CEOs compliment PM Modi on the massive improvement in India’s rank in the recent World Bank Doing Business Report
Inspired by the Prime Minister Modi's vision of doubling farm incomes: Food Captains
India's rising middle class, and the policy-driven initiatives of the Government, are opening up several win-win opportunities for all stakeholders in the food processing ecosystem: PM

ବିଶ୍ୱବ୍ୟାପୀ ଖାଦ୍ୟ ପ୍ରକ୍ରିୟାକରଣ ଓ ଏହି କ୍ଷେତ୍ର ସହ ସଂପୃକ୍ତ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO)ମାନଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମତ ବିନିମୟ କରିଛନ୍ତି । ଏହି ମତ ବିନିମୟ ହେଉଛି ବର୍ତ୍ତମାନ ଚାଲିଥିବା ବିଶ୍ୱ ଖାଦ୍ୟ ଭାରତ(World Food India) କାର୍ଯ୍ୟକ୍ରମର ଅଂଶବିଶେଷ ।

ଏହି ବୈଠକରେ ଆମାଜନ (ଭାରତ), ଆମୱେ, ବ୍ରିଟାନିଆ ଶିଳ୍ପ, କାର୍ଗିଲ ଏସିଆ-ପ୍ରଶାନ୍ତ କ୍ଷେତ୍ର, କୋକାକୋଲା ଭାରତ, ଡାନଫସ, ଫ୍ୟୁଚର ଗ୍ରୁପ, ଗ୍ଲାକ୍ସୋ ସ୍ମିଥକ୍ଲିନ, ଇସ ଫୁଡ୍ସ, ଆଇଟିସି, କିକୋମେନ, ଲୁଲୁ ଗ୍ରୁପ, ମ୍ୟାକେନ, ମେଟ୍ରୋ କେସ ଏଣ୍ଡ କ୍ୟାରି, ମୋଣ୍ଡେଲେଜ ଇଂଟରନ୍ୟାସନାଲ, ନେସଲେ, ଓଏସଆଇ ଗ୍ରୁପ, ପେପ୍ସିକୋ ଇଣ୍ଡିଆ, ସିଲ୍ଡ ଏୟାର, ଶରଫ ଗ୍ରୁପ, ସ୍ପାର ଇଂଟରନ୍ୟାସନାଲ, ଦି ହେନ ସେଲେଷ୍ଟିଆଲ ଗ୍ରୁପ, ଦି ହର୍ଶ କମ୍ପାନୀ ଏବଂ ୱାଲମାର୍ଟ ଭାରତ ଆଦି ନାମୀ କମ୍ପାନୀମାନଙ୍କର ପ୍ରମୁଖ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଅନ୍ୟାନ୍ୟ କାର୍ଯ୍ୟାଧିକାରୀମାନେ ଭାଗ ନେଇଥିଲେ ।

ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଶ୍ରୀମତି ହରସିମରତ କୌର ବାଦଲ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତି ଏବଂ କେନ୍ଦ୍ର ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ମଧ୍ୟ ଆଲୋଚନା କାଳରେ ଉପସ୍ଥିତ ଥିଲେ ।

ଏଇ ନିକଟରେ ବିଶ୍ୱ ବ୍ୟାଙ୍କ ଦ୍ୱାରା ପ୍ରକାଶିତ ସହଜ ବ୍ୟବସାୟ ପଦ୍ଧତି ସଂକ୍ରାନ୍ତ ରିପୋର୍ଟରେ ଭାରତର ବିରାଟ ଉନ୍ନତି ପାଇଁ ଅନେକ ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଅନେକ ସିଇଓ କହିଥିଲେ ଯେ କୃଷି କ୍ଷେତ୍ରରୁ ଚାଷୀଙ୍କ ଆୟକୁ ଦୁଇଗୁଣ କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ଅନ୍ତର୍ଦୃଷ୍ଟି ଏବଂ ତାଙ୍କ ନେତୃତ୍ୱରେ ଗତ ତିନି ବର୍ଷ ଧରି ଚାଲିଥିବା ଅର୍ଥନୈତିକ ସଂସ୍କାର ବ୍ୟବସ୍ଥାକୁ ନେଇ ସେମାନେ ବେଶ ଅନୁପ୍ରାଣିତ । ଜିଏସଟି ଏବଂ ବୈଦେଶିକ ପୁଞ୍ଜିନିବେଶ କ୍ଷେତ୍ରରେ ସଂସ୍କାରମୂଳକ ଉଦାରୀକରଣ ଭଳି ଦୃଢ଼ ପଦକ୍ଷେପକୁ ସେମାନେ ବିଶେଷ ଭାବେ ପ୍ରଶଂସା କରିଥିଲେ ।

