PM Modi interacts with global oil and gas CEOs and experts, flags potential of biomass energy
PM Modi stresses on the need to develop energy infrastructure and access to energy in Eastern India
As India moves towards a cleaner & more fuel-efficient economy, its benefits must expand horizontally to all sections of society: PM

ତୈଳ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ଭାରତରେ ଗତ ତିନି ବର୍ଷ ମଧ୍ୟରେ ଘଟିଥିବା ପ୍ରଗତି ଓ ସଂସ୍କାରମୂଳକ କାର୍ଯ୍ୟକୁ ବିଶ୍ଵର ବିଭିନ୍ନ ତୈଳ ଓ ବାଷ୍ପ ଉଦ୍ୟୋଗର ସିଇଓ ତଥା ବିଶେଷଜ୍ଞମାନେ ବେଶ ପସନ୍ଦ କରିଛନ୍ତି । ବିଶେଷକରି ଶକ୍ତି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯେଉଁ ଅଭିଯାନ ଆରମ୍ଭ କରିଛନ୍ତି ଏବଂ ଯେଉଁ ଗତିରେ ପଦକ୍ଷେପମାନ ନିଆଯାଉଛି ତାକୁ ସେମାନେ ପ୍ରଶଂସା କରିଛନ୍ତି । ଏକୀକୃତ ଶକ୍ତି ନୀତି, କଣ୍ଟ୍ରାକ୍ଟ ଫ୍ରେମୱାର୍କ ଓ ବ୍ୟବସ୍ଥା, ଭୂତାତ୍ଵିକ ତଥ୍ୟ, ଜୈବଇନ୍ଧନ ପ୍ରସ୍ତୁତି ଲାଗି ପ୍ରୋତ୍ସାହନ, ବାଷ୍ପ ଯୋଗାଣ ବ୍ୟବସ୍ଥାରେ ଉନ୍ନତି, ଗ୍ୟାସ-ହବ୍ ନିର୍ମାଣ ଏବଂ ନିୟାମକ ବିଷୟବସ୍ତୁ ଉପରେ ଆଜିର ବୈଠକରେ ବିଚାର ଆଲୋଚନା କରାଯାଇଛି । ଅଧିକାଂଶ ଅଂଶଗ୍ରହଣକାରୀ ଗ୍ୟାସ ଏବଂ ବିଦ୍ୟୁତକୁ ଜିଏସଟି ଢାଞ୍ଚା ମଧ୍ୟକୁ ଆଣିବା ଉପରେ ଦୃଢ ମତ ରଖିଥିଲେ । ରାଜସ୍ୱ ସଚିବ ଶ୍ରୀ ହସମୁଖ ଆଢିଆ ଜିଏସଟି ପରିଷଦ ପକ୍ଷରୁ ତୈଳ ଓ ଗ୍ୟାସ କ୍ଷେତ୍ରରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ବୈଠକରେ ବିଶ୍ଵର ବିଭିନ୍ନ ଭାଗରୁ ବୃହତ ତୈଳ ଓ ପ୍ରାକୃତିକ ବାଷ୍ପ ଉଦ୍ୟୋଗର ବିଶେଷଜ୍ଞ ତଥା ସିଇଓମାନେ ଅଂଶଗ୍ରହଣ କରି ନିଜ ନିଜର ମତ ଉପସ୍ଥାପନ କରିଥିଲେ । ଏହି ବୈଠକରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଆର.କେ.ସିଂହ, ନୀତି ଆୟୋଗର ଉପାଧ୍ୟକ୍ଷ ଶ୍ରୀ ରାଜୀବ କୁମାର, ନୀତି ଆୟୋଗର ସିଇଓ ଶ୍ରୀ ଅମିତାଭ କାନ୍ତ ତଥା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟ, ପେଟ୍ରୋଲିୟମ, ଅର୍ଥ ଓ ଶକ୍ତି ମନ୍ତ୍ରଣାଳୟ ଏବଂ ନୀତି ଆୟୋଗର ବରିଷ୍ଠ ପଦାଧିକାରୀମାନେ ଅଂଶଗ୍ରହଣ କରିଥିଲେ ।

