India is the land of 'Buddha', not 'Yuddha' (war): PM Modi at #UNGA
Terrorism is the biggest threat to humanity, world needs to unite and have a consensus on fighting it: PM at #UNGA
India is committed to free itself from single-use plastic: PM Modi at #UNGA

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନ୍ୟୁୟର୍କଠାରେ ମିଳିତ ଜାତସଂଘ ସାଧାରଣ ପରିଷଦର 74ତମ ଅଧିବେଶନରେ ଉଦବୋଧନ ଦେଇଥିଲେ ।
ମହାତ୍ମା ଗାନ୍ଧୀଙ୍କ କଥା ସ୍ମରଣ କରାଇ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱ ଶାନ୍ତି, ପ୍ରଗତି ଓ ବିକାଶ ପାଇଁ ଗାନ୍ଧୀଜୀଙ୍କ ସତ୍ୟ ଓ ଅହିଂସାର ବାର୍ତା ଆଜି ମଧ୍ୟ ପ୍ରାସଙ୍ଗିକ ।
ସ୍ୱଚ୍ଛ ଭାରତ, ଆୟୁଷ୍ମାନ ଭାରତ, ଜନ ଧନ ଯୋଜନା ଏବଂ ଆଧାର ଡିଜିଟାଲ ପରିଚୟପତ୍ର ଭଳି ସରକାରଙ୍କ ଲୋକାଭିମୁଖୀ ଯୋଜନା ଦ୍ୱାରା ଆସିଥିବା ବ୍ୟାପକ ପରିବର୍ତ୍ତନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସେ ଆହୁରି କହିଥିଲେ ଯେ ଭାରତରେ ଆରମ୍ଭ ହୋଇଥିବା ଏସବୁ ଯୋଜନା ସାରା ବିଶ୍ୱ ପାଇଁ ଆଶା ସୃଷ୍ଟି କରିଛି ।
ଥରେ ବ୍ୟବହୃତ ହୋଇପାରୁଥିବା ପ୍ଲାଷ୍ଟିକର ବର୍ଜନ ଲାଗି ଭାରତର ପ୍ରତିବଦ୍ଧତା ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଆସନ୍ତା 5 ବର୍ଷ ମଧ୍ୟରେ ପ୍ରତ୍ୟେକ ପରିବାରକୁ ଜଳ ଯୋଗାଣ, ପ୍ରତ୍ୟେକ ପରିବାରକୁ ନିଜସ୍ୱ ବାସଗୃହ ଏବଂ ସମ୍ପୂର୍ଣ୍ଣ ଯକ୍ଷ୍ମା ଦୂରୀକରଣ ଦିଗରେ ଭାରତର ସଂକଳ୍ପବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ।

ଭାରତୀୟ ସଂସ୍କୃତି ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, ଜନକଲ୍ୟାଣ ଆମ ସଂସ୍କୃତିର ବିଶେଷତ୍ୱ । ଜନ ଭାଗିଦାରୀ ଜରିଆରେ ଜନକଲ୍ୟାଣ ହେଉଛି ତାଙ୍କ ସରକାରର ମନ୍ତ୍ର ବୋଲି ସେ କହିଥିଲେ ।
ସରକାରଙ୍କ ଏସବୁ ପ୍ରୟାସ 130 କୋଟି ଭାରତୀୟଙ୍କ ସ୍ୱପ୍ନକୁ ପୂରଣ କରିବା ସହିତ ସାରା ବିଶ୍ୱ ପାଇଁ ମଧ୍ୟ ଲାଭଦାୟକ ହେବ । “ଆମେ କେବଳ ଆମ ଲୋକମାନଙ୍କ ପାଇଁ କାମ କରୁନାହୁଁ, ବରଂ ସାରା ବିଶ୍ୱର କଲ୍ୟାଣ ପାଇଁ ପାଇଁ ମଧ୍ୟ କାମ କରୁଛୁ । ଏହି କାରଣରୁ ଆମର ଉଦ୍ଦେଶ୍ୟ ହେଉଛି ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ,” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଆତଙ୍କବାଦକୁ ବିଶ୍ୱର ସବୁଠୁ ବଡ଼ ସମସ୍ୟା ଭାବେ ଅଭିହିତ କରି ପ୍ରଧାନମନ୍ତ୍ରୀ ସବୁ ରାଷ୍ଟ୍ରକୁ ମାନବତାର ରକ୍ଷା ଲାଗି ଆତଙ୍କବାଦ ବିରୋଧରେ ଏକଜୁଟ ହେବା ଲାଗି ଆହ୍ୱାନ କରିଥିଲେ । “ଭାରତ ଏପରି ଏକ ରାଷ୍ଟ୍ର ଯାହା ବିଶ୍ୱକୁ ଯୁଦ୍ଧ ଦେଇ ନାହିଁ, ବରଂ ବୁଦ୍ଧଙ୍କ ଶାନ୍ତିର ବାର୍ତ୍ତା ଦେଇଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ମିଳିତ ଜାତିସଂଘ ଶାନ୍ତିରକ୍ଷା ମିଶନରେ ଭାରତର ଯୋଗଦାନ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।

