କରୋନା ସମୟରେ ଦେଶବାସୀଙ୍କ ଅଭୂତପୂର୍ବ ସେବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରଶଂସା କରିଛନ୍ତି
ସରକାର କ୍ରମାଗତ ଭାବରେ ସେହି ପରିବେଶ ସେହି ସ୍ଥିତି ସୃଷ୍ଟି କରୁଛନ୍ତି ଯେଉଁଥିରେ ସମସ୍ତ ଭଉଣୀ ଆମ ଗାଁକୁ ସମୃଦ୍ଧି ଏବଂ ସମୃଦ୍ଧି ସହିତ ସଂଯୋଗ ହୋଇପାରିବେ: ପ୍ରଧାନମନ୍ତ୍ରୀ
ଭାରତରେ ନିର୍ମିତ ଖେଳନାକୁ ପ୍ରୋତ୍ସାହିତ କରିବାରେ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ବିପୁଳ ସମ୍ଭାବନା ରହିଛି: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ 4 ଲକ୍ଷରୁ ଅଧିକ ଏସଏଚଜିକୁ 1,625 କୋଟି ଟଙ୍କାର ପୁଞ୍ଜିକରଣ ସହାୟତା ଜାରି କରିଛନ୍ତି

ନମସ୍କାର,

 ଆଜି ଯେତେବେଳେ ଦେଶ ନିଜ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି, ସେତେବେଳେ ଏହି ଆୟୋଜନ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଆଗାମୀ ବର୍ଷ ମାନଙ୍କରେ ଆତ୍ମନିର୍ଭର ଭାରତକୁ, ଆମର ଆତ୍ମନିର୍ଭର ନାରୀଶକ୍ତି ଏକ ନୂତନ ଉର୍ଜ୍ଜା ଦେବାକୁ ଯାଉଛି। ଆପଣମାନଙ୍କ ସହିତ କଥା ହୋଇ ଆଜି ମୋତେ ମଧ୍ୟ ପ୍ରେରଣା ମିଳିଛି। ଆଜିର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ମନ୍ତ୍ରିମଣ୍ଡଳର ମୋର ସହଯୋଗୀ ଗଣ, ରାଜସ୍ଥାନର ଆଦରଣୀୟ ମୁଖ୍ୟମନ୍ତ୍ରୀ ମହାଶୟ, ରାଜ୍ୟ ସରକାରଙ୍କର ମନ୍ତ୍ରୀଗଣ, ସାଂସଦ-ବିଧାୟକ ସାଥୀ, ଜିଲ୍ଲା ପରିଷଦର ଅଧ୍ୟକ୍ଷ ଏବଂ ସଦସ୍ୟଗଣ, ଦେଶର ପାଖାପାଖି 3 ଲକ୍ଷ ସ୍ଥାନରୁ ଯୋଡି଼ ହୋଇଥିବା ସ୍ୱୟଂ ସହାୟକ ଗୋଷ୍ଠୀର କୋଟି-କୋଟି ଭଉଣୀ ଓ ଝିଅମାନେ, ଅନ୍ୟ ସମସ୍ତ ମହାନୁଭବ!

ଭାଇ ଓ ଭଉଣୀମାନେ,

ଏବେ ଯେତେବେଳେ ମୁଁ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡ଼ିତ ଭଉଣୀମାନଙ୍କ ସହିତ କଥା ହେଉଥିଲି, ସେତେବେଳେ ସେମାନଙ୍କ ଆତ୍ମବିଶ୍ୱାସ ମୁଁ ଅନୁଭବ କରୁଥିଲି, ଆପଣମାନେ ମଧ୍ୟ ଦେଖିଥିବେ, ସେମାନଙ୍କ ମଧ୍ୟରେ ଆଗକୁ ବଢ଼଼ିବା ପାଇଁ କିପରି ଲାଳସା ରହିଛି, କିଛି କରିବା ପାଇଁ କିପରି ଉତ୍ସାହ ରହିଛି, ଏହା ବାସ୍ତବରେ ଆମ ସମସ୍ତଙ୍କ ପାଇଁ ହେଉଛି ପ୍ରେରଣାଦାୟୀ। ଏହାଦ୍ୱାରା ଆମେ ସାରା ଦେଶରେ ଚାଲୁ ରହିଥିବା ନାରୀଶକ୍ତିଙ୍କ ସଶକ୍ତ ଆନ୍ଦୋଳନର ଦର୍ଶନ ହୋଇଥାଏ।

ସାଥୀଗଣ,

କରୋନାକାଳରେ ଯେଭଳି ଭାବରେ ଆମର ଭଉଣୀମମାନେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଦେଶବାସୀଙ୍କର ସେବା କରିଛନ୍ତି ତାହା ହେଉଛି ଅଭୁତପୂର୍ବ। ମାସ୍କ ଏବଂ ସାନିଟାଇଜର ପ୍ରସ୍ତୁତ କରିବା ହେଉ, ଆବଶ୍ୟକ କରୁଥିବା ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ହେଉ, ସଚେତନତାର କାର୍ଯ୍ୟ ହେଉ, ପ୍ରତ୍ୟେକ ପ୍ରକାରରେ ଆପଣମାନଙ୍କ ସଦସ୍ୟମାନଙ୍କର ଯୋଗଦାନ ହେଉଛି ଅତୁଳନୀୟ। ନିଜ ପରିବାରକୁ ଉନ୍ନତ ଜୀବନ ଦେବା ସହିତ, ଦେଶର ବିକାଶକୁ ଆଗକୁ ବଢ଼଼ାଉଥିବା ଆମର କୋଟି- କୋଟି ଭଉଣୀମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି।

ସାଥୀଗଣ,

ମହିଳାମାନଙ୍କ ମଧ୍ୟରେ ଉଦ୍ୟମଶୀଳତାର ପରିସର ବ୍ୟାପକ କରିବା ପାଇଁ, ଆତ୍ମନିର୍ଭର ଭାରତର ସଂକଳ୍ପରେ ଅଧିକ ଭାଗିଦାରୀ ପାଇଁ, ଆଜି ବଡ଼ ଆର୍ଥିକ ସହାୟତା ଜାରି କରାଯାଇଛି। ଖାଦ୍ୟ ପ୍ରକ୍ରିୟାକରଣ ସହିତ ଜଡ଼ିତ ଉଦ୍ୟୋଗ ହେଉ, ମହିଳା କୃଷକ ଉତ୍ପାଦକ ସଂଘ ହେଉ, ଅବା ପୁଣି ଅନ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ, ଭଉଣୀମାନଙ୍କ ପାଇଁ ଏଭଳି ଲକ୍ଷ- ଲକ୍ଷ ଗୋଷ୍ଠୀ ପାଇଁ 16 ଶହ କୋଟି ଟଙ୍କାରୁ ଅଧିକ ରାଶି ମଧ୍ୟ ପଠାଯାଇଛି। ରକ୍ଷାବନ୍ଧନ ପୂର୍ବରୁ ଜାରି ଏହି ରାଶି ଦ୍ୱାରା କୋଟି- କୋଟି ଭଉଣୀଙ୍କ ଜୀବନରେ ଖୁସି ଆସୁ, ଆପଣଙ୍କ କାମଧନ୍ଦା ପ୍ରସ୍ଫୁଟିତ ହେଉ, ଏଥିପାଇଁ ଆପଣମାନଙ୍କୁ ମୋର ବହୁତ- ବହୁତ ଶୁଭକାମନା ।

 

