Loknayak JP and Nanaji Deshmukh devoted their lives towards the betterment of our nation: PM
Loknayak JP was deeply popular among youngsters. Inspired by Gandhiji’s clarion call, he played key role during ‘Quit India’ movement: PM
Loknayak JP fought corruption in the nation. His leadership rattled those in power: Prime Minister
Initiatives have to be completed on time and the fruits of development must reach the intended beneficiaries, says PM Modi
Strength of a democracy cannot be restricted to how many people vote but the real essence of a democracy is Jan Bhagidari: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପୁସାଠାରେ ଭାରତୀୟ କୃଷି ଗବେଷଣା ପରିଷଦ ପରିସରରେ ଆୟୋଜିତ ନାନାଜୀ ଦେଶମୁଖଙ୍କ ଜନ୍ମ ଶତବାର୍ଷିକୀ ସମାରୋହର ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ଅବସରରେ “ପ୍ରଯୁକ୍ତି ଏବଂ ଗ୍ରାମୀଣ ଜୀବନ” ବିଷୟବସ୍ତୁ ଉପରେ ଆୟୋଜିତ ଏକ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ । ଏହି ପ୍ରଦର୍ଶନୀରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ଉତ୍ତମ କାର୍ଯ୍ୟଶୈଳୀ ଏବଂ ପ୍ରୟୋଗ ସହିତ ଯୋଜନା ଏବଂ ଉପକ୍ରମଗୁଡ଼ିକ ପ୍ରଦର୍ଶିତ ହୋଇଛି । ସେ କେତେକ ନବସୃଜନକାରୀ ଏବଂ ହିତାଧିକାରୀଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ ।

 

 

ପ୍ରଧାନମନ୍ତ୍ରୀ ନାନାଜୀ ଦେଶମୁଖ ଏବଂ ଲୋକମାନ୍ୟ ଜୟପ୍ରକାଶ ନାରାୟଣଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେ ନାନାଜୀ ଦେଶମୁଖଙ୍କ ଉପରେ ଏକ ସ୍ମାରକୀ ଡାକ ଟିକେଟ ଉନ୍ମୋଚନ କରିଥିଲେ ।

ପ୍ରଧାନମନ୍ତ୍ରୀ ଦୀଶା ପୋର୍ଟାଲକୁ ମଧ୍ୟ ଉନ୍ମୋଚନ କରିଥିଲେ । ସାଂସଦ ଏବଂ ବିଧାୟକମାନଙ୍କ ପାଇଁ ଏହି ସ୍ମାର୍ଟ ପ୍ରଶାସନିକ ପୋର୍ଟାଲ ବିକଶିତ କରାଯାଇଛି । ଏହି ଗୋଟିଏ ପୋର୍ଟାଲ ମାଧ୍ୟମରେ ସେମାନେ ନିଜ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଏବଂ କାର୍ଯ୍ୟକ୍ରମଗୁଡିକର କାର୍ଯ୍ୟକାରୀତା ତଦାରଖ କରିପାରିବେ । ବର୍ତ୍ତମାନ ସୁଦ୍ଧା 20ଟି ମନ୍ତ୍ରଣାଳୟର 41ଟି କାର୍ଯ୍ୟକ୍ରମ ଏବଂ ଯୋଜନାର ତଥାବଳୀକୁ ଏହି ପୋର୍ଟାଲ ସହ ସମନ୍ୱିତ କରାଯାଇସାରିଲାଣି ।

 

ସେ ମଧ୍ୟ ‘ଗ୍ରାମ ସମ୍ବାଦ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ନାଗରିକ କୈନ୍ଦ୍ରିକ ମୋବାଇଲ ଆପ୍ ଗ୍ରାମୀଣ ଭାରତର ନାଗରିକମାନଙ୍କୁ ସେବା ଯୋଗାଇଦେବ ଏବଂ ସଶକ୍ତ କରିପାରିବ । ଏହି ଆପ୍ ମାଧ୍ୟମରେ ଗ୍ରାମ ପଞ୍ଚାୟତସ୍ତରରେ ନାଗରିକମାନେ ବିଭିନ୍ନ ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମର ସୂଚନା ଗ୍ରହଣ କରିପାରିବେ । ବର୍ତ୍ତମାନ ଏହି ଆପ୍ ରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର 7ଟି କାର୍ଯ୍ୟକ୍ରମ ସନ୍ନିବେଶିତ ହୋଇଛି ।

