PM chairs 17th PRAGATI meeting, reviews progress in several sectors
PRAGATI: PM reviews progress towards handling and resolution of grievances related to the telecom sector
Telecom Sector: PM emphasizes the need for improving efficiency, and fixing accountability at all levels
PM Modi underlines Government’s commitment to provide Housing for All by 2022
PM reviews progress of vital infrastructure projects in railway, road, port, power & natural gas sectors spread over several states
Assess the progress of Ease of Doing Business based on the parameters in World Bank’s report: PM to Secretaries

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ବହୁମୁଖି ପ୍ରଗତି କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶା ସମେତ 14ଟି ରାଜ୍ୟର ଭିତ୍ତିଭୂମି କ୍ଷେତ୍ରର ଉନ୍ନତି ନେଇ ମତ ବିନିମୟ କରିବା ସହ ସମ୍ପୃକ୍ତ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି । ଆଜି ନୂଆଦିଲ୍ଲୀରୁ ସପ୍ତଦଶ ପ୍ରଗତି କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ଏହି ରାଜ୍ୟର ମୁଖ୍ୟ ସଚିବ ଏବଂ ଭାରତ ସରକାରଙ୍କ ବିଭିନ୍ନ ସଚିବମାନଙ୍କ ସହ ସଂରଚନା କ୍ଷେତ୍ରର ବିକାଶ ଉପରେ ବ୍ୟାପକ ବିଚାର ବିମର୍ଶ କରିଥିଲେ ।

