ସମ୍ପ୍ରତି ଶେଷ ହୋଇଥିବା ଅଷ୍ଟାଦଶ ଏସୀୟ କ୍ରୀଡାର ପଦକ ବିଜୟୀ କ୍ରୀଡ଼ାବିତଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବାସ ଭବନଠାରେ ଭାବ ବିନିମୟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମେଡାଲ ବିଜୟୀ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ଏସୀୟ କ୍ରୀଡାରେ ଶ୍ରେଷ୍ଠ ମେଡାଲ ତାଲିକା ପାଇଁ ସେମାନଙ୍କର ଉଦାହରଣମୂଳକ ପ୍ରଦର୍ଶନକୁ ପ୍ରଶଂସା କରିଥିଲେ । ମେଡାଲ ବିଜୟୀ ଖେଳାଳିମାନଙ୍କୁ ସେ କହିଥିଲେ ଯେ କ୍ରୀଡ଼ା କ୍ଷେତ୍ରରେ ସଫଳତା ଭାରତର ମର୍ଯ୍ୟଦା ଏବଂ ଗୌରବକୁ ବୃଦ୍ଧି କରିଛି । ସେ ଆଶା ପ୍ରକାଶ କରିଥିଲେ ଯେ ମେଡାଲ ବିଜୟୀ ଖେଳାଳିମାନେ ବିନମ୍ର ରହିବେ ଏବଂ ଯେପରି ଭାବେ ଯଶ ଓ ଖ୍ୟାତି ଯୋଗୁ ଖେଳ ଉପରୁ ସେମାନଙ୍କ ଧ୍ୟାନ ହଟାଇବେ ନାହିଁ ।

ଭାବ ବିନମୟ ସମୟରେ ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତମାନଙ୍କୁ ଅନୁରୋଧ କରିଥିଲେ ଯେ ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ସେମାନେ ବୈଷୟିକ ଜ୍ଞାନର ଉପଯୋଗ କରନ୍ତୁ । ସେ କହିଲେ ଯେ ବୈଷୟିକ ଜ୍ଞାନର ଉପଯୋଗ ଏବଂ ବିଶ୍ୱର ଶ୍ରେଷ୍ଠ ଖେଳାଳିମାନଙ୍କ ପ୍ରଦର୍ଶନର ବିଶ୍ଲେଷଣ କରି କ୍ରୀଡ଼ାବିତମାନେ ଭବିଷ୍ୟତରେ କ୍ରମାଗତ ଭାବେ ନିଜ ଖେଳରେ ଉନ୍ନତି ଆଣିବା ଆବଶ୍ୟକ ।

ଛୋଟ ସହର, ଗ୍ରାମାଂଚଳ ଏବଂ ଗରିବ ଘରୁ ଯୁବ ଆଥଲେଟମାନେ ବିକଶିତ ହୋଇ ଦେଶ ପାଇଁ ମେଡାଲ ବିଜୟୀ ହେବା ନେଇ ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ଗ୍ରାମାଂଚଳରେ ପ୍ରକୃତ ପ୍ରତିଭା ରହିଛନ୍ତି ଏବଂ ଆମେ ଏହି ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ଚାଲୁ ରଖିବା ଆବଶ୍ୟକ । ସେ କହିଲେ ଯେ ଜଣେ କ୍ରୀଡ଼ାବିତ ସମ୍ମୁଖୀନ ହେଉଥିବା ଦୈନଦିନ ସଂଘର୍ଷ ବିଷୟରେ ବାହାର ଦୁନିଆ ଅଜ୍ଞ ଥାଏ ।

