29th Pragati meeting: PM reviews progress in resolution of grievances related to the telecommunications sector
Pragati: PM Modi reviews progress of eight important infrastructure projects in the railway, urban development, road, power, and coal sectors
Pragati meet: PM Modi reviews progress made in the working of the Pradhan Mantri Khanij Kshetra Kalyan Yojana

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଗତି-ଆଇସିଟି ଆଧାରିତ ସକ୍ରିୟ ପ୍ରଶାସନ ଏବଂ ସମୟବଦ୍ଧ କାର୍ଯ୍ୟକାରୀତା ବ୍ୟବସ୍ଥା/ପଦ୍ଧତି ଜରିଆରେ 29ତମ ସମୀକ୍ଷା ଓ ମତବିନିମୟ ବୈଠକରେ ଅଧ୍ୟକ୍ଷତା କରିଥିଲେ ।

ପ୍ରଧାନମନ୍ତ୍ରୀ ଦୂରସଂଚାର କ୍ଷେତ୍ର ସହ ଜଡ଼ିତ ଅଭିଯୋଗଗୁଡ଼ିକର ସମାଧାନରେ ହୋଇଥିବା ପ୍ରଗତିର ସମୀକ୍ଷା କରିଥିଲେ । ତାଙ୍କୁ ନିକଟରେ ଏ କ୍ଷେତ୍ରରେ ପ୍ରଯୁକ୍ତିଭିତ୍ତିକ ହସ୍ତକ୍ଷେପ ସହିତ ଏହି ଦିଗରେ ହୋଇଥିବା ପ୍ରଗତି ବିଷୟରେ ସୂଚନା ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୂରସଂଚାର କ୍ଷେତ୍ରରେ ଜଡ଼ିତ ପ୍ରସଙ୍ଗର ସମାଧାନ ଆଧୁନିକ ପ୍ରଯୁକ୍ତି ଜରିଆରେ କରାଯିବା ଉଚିତ । ସେବା ପ୍ରଦାନକାରୀମାନେ ଉପଭୋକ୍ତାମାନଙ୍କୁ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ସେବା ଯୋଗାଇ ଦେବା ଉପରେ ସେ ଜୋର ଦେଇଥିଲେ ।

ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପର ସମୀକ୍ଷା ଲାଗି ‘ପ୍ରଗତି’ର 28ଟି ବୈଠକ ଅନୁଷ୍ଠିତ ହୋଇସାରିଛି । ଏଥିରେ ମୋଟ 11.75 ଲକ୍ଷ କୋଟି ଟଙ୍କାର ନିବେଶରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ସମୀକ୍ଷା କରାଯାଇସାରିଲାଣି । ବ୍ୟାପକ କ୍ଷେତ୍ରରେ ଜନସାଧାରଣଙ୍କ ଅଭିଯୋଗର ସମାଧାନର ମଧ୍ୟ ସମୀକ୍ଷା କରାଯାଇସାରିଛି ।

ଆଜି 29ତମ ବୈଠକରେ, ପ୍ରଧାନମନ୍ତ୍ରୀ ରେଳବାଇ, ସହର ବିକାଶ, ସଡ଼କ, ଶକ୍ତି ଏବଂ କୋଇଲା କ୍ଷେତ୍ରର 8ଟି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରିଥିଲେ । ଏସବୁ ପ୍ରକଳ୍ପ ଉତ୍ତରପ୍ରଦେଶ, ଜାମ୍ମୁ-କାଶ୍ମୀର, ହରିୟାଣା, ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସହିତ ଅନ୍ୟ ରାଜ୍ୟଗୁଡ଼ିକରେ ଜାରି ରହିଛି ।

ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା ବିଶେଷ କରି ଜିଲ୍ଲା ଖଣିଜ ଫାଉଣ୍ଡେସନର କାର୍ଯ୍ୟପଦ୍ଧତିରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଥିଲେ । ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଜିଲ୍ଲାରେ ସମ୍ବଳର ଉପଲବ୍ଧତା ଉପରେ ଗୁରୁତ୍ୱ ଦେଇ ସେ କେନ୍ଦ୍ର ଏବଂ ରାଜ୍ୟସ୍ତରର ଅଧିକାରୀମାନଙ୍କୁ ଲୋକମାନଙ୍କ ଜୀବନଧାରଣରେ ଗୁଣାତ୍ମକ ସୁଧାର ଆଣିବା ଲାଗି ପାଣ୍ଠିର ଉପଯୋଗ କରିବା ଏବଂ ଏହି ଜିଲ୍ଲାଗୁଡ଼ିକରେ ଲୋକମାନଙ୍କ ସହଜ ଜୀବନଧାରଣ ସୁନିଶ୍ଚିତ କରିବା ଲାଗି ଆହ୍ୱାନ କରିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଆକାଂକ୍ଷୀ ଜିଲ୍ଲାଗୁଡ଼ିକୁ ସାମିଲ କରିବାର ଏକ ସୁଅବସର ମିଳିଛି ।  

 
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s Space Economy Takes Off As Private Sector Gains Momentum

Media Coverage

India’s Space Economy Takes Off As Private Sector Gains Momentum
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 22, 2026
August 22, 2026

Citizens Appreciate PM Modi’s Leadership Driving India’s Growth, Innovation and Connectivity