ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ସମାରୋହ ପାଳନ ଲାଗି ପାଞ୍ଚଟି ସ୍ତମ୍ଭ ବିଷୟରେ କଲେ ଉଲ୍ଲେଖ
ସନାତନ ଭାରତର ଗୌରବ ତଥା ଆଧୁନିକ ଭାରତର ଚମକ ସମାରୋହରେ ଦେଖିବାକୁ ମିଳିବା ଉଚିତ୍ : ପ୍ରଧାନମନ୍ତ୍ରୀ
130 କୋଟି ଭାରତୀୟଙ୍କ ସହଭାଗିତା ଭାରତର 75ତମ ବର୍ଷର ସ୍ୱାଧୀନତା ସମାରୋହର ମୂଳରେ ରହିଛି : ପ୍ରଧାନମନ୍ତ୍ରୀ

ନମସ୍କାର!

ସ୍ୱାଧୀନତାର 75 ବର୍ଷ ଅବସର ଏବେ ଆଉ ଦୂରରେ ନାହିଁ, ଆମେ ସମସ୍ତେ ଏହାକୁ ସ୍ୱାଗତ କରିବା ପାଇଁ ଠିଆ ହୋଇଛେ। ଏହି ବର୍ଷଟି ହେଉଛି ଯେତିକି ଐତିହାସିକ, ଯେତିକି ଗୌରବଶାଳୀ, ଦେଶ ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ, ଦେଶ ଏହାକୁ ସେତିକି ହିଁ ଭବ୍ୟତା ଏବଂ ଉତ୍ସାହର ସହିତ ପାଳନ କରିବ।

ଏହା ହେଉଛି ଆମର ସୌଭାଗ୍ୟ ଯେ ସମୟ, ଦେଶ, ଏହି ଅମୃତ ମହୋତ୍ସବକୁ ସାକାର କରିବାର ଦାୟିତ୍ୱ ଆମ ସମସ୍ତଙ୍କୁ ଦେଇଛି। ମୁଁ ଖୁସି ଯେ ଏହି କମିଟି ନିଜର ଏହି କର୍ତବ୍ୟ ପାଳନ ପାଇଁ କଠିନ ପରିଶ୍ରମ ସହିତ ଯେଉଁ ଆଶା ଏବଂ ଆକାଂକ୍ଷା ସବୁ ରହିଛି, ଯେଉଁ ପରାମର୍ଶ ସବୁ ଆସିଛି ଆଉ ଯେଉଁ ପରାମର୍ଶ ସବୁ ଆଗକୁ ଆସିବ, ଜନ-ସାଧାରଣଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାର ଯେଉଁ ପ୍ରୟାସ ରହିଛି ସେଥିରେ କୌଣସି ଅଭାବ ରହିବ ନାହିଁ। କ୍ରମାଗତ ଭାବେ ନୂଆ-ନୂଆ ଚିନ୍ତାଧାରା, ନୂଆ-ନୂଆ ପରାମର୍ଶ ଜନ-ସାଧାରଣଙ୍କୁ ପୁଣିଥରେ ଦେଶ ପାଇଁ ବଞ୍ଚିବାକୁ ଆନ୍ଦୋଳିତ କରିବ, ଏହାର ପ୍ରେରଣା, ଏହା ସୁଯୋଗ ହୋଇ କିଭଳି ଭାବେ ବାହାରିବ, ସେଭଳି ମାର୍ଗଦର୍ଶନ ଆପଣ ସମସ୍ତଙ୍କ ଠାରୁ ସଦାସର୍ବଦା ମିଳି ଚାଲିବ। ଆଜି ହେଉଛି ଏକ ପ୍ରାରମ୍ଭ। ଆଗକୁ ଯାଇ ଆମେ ଏ ସମ୍ପର୍କରେ ବିସ୍ତୃତ ଭାବେ କଥା ମଧ୍ୟ ହେବା। ଆମ ପାଖରେ ମଧ୍ୟ 75 ସପ୍ତାହ ରହିଛି ଆଉ ପରେ ପୂରା ବର୍ଷ ମଧ୍ୟ ରହିଛି। ତେବେ ଯେତେବେଳେ ଏହି ସବୁକୁ ନେଇ ଆମ ସମସ୍ତଙ୍କୁ ଆଗକୁ ଚାଲିବାକୁ ହେବ ତେବେ ଏହି ପରାମର୍ଶ ଗୁଡ଼ିକର ବହୁତ ଗୁରୁତ୍ୱ ହିଁ ରହିଛି।

