Confident that Winter Session will be productive: PM
Hope there would be constructive debates and innovative solutions would be found to address the nation's problems: PM Modi

ଶୁଭ ସକାଳ ବନ୍ଧୁଗଣ,

ସାଧାରଣତଃ ଦିପାବଳୀ ସହିତ ଶୀତ ଋତୁ ଆରମ୍ଭ ହୋଇଯାଇଥାଏ । ମାତ୍ର ବୈଶ୍ୱ ତାପନ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ଏବେ ଥଣ୍ଡା ମଧ୍ୟ ଏତେ ମାତ୍ରାରେ ଅନୁଭବ ହେଉ ନାହିଁ ।

ମାତ୍ର ଆମର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି । ମୋର ବିଶ୍ୱାସ ଯେ 2017ରେ ଆରମ୍ଭ ହେଉଥିବା ଶୀତକାଳୀନ ଅଧିବେଶନ 2018 ପର୍ଯ୍ୟନ୍ତ ଚାଲିବ ଏବଂ ସରକାରଙ୍କ ଅନେକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟ, ଯାହାକି ଦୂରଗାମୀ ପ୍ରଭାବ ସୃଷ୍ଟି କରିବାର ଅଛି ତାହା ସଦନକୁ ଆସିବ ।

ଭଲ ବିତର୍କ ହେଉ, ସକାରାତ୍ମକ ତର୍କ-ବିତର୍କ ହେଉ, ଅଭିନବ ବିଚାରଧାରା ସହିତ ଆଲୋଚନା ହେଉ, ଯାହାଫଳରେ କି ଦେଶ ହିତ ପାଇଁ ସଂସଦରେ ସମୟର ସଠିକ ଉପଯୋଗ ଅଧିକ ମାତ୍ରାରେ ସଫଳତାର ସହ କରାଯାଇ ପାରିବ ।

ଗତକାଲି ଆମର ସର୍ବଦଳୀୟ ବୈଠକ ବସିଥିଲା ଓ ଏଥିରେ ମଧ୍ୟ ସହମତି ପ୍ରକାଶ ପାଇଥିଲା ଯେ ଦେଶର ପ୍ରଗତି ପାଇଁ ଏହି ସଦନରେ ଶୀତ ଅଧିବେଶନର ଉପଯୋଗ ସକାରାତ୍ମକ ଭାବେ ହେଉ ।

ମୁଁ ମଧ୍ୟ ଆାଶା କରୁଛି ଯେ ସକାରାତ୍ମକ ଭାବେ ସଦନର ଅଧିବେଶନ ଚାଲିବ, ଦେଶ ଲାଭାନ୍ୱିତ ହେବ, ଗଣତନ୍ତ୍ର ମଜଭୁତ ହେବ, ସାମାନ୍ୟ ମଣିଷର ଆଶା, ଆକାଂକ୍ଷା ପୂରଣ କରିବା ନେଇ ଏକ ନୂତନ ବିଶ୍ୱାସ ସୃଷ୍ଟି ହେବ ।

ଅନେକ ଅନେକ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
FPOs’ sales rise via commodity exchanges in FY26

Media Coverage

FPOs’ sales rise via commodity exchanges in FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 11, 2026
May 11, 2026

Society Above Politics: PM Modi’s Call for a Stronger, Self-Reliant & Sacred Bharat