ଟୟକୋନୋମି’ରେ ସ୍ଥିତି ସୁଦୃଢ଼ କରିବା ଲାଗି ଆହ୍ବାନ
ସବୁଠୁ ବଞ୍ଚିତ ବର୍ଗଙ୍କ ବିକାଶ ଓ ଅଭିବୃଦ୍ଧି ପାଇଁ ଖେଳନା କ୍ଷେତ୍ରର ଗୁରୁତ୍ବ ଉପରେ ଆଲୋକପାତ
ଆମେ ସ୍ଥାନୀୟ ଖେଳନାର ପ୍ରଚାର କରିବା ଉଚିତ୍ : ପ୍ରଧାନମନ୍ତ୍ରୀ
ବିଶ୍ବ ଭାରତର ସାମର୍ଥ୍ୟ, କଳା ଓ ସଂସ୍କୃତି ଏବଂ ସମାଜ ବିଷୟରେ ଜାଣିବାକୁ ଚାହୁଁଛି; ଖେଳନାଗୁଡ଼ିକ ଏ କ୍ଷେତ୍ରରେ ବଡ଼ ଭୂମିକା ଗ୍ରହଣ କରିପାରିବେ : ପ୍ରଧାନମନ୍ତ୍ରୀ
ଡିଜିଟାଲ ଗେମିଂ ପାଇଁ ଭାରତରେ ଯଥେଷ୍ଟ ବିଷୟବସ୍ତୁ ଏବଂ ଦକ୍ଷତା ରହିଛି : ପ୍ରଧାନମନ୍ତ୍ରୀ
ଦେଶ ସ୍ବାଧୀନତାର 75ତମ ଜନ୍ମବାର୍ଷିକୀ ଖେଳନା କ୍ଷେତ୍ରର ଉଦ୍ଭାବକ ଓ ନିର୍ମାତାମାନଙ୍କ ପାଇଁ ଏକ ବଡ଼ ସୁଯୋଗ : ପ୍ରଧାନମନ୍ତ୍ରୀ

ମୋତେ ଆପଣମାନଙ୍କ କଥା ଶୁଣି ବହୁତ ଭଲ ଲାଗିଲା ଏବଂ ମୁଁ ଖୁସି ଯେ ଆଜି ଆମର ସହଯୋଗୀ ମନ୍ତ୍ରୀ ପିୟୁଷ ମହାଶୟ, ସଞ୍ଜୟ ମହାଶୟ ଏବଂ ସାଥୀଗଣ ଟୟ କ୍ୟାଥନରେ ସାରା ଦେଶରୁ ଯେଉଁ ପ୍ରତିଯୋଗୀମାନେ ଅଛନ୍ତି, ଅନ୍ୟ ଯେଉଁ ମହାନୁଭବମାନେ ଅଛନ୍ତି ଆଉ ଆଜି ମଧ୍ୟ ଏହି କାର୍ଯ୍ୟକ୍ରମକୁ ଯେଉଁମାନେ ଦେଖୁଛନ୍ତି।

ଦେଖନ୍ତୁ ଆମର ଏଠାରେ କୁହାଯାଇଥାଏ – ସାହସେ ଖଳୁ ଶ୍ରୀଃ ବସତି। ଅର୍ଥାତ ସାହସରେ ହିଁ ଶ୍ରୀ ରହିଥାଏ, ସମୃଦ୍ଧି ରହିଥାଏ। ଏହି ଆହ୍ୱାନପୂର୍ଣ୍ଣ ସମୟରେ ଦେଶର ପ୍ରଥମ ଟୟ କ୍ୟାଥନର ଆୟୋଜନ ଏହି ଭାବନାକୁ ମଜବୁତ କରୁଛି। ଏହି ଟୟ କ୍ୟାଥନରେ ଆମର ବାଳମିତ୍ରଙ୍କ ଠାରୁ ନେଇ ଯୁବ ସାଥୀମାନେ, ଶିକ୍ଷକ, ଷ୍ଟାଟ-ଅପ୍ସ ଆପ୍‍ ଏବଂ ଉଦ୍ୟୋଗୀମାନେ ମଧ୍ୟ ବହୁତ ଉତ୍ସାହର ସହିତ ଭାଗ ନେଇଛନ୍ତି। ପ୍ରଥମ ଥର ହିଁ ଦେଢ଼ ହଜାରରୁ ଅଧିକ ଟିମ୍‍ ଗ୍ରାଣ୍ଡ ଫିନାଲେରେ ସାମିଲ ହେବା, ଏହା ନିଜକୁ ନିଜ ମଧ୍ୟରେ ଉଜ୍ଜ୍ୱଳ ଭବିଷ୍ୟତର ସଙ୍କେତ ଦେଉଛି। ଏହି