ଆପଣମାନଙ୍କର ଏହି ପରାମର୍ଶରେ ଆପଣମାନଙ୍କର ଅନୁଭବର ଝଲକ ମଧ୍ୟ ଦେଖାଯାଉଛି, ଆଉ ଭାରତର ବିବିଧ ଚିନ୍ତାଧାରାରେ ଆପଣମାନଙ୍କର ସହଯୋଗ ମଧ୍ୟ ଦେଖାଯାଉଛି। ଏଠାରେ ସ୍ୱାଧୀନତାର 75 ବର୍ଷକୁ ନେଇ ଏକ ମୋଟା-ମୋଟି ରୂପରେଖା, ଏକ ଉପସ୍ଥାପନା ଆମ ସମ୍ମୁଖରେ ପ୍ରସ୍ତୁତ କରାଗଲା। ଏକ ପ୍ରକାରରେ ବିଚାର-ପ୍ରବାହକୁ ଗତି ଦେବା ହିଁ ହେଉଛି ତାହାର କାର୍ଯ୍ୟ। ଏହା ଏଭଳି କୌଣସି ସୂଚୀ ନୁହେଁ ଯେ ଏହାକୁ ହିଁ ଲାଗୁ କରିବାକୁ ହେବ ଆଉ ଏହାରି ଭିତରେ ବାନ୍ଧି ହୋଇ ରହିବାକୁ ହେବ। ପ୍ରତି ବଡ଼-ବଡ଼ ବିଚାର ହେଉଛି ପ୍ରାଥମିକ କାରଣ କେଉଁଠାରୁ ଆରମ୍ଭ କରିବା ପାଇଁ ଆବଶ୍ୟକ ହୋଇଥାଏ କିନ୍ତୁ ଯେମିତି-ଯେମତି ମଧ୍ୟ ଚର୍ଚ୍ଚା ହେବ ଏହା ସଂପୂର୍ଣ୍ଣ ଭାବେ ଏକ କାର୍ଯ୍ୟକ୍ରମର ଆକାର ଗ୍ରହଣ କରିବ, ସମୟ ନିର୍ଦ୍ଧାରିତ କରିବ, ସମୟ-ସାରଣୀ ନିର୍ଦ୍ଧାରିତ କରିବ। କିଏ କେଉଁ ଦାୟିତ୍ୱ ଗ୍ରହଣ କରିବ, କିଭଳି କରିବ, ଏସବୁକୁ ଆଗକୁ ଯାଇ ଆମେ ସୂକ୍ଷ୍ମ ଭାବେ ଦେଖିବା। ଏହି ଉପସ୍ଥାପନାରେ ମଧ୍ୟ ଯେଉଁ ରୂପରେଖା ଟଣା ଯାଇଛି, ସେଥିରେ ମଧ୍ୟ ବିଗତ ଦିନମାନଙ୍କରେ ବହୁତ ଭିନ୍ନ-ଭିନ୍ନ ଫୋରମରେ ଯେଉଁ କଥାସବୁ ଆସିଛି, ସେହି କଥାଗୁଡ଼ିକୁ ସାମିଲ କରିବାର ଏକ ଛୋଟ-ମୋଟ ପ୍ରୟାସ ମଧ୍ୟ କରାଯାଇଛି, ତାହାକୁ ସାମିଲ ମଧ୍ୟ କରାଯାଇଛି। ଏକ ପ୍ରକାରରେ ଏହା ପ୍ରୟାସ ରହିଛି କିଭଳି ସ୍ୱାଧୀନତାର 75 ବର୍ଷର ଏହି ଆୟୋଜନ, ସ୍ୱାଧୀନତାର ଏହି ଅମୃତ ମହୋତ୍ସବ ଭାରତର ପ୍ରତ୍ୟେକ ଜନ-ସାଧାରଣଙ୍କର, ଭାରତର ପ୍ରତ୍ୟେକ ମନର ପର୍ବ ହେବ।

