ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ପାଳିତ ହେବାକୁ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀର ପୂର୍ବ ସନ୍ଧ୍ୟାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏକାଧିକ ଟ୍ଵିଟ ଜରିଆରେ ଶ୍ରୀ ମୋଦୀ କହିଛନ୍ତି, “ଆସନ୍ତାକାଲି ଭାରତ ମହାନ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରିବ । ସାରା ଦେଶରେ ଆୟୋଜିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଗୁଜୁରାଟର ହରିପୁରାଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଅପରାହ୍ନ 1 ଟାରେ ଆରମ୍ଭ ହେଉଥିବା ଏହି କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ ।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସହ ହରିପୁରାର ଏକ ବିଶେଷ ସମ୍ପର୍କ ରହିଛି । 1938 ଐତିହାସିକ ହରିପୁରା ଅଧିବେଶନରେ ନେତାଜୀ ବୋଷ କଂଗ୍ରେସ ଦଳର ସଭାପତି ଦାୟିତ୍ଵ ଗ୍ରହଣ କରିଥିଲେ । ହରିପୁରାରେ ଆସନ୍ତାକାଲିର କାର୍ଯ୍ୟକ୍ରମ ଆମ ଦେଶ ପାଇଁ ନେତାଜୀ ବୋଷଙ୍କ ଅବଦାନ ପ୍ରତି ଏକ ଶ୍ରଦ୍ଧା ସୁମନ ହେବ ।

ନେତାଜୀ ବୋଷଙ୍କ ଜୟନ୍ତୀ ଅବସରରେ, ମୋର ଧ୍ୟାନ 23 ଜାନୁଆରୀ 2009 କୁ ଫେରିଯାଏ - ଯେଉଁଦିନ ଆମେ ହରିପୁରାରୁ ଇ-ଗ୍ରାମ ବିଶ୍ୱଗ୍ରାମ ପ୍ରକଳ୍ପ ଆରମ୍ଭ କରିଥିଲୁ । ଏହି ପଦକ୍ଷେପ ଗୁଜୁରାଟର ଆଇଟି ଭିତ୍ତିଭୂମିରେ ବୈପ୍ଳବିକ ପରିବର୍ତ୍ତନ ଆଣି ରାଜ୍ୟର ଦୂରଦୂରାନ୍ତରେ ଥିବା ଗରିବ ଲୋକଙ୍କୁ ପ୍ରଯୁକ୍ତିବିଦ୍ୟାର ଫଳ ପ୍ରଦାନ କରିଥିଲା ।

1938ରେ ନେତାଜୀ ବୋଷଙ୍କୁ ନିଆଯାଇଥିବା ରାସ୍ତାରେ ମୋତେ ଏକ ବିରାଟ ଶୋଭାଯାତ୍ରାରେ ନେଇଥିବା ହରିପୁରାର ଲୋକମାନଙ୍କ ସ୍ନେହକୁ ମୁଁ କଦାପି ଭୁଲି ପାରିବି ନାହିଁ । ତାଙ୍କ ଶୋଭାଯାତ୍ରାରେ 51ଟି ବଳଦ ଟାଣୁଥିବା ଏକ ସୁସଜ୍ଜିତ ରଥକୁ ବ୍ୟବହାର କରାଯାଇଥିଲା । ମୁଁ ମଧ୍ୟ ସେହି ସ୍ଥାନ ପରିଦର୍ଶନ କରିଥିଲି ଯେଉଁଠାରେ ନେତାଜୀ ହରିପୁରାରେ ରହିଥିଲେ ।

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଚିନ୍ତାଧାରା ଏବଂ ଆଦର୍ଶ ଆମକୁ ଏକ ଉତ୍ତମ ଭାରତ ଗଠନ ଦିଗରେ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବା ପାଇଁ ମୁଁ ଆଶା କରୁଛି, ଯାହା ପାଇଁ ସେ ଗର୍ବିତ ହେବେ ... ଏକ ଶକ୍ତିଶାଳୀ, ଆତ୍ମବିଶ୍ୱାସୀ ଏବଂ ଆତ୍ମନିର୍ଭରଶୀଳ ଭାରତ, ଯାହାର ମାନବ-କୈନ୍ଦ୍ରିକ ଆଭିମୁଖ୍ୟ ଆଗାମୀ ବର୍ଷଗୁଡିକରେ ଏକ ସୁସ୍ଥ ପୃଥିବୀ ନିର୍ମାଣରେ ସହାୟକ ହେବ” ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Beyond Make in India: Building a globally competitive manufacturing ecosystem

Media Coverage

Beyond Make in India: Building a globally competitive manufacturing ecosystem
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 6, 2026
June 06, 2026

Viksit Bharat Rising: PM Modi's Vision Powers Energy, Defense & Digital Dominance