PRAGATI: PM reviews progress towards handling & resolution of grievances related to Ministry of Labour & Employment
In a democracy, the labourers should not have to struggle to receive their legitimate dues: PM
Prime Minister Modi reviews progress of the e-NAM initiative during Pragati session
PRAGATI: PM Modi notes the progress of vital infrastructure projects in railway, road, power and natural gas sectors
Complete projects in time, so that cost overruns could be avoided & benefits reach people: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଗତି ମାଧ୍ୟମରେ ଷୋଡଶ ଭାବ-ବିନିମୟ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବିଭିନ୍ନ ଉନ୍ନୟନ ଯୋଜନାର ଅଗ୍ରଗତି ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ଯେଉଁସବୁ ପ୍ରକଳ୍ପ ସଂପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ସମୀକ୍ଷା କରିଛନ୍ତି ସେଥି ମଧ୍ୟରେ ଆଇସିଟିଭିତ୍ତିକ, ବହୁବିଧ ପ୍ଲାଟଫର୍ମରେ କାର୍ଯ୍ୟକାରୀ ହେଉଥିବା ଯୋଜନାମାନ ସାମିଲ । ଲୋକାଭିମୁଖୀ ଓ ସକାରାତ୍ମକ ସୁଶାସନ ଜରିଆରେ ତଥା ନିର୍ଦ୍ଧାରିତ ସମୟରେ ଏହିସବୁ ଯୋଜନା ଯେପରି ପ୍ରବର୍ତନ କରାଯାଏ ତାହା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵ ଆରୋପ କରିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଅଧୀନରେ ଶ୍ରମିକ ଓ କର୍ମଚାରୀମାନଙ୍କ ବିଭିନ୍ନ ପ୍ରକାର ଅଭିଯୋଗ ସମାଧାନର ପ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ। ଏହିସବୁ ଅଭିଯୋଗଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଇପିଏଫଓ, ESIC ଏବଂ ଶ୍ରମ ଆୟୁକ୍ତଙ୍କ ନିକଟରେ ପଡ଼ି ରହିଥିବା କର୍ମଚାରୀମାନଙ୍କ ବିଭିନ୍ନ ପ୍ରକାର ଅଭିଯୋଗ ସାମିଲ। ଏହିସବୁ ଅଭିଯୋଗଗୁଡ଼ିକୁ କିଭଳି ଉନ୍ନତ ଅଭିଯୋଗ ଫଇସଲା ବ୍ୟବସ୍ଥା ମାଧ୍ୟମରେ ଆଶୁ ସମାଧାନ କରାଯିବାର ବ୍ୟବସ୍ଥା ଗ୍ରହଣ କରାଯାଇଛି ସେ ସଂପର୍କରେ କେନ୍ଦ୍ର ଶ୍ରମ ସଚିବ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। କର୍ମଚାରୀମାନଙ୍କ ବିଭିନ୍ନ ବକେୟା ପାଉଣା ପ୍ରଦାନ ନିମନ୍ତେ ଅନଲାଇନ୍ ଅର୍ଥପ୍ରଦାନ ବ୍ୟବସ୍ଥା ପ୍ରବର୍ତ୍ତନ, ଇଲେକ୍ଟ୍ରୋନିକ ଚାଲାଣ ବ୍ୟବସ୍ଥା, ମୋବାଇଲ ମାଧ୍ୟମରେ ଆବେଦନ ଓ ଏସଏମଏସ ମାଧ୍ୟମରେ ଆଲର୍ଟ (ସୂଚନା ପ୍ରଦାନ), ଆଧାର ନମ୍ବରକୁ ୟୁଏଏନ ସହ ସଂଯୋଗ କରିବା, ଟେଲି-ମେଡ଼ିସିନ୍ ବ୍ୟବସ୍ଥା ପ୍ରବର୍ତ୍ତନ ଏବଂ ଅଧିକ ସଂଖ୍ୟକ ସୁପର-ସ୍ପେସିଆଲିଟି ହସ୍ପିଟାଲକୁ କର୍ମଚାରୀ ସ୍ଵାସ୍ଥ୍ୟସେବା ସହ ସଂଯୋଗ କରାଯିବା ଆଦି ସଂପର୍କରେ ସଚିବ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। କର୍ମଚାରୀମାନଙ୍କର ଅନେକ ଅଭିଯୋଗ ଏବଂ ଇପିଏଫ ମାମଲା ସରକାରଙ୍କ ନିକଟରେ ପଡ଼ି ରହିଥିବାରୁ ସେସବୁର ତୁରନ୍ତ ସମାଧାନ କରାରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଥିଲେ । ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶ୍ରମିକମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ପ୍ରାପ୍ୟ ପାଇବା ସକାଶେ କଷ୍ଟ କରିବାକୁ ପଡ଼ିବା ଅନୁଚିତ ବୋଲି ମତପୋଷଣ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଜଣେ କର୍ମଚାରୀ ଅବସର ଗ୍ରହଣ କରିବାର ଏକ ବର୍ଷ ଆଗରୁ ତାଙ୍କର ଅବସରଜନିତ ସମସ୍ତ ପାଉଣା ତୁରନ୍ତ ପ୍ରଦାନ କରାଯିବା ଭଳି ବ୍ୟବସ୍ଥା ପ୍ରବର୍ତ୍ତନ କରାଯିବା ଉଚିତ।