ସାଥୀଗଣ,

ସ୍ୱାଧୀନତାର 75 ବର୍ଷର ଏହି ପର୍ବ, ସ୍ୱାଧୀନତାର ଏହି ଅମୃତ ମହୋତ୍ସବ ଏଭଳି ଏକ ପର୍ବ ହେବା ଦରକାର, ଯେଉଁଥିରେ ସ୍ୱାଧୀନତା ସଂଗ୍ରାମର ଭାବନା, ତାଙ୍କର ତ୍ୟାଗ, ସାକ୍ଷାତ ଭାବେ ଅନୁଭବ ହୋଇ ପାରିବ। ଯେଉଁଥିରେ ଦେଶର ଶହୀଦମାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ମଧ୍ୟ ରହିବ, ଆଉ ସେମାନଙ୍କ ସ୍ୱପ୍ନର ଭାରତ ନିର୍ମାଣର ସଂକଳ୍ପ ମଧ୍ୟ ରହିବ। ଯେଉଁଥିରେ ସନାତନ ଭାରତର ଗୌରବର ଝଲକ ମଧ୍ୟ ରହିବ, ଯେଉଁଥିରେ ଆଧୁନିକ ଭାରତର ଚମକ ମଧ୍ୟ ରହିବ। ଯେଉଁଥିରେ ମନୀଷିମାନଙ୍କର ଆଧ୍ୟାତ୍ମର ପ୍ରକାଶ ମଧ୍ୟ ରହିବ, ଯେଉଁଥିରେ ଆମ ବୈଜ୍ଞାନିକ ମାନଙ୍କର ପ୍ରତିଭା ଏବଂ ସାମର୍ଥ୍ୟର ମଧ୍ୟ ଦର୍ଶନ ମିଳିବ। ଏହି ଆୟୋଜନ ଆମର ଏହି 75 ବର୍ଷର ଉପଲବ୍ଧିଗୁଡ଼ିକୁ ମଧ୍ୟ ବିଶ୍ୱ ସାମ୍ନାରେ ରଖିବା ଏବଂ ଆଗାମୀ 25 ବର୍ଷ ପାଇଁ ଆମକୁ ଏକ ରୂପରେଖ, ଏକ ସଂକଳ୍ପ ମଧ୍ୟ ଦେବ। କାରଣ 2047ରେ ଯେତେବେଳେ ଦେଶ ସ୍ୱାଧୀନତାର ଶତାବ୍ଦୀ ସମାରୋହ ପାଳନ କରିବ, ସେତେବେଳେ ଆମେ କେଉଁଠାରେ ଥିବା, ବିଶ୍ୱରେ ଆମର ସ୍ଥାନ କ’ଣ ହେବ, ଭାରତକୁ ଆମେ କେଉଁଠାରୁ କେଉଁ ପର୍ଯ୍ୟନ୍ତ ନେଇଯିବା, ସ୍ୱାଧୀନତାର ବିଗତ 75 ବର୍ଷ ଏବଂ ସ୍ୱାଧୀନତା ସଂଗ୍ରାମ ଏହା ଆମକୁ ପ୍ରେରଣା ଦେବ। ଏକ ପିଠିକା ପ୍ରସ୍ତୁତ କରିବା ଆଉ ସେହି ପିଠିକାର ଆଧାରରେ ଏହି 75ବର୍ଷର ପର୍ବ ଭାରତର ସ୍ୱାଧୀନତାର ଶତାବ୍ଦୀ ପାଇଁ, ସେହି ଦିଗରେ ଦୃଢ଼ତାର ସହିତ ଆଗକୁ ବଢ଼ିବା ନିମନ୍ତେ ଆମ ପାଇଁ ମାର୍ଗଦର୍ଶକ ହେଉ, ପ୍ରେରଣାର ଉତ୍ସ ହେଉ ଆଉ ପୁରୁଷାର୍ଥ ଭାବନା ଜାଗ୍ରତ କରିବା ଭଳି ହେଉ।

ସାଥୀଗଣ,

ଆମର ଏଠାରେ କୁହାଯାଇଥାଏ – ‘ଉତ୍ସବେନ ବିନା ୟସ୍ମାତ ସ୍ଥାପନମ୍‍ ନିଷ୍ଫଳମ ଭବେତ’ ଅର୍ଥାତ, କୌଣସି ମଧ୍ୟ ପ୍ରୟାସ, କୌଣସି ମଧ୍ୟ ସଂକଳ୍ପ ବିନା ଉତ୍ସବରେ ସଫଳ ହୋଇ ନଥାଏ। ଏକ ସଂକଳ୍ପ ଯେତେବେଳେ ଉତ୍ସବର ରୂପ ନେଇଥାଏ, ତେବେ ସେଥିରେ ଲକ୍ଷ-ଲକ୍ଷ, କୋଟି-କୋଟି ସଂକଳ୍ପ ଯୋଡି ହୋଇ ଯାଇଥାଏ, ଲକ୍ଷ-ଲକ୍ଷ କୋଟି-କୋଟି ଉର୍ଜ୍ଜା ଯୋଡି ହୋଇ ଯାଇଥାଏ। ଏହି ଭାବନା ସହିତ ଆମେ 130 କୋଟି ଦେଶବାସୀଙ୍କୁ ସାଙ୍ଗରେ ନେଇ ସେମାନଙ୍କୁ ସାମିଲ କରି ଏହି ସ୍ୱାଧୀନତାର ଅମୃତ ମହୋତ୍ସବ, ଏହି ସ୍ୱାଧୀନତାର 75 ବର୍ଷର ପର୍ବ ପାଳନ କରିବାର ଅଛି। ଜନ-ଭାଗିଦାରୀ ଏହି ଆୟୋଜନର, ଏହି ଉତ୍ସବର ହେଉଛି ମୂଳ ଭାବନା ଏବଂ ଯେତେବେଳେ ଆମେ ଜନ-ଭାଗିଦାରୀର କଥା କହୁଛୁ, ତେବେ ସେଥିରେ 130 କୋଟି ଦେଶବାସୀଙ୍କର ଭାବନାଗୁଡ଼ିକ ମଧ୍ୟ ଅଛି, ସେମାନଙ୍କର ବିଚାର ଏବଂ ମତାମତ ମଧ୍ୟ ଅଛି ଆଉ ସେମାନଙ୍କର ସ୍ୱପ୍ନ ମଧ୍ୟ ଅଛି।

