ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 71ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ଉପରୁ ଦେଶକୁ ସମ୍ବୋଧିତ କରିଥିଲେ । ତାଙ୍କ ବକ୍ତବ୍ୟର  ମୁଖ୍ୟାଂଶ ନିମ୍ନରେ ପ୍ରଦାନ କରାଗଲା :-

 

  1. ଦେଶବାସୀଙ୍କୁ ସ୍ୱାଧୀନତା ଦିବସ ଅବସରରେ ହାର୍ଦ୍ଦିକ ଶୁଭକାମନା
  2. ଦେଶର ସ୍ୱାଧୀନତା ଓ ଯଶ ପାଇଁ ଯେଉଁମାନଙ୍କର ଯୋଗଦାନ ରହିଛି ଓ ଯେଉଁମାନେ ଯନ୍ତ୍ରଣା ସହ୍ୟ କରିବା ସହ ସେମାନଙ୍କର ଜୀବନକୁ ଉତ୍ସର୍ଗ କରିଛନ୍ତି, ସେହି ମହାନ ଆତ୍ମାଙ୍କୁ, ମା ଓ ଭଉଣୀ ମାନଙ୍କୁ ଦେଶର 125 କୋଟି ଜନତାଙ୍କ ତରଫରୁ ଲାଲକିଲ୍ଲା ଉପରୁ ମୁଁ ସମ୍ମାନ ଜଣାଉଛି ।
  3. ଭାରତର ସ୍ୱାଧୀନତା ପାଇଁ କଠିନ ପରିଶ୍ରମ କରିଥିବା ମହାନ ମହିଳା ଓ ପୁରୁଷ ମାନଙ୍କୁ ଆମେ ସ୍ମରଣ କରୁଛୁ ।
  4. ଦେଶର ବିଭିନ୍ନ ଭାଗରେ ପ୍ରାକୃତିକ ଦୁର୍ବିପାକ ଯୋଗୁ ପ୍ରଭାବିତ ହୋଇଥିବା ଜନସାଧାରଣଙ୍କ ସହିତ ଓ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା ଶିଶୁ ମାନଙ୍କ ସହିତ ଭାରତର ଜନସାଧାରଣ କାନ୍ଧରେ କାନ୍ଧ ମିଳାଇ ଠିଆ ହୋଇଛନ୍ତି ।
  5. ଚଳିତ ଥର ଏକ ସ୍ୱତନ୍ତ୍ର ବର୍ଷ-75ତମ ଭାରତ ଛାଡ ଆନ୍ଦୋଳନ, ଚମ୍ପାରଣ ସତ୍ୟାଗ୍ରହର ଶତ ବାର୍ଷିକୀ, ଗଣେଶ ଉତ୍ସବର 125ତମ ବର୍ଷ ।
  6. ଭାରତ ଛାଡ ଆନ୍ଦୋଳନ “ଭାରତ ଛାଡ” ପାଇଁ ଉଦ୍ଦିଷ୍ଟ ଥିଲା, ମାତ୍ର ବର୍ତ୍ତମାନର ଆହ୍ୱାନ ହେଉଛି “ଭାରତ ଯୋଡ” ।
  7. ‘ଏକ ନୂତନ ଭାରତ’ର ସଂକଳ୍ପ ସହିତ ଆମକୁ ଦେଶକୁ ଆଗକୁ ନେବାକୁ ପଡିବ ।
  8. 1942 ରୁ 1947 ମଧ୍ୟରେ ଭାରତ ସାମୂହିକ ଶକ୍ତିର ପ୍ରଦର୍ଶନ କରିଥିଲା । ଆସନ୍ତା 5 ବର୍ଷ ମଧ୍ୟରେ ଆମକୁ ସମାନ ସାମୂହିକ ଶକ୍ତି, ସଂକଳ୍ପ ଓ କଠିନ ପରିଶ୍ରମ ମାଧ୍ୟମରେ ଦେଶକୁ ଆଗକୁ ନେବାକୁ ପଡିବ ।
  9. ଆମ ଦେଶରେ କେହି ବଡ ବା ଛୋଟ ନୁହନ୍ତି.. ସମସ୍ତେ ସମାନ । ଆମେ ସମସ୍ତେ ମିଶି ଦେଶରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିପାରିବା ।