ଖେଳଣା ଓ ଖେଳ ଆତ୍ମନିର୍ଭର ଭାରତ ଅଭିଯାନକୁ ମଧ୍ୟ ସୁଦୃଢ଼ କରିବ। ଏଥିରେ କିଛି ସାଥୀମାନଙ୍କର ବହୁତ ଭଲ ଚିନ୍ତାଧାରା (ଆଇଡିଆ) ବିକଶିତ ହୋଇ ଆସିଛି। ଏବେ କିଛି ସାଥୀମାନଙ୍କ ସହିତ ମୋତେ କଥାବାର୍ତା ହେବାର ସୁଯୋଗ ମଧ୍ୟ ମିଳିଲା। ମୁଁ ଏଥିପାଇଁ ପୁଣିଥରେ ଶୁଭେଚ୍ଛା ଜଣାଉଛି।

ସାଥୀଗଣ,

ବିଗତ 5-6 ବର୍ଷ ମଧ୍ୟରେ ହେକାଥନକୁ ଦେଶର ସମସ୍ୟାଗୁଡ଼ିକର ସମାଧାନର ଏକ ବଡ଼ ପ୍ଲାଟଫର୍ମ ବା ମଞ୍ଚ କରି ଦିଆଯାଇଛି। ଏହା ପଛରେ ରହିଥିବା ଚିନ୍ତାଧାରା ହେଉଛି- ଦେଶର ସାମର୍ଥ୍ୟକୁ ସଂଗଠିତ କରିବା, ତାହାକୁ ଏକ ମାଧ୍ୟମ ପ୍ରଦାନ କରିବା। ଚେଷ୍ଟା ଏହା ରହିଛି ଯେ ଦେଶର ଆହ୍ୱାନ ଏବଂ ସମାଧାନ ସହିତ ଆମର ଯୁବଗୋଷ୍ଠୀ ସିଧାସଳଖ ଜଡିତ ହୁଅନ୍ତୁ। ସେତେବେଳେ ଏହି ସଂଯୋଗ ସୁଦୃଢ଼ ହୋଇଥାଏ, ସେତେବେଳେ ଆମ ଯୁବଶକ୍ତିର ପ୍ରତିଭା ମଧ୍ୟ ସାମ୍ନାକୁ ଆସିଥାଏ ଆଉ ଦେଶକୁ ଉନ୍ନତମାନର ସମାଧାନ ମିଳିଥାଏ। ଦେଶର ପ୍ରଥମ ‘ଟୟ କ୍ୟାଥନ’ର ଏହା ମଧ୍ୟ ହେଉଛି ଉଦ୍ଦେଶ୍ୟ। ମୋର ମନେଅଛି, ମୁଁ ଖେଳଣା ଏବଂ ଡିଜିଟାଲ ଗେମିଂର ଦୁନିଆରେ ଆତ୍ମନିର୍ଭରତା ଏବଂ ସ୍ଥାନୀୟସ୍ତରରେ ସମାଧାନ (ଲୋକାଲ ସଲ୍ୟୁସନ୍ସ) ପାଇଁ ଯୁବ ସାଥୀମାନଙ୍କୁ ନିବେଦନ କରିଥିଲି। ତାହାର ଏକ ସକରାତ୍ମକ ପ୍ରତିକ୍ରିୟା ଦେଶରେ ଦେଖିବାକୁ ମିଳୁଛି। ଯଦିଓ କିଛି ଲୋକମାନଙ୍କୁ ଏହା ଲାଗୁଛି ଯେ ଏହାତ ହେଉଛି କେବଳ ଖେଳଣା, ଏହାକୁ ନେଇ ଏତେ ଗମ୍ଭୀର ଚର୍ଚ୍ଚାର ଆବଶ୍ୟକତା କାହିଁକି ରହିଛି? ପ୍ରକୃତରେ ଏହି ଖେଳଣା, ଏହି ଖେଳ, ଆମର ମାନସିକ ଶକ୍ତି, ଆମର ସୃଜନଶୀଳତା ଆଉ ଆମର ଅର୍ଥବ୍ୟବସ୍ଥା ଉପରେ, ଏଭଳି ଅନେକ ଦିଗକୁ ପ୍ରଭାବିତ କରୁଛି। ତେଣୁ ଏହି ବିଷୟ ଗୁଡ଼ିକର କଥା ମଧ୍ୟ ସେତିକି ହିଁ ଆବଶ୍ୟକ ରହିଛି। ଆମେ ସମସ୍ତେ ଜାଣିଛୁ ଯେ ପିଲାର ପ୍ରଥମ ପାଠଶାଳା ଯଦି ପରିବାର ହୋଇଥାଏ, ତେବେ ପ୍ରଥମ ପୁସ୍ତକ ଆଉ ପ୍ରଥମ ସାଙ୍ଗ, ଏହି ଖେଳଣା ହିଁ ହୋଇଥାଏ। ସମାଜ ସହିତ ପିଲାର ପ୍ରଥମ କଥାବାର୍ତା ଏହି ଖେଳଣାଗୁଡ଼ିକ ମାଧ୍ୟମରେ ହିଁ ହୋଇଥାଏ। ଆପଣମାନେ ଦେଖିଥିବେ, ପିଲାମାନେ ଖେଳଣାଗୁଡ଼ିକ ସହିତ କଥାବାର୍ତା ହୁଅନ୍ତି, ତାଙ୍କୁ ନିର୍ଦ୍ଦେଶ ଦିଅନ୍ତି, ତାଙ୍କଦ୍ୱାରା କିଛି କାର୍ଯ୍ୟ କରାନ୍ତି। କାରଣ ଏହାଦ୍ୱାରା ତାହାର ସାମାଜିକ ଜୀବନର ପ୍ରାରମ୍ଭ ଏକ ପ୍ରକାରରେ ଆରମ୍ଭ ହୋଇଥାଏ। ଏହିଭଳି ଭାବେ, ଏହି ଖେଳଣା, ଏହି ବୋର୍ଡ ଗେମ୍ସ, ଧୀରେ-ଧୀରେ ତାହାର ବିଦ୍ୟାଳୟ ଜୀବନର ମଧ୍ୟ ଏକ ପ୍ରମୁଖ ଅଂଶ ପାଲଟି ଯାଇଥାଏ, ଶିଖିବା ଏବଂ ଶିଖାଇବାର ମାଧ୍ୟମ ହୋଇଯାଇଥାଏ। ଏହା ବ୍ୟତୀତ ଖେଳଣା ସହିତ ଜଡ଼ିତ ଆଉ ଏକ ବହୁତ ବଡ଼ ଦିଗ ରହିଛି, ଯାହାକୁ ପ୍ରତ୍ୟେକଙ୍କୁ ଜାଣିବାର ଆବଶ୍ୟକତା ରହିଛି। ଏହା ହେଉଛି ଖେଳଣା ଏବଂ ଖେଳ ଦୁନିଆର ଅର୍ଥବ୍ୟବସ୍ଥା- ଟୟକୋନୋମି, ଆଜି ଆମେ ଯେତେବେଳେ କଥା କହୁଛୁ ତେବେ ବିଶ୍ୱ ଖେଳଣା ବଜାର ହେଉଛି ପ୍ରାୟତଃ 100 ବିଲିୟନ ଡଲାରର। ଏଥିରେ ଭାରତର ଅଂଶୀଦାର ହେଉଛି ମାତ୍ର ଦେଢ଼ ବିଲିୟନ ଡଲାର ପାଖାପାଖି, ମାତ୍ର ଦେଢ଼ ବିଲିୟନ। ଆଜି ଆମେ ଆମର ଆବଶ୍ୟକତାର ମଧ୍ୟ ପ୍ରାୟ 80 ପ୍ରତିଶତ ଖେଳଣା ବିଦେଶରୁ ଆମଦାନୀ କରୁଛୁ। ଅର୍ଥାତ ଏଥିପାଇଁ ଦେଶର କୋଟି-କୋଟି ଟଙ୍କା ବାହାର ଦେଶକୁ ଯାଉଛି। ଏହି ସ୍ଥିତିକୁ ବଦଳାଇବା ହେଉଛି ବହୁତ ଜରୁରୀ। ଆଉ ଏହା କେବଳ ପରିସଂଖ୍ୟାନର କଥା ନୁହେଁ, ବରଂ ଏହି କ୍ଷେତ୍ର ଦେଶର ସେହି ବର୍ଗ ପର୍ଯ୍ୟନ୍ତ, ସେହି ଅଂଶ ପର୍ଯ୍ୟନ୍ତ ବିକାଶ ପହଞ୍ଚାଇବାରେ ସାମର୍ଥ୍ୟ ରଖିଥାଏ, ଯେଉଁଠାରେ ଏବେ ତାହାର ସବୁଠାରୁ ଅଧିକ ଆବଶ୍ୟକତା ରହିଛି। ଖେଳ ସହିତ ଜଡ଼ିତ ଆମର ଯେଉଁ କୁଟୀର ଶିଳ୍ପ ରହିଛି, ଆମର ଯେଉଁ କଳା ରହିଛି, ଆମର ଯେଉଁ କାରିଗରୀ ରହିଛି, ତାହା ଗାଁ, ଗରିବ, ଦଳିତ, ଆଦିବାସୀ ସମାଜରେ ବଡ଼ ସଂଖ୍ୟାରେ ରହିଛି। ଆମର ଏହି ସାଥୀ ବହୁତ ସୀମିତ ସଂସାଧନରେ ଆମର ପରମ୍ପରା, ଆମର ସଂସ୍କୃତିକୁ ନିଜର ଉନ୍ନତତର କଳା ଦ୍ୱାରା ଚମକାଇ ନିଜର ଖେଳଣାକୁ ଆକାର ଦେଇଥାଆନ୍ତି। ଏଥିରେ ମଧ୍ୟ ବିଶେଷ ଭାବେ ଆମର ଭଉଣୀ, ଆମର ଝିଅମାନେ ବହୁତ ବଡ଼ ଭୂମିକା ତୁଲାଉଛନ୍ତି। ଖେଳଣା ସହିତ ଜଡ଼ିତ କ୍ଷେତ୍ରର ବିକାଶ ଦ୍ୱାରା, ଏଭଳି ମହିଳାମାନଙ୍କ ସହିତ ଦେଶର ଦୂର-ଦୂରାନ୍ତର ଅଞ୍ଚଳରେ ରହୁଥିବା ଆମର ଆଦିବାସୀ ଏବଂ ଗରିବ ସାଥୀଙ୍କୁ ବହୁତ ଲାଭ ହେବ। କିନ୍ତୁ ଏହା ସେତେବେଳେ ଯାଇ ସମ୍ଭବ, ଯେତେବେଳେ ଆମେ ଆମର ଲୋକାଲ ଖେଳଣାଗୁଡ଼ିକ ପାଇଁ ଭୋକାଲ ହେବା, ଲୋକାଲ ପାଇଁ ଭୋକାଲ ହେବା ଜରୁରୀ ଆଉ ସେଗୁଡ଼ିକୁ ଉନ୍ନତର କରିବା ପାଇଁ, ଗ୍ଲୋବାଲ ବଜାରରେ ପ୍ରତିଯୋଗୀ ଭାବେ ଠିଆ କରିବା ପାଇଁ ପ୍ରତ୍ୟେକ ସ୍ତରରେ ପ୍ରୋତ୍ସାହନ ଦେବା। ଏଥିପାଇଁ ନବସୃଜନରୁ ନେଇ ଫାଇନାନ୍‍ସିଂ ପର୍ଯ୍ୟନ୍ତ ନୂତନ ମଡେଲ ବିକଶିତ କରିବା ହେଉଛି ବହୁତ ଜରୁରୀ। ପ୍ରତ୍ୟେକ ନୂତନ ଚିନ୍ତାଧାରାକୁ ପ୍ରୟୋଗ କରିବା ହେଉଛି ଜରୁରୀ। ନୂତନ ଷ୍ଟାର୍ଟ-ଅପ୍ସକୁ କିଭଳି ବିସ୍ତାର କରିବା ଆଉ ଖେଳଣାର ପାରମ୍ପରିକ କଳାକୁ, କଳାକାରଙ୍କୁ, କିପରି ନୂତନ ଟେକ୍ନୋଲୋଜି, ନୂତନ ବଜାର ଚାହିଦା ଅନୁସାରେ ପ୍ରସ୍ତୁତ କରିବା, ଏହା ମଧ୍ୟ ହେଉଛି ଆବଶ୍ୟକ। ‘ଟୟ କ୍ୟାଥନ’ ଭଳି ଆୟୋଜନଗୁଡ଼ିକର ପଛରେ ଏହି ଚିନ୍ତାଧାରା ରହିଛି।

