‘ଟିକା ଉତ୍ସବ’ କରୋନା ମହାମାରୀ ବିରୋଧରେ ଦ୍ୱିତୀୟ ପ୍ରମୁଖ ଯୁଦ୍ଧ: ପ୍ରଧାନମନ୍ତ୍ରୀ
ଆମେ ଶୂନ ଟିକା ନଷ୍ଟ ଦିଗରେ ଆଗେଇବା ଉଚିତ: ପ୍ରଧାନମନ୍ତ୍ରୀ
‘ଟିକା ଉତ୍ସବ’ ପାଇଁ ବ୍ୟକ୍ତିଗତ, ସାମାଜିକ ଓ ପ୍ରଶାସନିକ ସ୍ତରରେ ଲକ୍ଷ୍ୟ ନିର୍ଦ୍ଧାରଣ ଓ ତାହା ହାସଲ କରିବାକୁ ପଡ଼ିବ: ପ୍ରଧାନମନ୍ତ୍ରୀ

ମୋର ପ୍ରିୟ ଦେଶବାସୀଗଣ,

ଆଜି ଆମେ ଏପ୍ରିଲ ୧୧ ତାରିଖରେ ଜ୍ୟୋତିବା ଫୁଲେଙ୍କ ଜୟନ୍ତୀ ଅବସରରେ ଦେଶରେ ‘ଟିକା ଉତ୍ସବ’ର ଶୁଭାରମ୍ଭ କରୁଛୁ । ଏହି ‘ଟିକା ଉତ୍ସବ’ ଏପ୍ରିଲ ୧୪ ତାରିଖ, ଅର୍ଥାତ୍‍, ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ ।

ଏହି ଉତ୍ସବ ଏକ ପ୍ରକାର ଦେଖିବାକୁ ଗଲେ କରୋନା ମହାମାରୀ ବିରୋଧରେ ଦ୍ୱିତୟ ବୃହତ୍‍ ସଂଗ୍ରାମର ଶୁଭାରମ୍ଭ । ଏଥିରେ ଆମେମାନେ ବ୍ୟକ୍ତିଗତ ପରିମଳ ସହିତ ସାମାଜିକ ପରିମଳ ରକ୍ଷା ଉପରେ ବିଶେଷ ଗୁରୁତ୍ୱ ଆରୋପ କରିବା ।

ଆମକୁ ଏଥିପାଇଁ ଏହି ଚାରିଟି କଥା ନିଶ୍ଚିତ ଭାବେ ସ୍ମରଣ ରଖିବାକୁ ହେବ ।

Each one – vaccinate One . ଅର୍ଥାତ୍‍, ଯେଉଁ ଲୋକ କମ୍‍ ପଢ଼ାଲେଖା ଜାଣିଥିବେ, ବୟସ୍କ ବ୍ୟକ୍ତି ହୋଇଥିବେ, ଯେଉଁମାନେ ନିଜେ ଯାଇ ଟିକା ନେଇପାରୁ ନଥିବେ, ସେମାନଙ୍କୁ ଆମେ ସାହାଯ୍ୟ କରିବା ।

Each one- Treat One. ଏହାର ଅର୍ଥ ହେଲା, ଯେଉଁ ଲୋକମାନଙ୍କ ପାଖରେ ସେପରି ସାଧନ ନାହିଁ, ଯେଉଁମାନଙ୍କ ପାଖରେ ଏପରି ଖବର ସୁଦ୍ଧା ନାହିଁ, ସେମାନଙ୍କୁ ଆମେ କରୋନା ଚିକିତ୍ସା ସହାୟତା ଯୋଗାଇବାର ବ୍ୟବସ୍ଥା କରିବା ।

