ଆଦରଣୀୟ ସଭାପତି, ସଦନ ପକ୍ଷରୁ, ଦେଶବାସୀଙ୍କ ପକ୍ଷରୁ ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ ଓ ବହୁତ ବହୁତ ଶୁଭକାମନା ।
ଆଜି ଅଗଷ୍ଟ 11 - ଇତିହାସରେ ଏହା ଏକ ମହତ୍ୱପୂର୍ଣ୍ଣ ତାରିଖ ସହ ଯୋଡ଼ି ହୋଇ ରହିଛି । ଆଜିର ଦିନରେ ହିଁ 18 ବର୍ଷର ଏକ ଛୋଟ ବାଳକ ଖୁଦିରାମ ବୋଷଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା । ଦେଶର ସ୍ୱାଧୀନତା ପାଇଁ ସଂଘର୍ଷ କିଭଳି ହୋଇଥିଲା, ବଳିଦାନ କେତେ ହୋଇଥିଲା ଓ ଏହି ପରିପ୍ରେକ୍ଷୀରେ ଆମ ସମସ୍ତଙ୍କ ଦାୟିତ୍ୱ କେତେ ବଡ଼, ଏହା ଏହି ଘଟଣା ହିଁ ସ୍ମରଣ କରାଉଛି ।
ଆମ ସମସ୍ତଙ୍କର ଏ କଥା ପ୍ରତି ଦୃଷ୍ଟି ନିଶ୍ଚିତ ଯିବ କି ଆଦରଣୀୟ ଶ୍ରୀ ଭେଙ୍କେୟା ନାଇଡୁ ମହୋଦୟ ଦେଶର ପ୍ରଥମ ଏଭଳି ଉପରାଷ୍ଟ୍ରପତି, ଯିଏ ସ୍ୱାଧୀନ ଭାରତରେ ଜନ୍ମ ନେଇଛନ୍ତି । ଶ୍ରୀମାନ ଭେଙ୍କେୟା ନାଇଡୁ ଏଭଳି ପ୍ରଥମ ଉପରାଷ୍ଟ୍ରପତି ହୋଇଛନ୍ତି, ମୁଁ ଭାବୁଛି ବୋଧହୁଏ ସେ ଏକମାତ୍ର ଏପରି ବ୍ୟକ୍ତି, ଯିଏ ଏତେବର୍ଷ ଧରି ଏହି ପରିସରରେ, ଆମ ସମସ୍ତଙ୍କ ମଧ୍ୟରେ ବଢ଼ିଛନ୍ତି । ବୋଧହୁଏ ଦେଶକୁ ପ୍ରଥମ ଏଭଳି ଉପରାଷ୍ଟ୍ରପତି ମିଳିଛି, ଯିଏ ଏହି ସଦନର ପ୍ରତ୍ୟେକଟି କଥା ସହ ପରିଚିତ । ସଦସ୍ୟଙ୍କଠାରୁ ଆରମ୍ଭ କରି ସଂସଦୀୟ ସମିତିସମୂହ ଓ ସଦନର କାର୍ଯ୍ୟ ପର୍ଯ୍ୟନ୍ତ । ସ୍ୱୟଂ ଏହି ପ୍ରକ୍ରିୟାରୁ ବାହାରିଥିବା ସେ ପ୍ରଥମ ଉପରାଷ୍ଟ୍ରପତି ଭାବେ ଦେଶକୁ ମିଳିଛନ୍ତି ।
ସାର୍ବଜନୀନ ଜୀବନରେ ଜେ.ପି. ଆନ୍ଦୋଳନରୁ ତାଙ୍କର ସୃଷ୍ଟି । ଛାତ୍ରାବସ୍ଥାରେ ଜୟପ୍ରକାଶ ନାରାୟଣଙ୍କ ଆହ୍ୱାନରେ ସୁଶାସନ ପାଇଁ ରାଷ୍ଟ୍ରବ୍ୟାପୀ ଯେଉଁ ଆନ୍ଦୋଳନ ହୋଇଥିଲା, ଆନ୍ଧ୍ରପ୍ରଦେଶର ଜଣେ ଛାତ୍ରନେତା ଭାବେ ସେ ନିଜକୁ ସେଥିରେ ସାମିଲ କରିଥିଲେ । ସେବେଠାରୁ ବିଧାନସଭା ଅବା ରାଜ୍ୟସଭା