ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ମିଃ. ଜିମ ୟଙ୍ଗ କିମଙ୍କଠାରୁ ଏକ ଟେଲିଫୋନ କଲ ପାଇଥିଲେ ।

ବ୍ୟବସାୟିକ ସୁଗମତା ମାନ୍ୟତାରେ ଭାରତର ଐତିହାସିକ ଉତ୍ଥାନ ଲାଗି ମିଃ କିମ୍ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ ମାତ୍ର 4 ବର୍ଷ ମଧ୍ୟରେ 125 କୋଟି ଜନସଂଖ୍ୟା ବିଶିଷ୍ଟ ଏକ ରାଷ୍ଟ୍ର 65ଟି ମାନ୍ୟତା ଉପରକୁ ଉଠିବା ଉଲ୍ଲେଖନୀୟ ।

ମିଃ କିମ ଆହୁରି ମଧ୍ୟ କହିଥିଲେ ଯେ ବ୍ୟାପକ ପଦକ୍ଷେପ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିରନ୍ତର ପ୍ରତିବଦ୍ଧତା ଏବଂ ନେତୃତ୍ୱ ପାଇଁ ଏହା ସମ୍ଭବ ହୋଇପାରିଛି । ସେ ଏହାକୁ ଐତିହାସିକ ଏବଂ ଅଭୂତପୂର୍ବ ଉପଲବ୍ଧୀ ବୋଲି ବର୍ଣ୍ଣନା କରିଥିଲେ ।

ୟୁଏନଇପି ଚାମ୍ପିଅନ୍ସ ଅଫ ଦି ଏର୍ଥ ପୁରସ୍କାର ଏବଂ ସିଓଲ ଶାନ୍ତି ପୁରସ୍କାର ସମ୍ମାନରେ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନିତ କରାଯିବା ବିଷୟରେ ଉଲ୍ଲେଖ କରି ମିଃ କିମ୍ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ ।

ବ୍ୟବସାୟିକ ସୁଗମତା ଲାଗି ଭାରତର ପ୍ରୟାସରେ ବିଶ୍ୱ ବ୍ୟାଙ୍କର ବାଧାମୁକ୍ତ ଏବଂ ନିରନ୍ତର ସମର୍ଥନ ପାଇଁ ମିଃ. କିମ ପ୍ରତିଶ୍ରୁତି ଦେଇଥିଲେ ।
ବ୍ୟବସାୟିକ ସୁଗମତାରେ ଉନ୍ନତି ଆଣିବା ଲାଗି ଭାରତର ପ୍ରୟାସକୁ ନିରନ୍ତର ସମର୍ଥନ ଏବଂ ମାର୍ଗଦର୍ଶନ ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ ଉଲ୍ଲେଖ କରିଥିଲେ ଯେ ବ୍ୟବସାୟିକ ସୁଗମତାରେ ଉନ୍ନତି ଆଣିବାରେ ବିଶ୍ୱ ବ୍ୟାଙ୍କ ମାନ୍ୟତାଗୁଡ଼ିକ ଭାରତ ଏବଂ ଏକ ପ୍ରେରଣାର ସ୍ରୋତ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Teachers: The artists of education

Media Coverage

Teachers: The artists of education
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 7, 2026
September 07, 2026

Vasudhaiva Kutumbakam in Action: Tech Hub, Border Villages, Global Leadership by PM Modi