ସାଥୀଗଣ,

ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା, ଆଜି ଗ୍ରାମୀଣ ଭାରତରେ ଏକ ନୂଆ ବିପ୍ଳବ ଆଣି ପାରିଛି। ଆଉ ଏହି ବିପ୍ଳବର ମଶାଲ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ସମ୍ଭବ ହୋଇ ପାରିଛି ଆଉ ସେମାନେ ଏହାକୁ ସମ୍ଭାଳିକରି ରଖିଛନ୍ତି। ବିଗତ 6-7 ବର୍ଷରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଏହି ଆନ୍ଦୋଳନ ଆହୁରି ଗତିଶୀଳ ହୋଇଛି। ଆଜି ସାରା ଦେଶରେ ପାଖାପାଖି 70 ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଅଛନ୍ତି, ଯାହାଦ୍ୱାରା ପ୍ରାୟ 8 କୋଟି ଭଉଣୀମାନେ ଯୋଡ଼ି ହୋଇଛନ୍ତି। ବିଗତ 6-7 ବର୍ଷ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀର ସଂଖ୍ୟା 3 ଗୁଣରୁ ଅଧିକ ବୃଦ୍ଧି ପାଇଛି, 3 ଗୁଣରୁ ଅଧିକ ଭଉଣୀମାନଙ୍କ ଭାଗିଦାରୀ ସୁନିଶ୍ଚିତ ହୋଇଛି । ଏହା ଏଥିପାଇଁ ହେଉଛି ଗୁରୁତ୍ୱପୂର୍ଣ୍ଣ କାରଣ ଅନେକ ବର୍ଷ ପର୍ଯ୍ୟନ୍ତ ଭଉଣୀମାନଙ୍କର ଆର୍ôଥକ ସଶକ୍ତୀକରଣର ଉନ୍ନତି ପାଇଁ ପ୍ରୟାସ ହିଁ କରାଯାଇ ନଥିଲା, ଯେତିକି ହେବା ଆବଶ୍ୟକ ଥିଲା। ଯେତେବେଳେ ଆମ ସରକାର ଆସିଲା, ସେତେବେଳେ ଆମେ ଦେଖିଲୁ ଯେ ଦେଶର କୋଟି- କୋଟି ଭଉଣୀମାନେ ଏଭଳି ଥିଲେ, ଯେଉଁମାନଙ୍କ ପାଖରେ ବ୍ୟାଙ୍କ ଖାତା ମଧ୍ୟ ନ ଥିଲା, ସେମାନେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଠାରୁ ବହୁତ ଦୂରରେ ଥିଲେ। ଏଥିପାଇଁ ଆମେ ସର୍ବପ୍ରଥମେ ଜନ-ଧନ ଖାତା ଖୋଲିବାର ବହୁତ ବଡ଼ ଅଭିଯାନ ଆରମ୍ଭ କଲୁ। ଆଜି ଦେଶରେ 42 କୋଟିରୁ ଅଧିକ ଜନ-ଧନ ଖାତା ଅଛି। ଏଥିମଧ୍ୟରୁ ପ୍ରାୟ 55 ପ୍ରତିଶତ ଖାତା ହେଉଛି ଆମର ମାଆ- ଭଉଣୀମାନଙ୍କର। ଏହି ଖାତାରେ ହଜାର- ହଜାର କୋଟି ଟଙ୍କା ଜମା ହୋଇଛି। ଏବେ ରୋଷେଇ ଘରର ଡବାରେ ନୁହେଁ, ନଚେତ ଜଣାଅଛି କି ଜଣାନାହିଁ, ଗାଁରେ କ’ଣ କରିଥାଆନ୍ତି, ରୋଷେଇ ଘରେ ଯେଉଁ ଡବା ଥାଏ, କିଛି ବଳି ପଡ଼ିଥିବା ଟଙ୍କା- ପଇସା ସେଥିରେ ରଖି ଦେଇ ଥାଆନ୍ତି । ଏବେ ଏହି ଅର୍ଥ ରୋଷେଇ ଘରର ଡବାରେ ନୁହେଁ, ଟଙ୍କା ପଇସା ବ୍ୟାଙ୍କ ଖାତାରେ ଜମା ହେଉଛି।

ଭାଇ ଓ ଭଉଣୀମାନେ,

ଆମେ ବ୍ୟାଙ୍କ ଖାତା ମଧ୍ୟ ଖୋଲିଲୁ ଏବଂ ବ୍ୟାଙ୍କଗୁଡ଼ିକରୁ ଋଣ ନେବା ମଧ୍ୟ ସହଜ କରିଦେଲୁ। ଏକ ପକ୍ଷରେ ମୁଦ୍ରା ଯୋଜନା ଅଧୀନରେ ଲକ୍ଷ- ଲକ୍ଷ ମହିଳା ଉଦ୍ୟମୀଙ୍କୁ ବିନା ଗ୍ୟାରେଂଟିରେ ସହଜ ଋଣ ଉପଲବ୍ଧ କରାଇଲୁ, ଅନ୍ୟ ପକ୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିନା ଗ୍ୟାରେଂଟିରେ ଋଣ ପ୍ରଦାନରେ ମଧ୍ୟ ଅନେକ ବୃଦ୍ଧି କଲୁ। ରାଷ୍ଟ୍ରୀୟ ଜୀବିକା ମିଶନ ଅଧୀନରେ ଯେତେ ସହାୟତା ସରକାର ଭଉଣୀମାନଙ୍କ ନିକଟକୁ ପଠାଇଛୁ, ତାହା ପୂର୍ବ ସରକାରଙ୍କ ତୁଳନାରେ ଅନେକ ଗୁଣ ଅଧିକ। କେବଳ ଏତିକି ହିଁ ନୁହେଁ, ପ୍ରାୟ ତିନି ଲକ୍ଷ ପଞ୍ଚସ୍ତରୀ ହଜାର କୋଟି ଟଙ୍କା ବିନା ଗ୍ୟାରେଂଟିରେ ଋଣ ମଧ୍ୟ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଉପଲବ୍ଧ କରାଯାଇଛି।

ସାଥୀଗଣ,

ଆମ ଭଉଣୀମାନେ କେତେ ସଚ୍ଚୋଟ ଏବଂ କେତେ କୁଶଳ ଉଦ୍ୟମୀ ହୋଇ ଥାଆନ୍ତି, ଏହାର ଚର୍ଚ୍ଚା କରିବା ମଧ୍ୟ ବହୁତ ଆବଶ୍ୟକ । 7 ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ବ୍ୟାଙ୍କ ଋଣ ପରିଶୋଧକୁ ନେଇ ମଧ୍ୟ ବହୁତ ଭଲ କାର୍ଯ୍ୟ କରିଛନ୍ତି। ଗୋଟିଏ ସମୟ ଥିଲା, ଯେତେବେଳେ ବ୍ୟାଙ୍କ ଋଣର ପାଖାପାଖି, ଏବେ ଗିରିରାଜ ମହାଶୟ କହୁଥିଲେ ଯେ 9 ପ୍ରତିଶତ ପର୍ଯ୍ୟନ୍ତ ଅତି କଷ୍ଟରେ ଫସି ରହୁଥିଲା ।  ଅର୍ଥାତ ଏହି ସଂଖ୍ୟକ ରାଶି ସୁଝା ଯାଇ ପାରୁ ନଥିଲା । ଏବେ ଏହା ହ୍ରାସ ପାଇ ଦୁଇ- ଅଢ଼େଇ ପ୍ରତିଶତରେ ରହିଯାଇଛି । ଆପଣମାନଙ୍କର ଏହି ଉଦ୍ୟମଶୀଳତା, ଆପଣମାନଙ୍କ ସଚ୍ଚୋଟତାକୁ ଆଜି ଦେଶ ଅଭିବାଦନ କରୁଛି। ଏଥିପାଇଁ ଏବେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି। ଏହି ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରଥମେ ଯେଉଁଠି 10 ଲକ୍ଷ ପର୍ଯ୍ୟନ୍ତ ଟଙ୍କା ବିନା ଗ୍ୟାରେଂଟିର ଋଣ ମିଳୁଥିଲା, ଏବେ ଏହି ସୀମା ଦୁଇ ଗୁଣ ଅର୍ଥାତ 20 ଲକ୍ଷ କରାଯାଇଛି । ପୂର୍ବରୁ ଯେତେବେଳେ ଆପଣ ବ୍ୟାଙ୍କରୁ ଋଣ ନେବାକୁ ଯାଉଥିଲେ, ସେତେବେଳେ ବ୍ୟାଙ୍କ ଆପଣମାନଙ୍କୁ ଆପଣଙ୍କ ସଞ୍ଚୟ ଖାତାକୁ ଋଣ ସହିତ ଯୋଡ଼ିବାକୁ କହୁଥିଲେ ଏବଂ କିଛି ଅର୍ଥ ମଧ୍ୟ ଜମା କରିବାକୁ କହୁଥିଲେ। ଏବେ ଏହି ସର୍ତକୁ ମଧ୍ୟ ହଟାଇ ଦିଆଯାଇଛି। ଏଭଳି ଅନେକ ପ୍ରୟାସ ଦ୍ୱାରା ଏବେ ଆପଣମାନେ ଆତ୍ମନିର୍ଭର ଅଭିଯାନରେ ଅଧିକ ଉତ୍ସାହର ସହିତ ଆଗକୁ ବଢ଼଼ି ପାରିବେ।