  10. ଛୋଟ କିମ୍ବା ବଡ ଲୋକର ବିଭେଦ ଦୂର କରି 125 କୋଟି ଜନସାଧାରଣଙ୍କ ସାମୂହିକ ଶକ୍ତି ମାଧ୍ୟମରେ ଆମକୁ ଏକ ନୂତନ ଭାରତ ନିର୍ମାଣ କରିବା ଲାଗି ଆଗକୁ ବଢ଼ିବାକୁ ପଡିବ ।
  11. 2018 ଜାନୁଆରୀ 1 ଏକ ସାଧାରଣ ଦିବସ ହେବ ନାହିଁ - ଏହି ଶତାବ୍ଦୀରେ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି ସେମାନେ 18 ବର୍ଷରେ ପହଂଚିବେ । ସେମାନେ ହେଉଛନ୍ତି ଆମ ଦେଶର ଭାଗ୍ୟ ବିଧାତା ।
  12. ଆମକୁ ‘ଚଳି ଯିବ’ ଚିନ୍ତାଧାରା ଛାଡିବାକୁ ପଡିବ । ଆମକୁ ‘ବଦଳିବାକୁ ପଡିବ’ - ବାବଦରେ ଚିନ୍ତା କରିବାକୁ ପଡିବ- ଏକ ଦେଶ ହିସାବରେ ଆମକୁ ଏହି ଚିନ୍ତାଧାରା ହିଁ ସହାୟତା କରିବ ।
  13. ଦେଶରେ ପରିବର୍ତ୍ତନ ଆସିଛି । ଏହି ବିଶ୍ୱାସ ଓ ସଂକଳ୍ପର ସହ ଆମକୁ ଆଗକୁ ବଢ଼ିବାକୁ ପଡିବ ।
  14. ଦେଶର ସୁରକ୍ଷା ହେଉଛି ଆମର ଗୁରୁତ୍ୱ । ଆଭ୍ୟନ୍ତରୀଣ ସୁରକ୍ଷାକୁ ଆମେ ପ୍ରାଧାନ୍ୟ ଦେଉଛୁ । ଏହା ଆମର ମହାସାଗର ହେଉ କିମ୍ବା ସୀମା ହେଉ ।
  15. ବାମପନ୍ଥୀ ଉଗ୍ରବାଦ, ସନ୍ତ୍ରାସବାଦ, ଅନୁପ୍ରବେଶ ଏବଂ ଶାନ୍ତି ଭଙ୍ଗ କରୁଥିବା ଶକ୍ତି ବିରୋଧି ସଂଗ୍ରାମରେ ଆମ ସୁରକ୍ଷା ବାହିନୀ ତ୍ୟାଗର ଶ୍ରେଷ୍ଠ ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି । ବିଶ୍ୱକୁ ଭାରତର ସାମର୍ଥ୍ୟ ଓ ସର୍ଜିକାଲ ଷ୍ଟ୍ରାଇକ କ୍ଷେତ୍ରରେ ଦକ୍ଷତାକୁ ମାନିବାକୁ ପଡିଲା ।
  16. ଏକ ରେଙ୍କ, ଏକ ପେନସନ ଯୋଜନା ଆମ ସୁରକ୍ଷା ବାହିନୀର ଆତ୍ମବିଶ୍ୱାସକୁ ବୃଦ୍ଧି କରିଛି ।
  17. ଯେଉଁମାନେ ଦେଶକୁ ଓ ଦେଶର ଗରିବମାନଙ୍କୁ ଲୁଟିଛନ୍ତି ସେମାନେ ଆଜି ଶାନ୍ତିରେ ଶୋଇ ପାରୁ ନାହାନ୍ତି ।
  18. ବର୍ଷ ବର୍ଷ ଧରି ବେନାମୀ ସମ୍ପତ୍ତି ଅଧିକାରଭୁକ୍ତ କରି ରଖିଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କୌଣସି ଆଇନ ପାସ କରାଯାଇ ନଥିଲା । ତେବେ ଏଇ ନିକଟରେ ଖୁବ କମ ସମୟ ମଧ୍ୟରେ ବେନାମୀ ଆଇନ ପାସ କରାଯିବା ପରେ ସରକାର 800 କୋଟି ଟଙ୍କାର ବେନାମୀ ସମ୍ପତ୍ତି ଜବତ କରିଛନ୍ତି । ଯେତବେଳେ ଏହିସବୁ ଘଟଣା ଘଟେ ସେତବେଳେ ସାଧାରଣ ଲୋକେ ଅନୁଭବ କରନ୍ତି ଯେ ଦେଶ ହେଉଛି ସଚ୍ଚୋଟ ଲୋକଙ୍କର ।
