ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୨, ୨୦୨୧ ମଧ୍ୟାହ୍ନ ୧୨ଟା ବେଳେ ବିଜ୍ଞାନ ଭବନ ଠାରେ “ଡିପୋଜିଟର୍ସ ଫାଷ୍ଟ: ଗ୍ୟାରେଣ୍ଟେଡ ଟାଇମ-ବାଉଣ୍ଡ ଡିପୋଜିଟ ଇନସ୍ୟୁରାନ୍ସ ପେମେଣ୍ଟ ଅପ ଟୁ ଫାଇଭ ଲାଖ ରୁପିଜ (ପ୍ରଥମେ ଜମାକାରୀ: ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମୟବଦ୍ଧ ଜମାରାଶି ବୀମା ନିଶ୍ଚୟତା)” କାର୍ଯ୍ୟକ୍ରମରେ ଉଦବୋଧନ ଦେବେ ।      

ଜମାରାଶି ବୀମା ପରିସରରେ ଭାରତରେ କାର୍ଯ୍ୟରତ ସମସ୍ତ ବାଣିଜ୍ୟିକ ବ୍ୟାଙ୍କର ସମସ୍ତ ପ୍ରକାର ଜମା- ଯେପରିକି ସଞ୍ଚୟ, ଫିକ୍ସଡ, ଚାଲୁ, ପୁନଃ ଜମା ଆଦି ଅନ୍ତର୍ଭୁକ୍ତ । ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟରତ ରାଜ୍ୟ, କେନ୍ଦ୍ର ଓ ପ୍ରାଥମିକ ସମବାୟ ବ୍ୟାଙ୍କଗୁଡିକର ଜମାରାଶିକୁ ମଧ୍ୟ ଏହାର ପରିସର ମଧ୍ୟରେ ରଖାଯାଇଛି । ଏକ ଯୁଗାନ୍ତକାରୀ ସଂସ୍କାରମୂଳକ ପଦକ୍ଷେପ ସ୍ୱରୂପ ବ୍ୟାଙ୍କ ଜମାରାଶି ବୀମା କଭରକୁ ୧ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ପ୍ରତି ବ୍ୟାଙ୍କ ପିଛା ୫ ଲକ୍ଷ ଟଙ୍କା ଜମାରାଶି ବୀମା କଭରେଜକୁ ଭିତ୍ତି କରି ଗତ ଆର୍ଥିକ ବର୍ଷ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁରକ୍ଷିତ ଜମା ଖାତା ସଂଖ୍ୟା ସମୁଦାୟ ଜମା ଖାତା ସଂଖ୍ୟାର ୯୮.୧ ପ୍ରତିଶତ ଥିଲା । ସେହି ସମୟରେ ଆନ୍ତର୍ଜାତିକ ମାନକ ୮୦ ପ୍ରତିଶତ ଥିଲା ।

ନିକଟରେ ଡିପୋଜିଟ ଇନସ୍ୟୁରାନ୍ସ ଆଣ୍ଡ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ ମଧ୍ୟବର୍ତ୍ତୀ ଦେୟର ପ୍ରଥମ ଭାଗ ଜାରି କରିଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିଷିଦ୍ଧ ହୋଇଥିବା ୧୬ଟି ସହରାଞ୍ଚଳ ସମବାୟ ବ୍ୟାଙ୍କର ଜମାକାରୀଙ୍କ ଦାବି ଆଧାରରେ ଏହି ଦେୟ ପ୍ରଦାନ କରାଯାଇଛି । ୧ ଲକ୍ଷରୁ ଅଧିକ ଜମାକାରୀଙ୍କ ଦାବି ଆଧାରରେ ୧୩ ଶହ କୋଟିରୁ ଅଧିକ ଟଙ୍କା ସେମାନଙ୍କ ବିକଳ୍ପ ବ୍ୟାଙ୍କ ଖାତାରେ ପ୍ରଦାନ କରାଯାଇଛି । 

ଅର୍ଥ ମନ୍ତ୍ରୀ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Tractor sales cross 10 lakh mark in FY26 on strong rural demand, GST cut

Media Coverage

Tractor sales cross 10 lakh mark in FY26 on strong rural demand, GST cut
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 12, 2026
April 12, 2026

Trust, Technology & Transformation: How India is Building a Viksit Bharat Under PM Modi