PM Modi to visit China, attend the 9th BRICS Summit
PM Modi to embark on first bilateral visit to Myanmar
• ବ୍ରିକ୍ସ ଶିଖର ବୈଠକ ବିଶ୍ୱ ଶାନ୍ତି, ନିରାପତ୍ତାକୁ ସୁଦୃଢ଼ କରିବାରେ ସହାୟକ ହେବ,

• ରାଷ୍ଟ୍ରପତି ୟୁ ହିତିନ କ୍ୟୋ ଏବଂ ରାଷ୍ଟ୍ର ପରାମର୍ଶଦାତା ଦ ଅଙ୍ଗ୍ ସାନ ସୁ କି ଙ୍କ ସହିତ ଆଲୋଚନା ଭାରତ-ମିଆଁମାର ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ସେପ୍ଟେମ୍ବର 3-5 ତାରିଖ ମଧ୍ୟରେ ଚୀନର ଗସ୍ତରେ ଯିବେ । ଚୀନର ଜିଆମେନ ପ୍ରଦେଶରେ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି । ଚୀନ ଗସ୍ତ ସାରି ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର 5-7 ମିଆଁମାର ଯିବେ ।

ଏହି ଗସ୍ତର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନିଜର ଫେସବୁକ୍ ପୋଷ୍ଟରେ ଅନେକ ସୂଚନା ପ୍ରଦାନ କରିଛନ୍ତି –

“ମୁଁ ନବମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ 3-5 ସେପ୍ଟେମ୍ବର 2017 ଚୀନର ଜିଆମେନ ଗସ୍ତ କରିବି ।

ଗତବର୍ଷ ଅକ୍ଟୋବରରେ ଗୋଆଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରିବାର ସୌଭାଗ୍ୟ ମିଳିଥିଲା । ଗୋଆ ସମ୍ମିଳନୀର ପରିଣାମ ଓ ସଫଳତାକୁ ଆଗକୁ ବଢ଼ାଇ ନେବା ସକାଶେ ମୁଁ ଆଗ୍ରହାନ୍ୱିତ । ଆଗାମୀ ସମ୍ମିଳନୀର ଗଠନାତ୍ମକ ଆଲୋଚନା ଓ ଫଳପ୍ରଦ ପରିଣାମ ଚୀନ ନେତୃତ୍ୱରେ ବ୍ରିକ୍ସ ଭାଗିଦାରୀତାକୁ ସଶକ୍ତ କରିବା ଦିଗରେ ବିଶେଷ ସହାୟକ ହେବ । ଏହି ଅବସରରେ ବ୍ରିକ୍ସ ବ୍ୟବସାୟ ପରିଷଦରେ ଆନେ ମତ ବିନିମୟ କରିବୁ ଯେଉଁଠି 5ଟି ଯାକ ସଦସ୍ୟ ରାଷ୍ଟ୍ରର ଶିଳ୍ପ ଜଗତର ନେତୃମଣ୍ଡଳୀ ପ୍ରତିନିଧିତ୍ୱ କରିବେ ।

ଏହା ବ୍ୟତୀତ ବ୍ରିକ୍ସ ସଦସ୍ୟଙ୍କ ସମେତ 9ଟି ଦେଶର ନେତାଙ୍କ ସହ ମୁଁ ଆଲୋଚନା କରିବାକୁ ଆଗ୍ରହର ସହ ଅପେକ୍ଷା କରିଛି । ସେପ୍ଟେମ୍ବର 5 ତାରିଖରେ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା “ଉଦୀୟମାନ ବଜାର ଏବଂ ବିକାଶଶୀଳ ରାଷ୍ଟ୍ରଙ୍କ କଥାବାର୍ତ୍ତା” ବୈଠକରେ ଏହି ଆଲୋଚନା ଅନୁଷ୍ଠିତ ହେବ ।

ଶିଖର ସମ୍ମିଳନୀ ଅବସରରେ ବିଭିନ୍ନ ରାଷ୍ଟ୍ରର ନେତାଙ୍କ ସହ ମୋତେ ଦ୍ୱିପାକ୍ଷିକ ଆଲୋଚନା ଲାଗି ସୁଯୋଗ ମିଳିବ ।