  19. ଆଜି ଆମେ “ସଚ୍ଚୋଟତାର ଉତ୍ସବ” ପାଳନ କରୁଛୁ ।
  20. ଜିଏସଟି ସମବାୟ ସଂଘୀୟ ବ୍ୟବସ୍ଥାର ଶକ୍ତିକୁ ଦର୍ଶାଇଛି । ଦେଶ ଜିଏସଟିର ସମର୍ଥନରେ ଏକାଠି ହୋଇଛି ଏବଂ ବୈଷୟିକ ଜ୍ଞାନର ଭୂମିକା ମଧ୍ୟ ଏ କ୍ଷେତ୍ରରେ ସହାୟକ ହୋଇଛି ।
  21. ଆଜି ଦେଶର ଗରିବ ଜନସାଧାରଣ ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି ଏବଂ ଦେଶ ବିକାଶ ପଥରେ ଅଗ୍ରସର ହେଉଛି ।
  22. ଉତ୍ତମ ଶାସନ ହେଉଛି ପ୍ରକ୍ରିୟାକୁ ଦ୍ରୁତ ଓ ସରଳୀକୃତ କରିବା ।
  23. ବିଶ୍ୱରେ ଭାରତର ଭାବମୂର୍ତ୍ତି ବୃଦ୍ଧିପାଉଛି । ସନ୍ତ୍ରାସବାଦ ବିରୋଧରେ ମୁକାବିଲା କରିବା ପାଇଁ ବିଶ୍ୱ ଆମ ସହିତ ରହିଛି । ମୁଁ ଭାବୁଛି ସବୁ ଦେଶ ଏ କ୍ଷେତ୍ରରେ ଆମକୁ ସହାୟତା ପ୍ରଦାନ କରୁଛନ୍ତି ।
  24. ଜାମ୍ମୁ ଏବଂ କାଶ୍ମୀରର ପ୍ରଗତି ଲାଗି ଆମକୁ କାମ କରିବାକୁ ପଡିବ ।
  25. ସନ୍ତ୍ରାସବାଦ ଓ ସନ୍ତ୍ରାସବାଦୀଙ୍କ ବିରୋଧରେ ନରମ ଭାବ ପୋଷଣ କରିବାର କୌଣସି ପ୍ରଶ୍ନ ଉଠୁ ନାହିଁ ।
  26. ଗୁଳି ନୁହେଁ, ଗାଳି ନୁହେଁ ବରଂ ଆଲିଙ୍ଗନ ମାଧ୍ୟମରେ ଆମେ କାଶ୍ମୀର ସମସ୍ୟା ସମାଧାନ କରିପାରିବା ।
  27. କଳାଧନ ଓ ଦୁର୍ନୀତି ବିରୋଧରେ ଆମ ସଂଗ୍ରାମ ଜାରି ରହିବ । ଆମେ ବୈଷୟିକ ଜ୍ଞାନ ମାଧ୍ୟମରେ ସ୍ୱଚ୍ଛତା ଆଣିବାକୁ ପ୍ରୟାସ କରୁଛୁ ।
  28. ସନ୍ତ୍ରାସବାଦ ଓ ସନ୍ତ୍ରାସବାଦୀଙ୍କ ବିରୋଧରେ ନରମ ଭାବ ପୋଷଣ କରିବାର କୌଣସି ପ୍ରଶ୍ନ ଉଠୁ ନାହିଁ ।
  29. ଜନସାଧାରଣ ବ୍ୟବସ୍ଥା ପଛରେ ଅଗ୍ରଗାମୀ ଶକ୍ତି ହେବେ, ଏହାର ବିପରୀତ ନୁହେଁ – ତନ୍ତ୍ରକୁ ନେଇ ମାଧ୍ୟମରେ ଜନସାଧାରଣ ନୁହନ୍ତି, ଜନସାଧାରଣଙ୍କୁ ନେଇ ତନ୍ତ୍ର ଚାଲିବ ।
  30. ନୂତନ ଭାରତ ଗଣତନ୍ତ୍ର ପାଇଁ ସବୁଠାରୁ ବଡ ସାମର୍ଥ୍ୟ ହେବ ।
