PM speaks to Bihar CM regarding flood situation in the State; assures all support to Bihar government

ରାଜ୍ୟ ସରକାରଙ୍କୁ ସବୁ ପ୍ରକାର ସହାୟତା ଦେବାକୁ କେନ୍ଦ୍ରର ପ୍ରତିଶୃତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାରର କେତେକ ଭାଗରେ ବନ୍ୟା ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନିତୀଶ କୁମାରଙ୍କ ସହ କଥାବାର୍ତ୍ତା କରିଛନ୍ତି  ।

ପ୍ରଧାନମନ୍ତ୍ରୀ ଟ୍ୱିଟ ଜରିଆରେ କହିଛନ୍ତି ଯେ ବନ୍ୟା ପରିସ୍ଥିତି ସମ୍ଭାଳିବା ପାଇଁ ବିହାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ପ୍ରତିଶୃତି ଦେଇଛି  ଏବଂ ବନ୍ୟା ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି  ।

‘‘ବିହାରର କେତେକ ଭାଗରେ ବନ୍ୟା ପରିସ୍ଥିତି ଯୋଗୁଁ ପ୍ରଭାବିତ ହୋଇଥିବା ଲୋକମାନଙ୍କ ସହ ମୋର ସମବେଦନା ରହିଛି । ବନ୍ୟା ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି ।

ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ବିହାର ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାଲାଗି କେନ୍ଦ୍ର ସରକାର ଆଶ୍ୱାସନା ଦେଇଛନ୍ତି  । ଜାତୀୟ ବିପର୍ଯ୍ୟୟ ପରିଚାଳନା ବାହିନୀ – ଏନଡିଆରଏଫ ର ଦଳମାନଙ୍କୁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଲାଗି ବିହାରର ବନ୍ୟା ପ୍ଳାବିତ ଅଂଚଳରେ ମୁତୟନ କରାଯାଇଛି,’’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି  ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India develops first indigenous expendable turbo jet engine in 350 kg thrust class

Media Coverage

India develops first indigenous expendable turbo jet engine in 350 kg thrust class
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 27, 2026
July 27, 2026

Viksit Bharat in Motion: Indigenous Warships, Deepwater Energy, Transparent Exams & Cultural Revival