Pragati meet: PM Modi reviews progress towards handling and resolution of grievances related to patents and trademarks
Pragati: PM reviews progress of 9 vital infrastructure projects worth over Rs. 56,000 crore in the railway, road, power and oil pipeline and health sectors
Pragati: Progress of Smart Cities Mission, Forest Rights Act reviewed by PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅତି ସକ୍ରିୟ ସୁଶାସନ ଏବଂ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସମ୍ପାଦନ ନିମନ୍ତେ ଆଇସିଟି ଆଧାରିତ ବହୁମୂଖୀ ପ୍ଲାଟଫର୍ମ - ପ୍ରଗତି ମାଧ୍ୟମରେ 21ତମ ମତ ବିନିମୟ ଓ ସମୀକ୍ଷା ବୈଠକ ସମ୍ପନ୍ନ ହୋଇଛି । ପ୍ରଗତିର 21ତମ ବୈଠକରେ 8.79ଲକ୍ଷ କୋଟି ଟଙ୍କାର ମୋଟ ନିବେଶ ଥିବା 183 ପରିଯୋଜନାର ପୁନଃପୌନିକ ସମୀକ୍ଷା କରାଯାଇଥିଲା ।17ଟି କ୍ଷେତ୍ରରେ ଜନ ଅଭିଯୋଗର ସମୀକ୍ଷା କରାଯାଇଥିଲା ।