ହେଉ, ସେ ନିଜର ବ୍ୟକ୍ତିତ୍ୱର ମଧ୍ୟ ବିକାଶ କରିଛନ୍ତି ଓ କାର୍ଯ୍ୟକ୍ଷେତ୍ରର ମଧ୍ୟ ବିସ୍ତାର କରିଛନ୍ତି । ଆଉ ଆଜି ଏହାର ପରିଣାମ - ଆମେ ସମସ୍ତେ ତାଙ୍କୁ ପସନ୍ଦ କରିଛୁ ଓ ଏହି ପଦ ପାଇଁ ଏକ ଗୌରବପୂର୍ଣ୍ଣ ଦାୟିତ୍ୱ ତାଙ୍କୁ ଦେଇଛୁ ।
ଭେଙ୍କେୟା ନାଇଡୁ ମହୋଦୟ ଜଣେ ଚାଷୀ ପରିବାରର ପୁଅ । ଅନେକ ବର୍ଷ ଧରି ମୋତେ ତାଙ୍କ ସହ କାର୍ଯ୍ୟ କରିବାର ସୌଭାଗ୍ୟ ମିଳିଛି । ଗାଁ ହେଉ, ଗରିବ ହେଉ, ଚାଷୀ ହେଉ ଏସବୁ ବିଷୟ ଉପରେ ସେ ଟିକିନିଖି ଭାବେ ଅଧ୍ୟୟନ କରି ପ୍ରତ୍ୟେକ ସମୟରେ ନିଜର ଅନୁଭୂତି ଓ ଅଭିମତ ଦେଇଥାନ୍ତି । କ୍ୟାବିନେଟରେ ସେ ସହରାଂଚଳ ବିକାଶ ମନ୍ତ୍ରୀ ଥିଲେ । କିନ୍ତୁ ମୋତେ ସର୍ବଦା ଏଭଳି ଲାଗୁଥିଲା କି କ୍ୟାବିନେଟ ଭିତରେ ଆଲୋଚନା ବେଳେ ସେ ଯେତିକି ସମୟ ସହରାଂଚଳ ବିଷୟ ଉପରେ କଥା ହେଉଥିଲେ, ତା’ଠୁ ଅଧିକ ଆଗ୍ରହ ସେ ଗ୍ରାମାଂଚଳ ଓ ଚାଷୀଙ୍କ ବିଷୟରେ ଚର୍ଚ୍ଚା କରୁଥିଲେ । ଏହା ତାଙ୍କର ହୃଦୟର ପସନ୍ଦର କଥା ଥିଲା ଓ ବୋଧହୁଏ ତାଙ୍କର ପିଲାବେଳ ଓ ତାଙ୍କର ପାରିବାରିକ ପୃଷ୍ଠଭୂମି ଯୋଗୁଁ ଏପରି ହେଉଥିଲା ।
ଭେଙ୍କେୟା ନାଇଡୁ ମହୋଦୟ ଉପରାଷ୍ଟ୍ରପତି ପଦରେ ଆସୀନ ହୋଇଛନ୍ତି । ସମଗ୍ର ଦୁନିଆକୁ ଆମକୁ ଏକଥା ସହ ପରିଚିତ କରିବାକୁ ପଡ଼ିବ ଓ ମୁଁ ଭାବୁଛି ଏହା ଆମ ସମସ୍ତଙ୍କ ଦାୟିତ୍ୱ, ରାଜନୀତିକ ପ୍ରାଚୀରରୁ ଉର୍ଦ୍ଧ୍ଵରେ ହେଉଛି ଏହି ଦାୟିତ୍ୱ । ଆଉ ସେହି ଦାୟିତ୍ୱ ହେଉଛି ଭାରତର ଗଣତନ୍ତ୍ର କେତେ ପରିପକ୍ୱ । ଭାରତର ସମ୍ବିଧାନର ସୂକ୍ଷ୍ମତାର କେତେ ବଡ଼ ଶକ୍ତି ରହିଛି । ଆମର ସେହି ମହାପୁରୁଷମାନେ ଯେଉଁ ସମ୍ବିଧାନ ଦେଇଛନ୍ତି, ଉକ୍ତ ସମ୍ବିଧାନର ସାମର୍ଥ୍ୟ ଏତେ ଯେ ଏବେ ହିନ୍ଦୁସ୍ତାନର ସମ୍ବିଧାନିକ ପଦରେ ଯେଉଁ ଲୋକମାନେ ଆସୀନ ହୋଇଛନ୍ତି, ସେମାନଙ୍କର ପୃଷ୍ଠଭୂମି ଦାରିଦ୍ର୍ୟରୁ ଆସିଛି । ଗାଁରୁ ଆସିଛି, ସାଧାରଣ ପରିବାରରୁ ଆସିଛି । ସେମାନେ କୌଣସି ଧନୀ ପରିବାରରୁ ଆସିନାହାନ୍ତି । ପ୍ରଥମଥର ଦେଶର ସମସ୍ତ ସର୍ବୋଚ୍ଚ ପଦବୀରେ ଏଭଳି ପୃଷ୍ଠଭୂମିର ବ୍ୟକ୍ତିମାନେ ଆସୀନ ହେବା ଆପଣାଛାଏଁ ଭାରତର ସମ୍ବିଧାନର ଗରିମା ଓ ଭାରତୀୟ ଗଣତନ୍ତ୍ରର ପରିପକ୍ୱତାକୁ ପ୍ରଦର୍ଶିତ କରୁଛି । ଯାହାକୁ ନେଇ ହିନ୍ଦୁସ୍ତାନର 125 କୋଟି ଦେଶବାସୀ ଗର୍ବ କରନ୍ତି । ଆମର ପୂର୍ବଜମାନେ ଆମକୁ ଯେଉଁ ଉତ୍ତରଦାୟିତ୍ୱ ଦେଇଛନ୍ତି, ତାକୁ ପୂର୍ବଜଙ୍କ ସମ୍ମାନର ଏହି ଘଟଣା ସହ ମୁଁ ଦେଖୁଛି । ମୁଁ ପୁଣିଥରେ ସେହି ସମ୍ବିଧାନ ନିର୍ମାତାମାନଙ୍କୁ ମଧ୍ୟ ମଥାନତ କରୁଛି ।
ଭେଙ୍କୟା ନାଇଡୁ ମହୋଦୟ, ତାଙ୍କର ବ୍ୟକ୍ତିତ୍ୱ ମଧ୍ୟ ଅଛି, କର୍ତ୍ତବ୍ୟ ଓ ବାଗ୍ମୀତା ମଧ୍ୟ ଅଛି । ଏସବୁରେ ସେ ଧନୀ । ତାଙ୍କର ବାକ୍-ଚାତୁରୀ ସହ ତ ସମସ୍ତେ ପରିଚିତ । ଯେତେବେଳେ ସେ ଭାଷଣ ଦିଅନ୍ତି ଓ ତେଲୁଗୁରେ କହନ୍ତି ଲାଗେ କି ସେ ସୁପରଫାଷ୍ଟ ଚାଲୁଛନ୍ତି । କିନ୍ତୁ ଏହା କେବଳ ସମ୍ଭବ ହୋଇଥାଏ, ଯେତେବେଳେ ବିଚାରରେ ସ୍ପଷ୍ଟତା ଥାଏ । ଦର୍ଶକଙ୍କ ସହ ସଂଯୁକ୍ତ ହୋଇଥାନ୍ତି । ଏହା ଶବ୍ଦର ଖେଳ ନଥାଏ, ଯାହା ବକ୍ତୃତାର ଦୁନିଆ ସହ ଜଡ଼ିତ ଥାଏ । ତାଙ୍କୁ ଜଣାଥାଏ ଯେ ଶବ୍ଦର ଖେଳ କାହାରି ମନର ମନ୍ଦିରକୁ ଛୁଇଁନପାରେ । କିନ୍ତୁ ଶ୍ରଦ୍ଧାଭାବରେ ସୃଷ୍ଟି ହେଉଥିବା ବିଚାରଧାରା ଆଧାରରେ ନିଜକୁ ସୁହାଇବା ଭଳି ଓ ଲକ୍ଷ୍ୟ ସହ କଥା ବାହାରିଥାଏ । ଯାହା ଲୋକଙ୍କ ହୃଦୟକୁ ଆପଣାଛାଏଁ ସ୍ପର୍ଶ କରିଥାଏ ଓ ଭେଙ୍କେୟା ନାଇଡୁ ମହୋଦୟଙ୍କ ଜୀବନରେ ଏହା ଦେଖିବାକୁ ମିଳିଛି ।
