ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧୭ ତାରିଖ ଦିନ ମଧ୍ୟାହ୍ନ ୧୨ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ୍ (ଏଲ୍‍ଏସ୍‍ଏନ୍‍ଏଏ) ରେ ୯୬ ତମ କମନ୍ ଫାଉଣ୍ଡେସନ୍ ପାଠ୍ୟକ୍ରମର ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ନୂତନ କ୍ରୀଡା ସୌଧର ଉଦଘାଟନ କରିବେ ଏବଂ ନବୀକରଣ ହୋଇଥିବା ହାପି ଭ୍ୟାଲି କମ୍ପେ୍ଲକ୍ସକୁ ଦେଶକୁ ଉତ୍ସର୍ଗ କରିବେ ।

୯୬ତମ ଫାଉଣ୍ଡେସନ ପାଠ୍ୟକ୍ରମ ହେଉଛି ଏଲ୍‍ବିଏସ୍‍ଏନ୍‍ଏଏ ରେ ପ୍ରଥମ କମନ ଫାଉଣ୍ଡେସନ ପାଠ୍ୟକ୍ରମ, ମିଶନ୍ କର୍ମଯୋଗୀଙ୍କ ନୀତିକୁ ଆଧାର କରି ନୂତନ ଶିକ୍ଷାଦାନ ଏବଂ ପାଠ୍ୟକ୍ରମର ରୂପରେଖ ପ୍ରସ୍ତୁତ ହୋଇଛି । ଏହି ବ୍ୟାଚ୍‍ରେ ୧୬ ଟି ସେବା ଏବଂ ୩ ରୟାଲ ଭୁଟାନ ସେବା (ପ୍ରଶାସନିକ, ପୋଲିସ ଏବଂ ଜଙ୍ଗଲ) ରେ ୪୮୮ ଜଣ ତାଲିମପ୍ରାପ୍ତ ପ୍ରଶାସକ ରହଛନ୍ତି ।

ଯୁବ ବ୍ୟାଚ୍‌ର ଦୁଃସାହସିକ ଏବଂ ଅଭିନବ ଆବେଗକୁ ବ୍ୟବହାର କରିବା ପାଇଁ, ମିଶନ୍ କର୍ମଯୋଗୀଙ୍କ ନୀତି ଅନୁଯାୟୀ ନୂତନ ଶିକ୍ଷାଦାନର ପରିକଳ୍ପନା କରାଯାଇଥିଲା । ସବକା ପ୍ରୟାସ ଏବଂ ଗ୍ରାମାଞ୍ଚଳ ଭାରତର ଏକ ଅନୁଭୂତି ପାଇଁ ଗ୍ରାମ ପରିଦର୍ଶନ ପରି ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ଭଳି ପଦକ୍ଷେପ ମାଧ୍ୟମରେ ତାଲିମପ୍ରାପ୍ତ ପ୍ରଶାସକଙ୍କୁ ଜଣେ ଛାତ୍ର / ନାଗରିକରୁ ସରକାରୀ ଅଧିକାରୀରେ ପରିଣତ କରିବାକୁ ଗୁରୁତ୍ୱ ଦିଆଯାଇଥିଲା । ଏହି ଅଞ୍ଚଳରେ ବାସ କରୁଥିବା ଲୋକମାନେ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକୁ ବୁଝିବା ପାଇଁ ତାଲିମପ୍ରାପ୍ତ ପ୍ରଶାସକମାନେ ମଧ୍ୟ ସୁଦୂର / ସୀମାନ୍ତବର୍ତ୍ତୀ ଗ୍ରାମଗୁଡିକୁ ପରିଦର୍ଶନ କରିଥିଲେ । ପାଠ୍ୟକ୍ରମ ପାଇଁ ମଡ୍ୟୁଲାର୍ ପଦ୍ଧତିକୁ ନିୟମିତ ଗ୍ରେଡ୍ ପ୍ରଶିକ୍ଷଣ ଏବଂ ନିଜସ୍ୱ ମାର୍ଗଦର୍ଶନ ପ୍ରଶିକ୍ଷଣର ନୀତି ସହିତ ଗ୍ରହଣ କରାଯାଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ବ୍ୟତୀତ, ଏକ "ପରୀକ୍ଷା ବୋଝ ବୋହୁଥିବା ଛାତ୍ର" କୁ ସୁସ୍ଥ ଯୁବ ପ୍ରଶାସକକୁ ପରିବର୍ତ୍ତନକୁ ସମର୍ଥନ କରିବା ପାଇଁ ଫିଟନେସ୍ ପରୀକ୍ଷା ମଧ୍ୟ କରାଯାଇଥିଲା । ସମସ୍ତ ୪୮୮ ତାଲିମପ୍ରାପ୍ତ ପ୍ରଶାସକ୍ରୁ ଆତ୍ମ ରକ୍ଷା କୌଶଳ ଏବଂ ଅନ୍ୟାନ୍ୟ କ୍ରୀଡ଼ାରେ ପ୍ରଥମ ସ୍ତରୀୟ ତାଲିମ ଦିଆଯାଇଥିଲା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s GDP To Grow 7% In FY26: Crisil Revises Growth Forecast Upward

Media Coverage

India’s GDP To Grow 7% In FY26: Crisil Revises Growth Forecast Upward
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 16, 2025
December 16, 2025

Global Respect and Self-Reliant Strides: The Modi Effect in Jordan and Beyond