ସାଥୀଗଣ,

ସ୍ୱାଧୀନତାର 75 ବର୍ଷର ଏହି ସମୟ ନୂଆ ଲକ୍ଷ୍ୟ ସ୍ଥିର କରିବା ଏବଂ ନୂତନ ଉର୍ଜ୍ଜାର ସହିତ ଆଗକୁ ବଢ଼଼ିବାର ଅଛି। ଭଉଣୀମାନଙ୍କର ସାମୁହିକ ଶକ୍ତିକୁ ମଧ୍ୟ ଏବେ ନୂତନ ଶକ୍ତିର ସହିତ ଆଗକୁ ବଢ଼଼ିବାର ଅଛି, ସରକାର କ୍ରମାଗତ ଭାବେ ସେହି ବାତାବରଣ, ସେହିଭଳି ସ୍ଥିତି ସୃଷ୍ଟି କରୁଛନ୍ତି, ଯେଉଁଠାରେ ଆପଣ ସମସ୍ତ ଭଉଣୀମାନେ ଆମର ଗାଁକୁ ସମୃଦ୍ଧି ଏବଂ ସମ୍ପନ୍ନତା ସହିତ ଯୋଡ଼ି ପାରିବେ। କୃଷି ଏବଂ କୃଷି ଆଧାରିତ ଉଦ୍ୟୋଗ ସଦା ସର୍ବଦା ହେଉଛି ଏଭଳି କ୍ଷେତ୍ର, ଯେଉଁଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ପାଇଁ ଅନନ୍ତ ସମ୍ଭାବନାମାନ ରହିଛି। ଗାଁରେ ଭଣ୍ଡାରଣ ଏବଂ କୋଲ୍ଡ ଚେନ୍‍ ର ସୁବିଧା ଆରମ୍ଭ କରିବା ହେଉ, ଚାଷବାସରେ କୃଷି ଯନ୍ତ୍ରପାତିର ବ୍ୟବହାର ହେଉ, କ୍ଷୀର-ଫଳ- ପନିପରିବାକୁ ନଷ୍ଟ ହେବାରୁ ରୋକିବା ପାଇଁ କୌଣସି ପ୍ଲାଂଟ ପ୍ରତିଷ୍ଠା କରିବା ହେଉ, ଏଭଳି ଅନେକ କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ପାଣ୍ଠି ପ୍ରତିଷ୍ଠା କରାଯାଇଛି। ଏହି ପାଣ୍ଠିରୁ ସହାୟତା ନେଇ ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ଏହି ସୁବିଧାଗୁଡ଼ିକ ପ୍ରସ୍ତୁତ କରି ପାରିବେ। କେବଳ ଏତିକି ହିଁ ନୁହେଁ, ଯେଉଁ ସୁବିଧାମାନ ଆପଣ ପ୍ରସ୍ତୁତ କରିବେ, ଉଚିତ ଦର ସ୍ଥିର କରି ସମସ୍ତ ସଦସ୍ୟ ଏହାର ଲାଭ ଉଠାଇ ପାରିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ଭଡ଼ାରେ ଦେଇ ପାରିବେ। ଉଦ୍ୟମୀ ଭଉଣୀମାନେ, ଆମ ସରକାର, ମହିଳା କୃଷକଙ୍କୁ ମଧ୍ୟ ସ୍ୱତନ୍ତ୍ର ତାଲିମ ଏବଂ ସଚେତନତାକୁ ମଧ୍ୟ ନିରନ୍ତର ପ୍ରୋତ୍ସାହନ ଦେଉଛି । ଏହାଦ୍ୱାରା ଏ ପର୍ଯ୍ୟନ୍ତ ପାଖାପାଖି ଶହେ ପଚିଶ କୋଟି କୃଷକ ଏବଂ ପଶୁପାଳକ ଭଉଣୀମାନଙ୍କୁ ଲାଭ ମିଳି ପାରୁଛି। ଯେଉଁ ନୂଆ କୃଷି ସଂସ୍କାର ଆସିଛି, ତାହାଦ୍ୱାରା ଦେଶର କୃଷି, ଆମର କୃଷକମାନଙ୍କୁ ହିଁ ଲାଭ ହେବ, ଏହାଦ୍ୱାରା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ମଧ୍ୟ ଅସୀମ ସମ୍ଭାବନା ସୃଷ୍ଟି ହେଉଛି। ଏବେ ଆପଣମାନେ ସିଧାସଳଖ କୃଷକମାନଙ୍କ ଠାରୁ, କ୍ଷେତରେ ମଧ୍ୟ ଭାଗିଦାରୀ କରି ଖାଦ୍ୟଶସ୍ୟ ଏବଂ ଡାଲି ଭଳି ଉତ୍ପାଦକୁ ସିଧାସଳଖ ଘରେ- ଘରେ ପହଞ୍ଚାଇ ପାରିବେ। ଏପଟେ କରୋନା ସମୟରେ ଆମେ ଏଭଳି ଅନେକ ସ୍ଥାନରେ ଏଭଳି ହୋଇ ଥିବା ମଧ୍ୟ ଦେଖିଛୁ। ଏବେ ଆପଣଙ୍କ ପାଖରେ ଭଣ୍ଡାରଣର ସୁବିଧା ସୃଷ୍ଟି କରିବାର ବ୍ୟବସ୍ଥା ରହିଛି, ଆପଣ କେତେ ଭଣ୍ଡାର କରି ପାରିବେ, ଏ ନେଇ କୌଣସି କଟକଣା ମଧ୍ୟ ନାହିଁ। ଆପଣ ଚାହିଁଲେ କ୍ଷେତରୁ ସିଧାସଳଖ ଉତ୍ପାଦକୁ ବିକ୍ରି କରି ପାରିବେ ଅବା ପୁଣି ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ପ୍ରତିଷ୍ଠା କରି ବଢ଼଼ିଆ ପ୍ୟାକେଜିଂ କରି ବିକ୍ରି କରି ପାରିବେ। ସମସ୍ତ ପ୍ରକାରର ବିକଳ୍ପ ଆପଣଙ୍କ ପାଖରେ ଅଛି। ଆଜିକାଲି ଅନ୍‍ ଲାଇନ୍‍ ମଧ୍ୟ ଏକ ବଡ଼ ମାଧ୍ୟମ ପାଲଟିଛି ଯାହାର ଉପଯୋଗ ଆପଣଙ୍କୁ ଅଧିକରୁ ଅଧିକ କରିବା ଆବଶ୍ୟକ। ଆପଣ ଅନ୍‍ ଲାଇନ୍‍ କମ୍ପାନୀଗୁଡ଼ିକ ସହିତ ସମନ୍ୱୟ ରଖି, ବଢ଼଼ିଆ ପ୍ୟାକେଜିଂ ମାଧ୍ୟମରେ ସହଜରେ ସହରକୁ ଆପଣଙ୍କ ଉତ୍ପାଦ ପଠାଇ ପାରିବେ। କେବଳ ଏତିକି ହିଁ ନୁହେଁ, ଭାରତ ସରକାରଙ୍କର ମଧ୍ୟ ଜିଇଏମ୍‍ (ଜେମ୍‍) ପୋର୍ଟାଲ ଅଛି, ଆପଣ ଏହି ପୋର୍ଟାଲକୁ ଯାଇ ସରକାରଙ୍କୁ ଯେଉଁ ଜିନିଷ କିଣିବାର ଅଛି, ଯଦି ତାହା ଆପଣଙ୍କ ପାଖରେ ଅଛି, ତାହାକୁ ସିଧାସଳଖ ସରକାରଙ୍କୁ ବିକ୍ରି କରି ପାରିବେ।

