ନେପାଳ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ ନିମ୍ନରେ ପ୍ରଦତ୍ତ କରାଗଲା –

“ନେପାଳ ପ୍ରଧାନମନ୍ତ୍ରୀ ମାହାମାନ୍ୟ କେ.ପି.ଶର୍ମା ଓଲିଙ୍କ ନିମନ୍ତ୍ରଣରେ ମୁଁ ମେ’ 11-12, 2018 ଦୁଇ ଦିନ ପାଇଁ ନେପାଳ ଗସ୍ତରେ ଯାଉଛି ।

ପ୍ରଧାନମନ୍ତ୍ରୀ ଭାବରେ ଏହା ମୋର ତୃତୀୟ ନେପାଳ ଗସ୍ତ । ଏହା ପ୍ରତିଫଳିତ କରୁଛି ଯେ, ଭାରତ ଏବଂ ବିଶେଷକରି ମୁଁ ବ୍ୟକ୍ତିଗତ ଭାବେ ନେପାଳ ସହ ରହିଆସିଥିବା ଯୁଗ ଯୁଗର ସମ୍ବନ୍ଧ ଓ ମୈତ୍ରୀପୂର୍ଣ୍ଣ ସମ୍ପର୍କକୁ ଦୃଢ଼ୀଭୂତ କରିବାରେ ଆମେ କେତେ ଗୁରୁତ୍ୱ ଦେଉଛୁ ।

ଗତ ମାସରେ ପ୍ରଧାନମନ୍ତ୍ରୀ ଓଲିଙ୍କ ଭାରତ ଗସ୍ତ ପରେ ମୁଁ ଏହି ଗସ୍ତରେ ଯାଉଛି । ନିୟମିତ ଭାବେ ଏଭଳି ଉଚ୍ଚସ୍ତରୀୟ ଗସ୍ତ ଓ ଆଲୋଚନା ଆମ ସରକାରଙ୍କ “ପଡୋଶୀ ପ୍ରଥମ” ନୀତି ପ୍ରତି ପ୍ରତିବଦ୍ଧତାକୁ ପ୍ରଦର୍ଶୀତ କରୁଛି, ଯାହାକି “ସବ୍କା ସାଥ୍ ସବ୍କା ବିକାଶ”ର ଅନୁରୂପ ।

ମିଳିତ ଭାବେ ଆମର ଦୁଇ ଦେଶ ଗତ କିଛି ବର୍ଷ ମଧ୍ୟରେ ଅନେକ ବିକାଶମୂଳକ ଓ ଦ୍ୱିପାକ୍ଷିକ ସଂଯୋଗୀକରଣ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବାରେ ସମର୍ଥ ହୋଇଛୁ । ଦୁଇ ଦେଶର ଲୋକମାନଙ୍କର କଲ୍ୟାଣ ପାଇଁ ଏଭଳି ଅନେକ ରୂପାନ୍ତରଣ କାର୍ଯ୍ୟକ୍ରମ ହାତକୁ ନେଇଛୁ ।

ପାରସ୍ପରିକ ସ୍ୱାର୍ଥ ଜଡିତ ପ୍ରସଙ୍ଗ ଓ ସେ ସମ୍ପର୍କରେ ସମ୍ପ୍ରତି ନୂଆଦିଲ୍ଲୀରେ ହୋଇଥିବା ବିସ୍ତାରିତ ବିଚାର ଆଲୋଚନାକୁ ଆହୁରି ଆଗେଇ ନେବା ତଥା ବିବିଧ କ୍ଷେତ୍ରରେ ଦୁଇ ଦେଶର ସହଯୋଗମୂଳକ ଭାଗୀଦାରିତାକୁ ତ୍ୱରାନ୍ୱିତ କରିବା ଦିଗରେ ପ୍ରଧାନମନ୍ତ୍ରୀ ଓଲି ଏବଂ ମୁଁ ବିଶେଷ ଭାବେ ଆଲୋଚନା କରିବୁ ।

କାଠମାଣ୍ଡୁ ବ୍ୟତିତ ମୁଁ ଜନକପୁର ଓ ମୁକ୍ତିନାଥ ପରିଦର୍ଶନ କରିବା ଲାଗି ଉତ୍କଣ୍ଠିତ । ପ୍ରତିବର୍ଷ ଏହି ଦୁଇ ସ୍ଥାନକୁ ଅନେକ ତୀର୍ଥଯାତ୍ରୀ ଯାଇଥାନ୍ତି । ସେମାନେ ହିଁ ପ୍ରକୃତରେ ଭାରତ-ନେପାଳ ଦୃଢ଼ ସାଂସ୍କୃତିକ ଓ ଧାର୍ମିକ ସମ୍ବନ୍ଧର ଜ୍ୱଳନ୍ତ ନିଦର୍ଶନ ।

ନେପାଳ ଲୋକତନ୍ତ୍ରକୁ ସମୃଦ୍ଧ କରିବାର ଲାଭ ଓ ଦେଶର ଦୃତ ଆର୍ଥକ ପ୍ରଗତିର ପୃଷ୍ଠଭୂମିରେ ଭାରତ କ୍ରମାଗତ ଭାବେ ନେପାଳ ସରକାରଙ୍କ “ସମୃଦ୍ଧ ନେପାଳ, ସୁଖି ନେପାଳ” ଦର୍ଶନକୁ ରୂପାୟିତ କରିବାରେ କାନ୍ଧକୁ କାନ୍ଧ ମିଳାଇ ଛିଡା ହୋଇଥିବ ।

ଏହି ଗସ୍ତ କାଳରେ ନେପାଳର ରାଜନୈତିକ ନେତୃବୃନ୍ଦ ଏବଂ ମୋର ମିତ୍ରମାନଙ୍କୁ ଭେଟିବା ଲାଗି ମୁଁ ଖୁବ୍ ଆଗ୍ରହାନ୍ୱିତ । ମୋର ଦୃଢ଼ ବିଶ୍ୱାସ ଯେ, ଏହି ଗସ୍ତ ଭାରତ-ନେପାଳ ସମ୍ବନ୍ଧ ବିଶେଷକରି ଜନ-ଜନ ସମ୍ପର୍କକୁ ଦୃଢ଼ିଭୂତ କରିବା ଏବଂ ପାରସ୍ପରିକ ବୁଝାମଣା ଓ ସ୍ୱାର୍ଥ ଆଧାରିତ ବନ୍ଧୁତାକୁ ସଶକ୍ତ କରିବାରେ ବିଶେଷ ଭୂମିକା ଗ୍ରହଣ କରିବ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's services exports rise by 12.7 pc in April despite West Asia crisis: RBI

Media Coverage

India's services exports rise by 12.7 pc in April despite West Asia crisis: RBI
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 30, 2026
May 30, 2026

Viksit Bharat in Motion: How PM Modi is Building a Self-Reliant Global India”