ସାଥୀଗଣ,

ଯାହା ଆପଣଙ୍କ ଜ୍ଞାତସାରରେ ମଧ୍ୟ ଅଛି, ସ୍ୱାଧୀନତାର ଏହି ଅମୃତ ମହୋତ୍ସବ, ସ୍ୱାଧୀନତାର ଏହି 75 ବର୍ଷର ଏହି ଆୟୋଜନ ପାଇଁ ଯେଉଁ ବିଚାର ଆସିଥିଲା, ତାକୁ ଯେତେବେଳେ ଏକାଠି କରିଥିଲେ, ସେତେବେଳେ ଏକ ମୋଟା-ମୋଟି ଯେଉଁ ତଥ୍ୟ ମିଳିଥିଲା, ତାହାକୁ ଆମେ ପାଂଚୋଟି ସ୍ତମ୍ଭରେ ଆମେ ବିଭାଜିତ କରି ପାରିବା। ଗୋଟିଏ ହେଉଛି ସ୍ୱାଧୀନତା ସଂଗ୍ରାମ, 75 ବର୍ଷର ବିଚାରଧାରା, 75 ବର୍ଷର ଉପଲବ୍ଧି, 75 ବର୍ଷର କାର୍ଯ୍ୟ ଏବଂ 75 ବର୍ଷରେ ହୋଇଥିବା ସମାଧାନ- ଆମକୁ ଏହି ପାଂଚୋଟିକୁ ନେଇକରି ଆଗକୁ ବଢ଼ିବାର ଅଛି। ଏହି ସବୁଥିରେ ଦେଶର 130 କୋଟି ଲୋକଙ୍କ ଚିନ୍ତାଧାରା, ସେମାନଙ୍କ ଭାବନାଗୁଡ଼ିକ ସାମିଲ ହେବା ଉଚିତ। ସ୍ୱାଧୀନତା ସଂଗ୍ରାମର ଯେଉଁ ସଂଗ୍ରାମୀମାନଙ୍କୁ ଆମେ ଜାଣିଛେ, ସେମାନଙ୍କୁ ଆମେ ଶ୍ରଦ୍ଧାଞ୍ଜଳି ଦେବା, କିନ୍ତୁ ଏହା ସହିତ ଯେଉଁ ସଂଗ୍ରାମୀମାନଙ୍କୁ ଇତିହାସରେ ସେତେ ଅଧିକ ସ୍ଥାନ ମିଳି ନାହିଁ, ସେତେ ଅଧିକ ପରିଚୟ ମିଳିନାହିଁ, ସେମାନଙ୍କ ଜୀବନଗାଥା ମଧ୍ୟ ଆମକୁ ଜନ-ଜନ ପର୍ଯ୍ୟନ୍ତ ପହଞ୍ଚାଇବାର ଅଛି। ଆମ ଦେଶରେ ବୋଧହୁଏ କେଉଁଠାରେ ଏଭଳି ସ୍ଥାନ ଥିବ, କୌଣସି ଏଭଳି କୋଣ ଥିବ, ଯେଉଁଠାରୁ କେହି ନା କେହି ଭାରତ ମାତାର ସନ୍ତାନ-ସନ୍ତତି ନିଜର ଯୋଗଦାନ ଦେଇ ନଥିବେ, ବଳିଦାନ ଦେଇ ନଥିବେ। ସେହି ସମସ୍ତଙ୍କର ବଳିଦାନ, ସେହି ସମସ୍ତଙ୍କର ଯୋଗଦାନର ସେହି ମହାନ ପ୍ରେରଣାଦାୟକ କାହାଣୀଗୁଡ଼ିକ ଯେତେବେଳେ ଦେଶ ସାମ୍ନାକୁ ଆସିବ, ସେତେବେଳେ ତାହା ନିଜକୁ ନିଜ ମଧ୍ୟରେ ଏକ ବହୁତ ବଡ଼ ପ୍ରେରଣାର ସ୍ରୋତ ହୋଇ ପାରିବ। ଏହିଭଳି ଆମେ ଦେଶର ପ୍ରତ୍ୟେକ କୋଣ, ପ୍ରତ୍ୟେକ ବର୍ଗର ଯୋଗଦାନକୁ ମଧ୍ୟ ଦେଶ ସାମ୍ନାକୁ ଆଣିବାର ଅଛି। ଏଭଳି ଅନେକ ଲୋକ ଅଛନ୍ତି, ଯେଉଁମାନେ ପିଢ଼ୀ ପରେ ପିଢ଼ୀ କୌଣସି ନା କୌଣସି ମହାନ କାର୍ଯ୍ୟ ଦେଶ ଆଉ ସମାଜ ପାଇଁ କରୁଛନ୍ତି। ସେମାନଙ୍କର ଚିନ୍ତାଧାରାକୁ, ସେମାନଙ୍କ ବିଚାରକୁ ମଧ୍ୟ ଆମକୁ ସାମ୍ନାକୁ ଆଣିବାର ଅଛି, ଦେଶକୁ ସେମାନଙ୍କ ପ୍ରୟାସ ସହିତ ଯୋଡ଼ିବାର ଅଛି। ଏହା ମଧ୍ୟ ଏହି ଅମୃତ ମହୋତ୍ସବର ହେଉଛି ମୂଳ ଭାବନା।