ସାଥୀଗଣ,

ଭାରତରେ ନିର୍ମିତ ଖେଳଣାକୁ ମଧ୍ୟ ସରକାର ବହୁତ ପ୍ରୋତ୍ସାହିତ କରୁଛନ୍ତି, ଏଥିପାଇଁ ମଧ୍ୟ ସରକାର ଯଥା ସମ୍ଭବ ସହାୟତା ଦେଉଛନ୍ତି। ବିଶେଷ କରି ଆମର ଆଦିବାସୀ ଅଞ୍ଚଳର ଭଉଣୀମାନେ ତ ପାରମ୍ପରିକ ରୂପରେ ଏହା ସହିତ ଜଡ଼ିତ ଅଛନ୍ତି। ଏ କ୍ଷେତ୍ରରେ ମଧ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ବହୁତ ସମ୍ଭାବନା ରହିଛି। ସେହିପରି, ଆଜି ଦେଶକୁ ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକରୁ ମୁକ୍ତ କରିବାର ଅଭିଯାନ ଚାଲୁ ରହିଛି। ଆଉ ଏବେ ଆମେ ତାମିଲନାଡ଼ୁର ଆମର ଭଉଣୀମାନଙ୍କ ଠାରୁ ଶୁଣିଲେ। ଭଉଣୀ ଜୟନ୍ତୀ ଯେଉଁଭଳି ଭାବେ ପରିସଂଖ୍ୟାନ ଦେଉଥିଲେ, ତାହା ବାସ୍ତବରେ ପ୍ରତ୍ୟେକଙ୍କୁ ପ୍ରେରଣା ଦେବାଭଳି ଥିଲା।

ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀର ଦୁଇ ପ୍ରକାରର ଭୂମିକା ଅଛି। ଆପଣମାନଙ୍କୁ ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକକୁ ନେଇ ସଚେତନତା ମଧ୍ୟ ବୃଦ୍ଧି କରିବାର ଅଛି ଏବଂ ଏହାର ବିକଳ୍ପ ପାଇଁ ମଧ୍ୟ କାର୍ଯ୍ୟ କରିବାର ଅଛି। ପ୍ଲାଷ୍ଟିକ ବ୍ୟାଗ ବା ଥଳି ବଦଳରେ ଝୋଟ ଅବା ଅନ୍ୟ ଆକର୍ଷକ ବ୍ୟାଗ ଆପଣ ଅଧିକରୁ ଅଧିକ ପ୍ରସ୍ତୁତ କରି ପାରିବେ। ଆପଣ ନିଜର ସାମଗ୍ରୀ, ସିଧା ସରକାରଙ୍କୁ ବିକ୍ରି କରି ପାରିବେ, ଏଥିପାଇଁ ମଧ୍ୟ ଏକ ବ୍ୟବସ୍ଥା ଦୁଇ- ତିନି ବର୍ଷ ଧରି ଚାଲୁ ରହିଛି। ଯେପରି ଆମେ ପୂର୍ବରୁ କହିଲୁ ତାହାକୁ ଜିଇଏମ୍‍ ଅର୍ଥାତ ସରକାରୀ ଇ-ମାର୍କେଟ ପ୍ଲେସ୍‍। ଏହାର ସମ୍ପୂର୍ଣ୍ଣ ଲାଭ ମଧ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ ଉଠାଇବା ଉଚିତ।

ସାଥୀଗଣ,

ଆଜି ପରିବର୍ତିତ ଭାରତରେ ଦେଶର ଭଉଣୀ- ଝିଅମାନଙ୍କୁ ମଧ୍ୟ ଆଗକୁ ଅଗ୍ରସର ହେବାର ସୁଯୋଗ ବୃଦ୍ଧି ପାଉଛି। ଘର, ଶୌଚାଳୟ, ବିଜୁଳି, ପାଣି, ଗ୍ୟାସ ଭଳି ସୁବିଧାଗୁଡ଼ିକ ସହିତ ସମସ୍ତ ଭଉଣୀମାନଙ୍କୁ ଯୋଡ଼ା ଯାଉଛି। ଭଉଣୀ- ଝିଅମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ, ଟିକାକରଣ ଏବଂ ଅନ୍ୟ ଆବଶ୍ୟକତାକୁ ନେଇ ମଧ୍ୟ ସରକାର ସମ୍ପୂର୍ଣ୍ଣ ସମ୍ବେଦନଶୀଳତାର ସହିତ କାର୍ଯ୍ୟ କରୁଛନ୍ତି। ଏହା ସହିତ ନା କେବଳ ମହିଳାମାନଙ୍କର ଗାରିମା ବୃଦ୍ଧି ପାଇଛି ବରଂ ଝିଅ- ଭଉଣୀମାନଙ୍କର ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଉଛି। ଏହି ଆତ୍ମବିଶ୍ୱାସ ଆମେ ଖେଳ ପଡ଼ିଆ ଠାରୁ ନେଇ, ବିଜ୍ଞାନ ବୈଷୟିକ ଜ୍ଞାନ ଏବଂ ଯୁଦ୍ଧ କ୍ଷେତ୍ର ପର୍ଯ୍ୟନ୍ତ ମଧ୍ୟ ଦେଖି ପାରୁଛୁ। ଏହା ଆତ୍ମନିର୍ଭର ଭାରତ ପାଇଁ ହେଉଛି ଏକ ସୁଖଦ ସଙ୍କେତ। ଏହି ଆତ୍ମବିଶ୍ୱାସ, ରାଷ୍ଟ୍ର ନିର୍ମାଣର ଏହି ପ୍ରୟାସ ଗୁଡିକୁ ଏବେ ଆପଣମାନଙ୍କୁ ଅମୃତ ମହୋତ୍ସବ ସହିତ ମଧ୍ୟ ଯୋଡିବାର ଅଛି। ସ୍ୱାଧୀନତାର 75 ବର୍ଷ ଉପଲକ୍ଷେ ଚାଲିଥିବା ଆଜାଦୀ କା ଅମୃତ ମହୋତ୍ସବ 15 ଅଗଷ୍ଟ 2023 ପର୍ଯ୍ୟନ୍ତ ଚାଲିବ ।  8 କୋଟିରୁ ଅଧିକ ଭଉଣୀ- ଝିଅମାନଙ୍କର ସାମୁହିକ ଶକ୍ତି, ଅମୃତ ମହୋତ୍ସବକୁ ନୂତନ ଶୀଖରକୁ ନେଇଯିବେ । ଆପଣ ସମସ୍ତେ ଚିନ୍ତା କରନ୍ତୁ ଯେ ଆପଣମାନଙ୍କର ଆର୍ଥିକ ପ୍ରଗତି ତ, ଚାଲୁ ରହିଛି। ଭଉଣୀମାନଙ୍କର ଏତେ ଗୋଷ୍ଠୀ ରହିଛି, କୌଣସି ନା କୌଣସି ସାମାଜିକ କାର୍ଯ୍ୟ ହାତକୁ ନେଇ ପାରିବେ କି। ଯେଉଁଥିରେ ଟଙ୍କା- ପଇସାର କୌଣସି କାରବାର ନାହିଁ କେବଳ ସେବା ଭାବ ରହିଛି, କାରଣ ସାମାଜିକ ଜୀବନରେ ଏହାର ବହୁତ ବଡ଼ ପ୍ରଭାବ ରହିଥାଏ। ଯେମିତିକି ଆପଣମାନେ ନିଜ ଅଞ୍ଚଳର ଅନ୍ୟ ମହିଳାମାନଙ୍କୁ କୁପୋଷଣ କାରଣରୁ ଭଉଣୀମାନଙ୍କୁ କ’ଣ ଅସୁବିଧା ହେଉଛି 12, 15, 15 ବର୍ଷର ଝିଅମାନଙ୍କୁ ଯଦି କୁପୋଷଣ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥାଏ, ପୋଷଣ ପାଇଁ କିଭଳି ସଚେତନତା ସୃଷ୍ଟି କରାଯାଇ ପାରିବ, କ’ଣ ଆପଣ ନିଜ ଟିମ୍‍ ଦ୍ୱାରା ଏହି ଅଭିଯାନ ଚଲାଇ ପାରିବେ। ଏବେ ଦେଶରେ କରୋନା ଟିକାକରଣ ଅଭିଯାନ ଚାଲୁ ରହିଛି। ସମସ୍ତଙ୍କୁ ମାଗଣାରେ ଟିକା ଦିଆଯାଉଛି। ନିଜ ପାଳି ଆସିଲେ ଆପଣମାନେ ମଧ୍ୟ ଟିକା ନିଅନ୍ତୁ ଏବଂ ନିଜ ଗାଁର ଅନ୍ୟ ଲୋକଙ୍କୁ ମଧ୍ୟ ଏଥିପାଇଁ ପ୍ରେରଣା ଦିଅନ୍ତୁ।