ଭାରତ ବ୍ରିକ୍ସର ଭୂମିକାକୁ ବଡ ଗୁରୁତ୍ୱ ଦେଉଛି, ଯାହାକି ଶାନ୍ତି ଓ ପ୍ରଗତିର ଭାଗିଦାରୀତା କ୍ଷେତ୍ରରେ ଦ୍ୱିତୀୟ ଦଶକ ଆରମ୍ଭ କରିଛି । ବିଶ୍ୱ ଶାନ୍ତି ଓ ନିରାପତ୍ତାକୁ ବଜାୟ ରଖିବା ସହ ବୈଶ୍ୱିକ ଆହ୍ୱାନଗୁଡିକର ମୁକାବିଲା ଦିଗରେ ବ୍ରିକ୍ସ ଗୋଷ୍ଠୀର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି ।

ମୁଁ ମହାମାନ୍ୟ ରାଷ୍ଟ୍ରପତି ୟୁ ହିତିନ କ୍ୟୋ ଙ୍କ ନିମନ୍ତ୍ରଣ କ୍ରମେ 5-7 ସେପ୍ଟେମ୍ବର 2017 ମିଆଁମାର ଗସ୍ତରେ ଯିବି । ପୂର୍ବରୁ 2014ରେ ଆସିଆନ-ଭାରତ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ଏହି ସୁନ୍ଦର ରାଷ୍ଟ୍ରକୁ ଯାତ୍ରା କରିଥିଲି । କିନ୍ତୁ ଆଗାମୀ ମିଆଁମାର ଯାତ୍ରା ମୋର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ ହେବ ।

ରାଷ୍ଟ୍ରପତି ୟୁ ହିତିନ କ୍ୟୋ ଏବଂ ମିଆଁମାରର ରାଷ୍ଟ୍ର ପରାମର୍ଶଦାତା, ବୈଦେଶିକ ମନ୍ତ୍ରୀ ତଥା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ମନ୍ତ୍ରୀ ଦ ଅଙ୍ଗ୍ ସାନ ସୁ କି ଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବା ଲାଗି ଉତ୍କଣ୍ଠିତ । 2016ରେ ଏହି ଦୁଇ ନେତାଙ୍କ ଭାରତ ଗସ୍ତ ସମୟରେ ସେମାନଙ୍କ ସହିତ ମୋର ଆଲୋଚନା କରିବାର ସୁଯୋଗ ମିଳିଥିଲା ।

ମିଆଁମାର ଗସ୍ତ କଳରେ ଆମେ ଦ୍ୱିପାକ୍ଷିକ ସମ୍ପର୍କ ବିଶେଷକରି ବିକାଶମୂଳକ ସହଯୋଗ ଏବଂ ଭାରତ ପ୍ରଦାନ କରୁଥିବା ସାମାଜିକ ଆର୍ଥିକ ସହାୟତା ସମ୍ପର୍କରେ ସମୀକ୍ଷା କରିବୁ । ଏହାଛଡା ଆଉ ଯେଉଁ ନୂଆ ଦିଗଗୁଡିକରେ ସହଯୋଗ କରିବାର ସୁଯୋଗ ରହିଛି ସେ ସମ୍ପର୍କରେ ମଧ୍ୟ ବିଚାର ଆଲୋଚନା ହେବ ।

ଦୁଇ ଦେଶ ମଧ୍ୟରେ ସାମ୍ପ୍ରତିକ ସୁରକ୍ଷା ଏବଂ ଆତଙ୍କବାଦ ନିରୋଧି ସହଯୋଗ, ବାଣିଜ୍ୟ ଓ ପୁଞ୍ଜି ନିବେଶ, ଦକ୍ଷତା ବିକାଶ, ଭିତ୍ତିଭୂମି ଏବଂ ଶକ୍ତି ତଥା ସାଂସ୍କୃତିକ ସମ୍ବନ୍ଧକୁ ମଜବୁତ କରିବା ନେଇ ବ୍ୟାପକ ଆଲୋଚନା ହେବ ।