ଶସ୍ତା ଡାଟା ଆଉ ଇଂଟରନେଟରେ ଆସିଥିବା ଦ୍ରୁତଗତି, ଆଜି ଗାଁ-ଗାଁ ପର୍ଯ୍ୟନ୍ତ ଦେଶକୁ ଡିଜିଟାଲ ଭାବେ ସଂଯୋଗ କରୁଛି। ଏମିତିରେ ଶାରୀରିକ ଖେଳ ଏବଂ ଖେଳଣାଗୁଡ଼ିକ ସହିତ ଭର୍ଚୁଆଲ, ଡିଜିଟାଲ, ଅନ୍‍ ଲାଇନ୍‍ ଗେମିଂରେ ମଧ୍ୟ ଭାରତର ସମ୍ଭାବନା ଏବଂ ସାମର୍ଥ୍ୟ, ଦୁଇଟିଯାକ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କିନ୍ତୁ ଆଜି ଯେତେ ମଧ୍ୟ ଅନ୍‍ ଲାଇନ୍‍ ବା ଡିଜିଟାଲ ଗେମ୍‍ସ ବଜାରରେ ଉପଲବ୍ଧ ରହିଛି, ସେଥିମଧ୍ୟରୁ ଅଧିକାଂଶ ଖେଳଣାର ପରିକଳ୍ପନା ଭାରତୀୟ ନୁହେଁ, ଆମର ଚିନ୍ତାଧାରା ସହିତ ମେଳ ଖାଉନାହିଁ। ଆପଣ ମଧ୍ୟ ଜାଣନ୍ତି ଯେ ଏଥିରେ ଅନେକ ଖେଳର ପରିକଳ୍ପନା ହୁଏତ ହିଂସାକୁ ପ୍ରୋତ୍ସାହିତ କରୁଛି କିମ୍ବା ମାନସିକ ଚାପର କାରଣ ହେଉଛି। ଏଥିପାଇଁ ଏହା ହେଉଛି ଆମର ଦାୟିତ୍ୱ ଯେ ଏହାର ବିକଳ୍ପ ପରିକଳ୍ପନାଯୁକ୍ତ ଖେଳଣା ଡିଜାଇନ ହେଉ, ଯେଉଁଥିରେ ଭାରତର ମୌଳିକ ଚିନ୍ତାଧାରା, ଯାହା ସମ୍ପୂର୍ଣ୍ଣ ଭାବେ ମାନବ କଲ୍ୟାଣ ସହିତ ଜଡ଼ିତ ହୋଇଛି, ତାହା ହେଉ, ଟେକ୍ନୋଲୋଜି ଦୃଷ୍ଟିରୁ ଉନ୍ନତତମ ହେଉ, ମଜାଦାର ମଧ୍ୟ ହେଉ, ଫିଟନେସ ମଧ୍ୟ ହେଉ, ଦୁଇଟିଯାକୁ ପ୍ରୋତ୍ସାହନ ମିଳିଚାଲୁ। ଆଉ ମୁଁ ଏବେ ଏହା ସ୍ପଷ୍ଟ ଭାବେ ଦେଖିପାରୁଛି ଯେ ଡିଜିଟାଲ ଗେମିଂ ପାଇଁ ଆମର ଏଠାରେ ବିଷୟବସ୍ତୁ ଓ ପରିକଳ୍ପନା ଭରପୁର ହୋଇ ରହିଛି। ଆମେ ‘ଟୟ କ୍ୟାଥନ’ରେ ମଧ୍ୟ ଆମ ଭାରତର ଏହି ଶକ୍ତିକୁ ସ୍ପଷ୍ଟ ଦେଖି ପାରୁଛୁ। ଏଧିରେ ମଧ୍ୟ ଯେଉଁ ଚିନ୍ତାଧାରା ମନୋନୀତ ହୋଇଛନ୍ତି, ସେଥିରେ ଗଣିତ ଓ ରସାୟନ ବିଜ୍ଞାନକୁ ସହଜ କରିବା ଭଳି ପରିକଳ୍ପନା ମଧ୍ୟ ରହିଛି, ଏବଂ ଏହା ସହିତ ମୂଲ୍ୟବୋଧ ଆଧାରିତ ସମାଜକୁ ମଜବୁତ କରିବା ଭଳି ଚିନ୍ତାଧାରା ମଧ୍ୟ ରହିଛି। ଏବେ ଯେପରି ଆଇ କାଗ୍ନିଟୋ ଗେମିଂର ପରିକଳ୍ପନା ଆପଣମାନେ ଦେଇଛନ୍ତି, ଏଥିରେ ଭାରତର ଏହି ଶକ୍ତିର ସମାବେଶ ରହିଛି। ଯୋଗର ଭିଆର ଏବଂ ଏଆଇ ଟେକ୍ନୋଲୋଜିକୁ ଯୋଡି