ରାଷ୍ଟ୍ରପତି ମୁନ ଜେ ଇନଙ୍କ ନିମନ୍ତ୍ରଣରେ ମୁଁ କୋରିଆ ସାଧାରଣତନ୍ତ୍ର ଗସ୍ତ କରୁଛି । କୋରିଆକୁ ଏହା ମୋର ଦ୍ୱିତୀୟ ଗସ୍ତ ଏବଂ ରାଷ୍ଟ୍ରପତି ମୁନଙ୍କ ସହିତ ଏହା ମୋର ଦ୍ୱିତୀୟ ଶିଖର ସମ୍ମିଳନୀ ।

ଗତବର୍ଷ ଜୁଲାଇରେ ରାଷ୍ଟ୍ରପତି ମୁନ ଜେ ଇନ ଏବଂ ପ୍ରଥମ ମହିଳା ମିଃ. କିମ ଜଙ୍ଗ-ସୁକଙ୍କୁ ଭାରତରେ ଆତିଥେୟ ପ୍ରଦାନ କରିବାର ସୌଭାଗ୍ୟ ପାଇଥିଲୁ । କୋରିଆ ସାଧାରଣତନ୍ତ୍ରକୁ ମୋର ଗସ୍ତ ଆମ ସମ୍ପର୍କକୁ ଆମେ ପ୍ରଦାନ କରୁଥିବା ଗୁରୁତ୍ୱର ପ୍ରତିଫଳନ ।

ଆମେ କୋରିଆକୁ ଏକ ମୂଲ୍ୟବାନ ବନ୍ଧୁ ଭାବେ ବିବେଚନା କରିଥାଉ, ଏପରି ଏକ ରାଷ୍ଟ୍ର ଯାହା ସହିତ ଆମର ଏକ ସ୍ୱତନ୍ତ୍ର ରଣନୈତିକ ଭାଗୀଦାରୀ ରହିଛି । ଉଭୟ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇଥିବା ଦୃଷ୍ଟିରୁ, ଭାରତ ଏବଂ କୋରିଆ କ୍ଷେତ୍ରୀୟ ଏବଂ ବିଶ୍ୱ ଶାନ୍ତି ପାଇଁ ଏକ ସହଭାଗୀ ମୂଲ୍ୟବୋଧ ଏବଂ ଏକ ସହଭାଗୀ ସଂକଳ୍ପ ପୋଷଣ କରିଥା’ନ୍ତି । ସହଭାଗୀ ବଜାର ଅର୍ଥବ୍ୟବସ୍ଥା ଭାବେ, ଆମର ଆବଶ୍ୟକତା ଏବଂ ଶକ୍ତି ପରସ୍ପରର ଅନୁପୂରକ । ଆମର ‘ମେକ ଇନ ଇଣ୍ଡିଆ’, ‘ଷ୍ଟାର୍ଟ ଅପ ଇଣ୍ଡିଆ’ ଏବଂ ‘କ୍ଲିନ ଇଣ୍ଡିଆ’ ଯୋଜନାରେ କୋରିଆ ସାଧାରଣତନ୍ତ୍ର ଏକ ଗୁରୁତ୍ୱପୂର୍ଣ୍ଣ ସହଭାଗୀ । ମୌଳିକଠାରୁ ଆରମ୍ଭ କରି ବିକଶିତ ବିଜ୍ଞାନରେ ଆମର ମିଳିତ ଗବେଷଣା ପରିବ୍ୟାପ୍ତ ହେବା ସହିତ ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଆମର ସହଭାଗୀତା ଉତ୍ସାହପ୍ରଦ ସ୍ଥିତିରେ ରହିଛି ।

ଆମର ଜନ-ଜନ ସମ୍ପର୍କ ଏବଂ ବିନିମୟ, ସବୁ ସମୟ ଭଳି, ଆମ ବନ୍ଧୁତାର ସମ୍ପର୍କକୁ ଏକ ଦୃଢ଼ ସ୍ଥିତି ପ୍ରଦାନ କରିଥାଏ । ଗତ ନଭେମ୍ବରରେ ଅଯୋଧ୍ୟାରେ ଅନୁଷ୍ଠିତ ‘ଦୀପୋତ୍ସାବ’ରେ ଭାଗ ନେବା ଲାଗି ପ୍ରଥମ ମହିଳା ଏବଂ ତାଙ୍କର ସ୍ୱତନ୍ତ୍ର ପ୍ରତିନିଧି ପଠାଇବା ଲାଗି ରାଷ୍ଟ୍ରପତି ମୁନ ନେଇଥିବା ନିଷ୍ପତ୍ତି ଆମକୁ ବେଶ ପ୍ରଭାବିତ କରିଥିଲା ।

ଆମର ଆକ୍ଟ ଇଷ୍ଟ ନୀତି ଏବଂ କୋରିଆ ସାଧାରଣତନ୍ତ୍ରର ନୂଆ ଦକ୍ଷିଣ ନୀତି ମଧ୍ୟରେ ରହିଥିବା ସାମଞ୍ଜସ୍ୟ ଆମ ସମ୍ପର୍କର ବୃଦ୍ଧିଶୀଳ ଗଭୀରତା ଏବଂ ବିବିଧତାକୁ ବଳ ପ୍ରଦାନ କରୁଛି । ମିଳିତ ଭାବେ କାର୍ଯ୍ୟ କରି, ‘ଜନଗଣ, ସମୃଦ୍ଧି ଏବଂ ଶାନ୍ତି ପାଇଁ ଆମର ଭବିଷ୍ୟତ ଆଧାରିତ ଭାଗୀଦାରୀ’ ନିମନ୍ତେ ଆମର ସମ୍ପର୍କକୁ ଆଗେଇ ନେବା ଲାଗି ଆମେ ପ୍ରତିବଦ୍ଧ ।

ଏହି ଗସ୍ତ କାଳରେ, ରାଷ୍ଟ୍ରପତି ମୁନଙ୍କ ସହିତ ମୋର ଆଲୋଚନା ବ୍ୟତୀତ, ମୁଁ ବ୍ୟବସାୟ ନେତୃତ୍ୱ, ଭାରତୀୟ ସମୁଦାୟ ସଦସ୍ୟମାନଙ୍କ ସହିତ ଜୀବନର ପ୍ରତ୍ୟେକ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସାକ୍ଷାତ କରିବି ।

ମୋର ଦୃଢ଼ ବିଶ୍ୱାସ ଯେ ଏହି ମହତ୍ୱପୂର୍ଣ୍ଣ ଭାଗୀଦାରୀକୁ ଆହୁରି ସୁଦୃଢ଼ କରିବାରେ ଏହି ଗସ୍ତ ସହାୟକ ହେବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Reforms, agile economic management bearing fruit: FM on 7.8% Q1 GDP growth

Media Coverage

Reforms, agile economic management bearing fruit: FM on 7.8% Q1 GDP growth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting the qualities of a truly wise person
September 01, 2026

Prime Minister Shri Narendra Modi shared a Sanskrit Subhashitam today, highlighting the qualities of a truly wise person.

The Prime Minister wrote on X;

"यस्य कृत्यं न जानन्ति मन्त्रं वा मन्त्रितं परे।

कृतमेवास्य जानन्ति स वै पण्डित उच्यते॥"

A truly wise person is one whose plans and actions remain hidden from others until they are completed. Such a disciplined, discerning and thoughtful person is rightly regarded as truly wise.