ପ୍ରାରମ୍ଭିକ ମନ୍ତବ୍ୟ ରଖି ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ନୀତି ଆୟୋଗର ଉପାଧ୍ୟକ୍ଷ ଶ୍ରୀ ରାଜୀବ କୁମାର ତୈଳ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡିକ ସମ୍ପର୍କରେ ଆଲୋକପାତ କରିଥିଲେ । ଭାରତରେ ଶକ୍ତି କ୍ଷେତ୍ରର ସମ୍ଭାବ୍ୟ ବିକାଶ, ଶକ୍ତି ଚାହିଦା, ଏଲପିଜି ଯୋଗାଣ ନେଟୱାର୍କର ବିସ୍ତାର ତଥା ବିଦ୍ୟୁତକରଣ କ୍ଷେତ୍ରରେ ଘଟିଥିବା ଉଲ୍ଲେଖନୀୟ ଅଗ୍ରଗତି ନେଇ ଶ୍ରୀ ପ୍ରଧାନ ଏବଂ ଶ୍ରୀ କୁମାର ବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ନୀତି ଆୟୋଗର ସିଇଓ ଶ୍ରୀ ଅମିତାଭ କାନ୍ତ ଭାରତରେ ତୈଳ ଓ ପ୍ରାକୃତିକ ବାଷ୍ପ ଉଦ୍ୟୋଗରେ ହୋଇଥିବା ସାମ୍ପ୍ରତିକ ବିକାଶ ଏବଂ ଆଗାମୀ ଚାଲେଞ୍ଜଗୁଡିକ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ ।

ମତାମତ ରଖିଥିବା ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ ଧନ୍ୟବାଦ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ 2016 ବର୍ଷର ଏପ୍ରକାର ବୈଠକରେ ଯେଉଁ ସବୁ ସୁପାରିସ ଓ ପ୍ରସ୍ତାବମାନ ମିଳିଥିଲା ତାହା ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ବିଶେଷ ସହାୟକ ହୋଇଛି । ତଥାପି ଆହୁରି ଅନେକ କ୍ଷେତ୍ରରେ ସଂସ୍କାର ଆଣିବା ଏବଂ ଆଗକୁ ବଢିବା ଲାଗି ଯଥେଷ୍ଟ ସୁଯୋଗ ରହିଛି । ଆଜିର ବୈଠକରେ ଯେଉଁ ସବୁ ପ୍ରସ୍ତାବଗୁଡିକ ଉପରେ ଚର୍ଚ୍ଚା ଓ ପର୍ଯ୍ୟ।ଲୋଚନା ହୋଇଛି ସେଥିରେ ପ୍ରଧାନମନ୍ତ୍ରୀ ବେଶ ସନ୍ତୋଷ ପ୍ରକାଶ କରିଥିଲେ । ଭାରତର ସାମର୍ଥ୍ୟ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶ୍ଵର ସିଇଓ ଓ ବିଶେଷଜ୍ଞମାନେ ତୈଳ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ରର ବିକାଶ ଲାଗି ସୁଚିନ୍ତିତ ପରାମର୍ଶ ଦେଇଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ସାଧୁବାଦ ଜଣାଇଥିଲେ । ଏହିସବୁ ପ୍ରସ୍ତାବ ନୀତି ନିର୍ଦ୍ଧାରଣ, ପ୍ରଶାସନିକ ଓ ନିୟାମକ ବିଷୟବସ୍ତୁକୁ ସ୍ପର୍ଶ କରୁଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ।

ମତ ବିନିମୟ କାଳରେ ପ୍ରଧାନମନ୍ତ୍ରୀ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏବଂ ରସନେଫ୍ଟ ଭାରତର ଶକ୍ତି କ୍ଷେତ୍ରର ବିକାଶ ଲାଗି ଯେଉଁ ସାହାଯ୍ୟ ଓ ସମର୍ଥନ ଦେଇଛନ୍ତି ସେଥିଲାଗି ଅଶେଷ ଧନ୍ୟବାଦ ଜଣାଇଥିଲେ । ସାଉଦି ଆରବ ପକ୍ଷରୁ ଯେଉଁ ଭିଜନ ଦସ୍ତାବିଜ 2030 ପ୍ରସ୍ତୁତ କରାଯାଇଛି ତାକୁ ମଧ୍ୟ ପ୍ରଧାନମନ୍ତ୍ରୀ ସମର୍ଥନ କରିଥିଲେ । ସାଉଦି ଆରବକୁ ତାଙ୍କର ଗସ୍ତ ସମ୍ପର୍କରେ ସ୍ମରଣ କରି ପ୍ରଧାନମନ୍ତ୍ରୀ ସେତେବେଳେ ଶକ୍ତି କ୍ଷେତ୍ରରେ ନିଆଯାଇଥିବା ପ୍ରଗତିଶୀଳ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ । ଭାରତ ଓ ସାଉଦି ଆରବ ମଧ୍ୟରେ ଭବିଷ୍ୟତରେ ଏହିସବୁ କ୍ଷେତ୍ରରେ ସହଯୋଗ ଲାଗି ବ୍ୟାପକ ସୁଯୋଗ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତରେ ଶକ୍ତି କ୍ଷେତ୍ରରେ ଅସମତୁଲ ବିକାଶର ସ୍ଥିତି ରହିଛି । ସେ ସୁପରିକଳ୍ପିତ ଶକ୍ତି ନୀତି ପ୍ରସ୍ତୁତି ପାଇଁ ଆଜିର ବୈଠକରେ ମିଳିଥିବା ପ୍ରସ୍ତାବଗୁଡିକୁ ସ୍ଵାଗତ ଜଣାଇଥିଲେ । ଭାରତରେ ଶକ୍ତି ଭିତ୍ତିଭୂମିର ବିକାଶ ଏବଂ ପୂର୍ବ ଭାରତକୁ ଶକ୍ତି ଯୋଗାଣର ବ୍ୟାପକ ଆବଶ୍ୟକତା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵ ଦେଇଥିଲେ । ଅପରପକ୍ଷରେ ବାୟୋମାସ ଶକ୍ତିର ବିକାଶ ପାଇଁ ରହିଥିବା ଅପାର ସୁଯୋଗ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । କୋଇଲା ବାଷ୍ପିକରଣ ଓ ସେଥିରୁ ଶକ୍ତି ଉପ୍ତାଦନ ଲାଗି ଯୌଥ ଉଦ୍ୟୋଗ ପ୍ରତିଷ୍ଠା କରାଯିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵ ଦେଇଥିଲେ । ତୈଳ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ଉଚ୍ଚତର ଗବେଷଣା ଏବଂ ନବସୃଜନ ପାଇଁ ରହିଥିବା ବ୍ୟାପକ ସୁଯୋଗ ସମ୍ପର୍କରେ ସେ ସୂଚନା ଦେଇଥିଲେ ।