ଏହା ବି ସତ ଯେ, ଏବେ ଏଭଳି କୌଣସି ସାଂସଦ ନାହାନ୍ତି ଯିଏ କି ଗ୍ରାମାଚଂଳ ବିକାଶ ପ୍ରସଙ୍ଗରେ ସରକାରଙ୍କୁ ବାରମ୍ବାର ଅନୁରୋଧ କରୁନାହାନ୍ତି । ଏହା ଡକ୍ଟର ମନମୋହନ ସିଂହ ମହୋଦୟଙ୍କ ନେତୃତ୍ୱାଧୀନ ସରକାର ହେଉ ଅବା ମୋ’ ନେତୃତ୍ୱରେ ଥିବା ସରକାର ହେଉ - ସାଂସଦମାନଙ୍କର ଗୋଟିଏ ଦାବି ସବୁବେଳେ ଥାଏ କି ସେମାନେ ନିଜ ଅଚଂଳରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କର କାର୍ଯ୍ୟକୁ ନେଇ । ଆମ ସମସ୍ତ ସାଂସଦଙ୍କ ପାଇଁ ଗର୍ବର କଥା ଯେ ଦେଶକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର କଳ୍ପନା, ଏହାର ଯୋଜନା ଓ ଉପହାର ଯଦି କେହି ଦେଇଛନ୍ତି ତାହା ହେଉଛନ୍ତି ଆମର ଉପରାଷ୍ଟ୍ରପତି ମହୋଦୟ । ଆଦରଣୀୟ ଭେଙ୍କେୟା ନାଇଡୁ ମହୋଦୟ ଦେଇଛନ୍ତି । ଯାହା ଆଜି... ଆଉ ଏକଥା ସେତେବେଳେ ବାହାରେ ଯେତେବେଳେ ଗାଁ ପ୍ରତି, ଗରିବଙ୍କ ପ୍ରତି, ଚାଷୀଙ୍କ ପ୍ରତି, ଦଳିତଙ୍କ ପ୍ରତି, ଶୋଷିତଙ୍କ ପ୍ରତି ଉଦ୍ବେଗ ରହିଥାଏ । ସେମାନଙ୍କୁ ସମସ୍ୟାରୁ ମୁକୁଳାଇବା ପାଇଁ ସଂକଳ୍ପ ରହିଥାଏ,ସେତେବେଳେ ହିଁ ଏହା ହୋଇଥାଏ ।
ଆଜି ଯେତେବେଳେ ଉପରାଷ୍ଟ୍ରପତି ପଦରେ ଭେଙ୍କେୟା ନାଇଡୁ ମହୋଦୟ ଆମମାନଙ୍କ ମଧ୍ୟରେ ଅଛନ୍ତି, ଏହି ସଦନରେ ଆମ ସମସ୍ତଙ୍କୁ ଏକ ସମସ୍ୟା କିଛି କ୍ଷଣ ରହିବ । କାରଣ ବାର୍ ରୁ ଯେତେବେଳେ କୌଣସି ଓକିଲ ଯଦି ବିଚାରପତି ହୋଇଯାଆନ୍ତି, ସେତେବେଳେ ପ୍ରଥମାବସ୍ଥାରେ କୋର୍ଟରେ ତାଙ୍କ ସହ ନିମ୍ନ ବାର୍ ର ସଦସ୍ୟମାନେ ଯେତେବେଳେ କଥା ହୁଅନ୍ତି, ଟିକେ ଅଡୁଆ ଲାଗେ । କାଲି ତ ଏ ଆମ ସହ ଛିଡ଼ା ହେଉଥିଲେ, ମୋ ସହ ଯୁକ୍ତି କରୁଥିଲେ ଆଉ ଆଜି ମୁଁ ତାଙ୍କୁ କିଭଳି? ଏଭଳି କିଛି କ୍ଷଣ ଆମ ସମସ୍ତଙ୍କ ପାଇଁ ବି । ବିଶେଷକରି ଏହି ସଦନର ସଦସ୍ୟମାନଙ୍କ ପାଇଁ ଯେଉଁମାନେ ଏତେ ବର୍ଷ ଧରି ତାଙ୍କ ସହ ବନ୍ଧୁ ଭଳି କାର୍ଯ୍ୟ କରିଛନ୍ତି । ଆଉ ଯେତେବେଳେ ସିଏ ଏହି ପଦରେ ଆସୀନ ହୋଇଛନ୍ତି ଆମେ ବି... । ଆଉ ଆମର ଗଣତନ୍ତ୍ରର ବିଶେଷତ୍ୱ ହେଉଛି କି ବ୍ୟବସ୍ଥା ଅନୁକୂଳ ଆମେ ନିଜର କାର୍ଯ୍ୟଶୈଳୀ କରିଥାଉ ।