ସାଥୀଗଣ,

ଏହି ଐତିହାସିକ ପର୍ବ ପାଇଁ ଦେଶ ମଧ୍ୟ ରୂପରେଖ ପ୍ରସ୍ତୁତ କରିଛି। ତାହାକୁ ଆହୁରି ଅଧିକ ସମୃଦ୍ଧ କରିବା ଦିଗରେ ଆଜି ପ୍ରୟାସ ଆରମ୍ଭ ହୋଇଛି। ସମୟ ଥାଉ ଥାଉ ଏହି ସମସ୍ତ ଯୋଜନା ଅଧିକ ତୀବ୍ର ହୋଇଯିବ, ଅଧିକ ପ୍ରଭାବୀ ହୋଇଯିବ ଏବଂ ଏହି ପ୍ରେରଣା ମିଳିବ, ଫଳରେ ଆମର ବର୍ତମାନର ପିଢ଼ୀ, ଆମେ ହେଉଛୁ ସେହିଲୋକ ଯେଉଁମାନଙ୍କୁ ସ୍ୱାଧୀନତାରେ, ଦେଶର ସ୍ୱାଧୀନତା ପାଇଁ ମରିବାର ସୁଯୋଗ ମିଳିନାହିଁ କିନ୍ତୁ ଆମକୁ ଜୀଇଁବାର ସୁଯୋଗ ମିଳିଛି। ଆମକୁ ଦେଶପାଇଁ କିଛି କରିବାର ସୁଯୋଗ ମିଳିଛି। ଆଉ ଆମର ଆଗାମୀ ପିଢ଼ୀ ମଧ୍ୟରେ ଏହି ଭାବ ପ୍ରବଳ ହେଉ, ତେବେ ଯାଇ 2047 ଯେତେବେଳେ ଦେଶର ସ୍ୱାଧୀନତାର 100 ବର୍ଷ ହେବ, ସେତେବେଳେ ଆମକୁ ଦେଶକୁ କେଉଁଠାକୁ ନେଇ ଯିବାର ଅଛି, ସେହି ସ୍ୱପ୍ନକୁ ପୂରଣ କରିବା ପାଇଁ ସମଗ୍ର ଦେଶ ଆଗେଇ ଚାଲିବ। ଦେଶରେ ହେଉଥିବା ନୂଆ-ନୂଆ ନିର୍ଣ୍ଣୟ, ନୂଆ-ନୂଆ ଚିନ୍ତାଧାରା, ଆତ୍ମନିର୍ଭର ଭାରତ ଭଳି ସଂକଳ୍ପ ଏହି ପ୍ରୟାସର ହେଉଛି ସାକାର ରୂପ। ଏହା ସେହି ସ୍ୱାଧୀନତା ସଗ୍ରାମୀଙ୍କ ସ୍ୱପ୍ନକୁ ମଧ୍ୟ ପୂରଣ କରିବାର ହେଉଛି ପ୍ରୟାସ, ଭାରତକୁ ସେହି ଶିଖର ପର୍ଯ୍ୟନ୍ତ ପହଞ୍ଚାଇବାର ହେଉଛି ପ୍ରୟାସ, ଯେଉଁ ଇଚ୍ଛାକୁ ରଖି ଅନେକ ବୀର ମାନେ ଫାଶୀ ଦଉଡିକୁ ବେକରେ ଲାଗାଇ ନେଇ ଥିଲେ, ସେମାନଙ୍କର ଜୀବନକୁ କାଳ କୋଠରୀ ମଧ୍ୟରେ ବିତାଇ ଦେଇଥିଲେ।

