PM Narendra Modi inaugurates National Youth Festival at Rohtak via video conferencing
Swami Vivekananda shows what one can achieve at a young age: PM
The work that the youth are doing today will impact the future of the nation: PM
Need of the hour is collectivity, connectivity, and creativity: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (12.01.2017) ଭିଡିଓ କନଫେରେନ୍ସିଙ୍ଗ ଜରିଆରେ ହରିୟାଣାର ରୋହତକଠାରେ ରାଷ୍ଟ୍ରୀୟ ଯୁବ ମହୋତ୍ସବର ଉଦ୍ଘାଟନୀ ସମାବେଶକୁ ସମ୍ବୋଧିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜଣେ ଯୁବ ବୟସରେ କିଭଳି ସଫଳତାର ଚରମ ସୋପାନରେ ପହଞ୍ଚି ପାରିବ ତାହା ସ୍ଵାମୀ ବିବେକାନନ୍ଦନଙ୍କ ଜୀବନୀରୁ ପ୍ରତିଫଳିତ ହେଉଛି । ଆଜି ଯୁବଗୋଷ୍ଠୀ ଯେଉଁ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ତାହା ରାଷ୍ଟ୍ରର ଭବିଷ୍ୟତକୁ ପ୍ରଭାବିତ କରିବ ବୋଲି ସେ କହିଥିଲେ ।

ଚଳିତ ବର୍ଷ ଯୁବ ମହୋତ୍ସବର ବିଷୟବସ୍ତୁ – “ୟୁଥ ଫର ଡିଜିଟାଲ ଇଣ୍ଡିଆ” ରଖାଯାଇଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ । ସାଧାରଣ ଜନତାଙ୍କୁ ନଗଦମୁକ୍ତ କାରବାର ସମ୍ପର୍କରେ ଅଧିକରୁ ଅଧିକ ସଚେତନ କରାଇବାକୁ ସେ ଯୁବଗୋଷ୍ଠୀକୁ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, କଳାଧନ ଓ ଭ୍ରଷ୍ଟାଚାର ଦେଶର ପ୍ରଗତିରେ ବାଧକ ସାଜୁଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରଯୁକ୍ତି କୌଶଳର ବିଶାଳ ପ୍ରଭାବ ଯୋଗୁଁ ସମୟ ଓ ପରିସ୍ଥିତିରେ ପରିବର୍ତ୍ତନ ଘଟୁଛି । ତେଣୁ ସମୟର ଆହ୍ଵାନ ହେଉଛି – ସୃଜନଶୀଳତା, ସମଷ୍ଟିକରଣ ଏବଂ ସଂଯୋଗୀକରଣ । ପ୍ରଧାନମନ୍ତ୍ରୀ କହିଥିଲେ ଭ୍ରଷ୍ଟାଚାର ବିରୁଦ୍ଧରେ ଲଢେଇ ପାଇଁ ଯୁବଗୋଷ୍ଠୀ ପକ୍ଷରୁ ଯେଉଁ ସହଯୋଗ ଓ ସମର୍ଥନ ମିଳୁଛି ସେଥିରୁ ସେ ଦୃଢ ନିଶ୍ଚିତ ଯେ ଦେଶରେ ଏକ ସକାରାତ୍ମକ ପରିବର୍ତ୍ତନ ସମ୍ଭବପର ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches ORV Sagar Manthan, boosting ocean research fleet

Media Coverage

India launches ORV Sagar Manthan, boosting ocean research fleet
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 10, 2026
September 10, 2026

Beyond Metros, Beyond Borders: How India Is Rewriting Its Growth Story Under PM Modi