ମୋର ବିଶ୍ୱାସ ଯେ ଆମ ମଧ୍ୟରେ ଏତେ ଦୀର୍ଘ ବର୍ଷ ଧରି ରାଜ୍ୟସଭାର ସଦସ୍ୟ ରହି, ପ୍ରତିଟି ଟିକିନିଖି କଥା ଜାଣି, ଜଣେ ପରିପକ୍ୱ ବ୍ୟକ୍ତି - ଊପରାଷ୍ଟ୍ରପତି ଓ ଏହି ସଭା ଗୃହର ସଭାପତି ଭାବେ ଯେତେବେଳେ ଆମମାନଙ୍କୁ ମାର୍ଗଦର୍ଶନ କରିବେ, ଆମକୁ ଗାଇଡ୍ କରିବେ । ଏହାର ଗରିମାକୁ ଉପରକୁ ନେବାରେ ତାଙ୍କର ଯୋଗଦାନ ବହୁତ ବଡ଼ ହେବ । ମୋର ପୁରା ବିଶ୍ୱାସ ଅଛି ଯେ ଏକ ବହୁତ ବଡ଼ ପରିବର୍ତ୍ତନର ଆଭାସ ଦେଖିପାରୁଛି । ଆଉ ତାହା ଭଲ ପାଇଁ ହେବ, ଭଲ ପରିଣାମ ପାଇଁ ହେବ । ଆଜି ଯେତେବେଳେ ଭେଙ୍କେୟା ନାଇଡୁ ମହୋଦୟ ଏହି ଗରିମାପୂର୍ଣ୍ଣ ପଦକୁ ଗ୍ରହଣ କରୁଛନ୍ତି, ସେତେବେଳେ ମୁଁ ସ୍ମରଣ କରିବାକୁ ଚାହୁଁଛି-
“ଅମଲ୍ କରୋ ଏସା ଅମନ୍ ମେ,
ଅମଲ କରୋ ଏସା ଅମନ ମେ,
ଜହାଁ ଗୁଜରେ ତୁହ୍ମାରୀ ନଜରେଁ,
ଉଧର ସେ ତୁହ୍ମେ ସଲାମ ଆଏ ।”
ଆଉ ଏହା ସହ କହିବାକୁ ଚାହୁଁଛି ଯେ-
“ଅମଲ କରୋ ଏସା ସଦନ ମେ,
ଜହାଁ ସେ ଗୁଜରେ ତୁହ୍ମାରୀ ନଜରେଁ,
ଉଧର ସେ ତୁହ୍ମେ ସଲାମ ଆଏ ।”
ବହୁତ ବହୁତ ଶୁଭକାମନା । ବହୁତ ବହୁତ ଧନ୍ୟବାଦ
Kisan Kalyan to Viksit Bharat: PM Modi Delivers Jobs, Markets & Dignity Across Rural and Industrial India
PM Modi’s focus on farmer empowerment and export promotion continues to open global markets. Dhenkanal farmers from Odisha have successfully exported 3 tonnes of mangoes to London, marking the first international consignment this season. pic.twitter.com/O2r4hVGFxd
— Mahima Sharan (@MahimaShar19774) May 14, 2026
An unwavering commitment to empower our Annadaatas, the backbone of our nation.