ପ୍ରଧାନମନ୍ତ୍ରୀ ଡିଜିଟାଲ ମାଧ୍ୟମରେ 11ଟି ଗ୍ରାମୀଣ ସ୍ୱରୋଜଗାର ତାଲିମ ପ୍ରତିଷ୍ଠାନ (ଆରଏସ୍ଇଟିଆଇ) କୋଠା ଏବଂ ଭାରତୀୟ କୃଷି ଗବେଷଣା ପରିଷଦଠାରେ ଏକ ଫେନୋମିକ୍ସ ପ୍ଳାଣ୍ଟକୁ ଉଦ୍ଘାଟନ କରିଥିଲେ ।

ଏହି ଅବସରରେ ସେଠାରେ ଉପସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରତିନିଧି, ପଞ୍ଚାୟତ ପ୍ରତିନିଧି, ଜଳ ସଂରକ୍ଷଣ କ୍ଷେତ୍ରର ନବସୃଜନକାରି ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କ ସମେତ 10 ହଜାରରୁ ଉର୍ଦ୍ଧ୍ଵ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେଇଥିଲେ ।

ସେ କହିଥିଲେ ଯେ ଆଜି ଦୁଇ ଜଣ ମହାନ ନେତାଙ୍କ ଜନ୍ମବାର୍ଷିକୀ । ନାନାଜୀ ଦେଶମୁଖ ଏବଂ ଲୋକନାୟକ ଜୟପ୍ରକାଶ ନାରାୟଣ ରାଷ୍ଟ୍ରର କଲ୍ୟାଣ ପାଇଁ ସେମାନଙ୍କ ଜୀବନକୁ ସମର୍ପି ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଲୋକନାୟକ ଜୟପ୍ରକାଶ ନାରାୟଣ ଯୁବକମାନଙ୍କ ମଧ୍ୟରେ ବିଶେଷ ଲୋକପ୍ରିୟ ଥିଲେ । ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଭଳି ଡ.ଲୋହିଆ ମଧ୍ୟ ‘ଭାରତ ଛାଡ଼’ ଆନ୍ଦୋଳନରେ ମହାତ୍ମାଗାନ୍ଧୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସକ୍ରିୟ ଭାବେ କାର୍ଯ୍ୟ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଲୋକନାୟକ ଜୟପ୍ରକାଶ ନାରାୟଣ କେବେ ବି କ୍ଷମତା ରାଜନୀତି ପ୍ରତି ଆଗ୍ରହୀ ନଥିଲେ ଏବଂ ଦୁର୍ନୀତି ବିରୋଧରେ ସର୍ବଦା ଲଢ଼ିଥିଲେ ।

 ସେ କହିଥିଲେ ଯେ ନାନାଜୀ ଦେଶମୁଖ ଗ୍ରାମୀଣ ବିକାଶ ପ୍ରତି ନିଜକୁ ସମର୍ପି ଦେଇଥିଲେ । ଗ୍ରାମଗୁଡ଼ିକୁ ଆତ୍ମନିର୍ଭରଶୀଳ ଏବଂ ଦାରିଦ୍ର୍ୟମୁକ୍ତ କରିବା ଲାଗି ସେ ପ୍ରୟାସ କରିଥିଲେ ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସହରାଂଚଳରେ ଥିବା ସୁବିଧାଗୁଡ଼ିକ ଗ୍ରାମାଂଚଳରେ ମଧ୍ୟ ଉପଲବ୍ଧ ହେବା ଆବଶ୍ୟକ । ସେ କହିଥିଲେ ଯେ ଗଣତନ୍ତ୍ରର ବାସ୍ତବ ମହକ ଜନଭାଗିଦାରୀ ଏବଂ ଲୋକମାନଙ୍କୁ ସହରାଂଚଳ ଏବଂ ଗ୍ରାମାଂଚଳର ବିକାଶ ସହିତ ଯୋଡ଼ିବାରେ ରହିଛି । ସରକାରଙ୍କ ସହିତ ନିୟମିତ ବାର୍ତ୍ତାଳାପର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

ପରିମଳ ସୁବିଧାର ଅଭାବ ଗ୍ରାମାଂଚଳର ବିକାଶରେ ବାଧକ ସାଜୁଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସରକାର କାହିଁକି ଗ୍ରାମାଂଚଳରେ ଶୌଚାଳୟ ନିର୍ମାଣ କରିବାକୁ ଚାହୁଁଛନ୍ତି ସେ ସମ୍ପର୍କରେ କହିଥିଲେ ।

Click here to read the full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian economy navigated well external uncertainties: RBI Bulletin

Media Coverage

Indian economy navigated well external uncertainties: RBI Bulletin
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 23, 2026
July 23, 2026

Digital Rails, PLI Jobs & Swift Justice: How PM Modi’s Governance is Rewiring India’s Future