ଏହିପରି ସଂଘର୍ଷ ମଧ୍ୟ ଦେଇ ଗତିକରି ଦେଶ ପାଇଁ ମେଡାଲ ବିଜୟୀ ହୋଇଥିବା ଖେଳାଳିମାନଙ୍କ ନାମ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଭାବପ୍ରବଣ ହୋଇପଡିଥିଲେ । ସେମାନଙ୍କ ବିଭାଗ ପ୍ରତି ସେମାନଙ୍କର ଦୃଢ଼ତା ଏବଂ ଉତ୍ସର୍ଗୀକୃତ ମନୋଭାବକୁ ପ୍ରଧାନମନ୍ତ୍ରୀ ସଲାମ କରିଥିଲେ ଏବଂ ଆଶାପ୍ରକାଶ କରିଥିଲେ ଯେ ସେମାନଙ୍କ ପ୍ରୟାସ ଦ୍ୱାରା ଦେଶର ଅନ୍ୟ ଜନସାଧାରଣ ଅନୁପ୍ରାଣିତ ହେବେ ।

ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତମାନଙ୍କୁ ପ୍ରେରିତ କରିଥିଲେ ଯେ ସେମାନେ ଯେପରି ସେମାନଙ୍କ ସଫଳତା ପାଖରେ ଅଟକି ଯିବେ ନାହିଁ । ଆହୁରି ଅନେକ ଗୌରବ ଆଣିବା ପାଇଁ ଅଧିକ ପ୍ରୟାସ କରିବା ପାଇଁ ସେ ସେମାନଙ୍କୁ କହିଥିଲେ । ସେ କହିଲେ ଯେ ମେଡାଲ ବିଜୟୀ ଖେଳାଳିମାନଙ୍କ ପାଇଁ ପ୍ରକୃତ ଆହ୍ୱାନ ଏବେ ଆରମ୍ଭ ହେବ ଏବଂ ଅଲିମ୍ପିକ ପୋଡିଅମରେ ଠିଆ ହେବା ନେଇ ସେମାନଙ୍କ ଲକ୍ଷ୍ୟ ପଥରୁ ସେମାନେ ଯେପରି ଭାବେ ଆଦୌ ବିଚ୍ୟୁତ ହେବେ ନାହିଁ ।

ଏହି ଅବସରରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) କର୍ଣ୍ଣେଲ ରାଜ୍ୟବର୍ଦ୍ଧନ ରାଠୋର ଉପସ୍ଥିତ ଥିଲେ । ତାଙ୍କ ପ୍ରାରମ୍ଭିକ ବକ୍ତବ୍ୟରେ କର୍ଣ୍ଣେଲ ରାଠୋର କହିଥିଲେ ଯେ ପଦକ ତାଲିକାରେ ଉନ୍ନତି ଆଣିବା ଏବଂ କ୍ରୀଡ଼ାବିତମାନଙ୍କୁ ଅନୁପ୍ରାଣିତ କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ଅନ୍ତର୍ଦୃଷ୍ଟି ଏବଂ ସରକାରଙ୍କ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ।

ଇଣ୍ଡୋନେସିଆର ଜାକର୍ତ୍ତା ଏବଂ ପାଲେମବାଙ୍ଗଠାରେ ଅନୁଷ୍ଠିତ ଅଷ୍ଟାଦଶ ଏସୀୟ କ୍ରୀଡାରେ ଭାରତ ମୋଟ 69ଟି ମେଡାଲ ଜିତି ରେକର୍ଡ ସୃଷ୍ଟି କରିଛି । ଏହା 2010ରେ ଅନୁଷ୍ଠିତ ଗ୍ୱାଙ୍ଗଝୁ ଏସୀୟ କ୍ରୀଡାର 65 ମେଡାଲ ବିଜୟର ପୂର୍ବ ରେକର୍ଡକୁ ଅତିକ୍ରମ କରିପାରିଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharma exports cross $28 bn till February, likely to end up with growth in rupee terms in FY26

Media Coverage

India’s pharma exports cross $28 bn till February, likely to end up with growth in rupee terms in FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 5, 2026
April 05, 2026

From Aatmanirbhar to Viksit Bharat: PM Modi’s Leadership Powers India’s Multi-Sector Triumph