ସାଥୀଗଣ,

ଭାରତ ଆଜି ଯାହାସବୁ କରୁଛି, ଯାହାର କିଛି ବର୍ଷ ପୂର୍ବେ କଳ୍ପନା ମଧ୍ୟ କରାଯାଇ ପାରୁ ନଥିଲା, 75 ବର୍ଷର ଯାତ୍ରାରେ ଗୋଟିଏ ଗୋଟିଏ ପଦକ୍ଷେପ ନେଇ ନେଇ ଦେଶ ଆଜି ଏଠାରେ ପହଞ୍ଚିଛି। 75 ବର୍ଷରେ ଅନେକ ଲୋକଙ୍କର ଯୋଗଦାନ ରହିଛି, ପ୍ରତ୍ୟେକ ପ୍ରକାରର ଲୋକଙ୍କର ଯୋଗଦାନ ରହିଛି ଆଉ କାହାର ନା କାହାର ଯୋଗଦାନକୁ ଅସ୍ୱୀକାର କରି ଦେଶ ଆଗକୁ ବଢ଼ି ପାରେ ନାହିଁ। ପ୍ରତ୍ୟେକଙ୍କର ଯୋଗଦାନକୁ ସ୍ୱୀକାର କରି, ସ୍ୱାଗତ କରି, ସମ୍ମାନ କରି ଆଗକୁ ଚାଲିବା ଦ୍ୱାରା ହିଁ ଦେଶ ଆଗକୁ ଅଗ୍ରସର ହୋଇଥାଏ। ଆଉ ସେହି ମନ୍ତ୍ର ଦ୍ୱାରା ଆମେ ଲାଳିତ-ପାଳିତ ହୋଇଛୁ, ସେହି ମନ୍ତ୍ରକୁ ନେଇ ଚାଲିବାକୁ ଚାହୁଁଛୁ। ଦେଶ ଯେତେବେଳେ ସ୍ୱାଧୀନତାର 75 ବର୍ଷ ପାଳନ କରିବ, ସେତେବେଳେ ଦେଶ ସେହି ଲକ୍ଷ୍ୟ ଦିଗରେ ଆଗକୁ ବଢ଼ିବ, ତାହା ହାସଲ କରିବା ପାଇଁ କଠୋର ପଦକ୍ଷେପ ଉଠାଇବ, ଯାହା କେବେ ଅସମ୍ଭବ ଲାଗୁଥିଲା। ମୋର ସଂପୂର୍ଣ୍ଣ ବିଶ୍ୱାସ ଯେ ଆପଣ ସମସ୍ତଙ୍କ ସହଯୋଗରେ ଏହି ଆୟୋଜନ ଭାରତର ଐତିହାସିକ ଗୌରବର ଅନୁରୂପ ହେବ। ଆପଣ ସମସ୍ତେ ହେଉଛନ୍ତି ଭିନ୍ନ-ଭିନ୍ନ କ୍ଷେତ୍ରର ବିଶେଷଜ୍ଞ, ଆପଣ ସମସ୍ତଙ୍କ ଯୋଗଦାନରେ ଏହି ଆୟୋଜନ ଭାରତର ଗୌରବକୁ ସମଗ୍ର ବିଶ୍ୱ ସାମ୍ନାରେ ରଖିବ, ଏକ ଉର୍ଜ୍ଜା ମିଳିବ, ପ୍ରେରଣା ମିଳିବ, ମାର୍ଗ ମିଳିବ। ଆପଣଙ୍କ ଯୋଗଦାନ ହେଉଛି ବହୁତ ମୂଲ୍ୟବାନ।

ଏହି ଶବ୍ଦଗୁଡ଼ିକ ସହିତ ଆପଣ ସମସ୍ତଙ୍କ ଯୋଗଦାନ ପାଇଁ ଏବଂ ଆଗାମୀ ଦିନଗୁଡ଼ିକରେ ଆପଣଙ୍କର ସକ୍ରିୟ ଭାଗିଦାରୀ ପାଇଁ ଆପଣ ସମସ୍ତଙ୍କୁ ନିମନ୍ତ୍ରଣ ଦେଇ ମୁଁ ମୋ ବାଣୀକୁ ବିରାମ ଦେଉଛି। ମୋ ତରଫରୁ ଆପଣ ସମସ୍ତଙ୍କୁ ପୁଣିଥରେ ବହୁତ-ବହୁତ ଶୁଭକାମନା।

ବହୁତ-ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From conflict to progress: Remote Irpanar village in Chhattisgarh gets electricity

Media Coverage

From conflict to progress: Remote Irpanar village in Chhattisgarh gets electricity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 27, 2026
April 27, 2026

Sabka Saath, Sabka Vikas 2.0: PM Modi Delivers Self-Reliance, Global Trade & National Pride