ଆପଣ ନିଜ ଗାଁରେ ସ୍ଥିର କରି ପାରିବେ ଯେ ଏହା ହେଉଛି ସ୍ୱାଧୀନତାର 75 ବର୍ଷ, ଆମେ ଅତି କମ୍‍ରେ ଗୋଟିଏ ବର୍ଷରେ 75 ଘଣ୍ଟା ମୁଁ ଅଧିକ କହୁନାହିଁ, ଗୋଟିଏ ବର୍ଷରେ 75 ଘଣ୍ଟା ଚଳିତ ଅଗଷ୍ଟ 15 ରୁ ଆସନ୍ତା ଅଗଷ୍ଟ 15 ପର୍ଯ୍ୟନ୍ତ ଆମେ ସମସ୍ତେ 75 ଘଣ୍ଟା, ଯେଉଁ ମହିଳା ସଦସ୍ୟା ଭଉଣୀମାନେ ଅଛନ୍ତି, ଗାଁରେ କୌଣସି ନା କୌଣସି ସ୍ୱଚ୍ଛତାର କାର୍ଯ୍ୟ କରିବେ। କେହି ଜଳ ସଂରକ୍ଷଣର କାର୍ଯ୍ୟ କରିବେ, ନିଜ ଗାଁର କୂଅ, ପୋଖରୀର ମରାମତି, ଏହାର ପୁନରୁଦ୍ଧାରର ଅଭିଯାନ ମଧ୍ୟ ଚଲାଇ ପାରିବେ। ଫଳରେ କେବଳ ଅର୍ଥ ଆଉ ଏଥିପାଇଁ ଗୋଷ୍ଠୀ ଏପରି ନୁହେଁ। ସମାଜ ପାଇଁ ମଧ୍ୟ ଗୋଷ୍ଠୀ, ଏଭଳି ମଧ୍ୟ ହୋଇ ପାରିବ କି । ଏଭଳି ମଧ୍ୟ ହୋଇ ପାରିବ, ଯେ ଆପଣ ସମସ୍ତେ ନିଜ ସ୍ୱୟଂ ସହାୟକ ଗୋଷ୍ଠୀରେ ମାସେ ଦୁଇମାସରେ କୌଣସି ଡାକ୍ତରଙ୍କୁ ଡାକନ୍ତୁ, ଡାକ୍ତରଙ୍କୁ ଡାକି ତାଙ୍କୁ କୁହନ୍ତୁ ଯେ ଭାଇ ମହିଳାମାନଙ୍କୁ କେଉଁ ପ୍ରକାରର ରୋଗ ହୋଇଥାଏ, ସଭା କରି ମହିଳାମାନଙ୍କ ସ୍ୱାସ୍ଥ୍ୟ ପାଇଁ ଡାକ୍ତର ଆସି ଘଣ୍ଟାଏ ଦୁଇ ଘଣ୍ଟାର ଭାଷଣ ଦିଅନ୍ତୁ, ସେତେବେଳେ ଆପଣ ସମସ୍ତ ଭଉଣୀଙ୍କୁ ମଧ୍ୟ ଲାଭ ମିଳିବ, ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବ, ପିଲାମାନଙ୍କର ଦେଖାଶୁଣା ପାଇଁ କୌଣସି ଭଲ ଭାଷଣ ମଧ୍ୟ ହୋଇ ପାରେ। କେଉଁ ମାସରେ ଆପଣ ସମସ୍ତେ କୌଣସି ଗସ୍ତରେ ଯିବା ଉଚିତ। ମୁଁ ମାନୁଛି ଯେ ଆପଣ ସମସ୍ତ ସଦସ୍ୟା ମାନଙ୍କୁ ବର୍ଷରେ ଥରେ ଆପଣ ଯେଉଁ କାର୍ଯ୍ୟ କରୁଛନ୍ତି, ସେଭଳି ଅନ୍ୟ କେହି ବଡ଼ କାର୍ଯ୍ୟ କରୁଛନ୍ତି ତେବେ ସେମାନଙ୍କୁ ଦେଖାଇବା ପାଇଁ ନେଇଯିବା ଉଚିତ। ଗୋଟିଏ ବସ୍‍ ଭଡ଼ାରେ ନେଇ ସମସ୍ତେ ଯିବା ଉଚିତ। ଦେଖିବା ଆବଶ୍ୟକ, ଶିଖିବା ଉଚିତ, ଏହାଦ୍ୱାରା ବହୁତ ଲାଭ ହୋଇଥାଏ। ଆପଣ କୌଣସି ବଡ଼ ଡାଏରୀ ପ୍ଲାଂଟ ଦେଖିବାକୁ ଯାଇ ପାରିବେ, କୌଣସି ଗୋବର ଗ୍ୟାସ ପ୍ଲାଟ ଅବା ଆଖପାଖରେ କୌଣସି ସୋଲାର ପ୍ଲାଂଟକୁ ଦେଖିବାକୁ ଯାଇ ପାରିବେ। ଯେପରି ଏବେ ଆମେ ପ୍ଲାଷ୍ଟିକ କଥା ଶୁଣିଲେ, ଆପଣ ସେଠାକୁ ଯାଇ ଜୟନ୍ତୀ ମହାଶୟଙ୍କୁ ସାକ୍ଷାତ କରି ସେ କିଭଳି କାଯ୍ୟ କରୁଛନ୍ତି, ଦେଖିପାରିବେ। ଆପଣ ସମସ୍ତେ ଉତରାଖଣ୍ଡରେ ବେକରୀକୁ ଦେଖିଲେ, ବିସ୍କୁଟକୁ ଦେଖିଲେ, ଆପଣମାନଙ୍କର ଭଉଣୀମାନେ ସେଠାକୁ ଯାଇ ଦେଖିପାରିବେ। ଅର୍ଥାତ ଆପଣମାନଙ୍କୁ ଯାହା ଶିଖିବାକୁ ମିଳିବ, ତାହା ମଧ୍ୟ ଦେଶ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ। ମୋର କହିବାର ଅର୍ଥ ଏହା ଯେ ଯେଉଁ କାର୍ଯ୍ୟ ଏବେ ଆପଣ କରୁଛନ୍ତି, ତାହା ସହିତ ମଧ୍ୟ କିଛି ଏଭଳି କାର୍ଯ୍ୟ ପାଇଁ ମଧ୍ୟ ସମୟ ବାହାର କରନ୍ତୁ। ଯାହା ସମାଜର ଲୋକମାନଙ୍କର, ହଁ ଆପଣ ସେଥିପାଇଁ କିଛି କରୁଛନ୍ତି, କାହାର ଭଲ କରିବା ପାଇଁ କରୁଛନ୍ତି, କାହାର କଲ୍ୟାଣ କରିବା ପାଇଁ କରୁଛନ୍ତି।

