PM's second interaction with Additional Secretaries and Joint Secretaries
 
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଭାରତ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା 80 ରୁ ଉର୍ଦ୍ଧ୍ଵ ଅତିରିକ୍ତ ସଚିବ ଓ ଯୁଗ୍ମ ସଚିବଙ୍କ ଏକ ଗ୍ରୁପକୁ ଭେଟି ସେମାନଙ୍କ ସହ ମତ ବିନିମୟ କରିଥିଲେ । ଏହିପରି ପାଞ୍ଚଟି ମତ ବିନିମୟ କାର୍ଯ୍ୟକ୍ରମ ମଧ୍ୟରୁ ଏହା ଥିଲା ଦ୍ୱିତୀୟ ।
ଏହି ମତ ବିନିମୟ କାର୍ଯ୍ୟକ୍ରମରେ ପଦାଧିକାରୀମାନେ ପ୍ରଶାସନ, ଶାସନ କ୍ଷେତ୍ରରେ ନବୀକରଣ, ବର୍ଯ୍ୟବସ୍ତୁ ପରିଚାଳନା, ନଦୀ ଏବଂ ପରିବେଶ ପ୍ରଦୂଷଣ, ବନୀକରଣ, ପରିଚ୍ଛନ୍ନତା, ଜଳବାୟୁ ପରିବର୍ତ୍ତନ, କୃଷି କ୍ଷେତ୍ରରେ ମୂଲ୍ୟ ସମ୍ବର୍ଦ୍ଧନ, ଶିକ୍ଷା ଏବଂ ଦକ୍ଷତା ବୃଦ୍ଧି ଉପରେ ପ୍ରଦର୍ଶନ ଆଧାରିତ ନିଜର ବିଚାର ରଖିଥିଲେ ।
ପଦାଧିକାରୀମାନଙ୍କ ପର୍ଯ୍ୟବେକ୍ଷଣକୁ ଗ୍ରହଣ କରି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ଅଧିକାରୀମାନେ ସେମାନଙ୍କୁ କେବଳ ଫାଇଲ ମଧ୍ୟରେ ସୀମାବଦ୍ଧ କରି ରଖିବା ଉଚିତ ନୁହେଁ, ବରଂ ସେମାନେ ଗ୍ରହଣ କରାଯାଇଥିବା ନିଷ୍ପତ୍ତିର ଯଥାର୍ଥ ପ୍ରଭାବ ଅନୁଭବ କରିବା ପାଇଁ କ୍ଷେତ୍ରକୁ ଯିବା ଆବଶ୍ୟକ । ଏହି ପରିପ୍ରେକ୍ଷୀରେ ସେ 2001ରେ ଭୂମିକମ୍ପ ପରେ ଗୁଜରାଟର ପୁନଃନିର୍ମାଣ ପାଇଁ ପଦାଧିକାରୀମାନଙ୍କ ଅନୁଭବ ସମ୍ପର୍କରେ ସ୍ମରଣ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଲେ ଯେ ପଦାଧିକାରୀମାନେ କେବଳ ଏକ କର୍ତ୍ତବ୍ୟ ଭାବେ ସେମାନଙ୍କ କାମକୁ ଦେଖିବା ଉଚିତ ନୁହେଁ, ବରଂ ଦେଶରେ ଶାସନ କ୍ଷେତ୍ରରେ ଏକ ସକାରାତ୍ମକ ରୁପାନ୍ତରଣ ପାଇଁ ଏହାକୁ ଏକ ସୁଯୋଗ ଭାବେ ଦେଖିବା ଉଚିତ । ଶାସନ ପ୍ରକ୍ରିୟାର ସରଳୀକରଣ ଲାଗି ବୈଷୟିକ ଜ୍ଞାନର ବ୍ୟବହାର କରିବା ପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରବର୍ତ୍ତାଇ ଥିଲେ । ଭାରତର 100ଟି ସର୍ବାଧିକ ପଛୁଆ ଜିଲ୍ଲା ଉପରେ ଧ୍ୟାନ କେନ୍ଦ୍ରୀଭୁତ କରିବା ପାଇଁ ସେ ପଦାଧିକାରୀମାନଙ୍କୁ କହିଥିଲେ, ଯାହାଫଳରେ କି ବିଭିନ୍ନ ଉନ୍ନୟନ ପରିମାପକ କ୍ଷେତ୍ରରେ ଏମାନେ ଜାତୀୟ ସ୍ତରକୁ ଆସିପାରିବେ ।
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Why Abrogation Of Article 370 Was A Strategic Necessity For India

Media Coverage

Why Abrogation Of Article 370 Was A Strategic Necessity For India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 05, 2026
August 05, 2026

Viksit Bharat in Action: Inclusive, Green, and Globally Competitive Under PM Modi