ଇ-ନାମ୍ ଉଦ୍ୟମର ପ୍ରଗତି ସଂପର୍କରେ ସମୀକ୍ଷା ବେଳେ ଜଣାଯାଇଛି ଯେ ୨୦୧୬ ମସିହା ଅପ୍ରେଲ ମାସରେ ଏହି ଯୋଜନା ମାଧ୍ୟମରେ ଆଠଟି ରାଜ୍ୟରେ ୨୧ଟି ମଣ୍ଡି ସ୍ଥାପନ କରାଯାଇଥିଲା। ଏବେ ତାହା ୧୦ଟି ରାଜ୍ୟର ୨୫୦ଟି ମଣ୍ଡିକୁ ସଂପ୍ରସାରିତ ହୋଇଛି। ୧୩ଟି ରାଜ୍ୟ ସେମାନଙ୍କର ଏପିଏମସି ଆଇନରେ ପରିବର୍ତ୍ତନ ଘଟାଇବା ପ୍ରକ୍ରିୟା ଶେଷ କରିସାରିଛନ୍ତି। ତେଣୁ ଅବଶିଷ୍ଟ ରାଜ୍ୟ ସେମାନଙ୍କର ଏପିଏମସି ଆଇନର ତୁରନ୍ତ ପରିବର୍ତ୍ତନ ଆଣି ଇ-ନାମ୍ ବ୍ୟବସ୍ଥା ପ୍ରଚଳନ କରିବା ଲାଗ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଇ-ନାମ୍ ବ୍ୟବସ୍ଥା ସଂପର୍କରେ ସେମାନଙ୍କର ସୁଚିନ୍ତିତ ମତାମତ ଦେବାକୁ ପ୍ରଧାନମନ୍ତ୍ରୀ ରାଜ୍ୟ ମୁଖ୍ୟ ଶାସନ ସଚିବମାନଙ୍କୁ ଆହ୍ଵାନ ଜଣାଇଛନ୍ତି।

ସେହିଭଳି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓଡ଼ିଶା ସମେତ ମହାରାଷ୍ଟ୍ର, କେରଳ, ଉତ୍ତର ପ୍ରଦେଶ, ଦିଲ୍ଲୀ, ପଂଜାବ, ହିମାଚଳ ପ୍ରଦେଶ, ସିକିମ୍, ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ ଏବଂ ବିହାରରେ ନିର୍ମାଣାଧୀନ ରେଳ, ସଡ଼କ ନିର୍ମାଣ, ଏବଂ ପ୍ରାକୃତିକ ବାଷ୍ପ ଆଦି ବିଭିନ୍ନ ଭିତିଭୂମି ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଏହି ଅବସରରେ ସମୀକ୍ଷା କରିଥିଲେ। ଏହିସବୁ ପ୍ରକଳ୍ପଗୁଡ଼ିକ ନିର୍ଦ୍ଦିଷ୍ଟ ସମୟରେ ସଂପୂର୍ଣ୍ଣ କରିବାକୁ ପ୍ରଧାନମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଅଟଳ ମିଶନ୍ ଫର୍ ରିଜୁଭେନେସନ୍ ଏଣ୍ଡ୍ ଅର୍ବାନ୍ ଟ୍ରାନ୍ସଫର୍ମେସନ୍ (ଅମୃତ) ଯୋଜନାର ସମୀକ୍ଷା କରି ସମସ୍ତ ୫୦୦ଟି ଅମୃତ ଯୋଜନା ଅନ୍ତର୍ଭୁକ୍ତ ସହରକୁ ନିର୍ଦ୍ଧାରିତ ସମୟରେ ପାନୀୟ ଜଳ ଉପଲବ୍ଧ କରାଇବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସଂସ୍କାର ପ୍ରକ୍ରିୟା ସମସ୍ତଙ୍କ ନିକଟରେ ପହଂଚିବା ଉଚିତ ଏବଂ ସେଥିରୁ ଦେଶର ସମସ୍ତ ଜନସାଧାରଣ ଉପକୃତ ହେବା ଜରୁରି । ବିଶ୍ଵବ୍ୟାଙ୍କର ସଦ୍ୟତମ ରିପୋର୍ଟ ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜ୍ୟର ମୁଖ୍ୟ ଶାସନ ସଚିବମାନେ ଏହି ରିପୋର୍ଟକୁ ଅଧ୍ୟୟନ କରି କେଉଁଠାରେ ଉନ୍ନତି ଘଟାଯିବାର ସୁଯୋଗ ରହିଛି ତାହା ଖୋଜି ବାହାର କରିବା ଉଚିତ । ଯୋଜନା ଓ ପ୍ରକଳ୍ପଗୁଡ଼ିକୁ ସଂପୂର୍ଣ୍ଣ କରିବା ଉପରେ ସେ ଗୁରୁତ୍ଵ ଦେଇଥିଲେ । କେନ୍ଦ୍ର ବଜେଟ ଉପସ୍ଥାପନକୁ ଗୋଟିଏ ମାସ ଆଗୁଆ କରାଯାଇଛି। ତେଣୁ ସବୁ ରାଜ୍ୟ ସରକାର ନିଜକୁ ସେହି ଅନୁସାରେ ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜୟନ୍ତୀ ପାଳନ ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସବୁ ସଚିବ ଏବଂ ରାଜ୍ୟ ମୁଖ୍ୟ ଶାସନ ସଚିବମାନେ ଏହାକୁ ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରିବା ଆବଶ୍ୟକ । ଏଥିପାଇଁ ପ୍ରତ୍ୟେକ ମନ୍ତ୍ରଣାଳୟ ଅଧିନରେ ଅନ୍ୟୁନ ଗୋଟିଏ ଲେଖାଏଁ ୱେବସାଇଟ ସରକାରଙ୍କ ସ୍ଵୀକୃତ ବିଭିନ୍ନ ଭାରତୀୟ ଭାଷାରେ ଉପଲବ୍ଧ ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Make in India' radar programme to help Tejas track targets gets Rs 2,205 crore boost

Media Coverage

'Make in India' radar programme to help Tejas track targets gets Rs 2,205 crore boost
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 01, 2026
August 01, 2026

Aatmanirbhar Bharat Delivers: Indigenous Power, Farmer Prosperity & Blue Economy