ଏକ ନୂଆ ଗେମିଂ ସମାଧାନ ବିଶ୍ୱକୁ ଦେବା ହେଉଛି ବହୁତ ଭଲ ପ୍ରୟାସ। ସେହିଭଳି ଆୟୁର୍ବେଦ ସହିତ ଜଡ଼ିତ ବୋର୍ଡ ଗେମ୍‍ ମଧ୍ୟ ପୁରାତନ ଏବଂ ନୂତନତାର ହେଉଛି ଅଦ୍ଭୁତ ସଙ୍ଗମ। ଯେପରି କିଛି ସମୟ ପୂର୍ବରୁ ଆଲୋଚନା ସମୟରେ ଜଣେ ଯୁବକ କହିଲେ ଭିକିୟେ କମ୍ପିଟେଟିଭ ଗେମ୍‍, ବିଶ୍ୱରେ ଯୋଗକୁ ଦୂର-ଦୁରାନ୍ତ ଅଞ୍ଚଳରେ ପହଞ୍ଚାଇବାରେ ବହୁତ ସହାୟତା କରି ପାରିବ।

ସାଥୀଗଣ,

ଭାରତର ବର୍ତମାନର ସାମର୍ଥ୍ୟକୁ, ଭାରତର କଳା ସଂସ୍କୃତିକୁ, ଭାରତର ସମାଜକୁ ଆଜି ବିଶ୍ୱ ଅଧିକ ଭଲ ଭାବେ ବୁଝିବା ପାଇଁ ବହୁତ ଉତ୍ସୁକ ଅଛି, ଲୋକମାନେ ବୁଝିବାକୁ ଚାହୁଁଛନ୍ତି। ଏଥିରେ ଆମର ଖେଳଣା ଏବଂ ଗେମିଂ ଉଦ୍ୟୋଗ ବହୁତ ବଡ଼ ଭୁମିକା ତୁଲାଇ ପାରିବ। ମୋର ପ୍ରତ୍ୟେକ ନବ-ସୃଜନକାରୀଙ୍କୁ, ପ୍ରତ୍ୟେକ ଷ୍ଟାର୍ଟ ଅପଙ୍କୁ ଏହା ଅନୁରୋଧ ଯେ, ଗୋଟିଏ କଥା ଉପରେ ବହୁତ ଧ୍ୟାନ ଦିଅନ୍ତୁ। ଆପଣମାନଙ୍କ ଉପରେ ଭାରତର ଚିନ୍ତାଧାରା ଏବଂ ଭାରତର ସାମର୍ଥ୍ୟ, ଉଭୟର ପ୍ରକୃତ ପ୍ରତିଛବି ରଖିବାର ଦାୟିତ୍ୱ ମଧ୍ୟ ରହିଛି। ଏକ ଭାରତ, ଶ୍ରେଷ୍ଠ ଭାରତ ଠାରୁ ନେଇ ବସୁଧୈବ କୁଟୁମ୍ବକମର ଆମର ଶାଶ୍ୱତ ଭାବନାକୁ ସମୃଦ୍ଧ କରିବାର ଦାୟିତ୍ୱ ମଧ୍ୟ ଆପଣମାନଙ୍କ ଉପରେ ଅଛି। ଆଜି ଯେତେବେଳେ ଦେଶ ସ୍ୱାଧୀନତାର 75 ବର୍ଷର ଅମୃତ ମହୋତ୍ସବ ପାଳନ କରୁଛି, ସେତେବେଳେ ଏହି ଖେଳଣା ଓ ଗେମିଂ ସହିତ ଜଡ଼ିତ ସମସ୍ତ ନବସୃଜନ ଏବଂ ସୃଜନାତ୍ମକ କାର୍ଯ୍ୟ ପାଇଁ ବହୁତ ବଡ଼ ସୁଯୋଗ ରହିଛି। ସ୍ୱାଧୀନତା ଆନ୍ଦୋଳନ ସହିତ ଜଡ଼ିତ ଅନେକ ଏଭଳି ଘଟଣା ରହିଛି, ଯାହାକୁ ସାମ୍ନାକୁ ଆଣିବାର ଆବଶ୍ୟକତା ରହିଛି। ଆମର କ୍ରାନ୍ତିବୀରମାନେ, ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କର ସୌର୍ଯ୍ୟର, ନେତୃତ୍ୱର ଅନେକ ଘଟଣାକୁ ଖେଳଣା ଏବଂ ଗେମିଂର ପରିକଳ୍ପନା ଭାବେ ପ୍ରସ୍ତୁତ କରାଯାଇ ପାରିବ। ଆପଣ ଭାରତର ଲୋକକଥାକୁ ଭବିଷ୍ୟତ ସହିତ ସଂଯୋଗ କରିବା ଭଳି ଏକ ସୁଦୃଢ଼ ଶୃଙ୍ଖଳ। ଏଥିପାଇଁ ଏହା ହେଉଛି ଜରୁରୀ ଯେ ଆମର ଦୃଷ୍ଟିଭଙ୍ଗୀ ଏଭଳି ଖେଳଣା, ଏଭଳି ଗେମିଂସ୍‍ ନିର୍ମାଣ କରିବା ଉପରେ ମଧ୍ୟ ରହୁ ଯାହା ଆମର ଯୁବ ପିଢ଼ୀଙ୍କୁ ଭାରତୀୟତାର ପ୍ରତ୍ୟେକ ଦିଗକୁ ଉତ୍ସାହଜନକ ଓ ଭାବବିନିମୟ ଶୈଳୀରେ ପ୍ରସ୍ତୁତ କରନ୍ତୁ। ଆମର ଖେଳଣା ଏବଂ ଗେମିଂସ୍‍ ବ୍ୟସ୍ତ ରଖୁ ଏବଂ ମନୋରଞ୍ଜନ ମଧ୍ୟ କରାଉ ଏବଂ ଶିକ୍ଷିତ ମଧ୍ୟ କରୁ, ଏହା ଆମକୁ ସୁନିଶ୍ଚିତ କରିବାର ଅଛି। ଆପଣମାନଙ୍କ ଭଳି ଯୁବ ନବସୃଜନକାରୀ ଏବଂ ସର୍ଜନକାରୀଙ୍କ ଉପରେ ଦେଶର ବହୁତ ଆଶା ରହିଛି। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଆପଣମାନେ ନିଜର ଲକ୍ଷ୍ୟରେ ନିଶ୍ଚିତ ସଫଳ ହେବେ, ନିଜ ସ୍ୱପ୍ନକୁ ନିଶ୍ଚିତ ସାକାର କରିବେ। ଆଉ ଥରେ ପୁଣି ଏହି ଟୟ କ୍ୟାଥନର ସଫଳ ଆୟୋଜନ ପାଇଁ ମୁଁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି, ବହୁତ-ବହୁତ ଶୁଭକାମନା ଜଣାଉଛି!

ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
99.92% villages in India covered with banking outlets within 5 km radius: Govt

Media Coverage

99.92% villages in India covered with banking outlets within 5 km radius: Govt
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 31, 2026
March 31, 2026

 Building a Resilient Bharat: Record Progress in Banking, Infrastructure, EVs, and Conservation Under PM Modi