ଆଜି 21ତମ ବୈଠକରେ ପ୍ରଧାନମନ୍ତ୍ରୀ ପେଟେଣ୍ଟ ଏବଂ ଟ୍ରେଡମାର୍କ ସମ୍ବନ୍ଧୀୟ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଏବଂ ସମାଧାନର ଅଗ୍ରଗତି ସମୀକ୍ଷା କରିଥିଲେ । ସେ କାର୍ଯ୍ୟ ସମ୍ପାଦନରେ ଉନ୍ନତି ହୋଇଥିବା ଅନୁଭବ କରିଥିଲେ ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ପେଟେଣ୍ଟ ଏବଂ ଟ୍ରେଡମାର୍କ ଆବେଦନପତ୍ର ଉପରେ ଆହୁରି ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଅଧିକାରୀମାନେ ସ୍ପଷ୍ଟ କରିଥିଲେ ଯେ ପେଟେଣ୍ଟ ଏବଂ ଟ୍ରେଡମାର୍କ ପ୍ରଦାନ କରିବା ଏବଂ ମାନବ ସମ୍ବଳ ବଢ଼ାଇବା ଦିଗରେ ଦ୍ରୁତ ପଦକ୍ଷେପ ନିଆଯାଇଛି । ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ ନବୀନତମ ତଥା ସର୍ବାଧୁନିକ ପ୍ରଯୁକ୍ତିର ଉପଯୋଗ, ବ୍ୟବହାର ପ୍ରକ୍ରିୟାକୁ ସୁଚାରୁ ରୂପେ ପ୍ରସ୍ତୁତ କରିବା ଏବଂ ଅନ୍ତର୍ଜାତୀୟ ମାନକ ପ୍ରାପ୍ତ କରିବାର ମହତ୍ୱ ଉପରେ ଗୁରୁତ୍ୱ ଦେଇଥିଲେ । ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ, ହରିୟାଣା, ରାଜସ୍ଥାନ, ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ପଞ୍ଜାବ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ବିହାର, ଓଡ଼ିଶା, ତେଲଙ୍ଗାନା ଏବଂ କେରଳ ସହିତ ଅନେକ ରାଜ୍ୟରେ ପରିବ୍ୟାପ୍ତ ରେଳବାଇ, ସଡ଼କ, ବିଦ୍ୟୁତ ଏବଂ ତୈଳ ପାଇପ ଲାଇନ ତଥା ସ୍ୱାସ୍ଥ୍ୟ କ୍ଷେତ୍ରରେ 56 ହଜାର କୋଟି ଟଙ୍କାରୁ ଅଧିକ ନିବେଶର 9ଟି ମହତ୍ୱପୂର୍ଣ୍ଣ ଭିତ୍ତିଭୂମି ପରିଯୋଜନାର ଅଗ୍ରଗତି ସମୀକ୍ଷା କରିଥିଲେ । ଆଜି ଯେଉଁ ପ୍ରମୁଖ ପରିଯୋଜନାର ସମୀକ୍ଷା କରାଯାଇଥିଲା ସେଥିରେ ଦିଲ୍ଲୀ, ମୁମ୍ବାଇ ଶିଳ୍ପ କରିଡର, ଆନ୍ଧ୍ରପ୍ରଦେଶର ମଙ୍ଗଳଗିରି, ପଶ୍ଚିମବଙ୍ଗର କଲ୍ୟାଣୀ, ମହାରାଷ୍ଟ୍ରର ନାଗପୁର ଏବଂ ଉତ୍ତରପ୍ରଦେଶର ଗୋଟିଏ ଲେଖାଏଁ ନୂଆ ଏମ୍ସର ନିର୍ମାଣ ପ୍ରକଳ୍ପ ସାମିଲ ରହିଛି । ପ୍ରଧାନମନ୍ତ୍ରୀ ସ୍ମାର୍ଟ ସିଟି ମିଶନର ପ୍ରଗତି ମଧ୍ୟ ସମୀକ୍ଷା କରିଥିଲେ । ସେ ଆହ୍ୱାନମୂଳକ କାର୍ଯ୍ୟରେ ସହରଗୁଡ଼ିକର ସହଭାଗିତାକୁ ପ୍ରଶଂସା କରିଥିଲେ । 90ଟି ବଛା ବଛା ସହରରେ ଏହି ମିଶନର କାର୍ଯ୍ୟକାରୀତାକୁ ସୁନିଶ୍ଚିତ କରିବା ତଥା ଉଚ୍ଚ ଗୁଣବତା ସହିତ ଏହି କାର୍ଯ୍ୟକୁ ଦ୍ରୁତ ଗତିରେ ଲକ୍ଷ୍ୟ ହାସଲ ଦିଗରେ ନେଇଯିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ବନ ଅଧିକାର ଅଧିନିୟମର ପ୍ରଗତି ସମୀକ୍ଷା କରି ପ୍ରଧାନମନ୍ତ୍ରୀ ଆଦିବାସୀ ସମୁଦାୟୀଙ୍କ ଅଧିକାରକୁ ସୁନିଶ୍ଚିତ କରିବା ଏବଂ ସେମାନଙ୍କୁ ଦାବିଗୁଡିକର ଆଶୁ ସମାଧାନ କରିବା ଲାଗି ମହାକାଶ ପ୍ରଯୁକ୍ତିର ବ୍ୟବହାର ଉପରେ ଗୁରୁତ୍ୱ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜିଏସଟି ସମ୍ବନ୍ଧରେ ଉଠିଥିବା ଆଶଙ୍କା ଏବେ ଭିତ୍ତିହୀନ ସାବ୍ୟସ୍ତ ହୋଇଛି ଏବଂ ଏଥିରେ ସୁଚାରୁ ରୂପେ କାରବାର ହେଉଛି । ଏ ସମ୍ପର୍କରେ ଗୋଟିଏ ମାସ ଭିତରେ ଉଲ୍ଲେଖନୀୟ ଲକ୍ଷ୍ୟ ହାସଲ ହୋଇଛି ଏବଂ ଜିଏସଟି ପଞ୍ଜୀକରଣରେ ଆହୁରି ବୃଦ୍ଧି କରିବା ଲାଗି ନିଜ ପ୍ରୟାସରେ ତୀବ୍ରତା ଆଣିବା ଲାଗି ସେ ମୁଖ୍ୟ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସରକାରୀ ଇ-ମାର୍କେଟ ପ୍ଲେସ(ଜିଇଏମ) ସମ୍ପର୍କରେ ସେ କହିଥିଲେ ଯେ ପୋର୍ଟାଲ ଦ୍ୱାରା ପାରଦର୍ଶିତାରେ ଉନ୍ନତି ଆସିଛି ଏବଂ ଅପବ୍ୟୟ ହ୍ରାସ ପାଇଛି । ସେ ସମସ୍ତ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ କହିଥିଲେ ଯେ ସେମାନେ ସରକାରୀ କ୍ରୟରେ ଜିଇଏମକୁ ଅଗ୍ରାଧିକାର ଦେବା ଆବଶ୍ୟକ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s electronics output hits ₹13 lakh crore; Vaishnaw eyes No. 2 export spot

Media Coverage

India’s electronics output hits ₹13 lakh crore; Vaishnaw eyes No. 2 export spot
NM on the go

Nm on the go

Always be the first to hear from the PM. Get the App Now!
...
PM Modi arrives in Paris
June 18, 2026

PM Modi arrived in Paris, France, to a warm welcome by the Indian diaspora.

During the visit, PM Modi will attend the VivaTech 2026 alongside President Macron. India will have the largest national pavilion at this edition, a fitting symbol of the enormous potential for partnership between Indian and European innovation ecosystems. The PM will also meet the members of the vibrant Indian community in Paris.