ଅଂଶଗ୍ରହଣକାରୀମାନେ କୃଷି ଉତ୍ପାଦକତା ବୃଦ୍ଧି କରିବା, ଖାଦ୍ୟ ଓ ପୋଷଣ ସୁରକ୍ଷା, ନିଯୁକ୍ତି ସୃଷ୍ଟି ଏବଂ କୃଷି ଉତ୍ପାଦର ମୂଲ୍ୟ ସମ୍ବର୍ଦ୍ଧନ(Value Addition) କରିବା ଦିଗରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ବୋଲି ଜୋର ଦେଇ କହିଥିଲେ । ଭାରତରେ ଖାଦ୍ୟ ପ୍ରକ୍ରିୟାକରଣ, କୃଷି, ସଂଚାଳନ ଏବଂ ଖୁଚୁରା କ୍ଷେତ୍ରର ସାମୂହିକ ଉନ୍ନତି ପାଇଁ ରହିଥିବା ସମ୍ଭାବନା ଏବଂ ସେମାନଙ୍କର ଯୋଜନା ଓ ପଦକ୍ଷେପ ସମ୍ବନ୍ଧରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଏକ ଚିତ୍ର ପ୍ରଦାନ କରିଥିଲେ । ଅମଳ ପର ଅବସ୍ଥା ଲାଗି ଆବଶ୍ୟକ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସାମ୍ପ୍ରତିକ ସୁଯୋଗ ଉପରେ ସେମାନେ ଗଭୀର ଆଗ୍ରହ ପ୍ରକାଶ କରିଥିଲେ । ଭାରତ ପ୍ରଗତିରେ ଏକ ଅଂଶବିଶେଷ ହେବା ପାଇଁ ସେମାନେ ନିଜର ସଂକଳ୍ପକୁ ଦୋହରାଇଥିଲେ ।

ପ୍ରଧାନମନ୍ତ୍ରୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ସେମାନଙ୍କ ମତାମତ ପ୍ରଦାନ କରିଥିବାରୁ ଧନ୍ୟବାଦ ପ୍ରଦାନ କରିବା ସହ  କହିଲେ ଯେ ସେମାନଙ୍କର ପର୍ଯ୍ୟବେକ୍ଷଣ ଭାରତ ସମ୍ବନ୍ଧରେ ସେମାନଙ୍କର ପ୍ରବଳ ଉତ୍ସାହକୁ ସୂଚାଉଛି । ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦିଷ୍ଟ ପ୍ରସ୍ତାବଗୁଡ଼ିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

କୃଷି ଉତ୍ପାଦକତା ଏବଂ କୃଷକମାନଙ୍କ ଆୟ ବୃଦ୍ଧି କରିବା ନେଇ ଅଂଶଗ୍ରହଣକାରୀମାନେ ଯେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ପ୍ରଧାନମନ୍ତ୍ରୀ ତାହାକୁ ସ୍ୱାଗତ କରିଥିଲେ । ବିଶେଷ ଭାବେ ସେ କହିଲେ ଯେ ଭାରତର ପ୍ରଗତିଶୀଳ ମଧ୍ୟବିତ୍ତ ବର୍ଗ ଏବଂ ସରକାରଙ୍କ ନୀତି ଦ୍ୱାରା ପରିଚାଳିତ ପଦକ୍ଷେପଗୁଡ଼ିକ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ଅନେକ ସମ୍ଭାବନାପୂର୍ଣ୍ଣ ସୁଯୋଗ ସୃଷ୍ଟି କରୁଛି ।  ପ୍ରଧାନମନ୍ତ୍ରୀ କୃଷକମାନଙ୍କ ଉତ୍ପାଦନ ଖର୍ଚ୍ଚରେ ହ୍ରାସ ଘଟାଇବା ଏବଂ କୃଷି ଉତ୍ପାଦ ନଷ୍ଟ ଜନିତ ଚାଷୀଙ୍କ କ୍ଷତି ଦୂର କରିବା ନେଇ କେନ୍ଦ୍ର ସରକାରଙ୍କ ସଂକଳ୍ପକୁ ଦୋହରାଇଥିଲେ । ଭାରତ ସହିତ ଗଭୀରତାର ସହ ଏବଂ ଅଧିକ ଉତ୍ପାଦନକ୍ଷମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ବିଶ୍ୱର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ଆମନ୍ତ୍ରଣ କରିଥିଲେ ।

ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଶ୍ରୀମତି ହରସିମରତ କୌର ବାଦଲ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି କରିବା ପାଇଁ ରହିଥିବା ସୁଯୋଗ ଏବଂ ସରକାରଙ୍କ ଯୋଜନା ସମ୍ବନ୍ଧରେ ସଂକ୍ଷେପରେ ଅବଗତ କରାଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Tricolour to be hoisted for first time since 1947 in 92 Bastar villages on Independence Day

Media Coverage

Tricolour to be hoisted for first time since 1947 in 92 Bastar villages on Independence Day
NM on the go

Nm on the go

Always be the first to hear from the PM. Get the App Now!
...
Prime Minister highlights India’s strong conservation efforts on World Elephant Day
August 12, 2026

Prime Minister Shri Narendra Modi today stated that on World Elephant Day, we celebrate the majestic elephant, which has remained an integral part of India’s ecological heritage. He expressed gladness that India is home to over 60% of the world’s wild Asian elephants.

The Prime Minister noted that our nation has 33 Elephant Reserves, which provide habitats for elephants and strengthen our efforts towards their long-term conservation. Shri Modi also expressed pride in all forest personnel, scientists, veterinarians, mahouts, and the local communities who are integral to all such efforts.

In a post on X, the Prime Minister shared:

"On World Elephant Day, we celebrate the majestic elephant which has remained an integral part of India’s ecological heritage. It is gladdening that India is home to over 60% of the world’s wild Asian elephants. Our nation has 33 Elephant Reserves, which provide habitats for elephants and strengthen our efforts towards their long-term conservation. We are also proud of all forest personnel, scientists, veterinarians, mahouts and the local communities who are integral to all such efforts."