  31. ଚାହିଦା ଓ ପ୍ରଯୁକ୍ତିର ପରିବର୍ତ୍ତନ ସହ ନିଯୁକ୍ତିର ଢାଞ୍ଚାରେ ମଧ୍ୟ ପରିବର୍ତ୍ତନ ଘଟୁଛି ।
  32. ଆମେ ଆମର ଯୁବକମାନଙ୍କୁ ନିଯୁକ୍ତି ଖୋଜିବା ପାଇଁ ନୁହେଁ, ନିଯୁକ୍ତି ସୃଷ୍ଟି କରିବା ଭଳି ଗଢୁଛୁ ।
  33. ମୁଁ କହିବାକୁ ଚାହେଁ, ଯେଉଁ ମହିଳାମାନଙ୍କୁ ତିନି ତଲାକ ଲାଗି କଷ୍ଟ ସ୍ଵୀକାର କରିବାକୁ ପଡିଛି ସେମାନଙ୍କ ସାହସକୁ ମୁଁ ପ୍ରଶଂସା କରୁଛି । ସେମାନଙ୍କ ଆନ୍ଦୋଳନରେ, ଆମେ ସେମାନଙ୍କ ସାଥିରେ ଅଛୁ ।
  34. ଭାରତ ହେଲା ଶାନ୍ତି, ଏକତା ଓ ସଦ୍ଭାବନାର ଭୂଇଁ । ଜାତିବାଦ ଓ ଗୋଷ୍ଠୀବାଦ ଆମ ପାଇଁ ସହାୟକ ହେବ ନାହିଁ ।
  35. ଆସ୍ଥା ନାମରେ ହିଂସାକାଣ୍ଡ ଭିଆଇବା କଦାପି ଖୁସିର କଥା ନୁହେଁ । ଭାରତରେ ଏହା କଦାପି ଗ୍ରହଣୀୟ ନୁହେଁ ।
  36. ରାଷ୍ଟ୍ର ଶାନ୍ତି, ଏକତା ଓ ସଂହତିର ମାର୍ଗରେ ପରିଚାଳିତ ହେଉଛି । ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢିବା ହେଲା ଆମ ସଭ୍ୟତା ଓ ସଂସ୍କୃତିର ଉଦ୍ଦେଶ୍ୟ ।
  37. ଆମେ ଦେଶକୁ ଏକ ନୂତନ ବିକାଶ ମାର୍ଗରେ ଆଗକୁ ନେଉଛୁ ଏବଂ କ୍ଷିପ୍ରତାର ସହ ଅଗ୍ରସର ହେଉଛୁ ।
  38. ପୂର୍ବଭାରତ – ବିହାର, ଆସାମ, ପଶ୍ଚିମବଙ୍ଗ, ଓଡିଶା ଏବଂ ଉତ୍ତର-ପୂର୍ବ ଅଞ୍ଚଳ ଉପରେ ଆମେ ଅଧିକ ଗୁରୁତ୍ଵ ଆରୋପ କରୁଛୁ । ଏହି କ୍ଷେତ୍ରର ବିକାଶ ଜରୁରୀ ।
  39. ଆମର କୃଷକମାନଙ୍କ କଠିନ ପରିଶ୍ରମ ଫଳରେ ରେକର୍ଡ ପରିମାଣର ଖାଦ୍ୟ ଶସ୍ୟ ଉତ୍ପାଦନ ସୁନିଶ୍ଚିତ ହୋଇପାରିଛି ।
  40. ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ମାଧ୍ୟମରେ 5.75 କୋଟି ରୁ ଅଧିକ କୃଷକଙ୍କୁ ବୀମା ଭୁକ୍ତ କରାଯାଇଛି ।
  41. ପ୍ରଧାନମନ୍ତ୍ରୀ କୃଷି ସିଂଚନ ଯୋଜନା ମାଧ୍ୟମରେ ଏ ପର୍ଯ୍ୟନ୍ତ 30ଟି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ଏବଂ ଅନ୍ୟ 50 ରୁ ଅଧିକ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି ।