ଭାରତ ଧୀରେ ଧୀରେ ସ୍ଵଚ୍ଛ ଏବଂ ଇନ୍ଧନ-ମିତବ୍ୟୟୀ ଅର୍ଥ ବ୍ୟବସ୍ଥା ଆଡକୁ ଗତି କରୁଥିବା ସୂଚନା ଦେଇ ପ୍ରଧାନମନ୍ତ୍ରୀ ଏହାର ଲାଭ ଦେଶର ସବୁ ସ୍ତରର ଏବଂ ସବୁ ବର୍ଗର ଲୋକଙ୍କ ପାଖରେ ପହଞ୍ଚିବା ଉପରେ ଗୁରୁତ୍ଵ ଦେଇଥିଲେ । ବିଶେଷକରି ଗରିବ ପରିବାରମାନେ ଯେପରି ଏହାର ସୁବିଧା ପାଇପାରିବେ ସେ ଦିଗରେ ଏହି ଉଦ୍ୟୋଗ ପ୍ରୟାସ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ଵାନ ଦେଇଥିଲେ ।

ଆଜିର ବୈଠକରେ ରସନେଫ୍ଟ, ବ୍ରିଟିଶ ପେଟ୍ରୋଲିୟମ, ରିଲାଏନ୍ସ, ସାଉଦି ଆର୍ମକୋ, ଏକ୍ସନ ମୋବିଲ, ରୟାଲ ଡଚ ସେଲ, ବେଦାନ୍ତ, ଉଡ ମେକେଞ୍ଜି, ଆଇଏଚଏସ ମାର୍କିଟ, ସ୍ଲାମବର୍ଗର, ହାଲିବର୍ଟନ, ଏକ୍ସକୋଲ, ଓଏନଜିସି, ଇଣ୍ଡିଆନ ଅଏଲ, ଗେଲ, ପେଟ୍ରୋନେଟ ଏଲଏନଜି, ଅଏଲଇଣ୍ଡିଆ, ଏଚପିସିଏଲ, ଡେଲୋନେକ୍ସ ଏନେର୍ଜି, ଏନଆଇପିଏଫପି, ଆନ୍ତର୍ଜାତିକ ଗ୍ୟାସ ଯୁନିୟନ, ବିଶ୍ଵବ୍ୟାଙ୍କ ଏବଂ ଆନ୍ତର୍ଜାତିକ ଶକ୍ତି ଏଜେନ୍ସୀର ବରିଷ୍ଠ ପଦାଧିକାରୀ, ବିଶେଷଜ୍ଞ ଓ ପ୍ରମୁଖ ସିଇଓମାନେ ଅଂଶଗ୍ରହଣ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
DBT transfers top Rs 2 lakh crore so far in FY27

Media Coverage

DBT transfers top Rs 2 lakh crore so far in FY27
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on Samvatsari
September 15, 2026

The Prime Minister, Shri Narendra Modi, has extended his greetings to the people on the sacred occasion of Samvatsari. Shri Modi said that Samvatsari reminds us that forgiveness and compassion strengthen every bond. He called upon everyone to embrace humility and let kindness and goodwill guide their actions.

The Prime Minister posted on X:

Samvatsari reminds us that forgiveness and compassion strengthen every bond.

On this sacred occasion, may humility guide us and may kindness and goodwill shape our every action.

Michhami Dukkadam!