PM Modi interacts with a group of over 90 Additional Secretaries and Joint Secretaries
PM Modi urges officers to work towards simplification of governance processes

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଭାରତ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା 90 ଜଣ ଅତିରିକ୍ତ ସଚିବ ଓ ଯୁଗ୍ମ ସଚିବଙ୍କ ଏକ ଗୋଷ୍ଠୀକୁ ଭେଟି ସେମାନଙ୍କ ସହ ମତ ବିନିମୟ କରିଥିଲେ । ଏହିପରି ପାଞ୍ଚଟି କାର୍ଯ୍ୟକ୍ରମ ଶୃଙ୍ଖଳା ମଧ୍ୟରୁ ଏହା ଥିଲା ଅନ୍ତିମ ମତ ବିନିମୟ ।

ଏହି ମତ ବିନିମୟ କାର୍ଯ୍ୟକ୍ରମ ସମୟରେ ପଦାଧିକାରୀମାନେ ଶାସନ, ସାମାଜିକ ବିକାଶ, ଆଦିବାସୀ ଉନ୍ନୟନ, କୃଷି, ଉଦ୍ୟାନ କୃଷି, ପରିବେଶ ଓ ଜଙ୍ଗଲ, ଶିକ୍ଷା, ପ୍ରକଳ୍ପ କାର୍ଯ୍ୟାନ୍ୱୟନ, ସହର ଉନ୍ନୟନ ଏବଂ ଯୋଗାଯୋଗ ସମ୍ବନ୍ଧରେ ନିଜର ଅନୁଭବ ବାଣ୍ଟିଥିଲେ । ଶାସନ ପଦ୍ଧତିର ସରଳୀକରଣ ପ୍ରକ୍ରିୟା ଉପରେ କାର୍ଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ପଦାଧିକାରୀମାନଙ୍କୁ ପ୍ରବର୍ତ୍ତାଇ ଥିଲେ । ସେ କହିଥିଲେ ଯେ ଉତ୍ତମ ଭାବେ ନିଷ୍ପାଦିତ ପ୍ରକଳ୍ପ ଓ ଯୋଜନାଗୁଡ଼ିକୁ ଉଦାହରଣମୂଳକ ଅନୁଧ୍ୟାନ ଭାବେ ଗ୍ରହଣ କରାଯିବା ଉଚିତ, ଯାହାଫଳରେ କି ଏହାର ସଫଳତାକୁ ଅନୁକରଣ କରାଯାଇ ପାରିବ ।

ବିଶ୍ୱସ୍ତରରେ ଭାରତ ପ୍ରତି ସମ୍ପ୍ରତି ସକାରାତ୍ମକ ମନୋଭାବ ସୃଷ୍ଟି ହୋଇଥିବା ସ୍ଥିତି ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ 2022 ସୁଦ୍ଧା ଏକ ସ୍ପଷ୍ଟ ଆଭିମୂଖ୍ୟ ସହ ନୂତନ ଭାରତ ଗଠନ ଦିଗରେ କାର୍ଯ୍ୟ କରିବା ଲାଗି ପଦାଧିକାରୀମାନଙ୍କୁ କହିଥିଲେ । 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
1 in 4 iPhones are now made in India as Apple ramps up production by 53 per cent

Media Coverage

1 in 4 iPhones are now made in India as Apple ramps up production by 53 per cent
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 11, 2026
March 11, 2026

From Silent Medical Revolution to Global Manufacturing Hub: Salute to PM Modi's Relentless Push for a Stronger, Self-Reliant India