  42. ପ୍ରଧାନମନ୍ତ୍ରୀ କିଶାନ ସମ୍ପଦ ଯୋଜନା ମାଧ୍ୟମରେ ଆମେ କୃଷକମାନଙ୍କୁ ହେଣ୍ଡ-ହୋଲଡିଙ୍ଗ ଯୋଗାଇ ଦେଇଛୁ । ଯାହା ସେମାନଙ୍କୁ ବିହନଠାରୁ ଆରମ୍ଭ କରି ସେମାନଙ୍କ ଉତ୍ପାଦନର ବିକ୍ରୟ ଲାଗି ବଜାର ସୁବିଧା ପର୍ଯ୍ୟନ୍ତ ସବୁ ପ୍ରକାର ସହାୟତା ଯୋଗାଇ ଦେବ ।
  43. 14 ହଜାରରୁ ଉର୍ଦ୍ଧ୍ଵ ବିଜୁଳିବିହୀନ ଗ୍ରାମକୁ ବିଜୁଳି ଶକ୍ତି ଯୋଗାଇ ଦିଆଯାଇଛି ।
  44. ଏବେ ସୁଦ୍ଧା 29 କୋଟି ଜନଧନ ଜମା ଖାତା ଖୋଲା ଯାଇ ସାରିଛି ।
  45. 8 କୋଟିରୁ ଅଧିକ ଯୁବକଙ୍କୁ ବିନା ଗ୍ୟାରେଣ୍ଟିରେ ଋଣ ଯୋଗାଇ ଦିଆଯାଇଛି ।
  46. ଆମେ ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ କରୁଛୁ ଯାହାକି ଭାରତର ଏକ ଉଜ୍ଜ୍ଵଳ ଭବିଷ୍ୟତ ଏବଂ ଦେଶବାସୀଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ।
  47. କଳା ଟଙ୍କା ଓ ଦୁର୍ନୀତି ବିରୁଦ୍ଧରେ ଆମର ସଂଗ୍ରାମ ଆଗକୁ ଜାରି ରହିବ ଓ ଦେଶକୁ ଲୁଟ୍ ହେବାକୁ ଆମେ କଦାପି ଦେବୁ ନାହିଁ ।
  48. ଏକ ଦୁର୍ନୀତିମୁକ୍ତ ଭାରତ ଗଠନ ନିମନ୍ତେ ଆମର ପ୍ରୟାସ ଏବେ ଫଳପ୍ରସୂ ହୋଇଛି ।
  49. 1.25 ଲକ୍ଷ କୋଟି ଟଙ୍କାର କଳାଧନ ଠାବ କରାଯାଇ ପାରିଛି ।
  50. ପ୍ରାୟ 1.75 ଲକ୍ଷ ନକଲି କମ୍ପାନୀକୁ ବନ୍ଦ କରାଯାଇଛି ।
  51. ଜିଏସଟି ଲାଗୁ ପରେ ସଞ୍ଚୟ ବୃଦ୍ଧି ପାଇଛି ଏବଂ ପରିବହନ କ୍ଷେତ୍ରରେ ସକ୍ରିୟତା ଦେଖାଦେଇଛି । ଏହି ଦୁଇ କ୍ଷେତ୍ରରେ 30 ପ୍ରତିଶତ ଅଭିବୃଦ୍ଧି ହାସଲ କରାଯାଇଛି ।
  52. ବିମୁଦ୍ରୀକରଣ ଯୋଗୁଁ ବ୍ୟାଙ୍କମାନଙ୍କୁ ଅଧିକ ଅର୍ଥ ଆସିଛି, ଯାହାକି ଅର୍ଥବ୍ୟବସ୍ଥାକୁ ଆଗକୁ ବଢିବାରେ ସହାୟକ ହେବ ।
  53. ଆମ ଦେଶ ଏବେ ବିଶ୍ଵର ସର୍ବ ବୃହତ ଯୁବଶକ୍ତିର ଅଧିକାରୀ । ଆଜିର ଯୁଗ ହେଉଛି IT ର ଯୁଗ, ତେଣୁ ଡିଜିଟାଲ କାରବାର ଦିଗରେ ଆସନ୍ତୁ ଆଗକୁ ଅଗ୍ରସର ହେବା ।
  54. ଆସନ୍ତୁ, ଆଗକୁ ନେତୃତ୍ଵ ନେଇ ଅଗ୍ରସର ହେବା, ଡିଜିଟାଲ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଏବଂ ଭୀମ ଆପକୁ ଆପଣେଇବା ।
