PM's fourth interaction with Additional Secretaries and Joint Secretaries

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଭାରତ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା 80 ଜଣ ଅତିରିକ୍ତ ସଚିବ ଓ ଯୁଗ୍ମ ସଚିବଙ୍କ ଏକ ଗୋଷ୍ଠୀକୁ ଭେଟି ସେମାନଙ୍କ ସହ ମତ ବିନିମୟ କରିଥିଲେ । ଏହିପରି 5ଟି କାର୍ଯ୍ୟକ୍ରମ ମଧ୍ୟରୁ ଏହା ଥିଲା ଚତୁର୍ଥ ।

ଏହି ମତ ବିନିମୟ କାର୍ଯ୍ୟକ୍ରମରେ ପଦାଧିକାରୀମାନେ ଶାସନ ପ୍ରଣାଳୀରେ ସୃଜନାତ୍ମକ ପଦକ୍ଷେପ ଗ୍ରହଣ, ଗୋଷ୍ଠୀଗତ କାର୍ଯ୍ୟ ସମ୍ପାଦନା, ସ୍ୱାସ୍ଥ୍ୟ ବ୍ୟବସ୍ଥା, ସ୍ୱାସ୍ଥ୍ୟ ଶିକ୍ଷା, କୃଷି, ଜଳ ସମ୍ପଦ, ଇ-ଗଭର୍ଣ୍ଣାନ୍ସ, କର ପ୍ରବନ୍ଧନ ଏବଂ ଜିଏସଟି, ସହଜ ବ୍ୟବସାୟ ପ୍ରକ୍ରିୟା, ଆପତ୍ତି-ଅଭିଯୋଗର ସମାଧାନ ଓ ବାଳ ଅଧିକାର ଉପରେ ବିଚାର ବିମର୍ଶ ହୋଇଥିଲା ।

ଶାସନତନ୍ତ୍ର ଓ ପ୍ରକ୍ରିୟାରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ ଗୋଷ୍ଠୀଗତ କାର୍ଯ୍ୟ ଭାବନାକୁ ବୃଦ୍ଧି କରିବାରେ ମାନବୀୟ ସ୍ପର୍ଶ ଜରୁରୀ ଏବଂ ଏହା ସାମଗ୍ରୀକ ଭାବେ ଉତ୍ତମ ଫଳ ପ୍ରଦାନ କରିଥାଏ ।

ବିଶ୍ୱସ୍ତରରେ ଭାରତ ପ୍ରତି ସମ୍ପ୍ରତି ସୃଷ୍ଟି ହୋଇଥିବା ସକାରାତ୍ମକ ସ୍ଥିତିକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ 2022 ସୁଦ୍ଧା ଏକ ନୂତନ ଭାରତ ଗଠନ କରିବାର ସ୍ପଷ୍ଟ ଲକ୍ଷ୍ୟରେ କାର୍ଯ୍ୟ କରିବାକୁ ପଦାଧିକାରୀମାନଙ୍କୁ କହିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
1 in 4 iPhones are now made in India as Apple ramps up production by 53 per cent

Media Coverage

1 in 4 iPhones are now made in India as Apple ramps up production by 53 per cent
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 11, 2026
March 11, 2026

From Silent Medical Revolution to Global Manufacturing Hub: Salute to PM Modi's Relentless Push for a Stronger, Self-Reliant India