PM Modi to partake in 8th BRICS Summit and first BRICS-BIMSTEC Outreach Summit on 15-16 October, 2016 in Goa
President Putin’s visit will give us an opportunity to consolidate & reaffirm unique time-tested f’ship & p’ship with Russia: PM Modi
President Temer’s visit will open up new areas for cooperation with Brazil, an important strategic partner: PM Modi
As Chair of the BRICS this year, India has embraced a stronger emphasis on promoting people-to-people linkages in diverse fields: PM
BRICS Summit will strengthen intra-BRICS cooperation & advance common agenda for development, peace, stability & reform: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋଆଠାରେ ଚଳିତ ଅକ୍ଟୋବର 15ରୁ ଆରମ୍ଭ ହେଉଥିବା ଦୁଇ ଦିନିଆ ଅଷ୍ଟମ ବ୍ରିକ୍ସ ଶିଖର ସମ୍ମିଳନୀ ଏବଂ ପ୍ରଥମ ବ୍ରିକ୍ସ-ବିମଷ୍ଟେକ ସଂଯୁକ୍ତ ଶିଖର ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଶିଖର ସମ୍ମିଳନୀର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ବ୍ରିକ୍ସ ଏବଂ ବିମଷ୍ଟେକ ପରିବାରର ସମସ୍ତ ସଦସ୍ୟଙ୍କୁ ସ୍ଵାଗତ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କ ଫେସବୁକ ପୃଷ୍ଠାରେ କହିଛନ୍ତି ଯେ,
ଗୋଆଠାରେ ଅଷ୍ଟମ ବ୍ରିକ୍ସ ସମ୍ମିଳନୀ ପରେ ପରେ ପ୍ରଥମ ଥର ପାଇଁ ବ୍ରିକ୍ସ-ବିମଷ୍ଟେକ ସଂଯୁକ୍ତ ଶିଖର ସମ୍ମିଳନୀର ଆୟୋଜକ ହିସାବରେ ଭାରତ ଅତ୍ୟନ୍ତ ଉଲ୍ଲସିତ । ବ୍ରିକ୍ସ ଏବଂ ବିମଷ୍ଟେକର 10 ଜଣ ନେତୃବୃନ୍ଦଙ୍କୁ ହାର୍ଦ୍ଦିକ ସ୍ଵାଗତ ଜଣାଇବାର ମୁହୂର୍ତ୍ତକୁ ମୁଁ ଅତ୍ୟନ୍ତ ଉତ୍ସାହର ସହ ଅପେକ୍ଷା କରିଛି । ଏଥିସହିତ ଗୋଆଠାରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ଭାରତ-ଋଷ ବାର୍ଷିକ ଶିଖର ସମ୍ମିଳନୀ ଏବଂ ବ୍ରାଜିଲର ରାଷ୍ଟ୍ରପତି ମାଇକେଲ ଟେମେରଙ୍କୁ ଏକ ଦ୍ଵିପାକ୍ଷିକ ଗସ୍ତ ପାଇଁ ସ୍ଵାଗତ କରିବାର ସୌଭାଗ୍ୟ ମୋତେ ମିଳିଛି ।

ରାଷ୍ଟ୍ରପତି ପୁଟିନଙ୍କ ଗସ୍ତ ଭାରତ ଏବଂ ଋଷ ମଧ୍ୟରେ ସମୟ ଅନ୍ତରାଳେ ବନ୍ଧୁତ୍ଵର ଆଶ୍ଵାସନାକୁ ଆହୁର ସୁଦୃଢ କରିବା ସହ ପରସ୍ପର ଅଂଶୀଦାର ହେବାର ସୁଯୋଗ ପ୍ରଦାନ କରିଛି । ରାଷ୍ଟ୍ରପତି ଟେମରଙ୍କ ଗସ୍ତ ଭାରତ ସହିତ ବ୍ରାଜିଲର ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ରଣନୀତିକ ଅଂଶୀଦାର ହେବାର ରାସ୍ତା ସୁଗମ କରିବ ।

ଏହି ଅବସରରେ ମୋର ପ୍ରତିପକ୍ଷ ଚୀନ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ ଏବଂ ଋଷର ନେତୃବୃନ୍ଦଙ୍କ ସହିତ ଅନ୍ତର୍ଜାତୀୟ ଏବଂ ଆଂଚଳିକ ସ୍ତରରେ ଆମ ଲକ୍ଷ୍ୟ ହାସଲ କ୍ଷେତ୍ରରେ ଥିବା ବିଭିନ୍ନ ଆହ୍ଵାନ ବିଷୟରେ ଗୁରୁତ୍ଵପୂର୍ଣ୍ଣ ଆଲୋଚନା କରାଯିବ ।