  55. ଆମେ ସହଭାଗୀ ସଙ୍ଘୀୟ ବ୍ୟବସ୍ଥାରୁ ପ୍ରତିଯୋଗୀତାମୂଳକ ସହଭାଗୀ ସଙ୍ଘୀୟ ବ୍ୟବସ୍ଥାକୁ ଉତ୍ତୀର୍ଣ୍ଣ ହୋଇସାରିଛୁ ।
  56. ପ୍ରାଚୀନ ଗ୍ରନ୍ଥମାନଙ୍କରେ କୁହାଯାଇଛି ଯେ, ଯଦି କୌଣସି କାର୍ଯ୍ୟ ଉଚିତ ସମୟରେ ସମ୍ପୂର୍ଣ୍ଣ ନ ହୁଏ ସେଥିରୁ ଈପସିତ ସୁଫଳ ମିଳିପାରେ ନାହିଁ ।
  57. ଟିମ୍ ଇଣ୍ଡିଆ ପାଇଁ ଏକ ନୂତନ ଭାରତ ଗଠନ ନିମନ୍ତେ ପ୍ରତିବଦ୍ଧ ହେବା ଲାଗି ଏହା ପ୍ରକୃଷ୍ଟ ଅବସର ।
  58. ଆମେ ଏକତ୍ର ମିଶି ଏପରି ଏକ ଭାରତ ନିର୍ମାଣ କରିବା ଯେଉଁଠାରେ ଗରିବ ଲୋକଙ୍କ ପାଇଁ ପକ୍କା ଘର, ପାନୀୟ ଜଳ ଓ ବିଜୁଳି ସଂଯୋଗ ଉପଲବ୍ଧ ହେବ ।
  59. ଆମେ ଏପରି ଏକ ଭାରତ ନିର୍ମାଣ କରିବାକୁ ଚାହୁଁ ଯେଉଁଠାରେ କୃଷକମାନେ ଦୁଶ୍ଚିନ୍ତା ବିନା ଶାନ୍ତିରେ ନିଦ୍ରା ଯାଇପାରିବେ । ସେମାନେ ଏବେ ଯାହା ଉପାର୍ଜନ କରୁଛନ୍ତି, ଆମେ ସେମାନଙ୍କ ଉପାର୍ଜନକୁ ଦ୍ଵିଗୁଣିତ କରିବୁ ।
  60. ଆମେ ଏପରି ଏକ ଭାରତ ନିର୍ମାଣ ପାଇଁ ସଂକଳ୍ପବଦ୍ଧ ଯେଉଁଠାରେ ଯୁବ ଶକ୍ତି ଏବଂ ମହିଳାମାନଙ୍କୁ ସେମାନଙ୍କ ସ୍ଵପ୍ନକୁ ସାକାର କରିବା ସକାଶେ ସବୁ ପ୍ରକାର ସୁଯୋଗ ମିଳିବ ।
  61. ଆମେ ଏପରି ଏକ ଭାରତ ନିର୍ମାଣ ପାଇଁ ସଂକଳ୍ପବଦ୍ଧ ଯାହା ଆତଙ୍କବାଦ, ସାମ୍ପ୍ରଦାୟିକତାବାଦ ଏବଂ ଜାତିବାଦ ଠାରୁ ସମ୍ପୂର୍ଣ୍ଣ ମୁକ୍ତ ରହିବ ।
  62. ଆମେ ସଭିଏଁ ମିଶି ଏପରି ଏକ ଭାରତ ନିର୍ମାଣ କରିବୁ ଯେଉଁଠାରେ ପ୍ରିୟାପ୍ରୀତି ତୋଷଣ ଓ ଦୁର୍ନୀତିର କୌଣସି ସ୍ଥାନ ରହିବ ନାହିଁ ।
  63. ଆମେ ସଭିଏଁ ମିଶି ଏପରି ଏକ ଭାରତ ନିର୍ମାଣ କରିବୁ ଯାହା ସ୍ଵଚ୍ଛ, ସୁସ୍ଥ ଏବଂ ସ୍ଵରାଜ୍ୟ ଗଠନ କରିବାରେ ସହାୟକ ହେବ ।
  64. ଆମେ ଏକ ଦିବ୍ୟ ଓ ଭବ୍ୟ ଭାରତ ନିର୍ମାଣ ପାଇଁ ଆଶା ବାନ୍ଧିଛୁ ।
Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From Vajpayee to Modi: India’s growing influence at the G-7 Summit