— 🇮🇳 Sangitha Varier 🚩 (@VarierSangitha) May 14, 2026
Income support,MSP assurance,agri infra,global market access & dignity…Under Hon #PM @narendramodi Ji’s leadership, Bharat’s farmers are rising like never before.#ViksitBharat pic.twitter.com/1rILybe8L9
Salute to Hon’ble PM @narendramodi ji! Union Cabinet approves higher MSP for 14 Kharif crops with ₹2.60 lakh crore payout to farmers. Your government continues to deliver on “Kisan Kalyan” with concrete action. #ModiHaiTohMumkinHai pic.twitter.com/XxRusmOl9P
— ananya rathore (@ananyarath73999) May 14, 2026
India Rolls Out First Privately Assembled Military Aircraft with Tata-Airbus C295 🇮🇳🔥
— Zahid Patka (Modi Ka Parivar) (@zahidpatka) May 14, 2026
Kudos PM @narendramodi Ji Govt
The rollout marks a major step in India’s private aerospace manufacturing capability and military aviation self-reliance.https://t.co/VA6y3vTttq@PMOIndia pic.twitter.com/SNp8Ma08Sh
Another transformative decision by PM @narendramodi ji, Cabinet clears ₹37,500 crore incentive scheme for coal gasification projects. This will help achieve 100 MT gasification target by 2030, reduce import bills, and generate massive employment. pic.twitter.com/lofhUbvthK
— Sajan (@HeySajan) May 14, 2026
"Only the one who lives for others can speak such heart-touching words so easily and win everyone's heart."
— Nishant🇮🇳 (@iNishant4) May 14, 2026
Indeed,#हमारे_मोदी जैसा कोई नहीं।
As he cares for us, we too care for him, hence again requesting to him that Nation needs you @narendramodi ji and your leadership… https://t.co/tg8pNHMVQN pic.twitter.com/eT4z8uKp4v
Another people-centric initiative by PM @narendramodi
— Shivam (@Shivam1998924) May 14, 2026
ji. Encouraging wise spending on domestic travel is set to revolutionise India’s hospitality and tourism industry. More jobs, stronger local economies, and greater cultural connect.https://t.co/TNakcxTqi7
PM Modi 4sustainability, Reduce,Reuse,Recycle,adding Recover,Redesign, Remanufacture 2reduce waste. At d outset,it may b noted that 🇮🇳 possesses 1 of d wrld’s largst textile recovery&recycling networks,supportd by long established value chains 4repurposing of textile@TexMinIndia pic.twitter.com/Sfx6GNRcp3
— Rukmani Varma 🇮🇳 (@pointponder) May 14, 2026
PM @narendramodi's leadership drives aviation growth. Cabinet clearance for Nagpur International Airport upgradation will improve connectivity and boost trade & tourism in the region. Building a stronger, more connected Bharat.https://t.co/1JYbkGpA7W
— Naman Tambe (@Naman_prakas) May 14, 2026