ଆପଣଙ୍କର ଏଭଳି ପ୍ରୟାସ ଦ୍ୱାରା ହିଁ ଅମୃତ ମହୋତ୍ସବର ସଫଳତାର ଅମୃତ ଚାରିଆଡ଼େ ପ୍ରସାରିତ ହେବ, ଦେଶକୁ ଏହାର ଲାଭ ମିଳିବ। ଆଉ ଆପଣ ଚିନ୍ତା କରନ୍ତୁ, ଭାରତର 8 କୋଟି ମହିଳାମାନଙ୍କର ସାମୁହିକ ଶକ୍ତି, କେତେ ବଡ଼ ପରିଣାମ ଆଣି ପାରିବ, ଦେଶକୁ କେତେ ଆଗକୁ ନେଇ ଯାଇ ପାରିବେ। ମୁଁ ଏହି ଆଠ କୋଟି ମାଆ- ଭଉଣୀଙ୍କୁ କହିବି ଆପଣ ଏହା ସ୍ଥିର କରନ୍ତୁ, ଆପଣଙ୍କ ଗୋଷ୍ଠୀରେ କୌଣସି ଏଭଳି ଭଉଣୀ ଅବା ମାଆ ଅଛନ୍ତି ଯେଉଁମାନଙ୍କୁ ଲେଖା- ପଢ଼ା ଆସୁ ନାହିଁ, ଆପଣ ସେମାନଙ୍କୁ ପଢ଼ାନ୍ତୁ, ଲେଖିବା ଶିଖାନ୍ତୁ। ବହୁତ ଅଧିକ କରିବାର ଆବଶ୍ୟକତା ନାହିଁ, ଅଳ୍ପ କିଛି କରି ଦେଖନ୍ତୁ କେତେ ବଡ଼ ସେବା ହୋଇଯିବ। ସେହି ଭଉଣୀମାନଙ୍କ ଦ୍ୱାରା ଅନ୍ୟ ମାନଙ୍କୁ ଶିଖାନ୍ତୁ । ମୁଁ ଯେତେବେଳେ ଆପଣମାନଙ୍କୁ ଶୁଣୁଥିଲି, ଏଭଳି ଲାଗୁଥିଲା ଆପଣମାନଙ୍କଠାରୁ ମଧ୍ୟ ମୋତେ ବହୁତ କିଛି ଶିଖିବା ଉଚିତ, ଆମ ସମସ୍ତଙ୍କୁ ଶିଖିବା ଆବଶ୍ୟକ। କେତେ ଆତ୍ମବିଶ୍ୱାସର ସହିତ, କେତେ କଠିନ ପରିସ୍ଥିତିରେ ଆପଣ ଆଗକୁ ଅଗ୍ରସର ହେଉଛନ୍ତି। ବ୍ୟକ୍ତିଗତ ଜୀବନରେ କେତେ କଷ୍ଟ ଆସୁ ପୁଣି ମଧ୍ୟ ଆପଣମାନେ ପରାଜୟ ସ୍ୱୀକାର କରି ନାହାନ୍ତି ଆଉ କିଛି ନା କିଛି କରି ଦେଖାଇଛନ୍ତି। ଆପଣମାନଙ୍କର ଗୋଟିଏ ଗୋଟିଏ କଥା ଦେଶର ପ୍ରତ୍ୟେକ ମାଆ- ଭଉଣୀଙ୍କୁ ହିଁ ନୁହେଁ ମୋଭଳି ଲୋକଙ୍କୁ ମଧ୍ୟ ପ୍ରେରଣା ଦେବା ଭଳି ହୋଇଛି। ଆପଣ ସମସ୍ତ ଭଉଣୀମାନଙ୍କ ମଙ୍ଗଳ ସ୍ୱାସ୍ଥ୍ୟର କମନା କରି ଆଗାମୀ ରକ୍ଷା ବନ୍ଧନ ପର୍ବରେ ଆପଣଙ୍କର ଆଶୀର୍ବାଦ ରହିଥାଉ, ଆପଣମାନଙ୍କର ଆଶୀର୍ବାଦ ଆମକୁ ନୂଆ- ନୂଆ କାର୍ଯ୍ୟ କରିବାକୁ ପ୍ରେରଣା ଦେଉ। ନିରନ୍ତର କାର୍ଯ୍ୟ କରିବାକୁ ପ୍ରେରଣା ଦେଉ, ଆପଣମାନଙ୍କ ଆଶୀର୍ବାଦ କାମନା କରି ରକ୍ଷାବନ୍ଧନର ଆଗୁଆ ଶୁଭକାମନା କରି ମୋ ବାଣୀକୁ ବିରାମ ଦେଉଛି।

ବହୁତ- ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Safran’s Hyderabad engine MRO starts operations, targets 300 LEAP engines annually

Media Coverage

Safran’s Hyderabad engine MRO starts operations, targets 300 LEAP engines annually
NM on the go

Nm on the go

Always be the first to hear from the PM. Get the App Now!
...
The government stands firmly with the youth in the fight against drugs: PM Modi
August 02, 2026


नमस्‍कार!

आज हम सभी देशवासी एक महान और महत्वपूर्ण संकल्प के लिए एकजुट हुए हैं। इस संकल्प को लेकर, इसक कार्यक्रम से जुड़े सभी पूज्य संतजन, अलग-अलग राज्यों का प्रतिनिधित्व कर रहे सभी राज्यपाल, सभी मुख्यमंत्री, अन्‍य सभी जनप्रतिनिधिगण, 28 हजार से अधिक स्थानों से जुड़े एक करोड़ से युवा साथी, मैं आज इस शुभ घड़ी पर, शुभ संकल्प के लिए करोड़ों-करोड़ों नौजवानों का विशेष रूप से अभिनंदन करता हूं। आज हम सभी जिस अभियान के साक्षी बन रहे हैं, वह अभियान व्यक्ति के लिए हैं, परिवार के लिए हैं, समाज के लिए भी है और सबसे बड़ी बात है, यह राष्‍ट्र के लिए है।

