ଜଳ ଶକ୍ତି ଅଭିଯାନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମନ କୀ ବାତ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଜଳ ଶକ୍ତି ଅଭିଯାନ ଜନ ଭାଗିଦାରୀ ଦ୍ୱାରା ତ୍ୱରାନ୍ୱିତ ହୋଇଛି । ସେ ଦେଶର ବିଭିନ୍ନ ପ୍ରାନ୍ତରେ ଜଳ ସଂରକ୍ଷଣ ଲାଗି କେତେକ ବିସ୍ତୃତ ଏବଂ ଅଭିନବ ପ୍ରୟାସ ବିଷୟରେ ଉଲ୍ଲେଖ କରିଥିଲେ ।

ରାଜସ୍ଥାନର ଜାଲୌର ଜିଲ୍ଲା ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଯେ ସେଠାରେ ଦୁଇଟି ଐତିହାସିକ କୂଅ ଆବର୍ଜନା ଫିଙ୍ଗିବା ଓ ମଇଳା ପାଣି ଛାଡ଼ିବାର ସ୍ଥାନରେ ପରିଣତ ହୋଇଥିଲା । କିନ୍ତୁ ଦିନେ ଭଦ୍ରାୟନ ଓ ଥାନାୱାଲା ପଞ୍ଚାୟତର ଶତାଧିକ ଲୋକ ଜଳ ଶକ୍ତି ଅଭିଯାନ ଅନ୍ତର୍ଗତ ସେଥିରେ ନୂଆ ଜୀବନ ଭରିବା ପାଇଁ ସଂକଳ୍ପ ନେଲେ । ବର୍ଷା ଋତୁ ପୂର୍ବରୁ ଲୋକମାନେ ଏହି ଦୁଇଟି କୂଅ ସଫା କରିବାରେ ଲାଗି ଗଲେ ଓ ସେଥିରୁ ଅଳିଆ, ମଇଲା ପାଣି ଓ ଦଳ ବାହାର କରିଦେଲେ । ଏହି ଅଭିଯାନରେ ଦାନ ଅର୍ଥରାଶି, ଅନ୍ୟ ପ୍ରକାରର ଶ୍ରମର ଉପଯୋଗ କରାଗଲା । ଫଳରେ ଏହି କୂଅ ଏବେ ଲୋକମାନଙ୍କ ଜୀବନରେଖା ପାଲଟିଛି ।

ସେହିପରି ଉତ୍ତର ପ୍ରଦେଶର ବାରାବାଙ୍କୀ ଜିଲ୍ଲାରେ ଗାଁ ଲୋକମାନଙ୍କ ସାମୂହିକ ପ୍ରୟାସ ଯୋଗୁ ସରାହୀ ହ୍ରଦ ଜୀବନ୍ତ ହୋଇଉଠିଛି । ଜନ ଭାଗିଦାରୀର ଅନ୍ୟ ଏକ ଉଦାହରଣ ଅଲମୋଡ଼ା-ହଲଦ୍ୱାନୀ ରାଜପଥ ନିକଟବର୍ତ୍ତୀ ସୁନିୟକୋଟ ଗ୍ରାମରେ ଦେଖିବାକୁ ମିଳିଛି । ଏଠାରେ ଗାଁ ଲୋକମାନେ ନିଜ ତରଫରୁ ଚେଷ୍ଟା କରି ଗାଁରେ ପାଣି ପହଁଚାଇପାରିଛନ୍ତି । ଲୋକମାନେ ଅର୍ଥ ଜମା କରିବା ସହିତ ଶ୍ରମ ଦାନ କରିଥିଲେ । ଗାଁରେ ପାଇପ ବିଛାଯିବା ସହିତ ପମ୍ପିଂ ଷ୍ଟେସନ ପ୍ରତିଷ୍ଠା କରାଗଲା । ଫଳରେ ଦଶନ୍ଧି ପୁରୁଣା ଜଳସଂକଟ ସମସ୍ୟାର ସମାଧାନ ହୋଇପାରିଲା ।

ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ ଯେ ସେମାନେ #Jalshakti4Indiaର ଉପଯୋଗ କରି ଜଳ ସଂରକ୍ଷଣ ଓ ଜଳସେଚନର ଏପରି ପ୍ରୟାସ ସଂକ୍ରାନ୍ତ ନିଜ କାହାଣୀ ବାଂଟନ୍ତୁ ।

ଜଳ ସଂରକ୍ଷଣ ଓ ଜଳ ସୁରକ୍ଷା ଲାଗି ଜଳଶକ୍ତି ଅଭିଯାନର ଆରମ୍ଭ ଜୁଲାଇ 2019 ମୌସୁମୀ ଋତୁରେ ହୋଇଥିଲା । ଏହି ଅଭିଯାନରେ ଜଳ ସଂକଟଗ୍ରସ୍ତ ଜିଲ୍ଲା ଓ ବ୍ଲକ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
EU Firms Generate 186 Billion Euros In India, Support 6 Million Jobs: Report

Media Coverage

EU Firms Generate 186 Billion Euros In India, Support 6 Million Jobs: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 8, 2026
May 08, 2026

Nari Shakti to National Security: One Vision, a Thousand Victories Under PM Modi