ବହୁପକ୍ଷବାଦକୁ ଏକ ନୂତନ ଦିଗ ଦେବା ଲାଗି ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ସମୁଦାୟକୁ ଆହ୍ୱାନ କରିଥିଲେ । ସେ କହିଥିଲେ, ବିଶ୍ୱ ଏକ ନୂଆ ଯୁଗରେ ଗତି କରୁଛି, ତେଣୁ ରାଷ୍ଟ୍ରଗୁଡ଼ିକ କେବଳ ସେମାନଙ୍କ ସୀମା ମଧ୍ୟରେ ଆବଦ୍ଧ ହୋଇ ରହିବା ଅନୁଚିତ । ବିଭାଜିତ ବିଶ୍ୱ ଦ୍ୱାରା କାହାର କିଛି ଲାଭ ହେବ ନାହିଁ । ଆମେ ବହୁପକ୍ଷବାଦ ଏବଂ ମିଳିତ ଜାତିସଂଘରେ ସଂସ୍କାର ଆଣିବା ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ବିଭିନ୍ନ ବୈଶ୍ୱିକ ଆହ୍ୱାନର ମୁକାବିଲା ନିମନ୍ତେ ମିଳିତ ପ୍ରୟାସ କରିବା ଲାଗି ଆହ୍ୱାନ କରି ପ୍ରଧାନମନ୍ତ୍ରୀ ତାମିଲ ଦାର୍ଶନିକ କନିୟାନ ପୁଙ୍ଗୁନ୍ଦ୍ରନାର ଏବଂ ସ୍ୱାମୀ ବିବେକାନନ୍ଦଙ୍କ ଉଦାହରଣ ଦେଇଥିଲେ । ସାରା ବିଶ୍ୱ ପାଇଁ ସର୍ବବୃହତ ଗଣତନ୍ତ୍ରର ବାର୍ତ୍ତା ହେଉଛି ‘ଶାନ୍ତି ଏବଂ ସୌହାର୍ଦ୍ଦ୍ୟ’ ବୋଲି ସେ କହିଥିଲେ ।
ବିଶ୍ୱ ତାପନ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ, ମୁଣ୍ଡ ପିଛା ଅଙ୍ଗାର ନିର୍ଗମନକୁ ଦେଖିଲେ ବିଶ୍ୱ ତାପନ ପ୍ରତି ଭାରତର ଯୋଗଦାନ ଅତି ନିମ୍ନରେ ରହିଛି । ଏହାସତ୍ୱେ ଏହି ସମସ୍ୟାର ମୁକାବିଲା ଦିଗରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଏହି ପରିପ୍ରେକ୍ଷୀରେ, 450 ଜିଗାୱାଟ ଅକ୍ଷୟ ଶକ୍ତି ଲକ୍ଷ୍ୟ ଏବଂ ଅନ୍ତର୍ଜାତୀୟ ସୌର ମେଣ୍ଟ ଗଠନ ସମେତ ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ସେ ବିସ୍ତୃତ ସୂଚନା ଦେଇଥିଲେ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways takes up 764 km of new lines to boost connectivity in Bihar’s Seemanchal region

Media Coverage

Indian Railways takes up 764 km of new lines to boost connectivity in Bihar’s Seemanchal region
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 07, 2026
August 07, 2026

Viksit Bharat Accelerating: 4x Data Centres, Record EV Sales, Ethanol Validation & Northeast Connectivity Under PM Modi’s Watch