ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଦୃଷ୍ଟି ବାଧିତ ଲୋକମାନଙ୍କ ଅନୁକୂଳ ମୁଦ୍ରାର ନୂଆ ଶୃଙ୍ଖଳାଗୁଡ଼ିକୁ ଜାରି କରିଛନ୍ତି । ଏହି ମୁଦ୍ରା ଏକ ଟଙ୍କା, ଦୁଇ ଟଙ୍କା, ପାଞ୍ଚ ଟଙ୍କା, ଦଶ ଟଙ୍କା ଏବଂ କୋଡ଼ିଏ ଟଙ୍କା ମୂଲ୍ୟର ହୋଇଥିବା ବେଳେ ଏଗୁଡ଼ିକୁ ନୂତନ ଶୃଙ୍ଖଳାଗୁଡ଼ିକର ଅଂଶ ଭାବରେ ଜାରି କରାଯାଇଛି ।

7, ଲୋକ କଲ୍ୟାଣ ମାର୍ଗଠାରେ ଆୟୋଜିତ ଏକ ସମାରୋହରେ ଦୃଷ୍ଟି ବାଧିତ ପିଲାମାନେ ବିଶେଷ ଭାବରେ ଆମନ୍ତ୍ରିତ ଥିଲେ । ପ୍ରଧାନମନ୍ତ୍ରୀ ସେହି ପିଲାମାନଙ୍କ ଆଗମନରେ ପ୍ରସନ୍ନତା ବ୍ୟକ୍ତ କରିବା ସହିତ ସେମାନଙ୍କ ସହିତ ଆଳାପ କରିବାର ଅବସର ଦେଇଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଏହି ନୂତନ ଶୃଙ୍ଖଳାଗୁଡ଼ିକୁ ଜାରି କରିବା ଅବସରରେ କହିଥିଲେ ଯେ କେନ୍ଦ୍ର ସରକାର ଅନ୍ତିମ ସ୍ଥାନ ଓ ଅନ୍ତିମ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ପହଞ୍ଚିବାର ଲକ୍ଷ୍ୟ ଦ୍ୱାରା ପରିଚାଳିତ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଭିନ୍ନ ବିଭେଦକାରୀ ବୈଶିଷ୍ଟ୍ୟଗୁଡ଼ିକ ସହିତ ଏହି ନୂତନ ମୁଦ୍ରାଗୁଡିକ ଦୃଷ୍ଟି ବାଧିତ ଲୋକମାନଙ୍କ ପାଇଁ ସହାୟକ ହୋଇପାରିବ । ମୁଦ୍ରାଗୁଡ଼ିକର ନୂଆ ଶୃଙ୍ଖଳା ଦୃଷ୍ଟି ବାଧିତ ଲୋକମାନଙ୍କ ଅଭିନନ୍ଦନ କରିବା ସହିତ ସେମାନଙ୍କ ମଧ୍ୟରେ ବିଶ୍ୱାସର ଭାବନା ସୃଷ୍ଟି କରିବ । ପ୍ରଧାନମନ୍ତ୍ରୀ ଦିବ୍ୟାଙ୍ଗ ସମୁଦାୟର କଲ୍ୟାଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକର ଚର୍ଚ୍ଚା କରିଥିଲେ । ସେ କହିଥିଲେ ଯେ ପ୍ରତ୍ୟେକ ପଦକ୍ଷେପକୁ ଦିବ୍ୟାଙ୍ଗ ଅନୁକୂଳ କରିବା ପାଇଁ କେନ୍ଦ୍ର ସରକାର ସମ୍ବେଦନଶୀଳ ଅଛନ୍ତି ।

ପ୍ରଧାନମନ୍ତ୍ରୀ ମୁଦ୍ରାଗୁଡିକର ଡିଜାଇନିଂ ପାଇଁ ରାଷ୍ଟ୍ରୀୟ ଡିଜାଇନ ସଂସ୍ଥାନ ସିକ୍ୟୁରିଟି ପ୍ରିଣ୍ଟିଙ୍ଗ ଆଣ୍ଡ ମିଡିଆ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ ତଥା ବିତ୍ତ ମନ୍ତ୍ରଣାଳୟକୁ ନୂତନ ମୁଦ୍ରା ପ୍ରଚଳନ ପାଇଁ ଧନ୍ୟବାଦ ଦେଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା କରିବା ଅବସରରେ ପିଲାମାନେ ମୁଦ୍ରାଗୁଡ଼ିକର ନୂତନ ଶୃଙ୍ଖଳା ଜାରି କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ସେମାନେ କହିଥିଲେ ଯେ ଏହି ମୁଦ୍ରାଗୁଡ଼ିକ ସେମାନଙ୍କ ଦୈନନ୍ଦିନ ଦିନଚର୍ଯ୍ୟାରେ ବହୁତ ସହାୟକ ହୋଇପାରିବ ।

ନୂଆ ଶୃଙ୍ଖଳାଗୁଡ଼ିକର ମୁଦ୍ରାଗୁଡ଼ିକରେ କେତେକ ନୂତନ ବୈଶିଷ୍ଟ୍ୟ ସାମିଲ କରାଯାଇଛି । ଯାହାଫଳରେ ଦୃଷ୍ଟି ବାଧିତ ଲୋକମାନଙ୍କ ବ୍ୟବହାର ପାଇଁ ସହଜ ହୋଇପାରିବ ।

ମୁଦ୍ରାଗୁଡ଼ିକର ଆକାର ଏବଂ ଓଜନ ଅଳ୍ପରୁ ଅଧିକ ମୂଲ୍ୟର ମୁଦ୍ରା ଅନୁସାରେ ଧାର୍ଯ୍ୟ ହୋଇଛି । କୋଡିଏ ଟଙ୍କା ମୂଲ୍ୟର ନୂଆ ମୁଦ୍ରା 12ଟି ଦିଗ ବାଲା ହେବା ସହିତ ଏଥିରେ କୌଣସି ପ୍ରକାରର ମୁନିଆ ଧାର ରହିବ ନାହିଁ । ବାକି ମୂଲ୍ୟର ମୁଦ୍ରାଗୁଡ଼ିକ ଗୋଲାକାର ରହିବ ।

ଏହି ଅବସରରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଶ୍ରୀ ଅରୁଣ ଜେଟଲି ଏବଂ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପନ ରାଧାକ୍ରିଷ୍ଣନ ମଧ୍ୟ ଉପସ୍ଥିତ ଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India car sales to hit 4.7 million in FY26 despite bumps

Media Coverage

India car sales to hit 4.7 million in FY26 despite bumps
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 16, 2026
March 16, 2026

Thoughtful Strength: Balancing Security, Growth, and Autonomy Under PM Modi's Leadership