ପ୍ରଗତି କାର୍ଯ୍ୟକ୍ରମରୁ ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ରେଳବାଇ, ରାଜପଥ, ବନ୍ଦର, ଶକ୍ତି ଏବଂ ପ୍ରାକୃତିକ ବାଷ୍ପ କ୍ଷେତ୍ରର ବ୍ୟାପକ ଉନ୍ନତି ଦିଗରେ କଣ କଣ ପଦକ୍ଷେପ ସବୁ ନିଆଯାଇଛି ଏବଂ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକର ସମ୍ପର୍କରେ ମୁଖ୍ୟ ସଚିବ ଏବଂ କେନ୍ଦ୍ରର ବିଭାଗୀୟ ସଚିବମାନଙ୍କ ସହ ମତ ବିନିମୟ କରିଥିଲେ । ବିଶେଷକରି ନିର୍ମାଣାଧିନ ପ୍ରକଳ୍ପଗୁଡିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଅଯଥା ବିଳମ୍ବ ଯୋଗୁଁ ପ୍ରକଳ୍ପ ଖର୍ଚ୍ଚ ଅଟକଳରେ ଅନେକ ବୃଦ୍ଧି ଘଟୁଥିବାରୁ ପ୍ରଧାନମନ୍ତ୍ରୀ ଶୀଘ୍ର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ । ଠିକଣା ସମୟରେ ପ୍ରକଳ୍ପ କାର୍ଯ୍ୟ ନ ସରିଲେ ଲୋକଙ୍କୁ ସୁଫଳ ମିଳୁନାହିଁ । ଏଣୁ ପ୍ରଧାନମନ୍ତ୍ରୀ ଆଜି ଏହି କାର୍ଯ୍ୟକ୍ରମ ଜରିଆରେ ବର୍ଣ୍ଣିହାଟ-ସିଲଂ ରେଳପଥ, ଯୋଗବାଣୀ-ବିରାଟନଗର ରେଳପଥ, ସୁରଟ-ଦହିସର ରାଜପଥ, ଗୁରୁଗାଁଓ-ଜୟପୁର ରାଜପଥ, ଚେନ୍ନାଇ ଓ ଏର୍ଣ୍ଣୋର ବନ୍ଦରକୁ ସଡକ ସଂଯୋଗୀକରଣ, କୋଚିନ ଜାହାଜ ନିର୍ମାଣ କାରଖାନାର ଡ୍ରାଇଡକ୍ ନିର୍ମାଣ, ପୂର୍ବ ଓ ପଶ୍ଚିମ ଉପକୂଳ ମଧ୍ୟରେ ଗ୍ୟାସ ସଂଯୋଗ ପାଇଁ ମାଲ୍ଲାବରମ-ଭୋପାଲ-ଭିଲୱାରା-ବିଜୟପୁର ମଧ୍ୟରେ ପ୍ରାକୃତିକ ଗ୍ୟାସ ପାଇପ ଲାଇନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ ବିଶ୍ୱ ବ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ସହଜ ବ୍ୟବସାୟ ପଦ୍ଧତି ସଂକ୍ରାନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକର ବିସ୍ତୃତ ଅନୁଧ୍ୟାନ କରିବା ଲାଗି କହିଥିଲେ । ଇଜ-ଅଫ-ଡୁଇଂ-ବିଜିନେଓ ବ୍ୟବସ୍ଥା ସମ୍ପର୍କରେ ସପ୍ତାହିକ ସମୀକ୍ଷା କରିବା ଲାଗି ସେ କେନ୍ଦ୍ରର ବିଭିନ୍ନ ସଚିବ ଓ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ପରାମର୍ଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଦୂରସଂଚାର କ୍ଷେତ୍ର ସମ୍ପର୍କିତ କେତେକ ଆପତ୍ତି ଅଭିଯୋଗର ସମାଧାନ ସମ୍ପର୍କରେ ମତ ବିନିମୟ କରିଥିଲେ । ଦୂରସଂଚାର/ଟେଲିକମ୍ କ୍ଷେତ୍ରରେ ସାଧାରଣ ଲୋକଙ୍କୁ ଯୋପରି ଅଧିକ ସୁବିଧା ମିଳିପାରିବ ସେ ଦିଗରେ ଯତ୍ନଶୀଳ ହେବାକୁ ପ୍ରଧାନମନ୍ତ୍ରୀ କହିଥିଲେ । ଅନେକ ଟେଲିଫୋନ ଲାଇନ ଠିକ୍ ଭାବେ କାର୍ଯ୍ୟ କରୁନଥିବା, ସଂଯୋଗୀକରଣ ସମସ୍ୟା ଏବଂ ଖରାପ ମାନର ଟେଲିଫୋନ ତଥା ଦୂରସଂଚାର ସେବା ନେଇ ମଧ୍ୟ ବିଶେଷ ଆଲୋଚନା ହୋଇଥିଲା । ଏହି ବିଭାଗର ସଚିବ ସମ୍ପୃକ୍ତ ସମସ୍ୟାଗୁଡିକର ଆଶୁ ସମାଧାନ କରିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ପ୍ରକଳ୍ପ କାର୍ଯ୍ୟ ତଥା ଟେଲିକମ୍ କ୍ଷେତ୍ରରେ ଖରାପ ମାନ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଦାୟୀ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ତୃଣମୂଳ ସ୍ତରରେ ପରିବର୍ତ୍ତନ ଆସିପାରିବ । ବର୍ତ୍ତମାନ ଉପଲବ୍ଧ ହେଉଥିବା ଟେଲିକମ୍ ସାଧନକୁ କାର୍ଯ୍ୟରେ ଉପଯୋଗ କରି ଜନସାଧାରଣ ସମ୍ମୁଖିନ ହେଉଥିବା ସମସ୍ୟାର ସମାଧାନ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ପ୍ରଗତି ସମୀକ୍ଷା କାଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହର) କାର୍ଯ୍ୟକ୍ରମର ଅଗ୍ରଗତି ନେଇ ସମୀକ୍ଷା କରାଯାଇଥିଲା । 2022 ସୁଦ୍ଧା ସମସ୍ତଙ୍କୁ ଘର ଯୋଗାଇ ଦେବାର ଲକ୍ଷ୍ୟ ପୁରଣ କରିବା ଦିଗରେ ରାଜ୍ୟ ସରକାରମାନେ ଉପଯୁକ୍ତ କୌଶଳ, ସମୟବଦ୍ଧ କାର୍ଯ୍ୟ ଖସଡା ଓ କାର୍ଯ୍ୟାନ୍ୱୟନ ମାର୍ଗଦର୍ଶିକା ତଥା ତଦାରଖ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଥିଲେ । ତଦାରଖ ବ୍ୟବସ୍ଥାକୁ ସୁଦୃଢ଼ କରି କାର୍ଯ୍ୟକ୍ରମ ରୂପାୟନରେ ପାରଦର୍ଶୀତା ଆଣିବା ସକାଶେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Stranded in Tehran, 50 Iranian Sikhs return safely to India

Media Coverage

Stranded in Tehran, 50 Iranian Sikhs return safely to India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Unnati Sharma on winning Bronze in Women’s 63 kg Judo
August 02, 2026

The Prime Minister, Shri Narendra Modi, has congratulated Unnati Sharma on winning the Bronze medal in the Women’s 63 kg Judo category at the Commonwealth Games 2026.

The Prime Minister said that Unnati Sharma’s commitment and determination were clearly visible throughout the competition.

Shri Modi wished her continued success in all her future endeavours.

The Prime Minister wrote on X;

“More glory for India in Judo!

Congratulations to Unnati Sharma for winning the Bronze Medal in the Women's 63 kg category at the Commonwealth Games 2026. Her commitment and determination were clearly visible during the games. May she keep excelling in all her forthcoming endeavours.

#CWG2026”