Media Coverage

From Vajpayee to Modi: India’s growing influence at the G-7 Summit
NM on the go

Nm on the go

Always be the first to hear from the PM. Get the App Now!
...
PM Modi highlights youth-led development and India's thriving innovation ecosystem
June 13, 2026
PM emphasizes the remarkable contributions of Yuva Shakti across diverse sectors and their growing impact on the global stage

Prime Minister Shri Narendra Modi today stated that the Government is strongly working towards youth-led development. He noted that one of the defining features of the last 12 years has been the confidence with which India’s youth have pursued their aspirations.

Shri Modi highlighted that through initiatives such as Startup India, Digital India, Skill India, and Atal Innovation Mission, an ecosystem has emerged that encourages innovation, entrepreneurship, and enterprise. The Prime Minister pointed out that today, India is among the world’s leading StartUp destinations and many of these success stories are being scripted by our Yuva Shakti, and that too from smaller towns and villages.

The Prime Minister observed that India’s youth are making their mark across various sectors, from science and technology to manufacturing, space, semiconductors, and drones. He expressed that it is heartening to see young Indians contributing to areas that will shape the future of the nation and the world.
Shri Modi emphasized that our youth have also brought immense glory to the nation in the field of sports, consistently enhancing national pride in numerous international competitions. He further stated that a stronger sporting ecosystem, better infrastructure, and greater support for athletes are creating new opportunities for young talent and encouraging them to pursue sports.

In a series of posts on X, the Prime Minister shared:

"The NDA Government is one that is strongly working towards youth-led development. One of the defining features of the last 12 years has been the confidence with which India’s youth have pursued their aspirations.

Through initiatives such as Startup India, Digital India, Skill India and Atal Innovation Mission, an ecosystem has emerged that encourages innovation, entrepreneurship and enterprise.

Today, India is among the world’s leading StartUp destinations and many of these success stories are being scripted by our Yuva Shakti and that too from smaller towns and villages.

#12YearsOfYuvaShakti”

“India’s youth are making their mark across various sectors, from science and technology to manufacturing, space, semiconductors and drones. It is heartening to see young Indians contributing to areas that will shape the future of our nation and the world.

Our youth have also brought immense glory to the nation in the field of sports. In numerous international competitions, young Indian athletes have consistently enhanced national pride.
At the same time, a stronger sporting ecosystem, better infrastructure and greater support for athletes are creating new opportunities for young talent and encouraging them to pursue sports.

#12YearsOfYuvaShakti"