PM to attend Annual DGP Conference at BSF Academy in Tekanpur

ରାଜ୍ୟଗୁଡିକର ପୁଲିସ ମହାନିର୍ଦ୍ଦେଶକ ଏବଂ ମହାନିରୀକ୍ଷକମାନଙ୍କ ସମ୍ମିଳନୀ ଜାନୁୟାରୀ 7 ଓ 8 ତାରିଖ ଦୁଇଦିନ ଧରି ମଧ୍ୟପ୍ରଦେଶର ତେକାନପୁରର ବିଏସଏଫ ଏକାଡେମୀଠାରେ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଏହା ଏକ ବାର୍ଷିକ ସମ୍ମିଳନୀ, ଯେଉଁଥିରେ କି ଦେଶର ସମସ୍ତ ତୁଙ୍ଗ ପୁଲିସ ଅଧିକାରୀମାନେ ଯୋଗଦେଇ ସୁରକ୍ଷା ସମ୍ପର୍କିତ ବିଷୟବସ୍ତୁ ଉପରେ ଆଲୋଚନା, ମତ ବିନିମୟ ଓ ବିଚାର ବିମର୍ଶ କରିଥାନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 2014ରେ ଆସାମର ଗୌହାଟୀ, 2015ରେ ଗୁଜାରାଟର କଚ୍ଛ ଅଂଚଳର ଧୋରଡୋ ଏବଂ 2016ରେ ହାଇଦ୍ରାବାଦର ରାଷ୍ଟ୍ରିୟ ପୁଲିସ ଏକାଡେମୀଠାରେ ଆୟୋଜିତ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ ।

ବିଗତ ବର୍ଷର ବୈଠକରେ ସୀମାପାର ଆତଙ୍କବାଦ ଏବଂ ମୌଳବାଦ ଭଳି ପ୍ରସଙ୍ଗ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ସେହି ବୈଠକରେ ପୁଲିସ ନେତୃତ୍ୱ, ଡିଜିଟାଲ ଦକ୍ଷତା ଏବଂ ମିଳିତ ପ୍ରଶିକ୍ଷଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ପୁଲିସ ବାହିନୀକୁ ଅଧିକ ଲୋକାଭିମୁଖି କରି ଜନସମ୍ପର୍କ ବଢ଼ାଇବା ଏବଂ ପୁଲିସ ପ୍ରଶାସନରେ ପ୍ରଯୁକ୍ତି କୌଶଳର ପ୍ରୟୋଗ ଆବଶ୍ୟକତା ଉପରେ ସେ ଜୋର ଦେଇଥିଲେ ।

2014 ପୂର୍ବରୁ ଦିଲ୍ଲୀରେ ସବୁବେଳେ ବାର୍ଷିକ ସମ୍ମିଳନୀ ହୋଇ ଆସୁଥିଲା । କିନ୍ତୁ ଏହାକୁ ଦିଲ୍ଲୀ ବାହାରେ ଆୟୋଜନ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭିମୁଖ୍ୟକୁ ଗୁରୁତ୍ୱ ଦେଇ ବିଭିନ୍ନ ରାଜ୍ୟରେ ଏବେ ବାର୍ଷିକ ପୁଲିସ ମହାନିର୍ଦ୍ଦେଶକମାନଙ୍କ ସମ୍ମିଳନୀ କରାଯାଉଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-UK FTA comes into effect today, unlocking duty-free access for Indian exports

Media Coverage

India-UK FTA comes into effect today, unlocking duty-free access for Indian exports
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 14, 2026
July 14, 2026

From Local Fields to Global Recognition: PM Modi’s ‘Vocal for Local’ is Now Delivering Real Global Respect