PRAGATI: PM Modi reviews progress towards handling and resolution of grievances related to income tax administration
PRAGATI: PM Modi reviews progress towards implementation of the Pradhan Mantri Khanij Kshetra Kalyan Yojana
PRAGATI: PM Modi reviews the progress of vital infrastructure projects in the road, railway and power sectors

ଓଡିଶା ସମେତ 12 ରାଜ୍ୟର ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (28.09.2016) ପ୍ରଗତି ବୈଠକରେ ଅଧ୍ୟକ୍ଷତା କରି ଆୟକର ପ୍ରଶାସନ ଏବଂ ଏହାର ଅଭିଯୋଗ ସମାଧାନ ପ୍ରକ୍ରିୟାର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ପ୍ରଗତି ମାଧ୍ୟମରେ ଏହାଥିଲା ପ୍ରଧାନମନ୍ତ୍ରୀଙ୍କ 15ତମ ସମୀକ୍ଷା ବୈଠକ ।

ଆୟକର ଦାତାମାନଙ୍କର ବହୁ ଅଭିଯୋଗ ଆସୁଥିବାରୁ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଥିଲେ । ଏଭଳି ସମସ୍ୟାଗୁଡିକର ଆଶୁ ସମାଧାନ ପାଇଁ ଉପଯୁକ୍ତ ଢାଞ୍ଚା ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ କହିଥିଲେ । ଆୟକର ସଂକ୍ରାନ୍ତ ମାମଲାଗୁଡିକୁ ଯେତେଶୀଘ୍ର ସମ୍ଭବ ସମାଧାନ କରିବା ଲାଗି ବର୍ତ୍ତମାନ ଉପଲବ୍ଧ ଟେକ୍ନୋଲୋଜିର ବହୁଳ ବ୍ୟବହାର କରିବାକୁ ସେ ଆୟକର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଶ୍ରୀ ମୋଦୀ ଆଜିର ପ୍ରଗତି ବୈଠକରେ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନାର କାର୍ଯ୍ୟକାରୀତା ତଥା ଏହାର ଅଗ୍ରଗତି ନେଇ ମଧ୍ୟ ସମୀକ୍ଷା କରିଥିଲେ । ଏହି ଯୋଜନା ଅଧିନରେ 12 ଟି ଖଣିଜ ସମୃଦ୍ଧ ରାଜ୍ୟ ପକ୍ଷରୁ ଏପର୍ଯ୍ୟନ୍ତ 3214 କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରାଯାଇଛି । କ୍ରମେ କ୍ରମେ ଆହୁରି ଅଧିକ ପାଣ୍ଠି ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନାକୁ ମିଳିବ । ତେବେ ଏହି ପାଣ୍ଠିର କିପରି ସଦବିନିଯୋଗ କରାଯିବ ଏବଂ ଏହାଦ୍ୱାରା ସମ୍ପୃକ୍ତ ଖଣିଜ ସମୃଦ୍ଧ ରାଜ୍ୟର ଖଣି ଖାଦାନ ଅଞ୍ଚଳ / ଜିଲ୍ଲାର ଗରୀବ ଓ ଅନଗ୍ରସର ଶ୍ରେଣୀର ଲୋକ ବିଶେଷକରି ଆଦିବାସୀମାନେ ଉପକୃତ ହେବେ ସେ ଦିଗରେ ବିଭାଗୀୟ ଅଧିକାରୀମାନେ ପ୍ରାଧାନ୍ୟ ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

 ଅନେକ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ନେଇ ମଧ୍ୟ ଆଜି ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ । ବିଶେଷକରି ଓଡିଶା, ରାଜସ୍ଥାନ, ଆସାମ, ମେଘାଳୟ, ସିକ୍କିମ, ପଶ୍ଚିମବଂଗ, ମହାରାଷ୍ଟ୍ର, ଝାଡଖଣ୍ଡ, ବିହାର, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଜାମ୍ମୁ-କାଶ୍ମୀରରେ ସଡକ, ରେଳପଥ ଏବଂ ଶକ୍ତି କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକର ଅଗ୍ରଗତି ନେଇ ଆଲୋଚନା କରାଯାଇଥିଲା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'BRICS 2026 becomes major Bharat achievement for PM Narendra Modi'

Media Coverage

'BRICS 2026 becomes major Bharat achievement for PM Narendra Modi'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 15, 2026
September 15, 2026

A Mandate of Performance: Civic Wins, IPO Surge and Neighbourly Power Reflect Faith in PM Modi’s Leadership