PM to address the inaugural session of Advantage Assam - Global Investors Summit 2018

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଗୌହାଟୀଠାରେ ଏଡଭାଣ୍ଟେଜ ଆସାମ – ଗ୍ଲୋବାଲ ଇନଭେଷ୍ଟର ଶିଖର ସମ୍ମିଳନୀ 2018ର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ ।

ଆସାମ ସରକାରଙ୍କ ପକ୍ଷରୁ ଏହି ଦୁଇଦିନିଆ ସମ୍ମିଳନୀ ଆୟୋଜନ କରାଯାଉଛି । ପୂର୍ବରୁ ଏଭଳି ବୃହତ ଆକାରର ପୁଞ୍ଜିନିବେଶକାରୀ ସମ୍ମିଳନୀ ଆୟୋଜିତ ହୋଇ ନଥିଲା । ଆସାମରେ ପୁଞ୍ଜିନିବେଶକାରୀମାନଙ୍କୁ ଉପଲବ୍ଧ ହେଉଥିବା ରଣନୀତିକ ସୁବିଧାଗୁଡିକୁ ବ୍ୟାପକ ରୂପେ ପ୍ରଦର୍ଶିତ କରିବା ହେଲା ଏହି ସମ୍ମିଳନୀର ଲକ୍ଷ୍ୟ । ରାଜ୍ୟର ବିନିର୍ମାଣ ଭିତ୍ତିଭୂମି ସୁବିଧା ଏବଂ ଏହି ଉଦ୍ୟୋଗ ପାଇଁ ରହିଥିବା ସୁଯୋଗଗୁଡିକୁ ପ୍ରସ୍ତାବିତ ସମ୍ମିଳନୀ ଜରିଆରେ ପରିବ୍ୟାପ୍ତ କରାଯିବ । ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆର କ୍ରମବର୍ଦ୍ଧିଷ୍ଣୁ ଅର୍ଥବ୍ୟବସ୍ଥାଗୁଡିକୁ ରପ୍ତାନିଭିତ୍ତିକ ସେବା ଓ ବିନିର୍ମାଣ ସୁଯୋଗ ପ୍ରଦାନ ଲାଗି ଆସାମରେ ଯେଉଁ ରଣନୀତିକ ସୁବିଧା ରହିଛି, ତାକୁ ପୁଞ୍ଜି ବିନିଯୋଗକାରୀମାନଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ ।

ବିଶେଷକରି ଶକ୍ତି ଉତ୍ପାଦନ, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି ଓ ଆଇଟି ଆଧାରିତ ସେବା, ନଦୀ ବାରିବାହନ ଓ ବନ୍ଦରଭିତ୍ତିକ ସହରାଞ୍ଚଳ, ପ୍ଲାଷ୍ଟିକ ଓ ପେଟ୍ରୋକେମିକାଲ, ଫାର୍ମାସିଉଟିକାଲ ଓ ମେଡିକାଲ ସରଞ୍ଜାମ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ, ପର୍ଯ୍ୟଟନ, ଆତିଥ୍ୟ ଓ ଚିକିତ୍ସା ସୁବିଧା, ବେସାମରିକ ବିମାନ ଚଳାଚଳ ଓ ପେଟ୍ରୋଲିୟମ ତଥା ପ୍ରାକୃତିକ ବାଷ୍ପ ଭଳି କ୍ଷେତ୍ରଗୁଡ଼ିକରେ ବ୍ୟାପକ ପୁଞ୍ଜି ନିବେଶର ସୁଯୋଗ ରହିଛି । ଏସବୁକୁ ପୁଞ୍ଜି ବିନିଯୋଗକାରୀଙ୍କ ସମ୍ମୁଖରେ ସକାରାତ୍ମକ ଭାବେ ଉପସ୍ଥାପିତ କରାଯିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
EU Firms Generate 186 Billion Euros In India, Support 6 Million Jobs: Report

Media Coverage

EU Firms Generate 186 Billion Euros In India, Support 6 Million Jobs: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 8, 2026
May 08, 2026

Nari Shakti to National Security: One Vision, a Thousand Victories Under PM Modi