साथियों,

विकसित भारत संकल्प अभियान के लिए ‘नशा मुक्त युवा’ इस मूवमेंट का नाम ही इसके संकल्प को स्पष्ट करता है, क्योंकि आज जब देश ने विकसित भारत का लक्ष्य तय किया है, तो इसके लिए आवश्यक है, देश का युवा तन से स्वस्थ हो, मन से स्वस्थ हो, आत्‍मविश्‍वास से भरपूर हो और ड्रग्स जैसी घातक आदत से हमेशा-हमेशा दूर ही रहे, दूर हो। यही इस अभियान का उद्देश्य है। इसलिए हम सबको यह संकल्प लेना है, हमारे युवा नशे और ड्रग्स के खतरों को समझे, हर तरह से जागरूक रहे और उससे दूर रहें और इस संकल्प में अब ‘राष्‍ट्रीय नशा मुक्त युवा’ अभियान की बड़ी भूमिका है।

साथियों,

काशी का सांसद होने के नाते मुझे खुशी है कि यह अभियान का पायलट प्रोजेक्ट के तौर पर पिछले साल काशी की पवित्र धरती से शुरू हुआ था। इसलिए वैज्ञानिक स्‍पष्‍टता के साथ-साथ इसमें आध्यात्मिक ऊर्जा भी है, संतों के आशीर्वाद भी हैं और महान सांस्कृतिक विरासत भी हैं। इसमें वह सांस्कृतिक समर्पण भी है, जिसने सदियों से नशे को खारिज किया है। यही वजह है, देश के 125 से अधिक आध्यात्मिक संगठन करोड़ों-करोड़ों देशवासियों के हित के लिए आज हमारे साथ जुड़ चुके हैं। सामाजिक संगठनों ने, NGOs ने इस दिशा में संकल्प लिया है। सबने मिलकर ‘काशी डिक्लेरेशन’ के जरिए रोडमैप तैयार किया है और आज हम देख रहे हैं, काशी से उठा वो कल्याणकारी विचार अब यह एक नेशनल प्रोजेक्ट्स बन गया है। आज से देशभर में ‘नशा मुक्त युवा’ अभियान आरंभ हो रहा है।

साथियों,

कुछ काम ऐसे होते हैं, जो व्यक्तिगत रूप से कोई प्रयास करे, तो कभी-कभी निराश हो जाता है, थकान महसूस करता है, लंबी दूरी चलने में मन तैयार नहीं होता है, लेकिन जब सामूहिक अभियान बन जाता है, कंधे से कंधा मिलाकर करोड़ों लोग चल पड़ते हैं, तो ऐसे सभी जो व्यक्तिगत रूप से अपने आप कुछ नहीं कर पाते हैं, उनको भी एक नई ऊर्जा मिल जाती है। सामूहिकता की एक ताकत होती है और आज उस ताकत को लेकर के यह अभियान हर युवा मन को छूने वाला है। थोड़ी देर पहले देश के लाखों युवाओं ने नशा मुक्ति की शपथ ली है। आपने अपने जीवन को नशे से दूर रखने का संकल्प लिया है। आपने अपने स्कूल, अपने कॉलेज और अपने समाज में नशा मुक्ति का संदेश पहुंचाने का संकल्प लिया है।

साथियों,

आज लिया गया यह संकल्प आने वाले 100 सप्ताह तक लगातार ऐसे ही आगे बढ़ेगा। हर रविवार, कला, संस्‍कृति, स्पोर्ट्स, मेडिटेशन, आध्यात्म और सेवा से जुड़ी गतिविधियां होंगी। नशा मुक्ति का संदेश नए लोगों तक पहुंचेगा। आने वाले 100 रविवार नशा मुक्त भारत की दिशा में 100 मजबूत कदम होंगे, हंड्रेड मजबूत स्‍टेप्‍स।

साथियों,

आज हजारों स्कूलों, कॉलेजों और यूनिवर्सिटीज़ के लाखों विद्यार्थी इस कार्यक्रम से ऑनलाइन जुड़े हैं। माई भारत के वॉलंटियर्स भी लाखों की तादाद में आज इससे जुड़े हैं। मेरे एनएसएस के नौजवान भी आज हमारे साथ शामिल हैं। देश के अलग-अलग क्षेत्रों से, अलग-अलग संस्‍थानों से, अलग-अलग बैकग्राउंड के एक करोड़ से अधिक युवा आज एक साथ हैं। मेरा आप सभी से आग्रह है, आप सब इस बड़े मोवमेंट के लीडर हैं। आपने मेरे इस विश्वास को और मजबूत किया है कि भारत का युवा कितना जागरूक है, कितना समझदार है और अपने कर्तव्यों के प्रति कितना गंभीर है। मैं आप सभी को इस अभियान के लिए अनेक-अनेक शुभकामनाएं देता हूं।

मेरे युवा साथियों,

आप भारत की अमृत पीढ़ी हैं। आप अगले 20-25 वर्षों में अपने जीवन को भी दिशा देंगे और आप ही 2047 में देश को विकसित भारत की मंजिल तक लेकर जाएंगे और उसको शिखर पर आप ही बैठे होंगे, उसका सारा रसपान करने का अवसर आप ही को मिलने वाला है। देश को आपकी ऊर्जा, आपकी कल्पनाशक्ति और आपके टैलेंट की जरूरत है। इसलिए, देश के लिए और अपने जीवन के लिए, खुद को नशा मुक्त रखना बहुत जरूरी है। नशा फोकस को भटकाता है, और धीरे-धीरे युवा को उसके अपने सपनों से दूर ले जाता है। अभी जिन नौजवानों ने नाट्य मंचन किया, बहुत कम समय में, बहुत अच्छे तरीके से नाट्य मंचन में उन्होंने समस्या भी बताई, समस्या के कारण पैदा हुए संकट भी बताए और बाहर निकलने के सामूहिक प्रयत्न का रास्ता भी दिखाया। नाट्य मंचन छोटा था, लेकिन जैसा उन्होंने कहा, आओ हम नाटक देखें! यह नाटक नहीं था, यह हम लोगों के लिए एक बहुत बड़ा संदेश था। हमें जगा रहा था, हमें जूझने के लिए प्रेरित कर रहा था।

साथियों,

आजकल हम देखते हैं, आज के युवा स्‍टार्टअप्‍स की दुनिया में छाए हैं, AI को लीड कर रहे हैं, Sports में तिरंगा लहरा रहे हैं, स्‍पेस से लेकर Science तक नए कीर्तिमान बना रहे हैं। लेकिन साथियों, जब कोई युवा, अगर ड्रग्स के एडिक्‍शन में फंस जाए, तो केवल एक युवा नहीं हारता, एक सपना हार जाता है, एक सपने की बाल मृत्यु हो जाती है, एक परिवार हार जाता है, पूरा का पूरा परिवार टूट जाता है, समाज से भी नफरत का शिकार बन जाता है। नशा केवल शरीर को नुकसान नहीं पहुंचाता, नशा एक माँ की मुस्कान छीन लेता है। नशा एक पिता के सपनों को चूर-चूर कर देता है। एक बहन की राखी की उम्मीद को कमजोर कर देता है। एक छोटे भाई का आदर्श छीन लेता है। घर के बुजुर्ग हर दिन इस दर्द को जीते हैं कि उनका अपना बच्चा धीरे-धीरे खुद को खो रहा है, खुद को गला रहा है, तिल-तिल गल रहा है, आंखों के सामने उसे बर्बाद होते देख रहे हैं और जब परिवार में, समाज में ऐसा होता है और कहीं न कहीं, राष्ट्र की शक्ति भी कमजोर पड़ जाती है और इसलिए दुश्मन देश भी षड्यंत्र करके हमारे देश के युवाओं को इस नशे की लत में खींचने के लिए कोई कोशिश बाकी नहीं रखते हैं। ड्रग्स सप्लाई कर-करके कमाई करना और हमारे जैसे देश को तबाह करना, यह भी उनकी आतंकी साजिश का हिस्सा होता है और इसलिए हमें हर एक युवा को नशे के चंगुल में फंसने से बचाना है।

