପାରିବ । ବିଶ୍ଵସ୍ତରୀୟ ଟେକ୍ନୋଲଜି ଏବଂ ସୁରକ୍ଷା ବୈଶିଷ୍ଟ୍ୟ ଥିବା ଏହି ସୁଡଙ୍ଗ ରାସ୍ତା କାର୍ଯ୍ୟକ୍ଷମ ହେବା ଦ୍ଵାରା ଜାମ୍ମୁ-କାଶ୍ମୀରରେ ପର୍ଯ୍ୟଟନ କ୍ଷେତ୍ରକୁ ବୃହତ ବଳ ମିଳିବ ଏବଂ ରାଜ୍ୟର ଆର୍ଥିକ ବିକାଶରେ ସହାୟକ ହେବ ।

ଏହି ସଡକ ସୁଡଙ୍ଗର କେତେକ ବୈଶିଷ୍ଟ୍ୟ ହେଲା –

• 9 କିଲୋମିଟର ଦୀର୍ଘର ଏହି ସଡକ ସୁଡଙ୍ଗଟି ଦୁଇ ଥାକିଆ ଓ ବିପରୀତ ମୂଖୀ ଏବଂ ଏହାର ଓସାର 9.35 ମିଟର ଥିବା ବେଳେ ଭର୍ଟିକାଲ କ୍ଲିୟରାନ୍ସ 5 ମିଟର ।

• ସଡକ ସୁଡଙ୍ଗର ପ୍ରତି 300 ମିଟର ବ୍ୟବଧାନରେ ଗୋଟିଏ କରି ପ୍ରସ୍ଥାନ ସୁଡଙ୍ଗ ରହିଛି, ଯେଉଁଥିରେକି ଅନେକ କ୍ରସ ପାସେଜ ରହିଛି ।

• ସଡକ ସୁଡଙ୍ଗରେ ସମନ୍ଵିତ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା, ସୁରକ୍ଷା ନିରୀକ୍ଷଣ, ଶ୍ଵାସ ପ୍ରଶ୍ଵାସ ଗ୍ରହଣ ବ୍ୟବସ୍ଥା, ଯୋଗାଯୋଗ ବ୍ୟବସ୍ଥା, ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା ଏବଂ ପ୍ରତି 150 ମିଟରରେ ଏସଓଏସ କଲ-ବକ୍ସର ସୁବିଧା ରଖାଯାଇଛି ।

• ସଡକ ସୁଡଙ୍ଗ ପ୍ରକଳ୍ପ ନିର୍ମାଣରେ 2500 କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Policy paralysis’ to ‘dynamism’: PM Modi returns to SRCC, maps India’s growth in 13 years

Media Coverage

‘Policy paralysis’ to ‘dynamism’: PM Modi returns to SRCC, maps India’s growth in 13 years
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares moments from his metro journey to and from the SRCC programme
September 05, 2026

Prime Minister Shri Narendra Modi today shared glimpses of his metro journey while traveling to and from the SRCC programme.

In a post on X, the Prime Minister shared:

"Metro moments…

On the way to the SRCC programme and back."