ଚଳିତ ବର୍ଷ ବ୍ରିକ୍ସ ଶିଖର ସମ୍ମିଳନୀରେ ଭାରତ ଅଧ୍ୟକ୍ଷତା କରୁଥିବାରୁ ବାଣିଜ୍ୟ, କ୍ରୀଡା, ଶିକ୍ଷା, ଚଳଚିତ୍ର, ସ୍କଲାରସିପ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଜନ-ଜନଙ୍କ (people to people) ମଧ୍ୟରେ ସଂପର୍କ ପାଇଁ ପ୍ରୋତ୍ସାହନ ଉପରେ ଅଧିକ ଗୁରୁତ୍ଵ ପ୍ରଦାନ କରାଯିବ ।

ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଁ ଲୋକମାନେ ହେଉଛନ୍ତି ପ୍ରମୁଖ ଅଂଶୀଦାର ଏବଂ ସମସ୍ୟାର ସମାଧାନ କ୍ଷେତ୍ରରେ ମଧ୍ୟ ସେମାନଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଗୋଆଠାରେ ନୂତନ ପଦକ୍ଷେପଗୁଡିକର ଘୋଷଣା କରାଯିବା ସହ ବ୍ରିକ୍ସ ନୂତନ ବିକାଶ ବ୍ୟାଙ୍କ ଏବଂ ଆପାତକାଳୀନ ଗୋଷ୍ଠୀଗତ ସଂରକ୍ଷଣ ବ୍ୟବସ୍ଥାର ସଫଳ ରୂପାୟନ ଉପରେ ଗୁରୁତ୍ଵ ପ୍ରଦାନ କରାଯିବ ।

ମୁଁ ଆଶାବାଦୀ ଯେ ବ୍ରିକ୍ସ ଶିଖର ସମ୍ମିଳନୀ ଆନ୍ତଃ-ବ୍ରିକ୍ସ ସହଯୋଗରେ ଉନ୍ନତି, ଶାନ୍ତି, ସ୍ଥିରତା ଏବଂ ସଂସ୍କାର ପାଇଁ ଆମ ସମସ୍ତଙ୍କର ଲକ୍ଷ୍ୟ ପୂରଣ କରିବ ।

ଭାରତ, ବାଂଲାଦେଶ, ଭୂଟାନ, ମିଆଁମାର, ନେପାଳ, ଶ୍ରୀଲଙ୍କା ଏବଂ ଥାଇଲାଣ୍ଡ ବିମଷ୍ଟେକ ନେତୃବୃନ୍ଦଙ୍କର ଏକ ସଂଯୁକ୍ତ ଶିଖର ସମ୍ମିଳନୀର ଆୟୋଜନ କରିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ।

ଗୋଟିଏ ସ୍ଥାନରେ ଦୁଇ ତୃତୀୟାଂଶ ଜନତାଙ୍କୁ ପ୍ରତିନିଧିତ୍ଵ କରୁଥିବା ନେତୃବୃନ୍ଦ ଏକତ୍ରିତ ହେବା ଫଳରେ ବନ୍ଧୁତ୍ଵ ଏବଂ ସହଯୋଗର ସୁଫଳ ଆଗାମୀ ଦିନରେ ପ୍ରତୀତ ହେବ ।

ଭାରତ ସର୍ବଦା ନୂତନ ବନ୍ଧୁତ୍ଵକୁ ସ୍ଵାଗତ କରିଥାଏ ଏବଂ ସଂପର୍କର ସେତୁ ସୁଦୃଢ କରିବା ସହିତ ସଂପ୍ରତି ସମସ୍ୟାର ସାମୂହିକ ସମାଧାନର ସୂତ୍ର ବାହାର କରିବା ଦିଗରେ ସହଯୋଗ କରିଥାଏ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From cash queues to QR codes: How UPI changed the way India spends

Media Coverage

From cash queues to QR codes: How UPI changed the way India spends
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam, emphasising that India’s growing strength driven by the resolve and dedication of its people
May 15, 2026

The Prime Minister, Shri Narendra Modi today shared Sanskrit Subhashitam emphasising that India’s continuous rise on the global stage is powered by the determination, hard work and collective spirit of its people.

The Prime Minister shared a Sanskrit verse-

“यथाशक्ति चिकीर्षन्ति यथाशक्ति च कुर्वते।

न किञ्चिदवमन्यन्ते नराः पण्डितबुद्धयः॥”

The Prime Minister wrote on X;

“देशवासियों के इन्हीं गुणों से भारत आज अपने सामर्थ्य को निरंतर बढ़ा रहा है…

यथाशक्ति चिकीर्षन्ति यथाशक्ति च कुर्वते।

न किञ्चिदवमन्यन्ते नराः पण्डितबुद्धयः॥”