ଗସ୍ତ କାଳରେ ମିଆଁମାରର ସୁପ୍ରସିଦ୍ଧ ଐତିହ୍ୟ ନଗରୀ ବାଗାନ ପରିଦର୍ଶନ କରିବାର ସୁଯୋଗ ମିଳିବ । ସେଠାରେ ବିଖ୍ୟାତ ଆନନ୍ଦ ମନ୍ଦିରର ପୁନରୁଦ୍ଧାର ଓ ସଂରକ୍ଷଣ କ୍ଷେତ୍ରରେ ଭାରତୀୟ ପ୍ରତ୍ନତତ୍ତ୍ଵ ସଂସ୍ଥା ଉଲ୍ଲେଖନୀୟ କାର୍ଯ୍ୟ କରିଛି । କେବଳ ସେତିକି ନୁହେଁ ବାଗାନ ଅଞ୍ଚଳରେ ଭୂକମ୍ପ ବିଧ୍ୱସ୍ତ ପ୍ରସିଦ୍ଧ ପାଗୋଡା ଏବଂ ବିରଳ ପ୍ରାଚୀର ଚିତ୍ରଗୁଡିକର ପୁନରୁଦ୍ଧାର ଓ ସଂରକ୍ଷଣ ଲାଗି ଭାରତୀୟ ପ୍ରତ୍ନତତ୍ତ୍ଵ ସଂସ୍ଥା ଆହୁରି ଅନେକ କାର୍ଯ୍ୟ ହାତକୁ ନେବ ।

ପରିଶେଷରେ ୟାଙ୍ଗୁନ ପରିଦର୍ଶନ ସହ ମୋର ମିଆଁମାର ଦ୍ୱିପାକ୍ଷିକ ଯାତ୍ରାର ସମାପ୍ତି ହେବ । ଏହି ଅଞ୍ଚଳରେ ରହିଥିବା ଅନେକଗୁଡିଏ ଐତିହାସିକ କିର୍ତ୍ତୀରାଜି ଓ ପର୍ଯ୍ୟଟନସ୍ଥଳୀ ବୁଲିବାର ସୌଭାଗ୍ୟ ମିଳିବ ଯାହାକି କାଳ କାଳ ଧରି ଭାରତ-ମିଆଁମାର ମିଳିତ ଐତିହ୍ୟର ଜ୍ୱଳନ୍ତ ପ୍ରତୀକ ରହିଆସିଛି ।

ମିଆଁମାର ଗସ୍ତ କାଳରେ ସେଠାକାର ପ୍ରବାସୀ ଭାରତୀୟ ସମ୍ପ୍ରଦାୟ ସହ ମିଶିବା ଏବଂ ମତ ବିନିମୟ କରିବା ଲାଗି ମୁଁ ଉତ୍ସୁକ ଅଛି । ପ୍ରବାସୀ ଭାରତୀୟମାନେ ଏକ ଶତାବ୍ଦୀରୁ ଅଧିକ କାଳ ଧରି ସେଠାରେ ବସବାସ କରି ଆସୁଛନ୍ତି ।

ଏହି ଗସ୍ତ ଭାରତ-ମିଆଁମାର ସମ୍ପର୍କକୁ ମଜବୁତ କରିବା କ୍ଷେତ୍ରରେ ଆଉ ଏକ ଉଜ୍ୱଳ ଅଧ୍ୟାୟ ଯୋଡିବ ବୋଲି ମୁଁ ଗଭୀର ଆସ୍ଥାବାନ । ଏହା ସହିତ ଦୁଇ ଦେଶ ମଧ୍ୟରେ, ଦୁଇ ସରକାର ମଧ୍ୟରେ, ଆମର ବ୍ୟବସାୟୀକ ଗୋଷ୍ଠୀମାନଙ୍କ ମଧ୍ୟରେ ଏବଂ ଜନ-ଗଣଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ବୃଦ୍ଧିରେ ଏକ ନୂଆ ରୋଡ ମେପ ବାଛିବାରେ ବିଶେଷ ସହାୟକ ହେବ”, ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଫେସବୁକ୍ ପୋଷ୍ଟରେ ସୂଚନା ଦେଇଛନ୍ତି ।
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
How PLI schemes, design in India and manufacturing excellence are transforming the architectural lighting industry

Media Coverage

How PLI schemes, design in India and manufacturing excellence are transforming the architectural lighting industry
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 28, 2026
July 28, 2026

From Factories to Space & High-Speed Rail: How PM Modi’s Vision is Rewiring India’s Future