PM Modi meets all Secretaries to the Government of India, reviews work done so far in several sectors
Ten new Groups of Secretaries to be formed who will submit reports on various Governance issues by end of November
PM Modi urges group of secretaries to prioritize harnessing the strengths of the 800 million youth of India

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ସରକାରଙ୍କ ସମସ୍ତ ସଚିବଙ୍କୁ ଭେଟିଛନ୍ତି । ଏହି ବୈଠକ ବେଳେ କେନ୍ଦ୍ରମନ୍ତ୍ରୀ ଏବଂ ସ୍ଵାଧୀନ ଦାୟିତ୍ଵରେ ଥିବା ମନ୍ତ୍ରୀମାନେ ଉପସ୍ଥିତ ଥିଲେ ।

ବୈଠକରେ କେବିନେଟ ସଚିବ, ଚଳିତ ବର୍ଷ ଜାନୁଆରୀ ମାସରେ 8 ଟି ସଚିବ ଗୋଷ୍ଠୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ରିପୋର୍ଟ ଏବଂ ତତପରବର୍ତ୍ତୀ କାର୍ଯ୍ୟ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ସେମାନଙ୍କ ଗୋଷ୍ଠୀ ଦ୍ଵାରା ପ୍ରଦତ୍ତ ସୁପାରିଶ ପ୍ରବର୍ତ୍ତନର ସଦ୍ୟତମ ସ୍ଥିତି ସମ୍ପର୍କରେ ଦୁଇଜଣ ରାପୋର୍ଟିୟର ପ୍ରଧାନମନ୍ତ୍ରୀଙ୍କୁ ଉପସ୍ଥାପନା ମାଧ୍ୟମରେ ଅବଗତ କରାଇଥିଲେ ।

ଏବେ 10 ଟି ନୂତନ ସଚିବ ଗୋଷ୍ଠୀ ଗଠନ କରାଯାଇଛି ଏବଂ ସେମାନେ ଆଗାମୀ ନଭେମ୍ବର ଶେଷ ସୁଦ୍ଧା ଶାସନ ସମ୍ପର୍କୀତ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ସେମାନଙ୍କର ରିପୋର୍ଟ ପ୍ରଦାନ କରିବେ । ପୂର୍ବ ଗୋଷ୍ଠୀ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଉପରେ କାର୍ଯ୍ୟ କରୁଥିବାବେଳେ ଚଳିତ ଥର ଗଠନ କରାଯାଇଥିବା ଗୋଷ୍ଠୀଙ୍କୁ ସେକ୍ଟର ୱାରୀ ରିପୋର୍ଟ ପ୍ରସ୍ତୁତ ଲାଗି କୁହାଯାଇଛି । ସେମାନେ କୃଷି, ଶକ୍ତି, ପରିବହନ ଆଦି କ୍ଷେତ୍ର ଉପରେ ସେମାନଙ୍କର ଅଧ୍ୟୟନ ରିପୋର୍ଟ ପ୍ରସ୍ତୁତ କରିବେ । 

ସଚିବମାନଙ୍କୁ ସେମାନଙ୍କ କାର୍ଯ୍ୟ ଲାଗି ଅଭିନନ୍ଦନ ଜଣାଇବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ କରିଥିବା କାର୍ଯ୍ୟ ସମ୍ପର୍କରେ ସେମାନେ ଗୁରୁତ୍ଵର ସହ ସମୀକ୍ଷା କରି ରିପୋର୍ଟ ପ୍ରସ୍ତୁତ କରିବା ଆବଶ୍ୟକ । ଯୁବ ଅଫିସରମାନଙ୍କୁ ଏଭଳି ଗବେଷଣାତ୍ମକ ଅଧ୍ୟୟନ କାର୍ଯ୍ୟରେ ନିୟୋଜିତ କରାଯିବା ଉପରେ ସେ ଗୁରୁତ୍ଵ ଆରୋପ କରିଥିଲେ । ପ୍ରତ୍ୟେକ ସଚିବ ଗୋଷ୍ଠୀ ଜନସଂଖ୍ୟାଜନିତ ସାମର୍ଥ୍ୟ ନେଇ ଅଧ୍ୟୟନ କରିବା ସହ ଦେଶର 800 ନିୟୁତ ଯୁବ ଶକ୍ତିକୁ କିପରି ସକାରାତ୍ମକ ଭାବେ ଦେଶ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ ତାର ଉପାୟ ସ୍ଥିର କରିବେ । ଏହି ସବୁ ଗୋଷ୍ଠୀଙ୍କର ଭାରତବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ଭଳି ସାମର୍ଥ୍ୟ ଓ ଜ୍ଞାନ ରହିଛି । ଏହି ଦିଗରେ ସେମାନେ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Scan, withdraw, done: EPFO 3.0 plans instant PF access via ATMs and UPI

Media Coverage

Scan, withdraw, done: EPFO 3.0 plans instant PF access via ATMs and UPI
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Narendra Modi meets representatives of Janjati Suraksha Manch
May 28, 2026

The Prime Minister, Shri Narendra Modi met representatives of Janjati Suraksha Manch in New Delhi today.

The Prime Minister appreciated their dedication towards the tribal society.

During the interaction, discussions were held on various issues related to the development and empowerment of tribal communities.

The Prime Minister wrote on X;

“नई दिल्ली में आज जनजाति सुरक्षा मंच के प्रतिनिधियों से मुलाकात का अवसर मिला। आदिवासी समाज के लिए इनका समर्पण भाव बहुत सराहनीय है। इस दौरान जनजातीय समुदायों के विकास और उनके सशक्तिकरण से जुड़े विभिन्न विषयों पर सार्थक चर्चा हुई।”