Each one – Save One .  ଅର୍ଥାତ୍‍, ମୁଁ ନିଜେ ବି ମାସ୍କ ପିନ୍ଧିବି ଏବଂ ଏହିଭଳି ଭାବେ ନିଜକୁ ରକ୍ଷା କରିବା ସହିତ ଅନ୍ୟଙ୍କୁ ମଧ୍ୟ ରକ୍ଷା କରିବି । ଏହା ଉପରେ ପ୍ରାଧାନ୍ୟ ଦେବାକୁ ପଡ଼ିବ ।

ଏବଂ ଚତୁର୍ଥ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା, କୌଣସି ଲୋକଙ୍କୁ ଯଦି କରୋନା ହେବାଭଳି ସ୍ଥିତି ଥିବାର ଜଣାପଡ଼ିବ, ତେବେ ସେଠାରେ ‘ମାଇକ୍ରୋ କଣ୍ଟେନମେଣ୍ଟ୍‍ ଜୋନ୍‍’ ଗଠନ କରିବାର ନେତୃତ୍ୱ ସମାଜର ଲୋକମାନେ ଗ୍ରହଣ କରନ୍ତୁ । ଯେଉଁଠାରେ ଜଣେ ସୁଦ୍ଧା କରୋନା ପଜିଟିଭ୍‍ କେଶ୍‍ ଆସିଛି, ସେଠାରେ ପରିବାରର ଲୋକ, ସମାଜର ଲୋକ ‘ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‍’ ଗଠନ କରନ୍ତୁ ।

ଭାରତ ଭଳି ଏକ ଜନବହୁଳ ରାଷ୍ଟ୍ରରେ କରୋନା ବିରୁଦ୍ଧରେ ଲଢ଼େଇ କରିବାର ଏକ ମହତ୍ତ୍ୱପୂର୍ଣ୍ଣ ଉପାୟ ହେଲା ‘ମାଇକ୍ରୋ କଣ୍ଟେନମେଣ୍ଟ୍‍ ଜୋନ୍‍’ ଗଠନ ।

ଜଣେ ସୁଦ୍ଧା ପଜିଟିଭ୍‍ କେଶ୍‍ ଆସିଲେ ଆମ ସମସ୍ତଙ୍କୁ ଜାଗ୍ରତ  ହେବାକୁ ପଡ଼ିବ, ଅନ୍ୟ ସମସ୍ତ ଲୋକଙ୍କୁ ମଧ୍ୟ ଟେଷ୍ଟିଂ କରିବାକୁ ହେବ ।

ଏଥି ସହିତ ଯେଉଁମାନେ ଟିକା ଗ୍ରହଣ ପାଇଁ ଯୋଗ୍ୟ, ସେମାନେ ଟିକା ନେବା ଉଚିତ । ଏହାର ପୁରା ପୟାସ ସମାଜକୁ ମଧ୍ୟ କରିବାକୁ ପଡ଼ିବ ଏବଂ ପ୍ରଶାସନର ମଧ୍ୟ ଏହା ଦାୟିତ୍ୱ ।

କୌଣସି ଗୋଟିଏ ହେଲେ ଟିକା ଯେଭଳି ନଷ୍ଟ ନହୁଏ, ଆମମାନଙ୍କୁ ଏହା ସୁନିଶ୍ଚିତ କରିବାକୁ ହେବ । ଆମକୁ ଜିରୋ ଟିକା ନଷ୍ଟ ଲକ୍ଷ୍ୟ ଦିଗରେ ଅଗ୍ରସର ହେବାକୁ ପଡ଼ିବ ।

ଇତି ମଧ୍ୟରେ ଆମେ ଦେଶର ଟିକାକରଣ କ୍ଷମତାକୁ ଅପ୍ଟିମମ୍‍ ୟୁଟିଲାଇଜେସନ୍‍ ଦିଗରେ ବଢ଼ିବାକୁ ପ୍ରୟାସ କରୁଛୁ । ଏହା ଆମର କ୍ଷମତା ବୃଦ୍ଧି କରିବାର ମଧ୍ୟ ଏକ ଉପାୟ ।

ଆମର ସଫଳତା ଏଥିରୁ ସ୍ଥିର ନିଶ୍ଚିତ ହୋଇପାରିବ ଯେ ‘ମାଇକ୍ରୋ କଣ୍ଟେନମେଣ୍ଟ୍‍ ଜୋନ୍‍’ ପ୍ରତି ଆମ ଲୋକମାନଙ୍କ ମଧ୍ୟରେ କେତେ ଜାଗରୁକତା ସୃଷ୍ଟି ହୋଇଛି ତାହା ଜଣାପଡ଼ିବ ।

ଆମର ସଫଳତା ଏଥିରୁ ସ୍ଥିର ନିଶ୍ଚିତ ହୋଇପାରିବ ଯେ ଯେତେବେଳେ ଆବଶ୍ୟକ ନଥିବ, ସେତେବେଳେ ଆମେ ଘରୁ ପଦାକୁ ଗୋଡ଼ କାଢ଼ିବା ନାହିଁ ।

ଆମର ସଫଳତା ଏଥିରୁ ସ୍ଥିର ନିଶ୍ଚିତ ହୋଇପାରିବ ଯେ ଯେଉଁ ଟିକାକରଣ ଅଧିକାରୀମାନେ ଅଛନ୍ତି, ସେମାନେ ସହଜରେ ଟିକା ଦେଇପାରିବେ ।

ଆମର ସଫଳତା ଏଥିରୁ ସ୍ଥିର ନିଶ୍ଚିତ ହୋଇପାରିବ ଯେ ଆମେମାନେ ସମସ୍ତେ ମାସ୍କ ପିନ୍ଧିବା ଏବଂ ଅନ୍ୟ ସମସ୍ତ କୋଭିଡ଼ ନିୟମକୁ ବିଧିବଦ୍ଧ ଭାବେ ପାଳନ କରିବା ।

ସାଥୀଗଣ,

ଏହି ଚାରି ଦିନରେ ଆମେ ବ୍ୟକ୍ତିଗତ ସ୍ତରରେ, ସାମାଜିକ ସ୍ତରରେ ଏବଂ ପ୍ରଶାସନିକ ସ୍ତରରେ ନିଜ ନିଜର ଲକ୍ଷ୍ୟ ଧାର୍ଯ୍ୟ କରିବା ଏବଂ ତାହା ହାସଲ କରିବା ନିମନ୍ତେ ପୂର୍ଣ୍ଣ ମାତ୍ରାରେ ପ୍ରୟାସ କରିବା ।

ମୋର ଦୃଢ଼ ବିଶ୍ୱାସ, ଏହିଭଳି ଭାବେ ଜନଭାଗୀଦାରିତା ଜରିଆରେ ସଚେତନ ରହି, ଆମେ ଆମର ଦାୟିତ୍ୱ ନିର୍ବାହ କହି, ପୁଣି ଥରେ କରୋନାକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇପାରିବା ।

ସ୍ମରଣ ରଖିବେ- ଦବାଇ ଭୀ, କଡାଇ ଭୀ- ଔଷଧ ଖାଇବା, କଡ଼ା ଅନୁଶାସନ ମଧ୍ୟରେ ରହିବା ।

ଧନ୍ୟବାଦ!

ଆପଣଙ୍କର

ନରେନ୍ଦ୍ର ମୋଦୀ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
DBT transfers top Rs 2 lakh crore so far in FY27

Media Coverage

DBT transfers top Rs 2 lakh crore so far in FY27
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on Samvatsari
September 15, 2026

The Prime Minister, Shri Narendra Modi, has extended his greetings to the people on the sacred occasion of Samvatsari. Shri Modi said that Samvatsari reminds us that forgiveness and compassion strengthen every bond. He called upon everyone to embrace humility and let kindness and goodwill guide their actions.

The Prime Minister posted on X:

Samvatsari reminds us that forgiveness and compassion strengthen every bond.

On this sacred occasion, may humility guide us and may kindness and goodwill shape our every action.

Michhami Dukkadam!