साथियों,

नशा मुक्त रहकर आपको अपने पोटेंशियल को प्रोटेक्ट करना है! आपको ध्यान रखना है, ड्रग्स कुछ समय के लिए 'High' देता है। लेकिन आपके करियर और फैमिली लाइफ को 'Low' कर देता है। हमें नशे को किसी भी तरह की स्वीकार्यता नहीं देनी है।

साथियों,

हमारे समाज में भी हमेशा नशे को एक बुराई के रूप में देखा है। हमारे संतों ने, गुरुओं ने हमें इससे बचने के लिए चेताया। श्री गुरु ग्रंथ साहिब में भी कहा गया है- "जितु पीतै मति दूरि होइ बरलु पवै विचि आइ। आपणा पराइआ न पछाणई खसमहु धके खाइ॥'' अर्थात, जिस पदार्थ के सेवन से बुद्धि और विवेक साथ छोड़ दें, इंसान अपने और पराए की पहचान भूल जाए, ऐसा नशा उसे पतन की ओर ले जाता है।

साथियों,

हमारी संस्कृति में बचाव के लिए चेतावनी भी दी गईं है और नशे की आदत लगने पर उससे निकलने के रास्ते भी बताए गए हैं। समाज का सहयोग, योग और ध्यान की ताकत, यह नशे के खिलाफ हमारे अंतर्मन को ताकत देते हैं। और आज तो हमारे पास नशा छोड़ने के लिए rehabilitation center जैसी सुविधाएं भी हैं। इसलिए, अगर कोई युवा गलती से नशे में फंस भी गया है, तो इसका ये मतलब बिल्कुल नहीं है कि उसके सारे रास्ते बंद हो गए हैं। हमें हमेशा इस बात का ध्यान रखना है, घर का कोई बच्चा अगर नशे का शिकार बन गया है, तो इसे सामाजिक प्रतिष्ठा की आड़ में छिपाएं नहीं। जिसकी जरूरत हो, उसका सहयोग मांगे, मन खोलकर के उससे बात करें, जो एक्सपर्ट्स हैं, उनका सहयोग लें। मेडिकल हेल्प से अपने बच्चे को नशे से मुक्त कराने का प्रयास करें। हमें परिवार में बच्चों से खुलकर संवाद की संस्कृति भी बनानी चाहिए, ताकि ऐसे भंवर में फंसने से पहले ही आप उसका हाथ थाम सके। आपको भनक आ जाएगी, थोड़ा ध्यान रखिए पता चलेगा, उसमें बदलाव आ रहा है, वो खोया-खोया लग रहा है, वो मुँह छुपा रहा है, कमरे में बंद हो जा रहा है, देर रात आ रहा है, पैसे अनाब-शनाब मांग रहा है, यह सारी चीजों से पता चल जाता है, भनक आ जाती है, कुछ मामला गड़बड़ है।

साथियों,

एक आवाहन मैं कॉलेज और यूनिवर्सिटीज़ के हमारे प्रोफेसर्स साथियों से भी करना चाहता हूँ, आप भी कोर्स की पढ़ाई के साथ-साथ स्टूडेंट्स के साथ ड्रग्स के खतरों पर बात करें। नशे के खिलाफ अपने कैम्पस में एक मूवमेंट चलाएं। आपके प्रयास बड़े-बड़े परिणाम ला सकते हैं। और साथियों, हमें एक और बात ध्यान रखनी है, जो युवा नशे से लड़कर बाहर निकलते हैं, वह कमजोर नहीं होते, जो नशे को परास्‍त करके निकला है न, वह असली योद्धा होता है, समाज को उनका सम्मान करना चाहिए, अपनापन देना चाहिए, उसे दूसरा अवसर देना चाहिए क्योंकि ड्रग्स से जुड़ा किसी का अतीत उसकी पहचान नहीं हो सकता, उसका साहस उसकी पहचान होता है।

साथियों,

ड्रग्स के खिलाफ अभियान में आज सरकार भी मजबूती से युवाओं के साथ खड़ी है। देश में नशे के कारोबारियों और तस्करों पर सख्ती के साथ कार्रवाई हो रही है। पहले की तुलना में कई गुना ज्यादा गिरफ्तारियां हुई हैं। हजारों करोड़ रुपए की ड्रग्स भी जब्त की गई है। यह दिखाता है कि, ड्रग्स के खिलाफ हमारी सरकार कितनी सख्त है। मुझे विश्वास है, केन्‍द्र सरकार, राज्य सरकार, हर कोई इसे मिशन मोड में करेंगे। मुझे विश्वास है, हमारे देश का युवा नशे से मुक्त रहकर अपनी युवा ऊर्जा को न केवल संरक्षित करेगा, बल्कि विकसित भारत के संकल्पों को भी आगे बढ़ाएगा। और जब मैं आज अनेक महान संतों को मेरे सामने देख रहा हूं, दूर से मैं मन से उनको प्रणाम करता हूं। मैं इन सभी सामाजिक संस्‍थाएं, आध्यात्मिक संस्‍थाएं, आध्यात्मिक गुरुजन, आपका देश के कोने-कोने में संगठन है, आपके युवा साथी डिवोटीज हैं। आने वाले 100 दिन में हर एक संगठन, एक सप्ताह अपने जिम्मे ले सकता है, पूरा सप्ताह पूरे देश में वह संगठन नेतृत्व करे, बाकी सब शक्तियां उसके साथ जुड़े और रविवार को बहुत बड़ा कार्यक्रम करें। दूसरे सप्ताह, दूसरा संगठन, दूसरी शक्ति, सप्ताह भर प्रयोग करें, कार्यक्रम करे और रविवार को बड़ा कार्यक्रम करे। अगर 100 सप्ताह हमारे देश के ऐसे आध्यात्मिक, सामाजिक संगठन, युवा संगठन एक-एक सप्ताह अपने जिम्मे ले लें और बाकी सारी शक्तियां वह जुड़े और रविवार सब मिलकर के करें, आप कल्पना कर सकते हैं, देश में कितना बड़ा आंदोलन खड़ा हो जाएगा। मैं एक बार फिर आप सबने समय निकाला, इस पवित्र कार्य में हम सबको आशीर्वाद दिए, इसके लिए संतों का, आचार्यो का, संगठन के महारथियों का हृदय से आभार व्यक्त करता हूं। मैं इन एक करोड़ से ज्यादा जुटे नौजवानों का विशेष रूप से अभिनंदन करता हूं, आपने यह बहुत बड़ा काम किया है। मैं माई भारत के वॉलंटियर्स की बधाई करता हूं, वो जो भी ठान लेते हैं, आजकल करके दिखाते हैं। अभी पिछले दिनों मुझे माई भारत के वॉलंटियर्स को मिलने का मौका मिला, वह हिन्‍दुस्‍तान के सीमावर्ती गांवों में जाकर के एक-एक सप्ताह रूक करके आए हैं। जिसे कभी देश का आखिरी गांव कहा जाता है, जाता था जिसको आज हम देश का पहला गांव कहते हैं, वहां जाकर के आए। उनके अनुभव बड़े प्रेरक थे और आज इतना बड़ा कार्यक्रम माई भारत के वॉलंटियर्स कर पाते हैं, यह अपने आप में उनकी राष्‍ट्र के प्रति जागरूक समर्पित भावना का प्रतीक है, मैं उनकी बधाई देता हूं, उनका भी अभिनंदन करता हूं। और मुझे पूरा विश्वास है कि आप सबके सामूहिक प्रयत्नों से यह हमारी मोवमेंट घर-घर पहुंचेगी, हर युवा के दिन में पहुंचेगी और यह ड्रग्स के कारोबारियों के लिए बहुत बड़ा खौफ भी बन जाएगी। आइए, हम सब मिलकर के आगे चलें, मेरी आप सबको बहुत-बहुत शुभकामनाएं!

बहुत-बहुत धन्यवाद!