୨୦୨୧ ଜାନୁଆରୀ ୩୧ ତାରିଖ ଅପରାହ୍ନ ୩ଟା ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାସିକ ପତ୍ରିକା ‘ପ୍ରବୁଦ୍ଧ ଭାରତ’ର ୧୨୫ତମ ବର୍ଷ ପୂର୍ତ୍ତି ଉତ୍ସବକୁ ସମ୍ବୋଧନ କରିବେ । ଏହି କାର୍ଯ୍ୟକ୍ରମ ଅଦ୍ୱୈତ ଆଶ୍ରମ, ମାୟାବତୀଙ୍କ ଦ୍ୱାରା ଆୟୋଜିତ ହେଉଛି । ରାମକ୍ରିଷ୍ଣ ଅର୍ଡରର ମାସିକ ପତ୍ରିକା ‘ପ୍ରବୁଦ୍ଧ ଭାରତ” ୧୮୯୬ ମସିହାରେ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । 

‘ପ୍ରବୁଦ୍ଧ ଭାରତ’ ସମ୍ପର୍କରେ

‘ପ୍ରବୁଦ୍ଧ ଭାରତ’ ପତ୍ରିକା ଭାରତର ପ୍ରାଚୀନ ଆଧ୍ୟାତ୍ମିକ ଜ୍ଞାନକୁ ପ୍ରସାର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ । ଏହା ପ୍ରଥମେ ଚେନ୍ନାଇ (ପୂର୍ବରୁ ମାଡ୍ରାସ)ରୁ ପ୍ରକାଶ ଆରମ୍ଭ ହୋଇଥିଲା । ଏଠାରୁ ଏହା ଦୁଇ ବର୍ଷ ପର୍ଯ୍ୟନ୍ତ ପ୍ରକାଶ ପାଇଥିଲା । ପରେ ଏହା ଆଲମୋରାରୁ ପ୍ରକାଶ ପାଇଥିଲା । ୧୮୯୯ ଏପ୍ରିଲରୁ ଏହା କ୍ରମାଗତ ଭାବେ ଅଦ୍ୱୈତ ଆଶ୍ରମରୁ ପ୍ରକାଶ ପାଇ ଆସୁଛି ।

ଅନେକ ମହାନ ବ୍ୟକ୍ତିତ୍ଵ ସେମାନଙ୍କ ଲେଖା ମାଧ୍ୟମରେ ‘ପ୍ରବୁଦ୍ଧ ଭାରତ’ ପୃଷ୍ଠାରେ ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି । ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକତା, ଇତିହାସ, ଦର୍ଶନ ଶାସ୍ତ୍ର, ମନସ୍ତତ୍ତ୍ୱ ବିଜ୍ଞାନ, କଳା ଏବଂ ଅନ୍ୟାନ୍ୟ ସାମାଜିକ ପ୍ରସଙ୍ଗରେ ଏହିସବୁ ଲେଖା ସ୍ଥାନ ପାଇଛି । ବିଗତ ଅତୀତରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବାଲ ଗଙ୍ଗାଧର ତିଳକ, ସିଷ୍ଟର ନିବେଦିତା, ଶ୍ରୀ ଅରବିନ୍ଦ, ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଆଦିଙ୍କ ଲେଖା ଏହି ପତ୍ରିକାରେ ସ୍ଥାନ ପାଇଛି ।

ଅଦ୍ୱୈତ ଆଶ୍ରମ ଏହାର ୱେବସାଇଟରେ ଅନଲାଇନରେ ସମ୍ପୂର୍ଣ୍ଣ ‘ପ୍ରବୁଦ୍ଧ ଭାରତ’ ପତ୍ରିକା ପ୍ରକାଶନ ଗୁଡ଼ିକୁ ଉପଲବ୍ଧ କରାଇବା ପ୍ରଚେଷ୍ଟାରେ ରହିଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi